ଯୁବ ଜଗତ

ପାର୍ଟନର ଓଜନ କମ କରିବାକୁ ଚାହୁଥିଲେ, ଏମିତି କରନ୍ତୁ

ଓଜନ କମ କରିବା ଲାଗି କେବଳ ସମୟ ଆବଶ୍ୟକ ନୁହେଁ, ବରଂ ରିଲାକ୍ସ ମାଇଣ୍ଡ ସହିତ ବ୍ୟାୟାମ କରିବା ମଧ୍ୟ ଗୁରୁତ୍ବପୂର୍ଣ୍ଣ। କ’ଣ ଖାଇବା ଉଚିତ, ଭଲ ୱାର୍କଆଉଟ କରିବା ପାଇଁ କ’ଣ କରିବା ଦରକାର, ଏଭଳି କିଛି କଥା ଉପରେ ଧ୍ୟାନ ଦେବା ପରେ ଯାଇ ଆପଣଙ୍କୁ ଏକ ଉତ୍ତମ ପରିଣାମ ମିଳିବ। ଯଦିଓ ବ୍ୟସ୍ତବହୁଳ ଜୀବନରେ କେତେକ ଦମ୍ପତି ଓଜନ କମାଇବାକୁ ଚେଷ୍ଟା କଲେ ମଧ୍ୟ ସେମାନଙ୍କୁ ଉପଯୁକ୍ତ ପରିଣାମ ମିଳିପାରୁ ନାହିଁ। ଏଠାରେ ଏଭଳି କେତେକ ଟିପ୍ସ ଦିଆଯାଇଛି, ଯାହା ଆପଣାଇବା ପରେ ଆପଣଙ୍କୁ ଭଲ ଫଳାଫଳ ମିଳିବ। ମହିଳାମାନେ ଘର ପରିବାରର ଧ୍ୟାନ ରଖିବାକୁ ଯାଇ ନିଜ ଉପରେ ଧ୍ୟାନ ଦେଇ ପାରି ନ ଥାନ୍ତି। କାରଣ ମହିଳାଙ୍କ ଉପରେ ଘର କାମର ବୋଝ ଅଧିକ ରହିଛି। ତେଣୁ ବ୍ୟାୟାମ ଛାଡ଼ି ସେମାନେ ଅନ୍ୟ କାମ କରିବାରେ ଲାଗିଥାନ୍ତି। ତେବେ ଓଜନ ହ୍ରାସ କରିବାରେ ଆପଣଙ୍କ ସାଥୀଙ୍କ ଯୋଗଦାନ ମଧ୍ୟ ନିର୍ଭର କରିଥାଏ।

ସାହସୀ ସମୀରା: ୨୦ ଦେଶକୁ ସାଇକେଲରେ ଯାତ୍ରା ପରେ
କାର୍ଡବୋର୍ଡରୁ କ୍ରିଏଟିଭିଟି: କମାଉଛନ୍ତି ଓ ରୋଜଗାର ଦେଉଛନ୍ତି

ଘରକୁ କୌଣସି ନୂଆ ଜିନିଷ ଆସିଲେ, ପ୍ୟାକିଂ ଖୋଲି ବାହାର କରାଯିବା ପରେ କାର୍ଡବୋର୍ଡ ଫିଙ୍ଗି ଦିଆଯାଏ। ସମସ୍ତଙ୍କ ପାଇଁ ଏହା ଅଳିଆ ହୋଇଥାଏ, କିନ୍ତୁ ଏଥିରେ ମଧ୍ୟ ଅନେକ ପ୍ରକାରର କ୍ରିଏଟିଭ ଜିନିଷ ତିଆରି କରିପାରିବେ। କୁହାଯାଏ ସମସ୍ତଙ୍କ ପାଖରେ କିଛି ନା କିଛି ସୃଜନଶୀଳତା ଥାଏ। ଜିନିଷକୁ ନେଇ ସମସ୍ତଙ୍କର ଦୃଷ୍ଟିକୋଣ ଭିନ୍ନ ଭିନ୍ନ ହୋଇଥାଏ। ଯେଉଁ ଜିନିଷକୁ ଆମେ ଅଳିଆ ବୋଲି ଭାବିଥାଉ, ଏହାକୁ ଅନେକ ଉପାୟରେ ବ୍ୟବହାର କରାଯାଇପାରେ। ଏଠାରେ ଏଭଳି ଜଣେ ଯୁବତୀଙ୍କ କାହାଣୀ ସମ୍ପର୍କରେ ସୂଚନା ଦିଆଯାଇଛି, ଯିଏ ନିଜ ସୃଜନଶୀଳତା ବଳରେ ଆବର୍ଜନାରୁ କୋଟି କୋଟି ଟଙ୍କା ଆୟ କରୁଛନ୍ତି। ସୃଜନଶୀଳ ଜିନିଷ ତିଆରି କରି ପରିବେଶ ସୁରକ୍ଷା ସମ୍ପର୍କିତ ସନ୍ଦେଶ ମଧ୍ୟ ଦେଉଛନ୍ତି। ସେହି ଯୁବତୀ ହେଉଛନ୍ତି ବିହାରର ବାସିନ୍ଦା ବନ୍ଦନା ଜୈନ। ବନ୍ଦନା ଆଜି ଯୁବପିଢ଼ିଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ଦୀର୍ଘସ୍ଥାୟୀ ସମ୍ପର୍କ ପାଇଁ ଭାବନା ବ୍ୟକ୍ତ କରିବା ଜରୁରୀ
ଐତିହାସିକ ଉଡ଼ାଣ ପରେ ଭାରତରେ ପହଞ୍ଚିଲା ଭାରତୀୟ

ସୋମବାର ଭାରତର ରାଷ୍ଟ୍ରାୟତ୍ତ ବିମାନ ଚଳାଚଳ କମ୍ପାନୀ ଏୟାର୍ ଇଣ୍ଡିଆର ମହିଳା ପାଇଲଟ୍ ଟିମ୍ ଇତିହାସ ପୃଷ୍ଠାରେ ନିଜର ନାମକୁ ଦରଜ କରିପାରିଛି। ଏହି ଟିମ୍ ରବିବାର ଆମେରିକାର ସାନଫ୍ରାନସିସକୋରୁ ଆସି ବେଙ୍ଗାଳୁରୁରେ ପହଞ୍ଚିଛି। ଏହି ଟିମର ପାଇଲଟମାନେ କଷ୍ଟସାଧ୍ୟ ଉତ୍ତର ମେରୁ ଉପର ଦେଇ ପାଖାପାଖି ୧୬ ହଜାର କିମି ଉଡ଼ାଣ ଭରିବା ପରେ ଏଠାକାର କେମ୍ପେଗୌଡା ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରେ ପହଞ୍ଚିଛନ୍ତି। ଏହି ଟିମରେ ସମୁଦାୟ ୪ ଜଣ ମହିଳା ପାଇଲଟ୍ ଥିବା ବେଳେ ସେମାନଙ୍କ ନେତୃତ୍ବ ନେଇଥିଲେ କ୍ୟାପଟେନ୍ ଜୋୟା ଅଗରୱାଲ୍। ଏଥିସହ ଏୟାର୍ ଇଣ୍ଡିଆର କୌଣସି ବିମାନ ପ୍ରଥମ ଥର ପାଇଁ ଏକକାଳୀନ ୧୬ ହଜାର କିମିରୁ ଊର୍ଦ୍ଧ୍ବ ରାସ୍ତା ଅତିକ୍ରମ କରିପାରିଛି। ପୂର୍ବରୁ ଭାରତର ପୁରୁଷ ପାଇଲଟ୍ ଟିମ୍ ଏପରି ସଫଳତା ପାଇଥିଲେ ହେଁ ସୋମବାର ଭାରତର ମହିଳା ପାଇଲଟ୍ ଟିମ୍ ଏହି ଐତିହାସିକ ସଫଳତା ହାସଲ କରିପାରିଛି। ଏ ସମ୍ପର୍କରେ କ୍ୟପଟେନ୍ ଜୋୟା କହିଛନ୍ତି, ଆମେ ଆଜି ଉତ୍ତର ମେରୁ ଉପର ଦେଇ ଉଡ଼ାଣ ଭରିଛୁ। ଏହାଦ୍ବାରା ଆମେ ଐତିହାସିକ ସଫଳତା ପାଇଛୁ, ଯାହାକୁ ନେଇ ଆମେ ଗର୍ବିତ। ବିଶେଷକରି ଏହି ଟିମର ସମସ୍ତ ସଦସ୍ୟ ମହିଳା ହୋଇଥିବାରୁ ଏହା କମ୍ ଗୌରବର ବିଷୟ ନୁହେଁ। ତା’ଛଡ଼ା ଏହି ସିଧାସଳଖ ଉଡ଼ାଣ ଦ୍ବାରା ଆମେ ୧୦ ଟନରୁ ଊର୍ଦ୍ଧ୍ବ ଇନ୍ଧନ ମଧ୍ୟ ବଞ୍ଚାଇପାରିଛୁ ବୋଲି ଜୋୟା କହିଛନ୍ତି।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ