ଅନେକ ସମୟରେ ଦେଖାଯାଏ, ଛୋଟ ଛୋଟ ଭୁଲ୍ ପାଇଁ ଅଫିସ୍ରେ ଆପଣଙ୍କୁ ନେଇ ନାନା ପ୍ରକାର ଆଲୋଚନା ହେଉଛି। ସହକର୍ମୀ ଆପଣଙ୍କୁ ଭିନ୍ନ ନଜରରେ ଦେଖୁଛନ୍ତି। ଯେତେ ଚେଷ୍ଟା କଲେ ବି ଆପଣଙ୍କ ବ୍ୟବହାର ସହକର୍ମୀଙ୍କୁ ଖୁସି କରିପାରୁନି। ତେବେ ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦିଅନ୍ତୁ। ଯାହା ଅଫିସ୍ରେ ଆପଣଙ୍କ ଇମେଜ୍ ସୁଧାରିବାରେ ସହାୟକ ହେବ।
ସବୁବେଳେ ଚିନ୍ତାରେ ରହିବା, ସବୁ କଥାରେ ଅଭିଯୋଗ କରିବା ଏବଂ ଆତ୍ମବିଶ୍ବାସର ଅଭାବ ହେଉଛି ନକାରାତ୍ମକ ବ୍ୟକ୍ତିଙ୍କ ଲକ୍ଷଣ। ଏଭଳି ଲୋକଙ୍କୁ ଚିହ୍ନି ସେମାନଙ୍କଠାରୁ ଦୂରେଇ ରହିବା ଉଚିତ। ନଚେତ ଆପଣ ବି ଜୀବନରେ ଉନ୍ନତି କରିପାରିବେ ନାହିଁ। ସକାରାତ୍ମକ ଚିନ୍ତାଧାରା ରଖିଥିବା ବ୍ୟକ୍ତି ଜୀବନରେ ସବୁବେଳେ ଭଲ କାମ ଉପରେ ଧ୍ୟାନ ରଖିଥାଏ। ସେହିପରି ନକାରାତ୍ମକ ବ୍ୟକ୍ତି ସବୁବେଳେ ସନ୍ଦେହ ଭିତରେ ବଞ୍ଚିଥାଏ। ସକାରାତ୍ମକ ବ୍ୟକ୍ତି ଭାବନ୍ତି ଏହି ଖରାପ ସମୟ ଖୁବ୍ ଶୀଘ୍ର ବିତିଯିବ। ମାତ୍ର ନକାରାତ୍ମକ ବ୍ୟକ୍ତି ଭାବନ୍ତି ‘କାଲି ପୁଣି ଆହୁରି ଖରାପ ହେବ’। ଏମିତି ଚିନ୍ତାଧାରା ସମ୍ପନ୍ନ ବ୍ୟକ୍ତିଙ୍କୁ ଚିହ୍ନିବା କଷ୍ଟସାଧ୍ୟ ନୁହେଁ। ଚାଲନ୍ତୁ ଜାଣିବା ଏଭଳି ବ୍ୟକ୍ତିଙ୍କ ଆଚାର ବ୍ୟବହାର ସମ୍ପର୍କରେ।
ନୂଆ ଚାକିରି ପାଇଁ ସାକ୍ଷାତକାର ଦେବାକୁ ଯିବାବେଳେ ସାଧାରଣତଃ ଅନେକ ନର୍ଭସ ହୋଇଯାନ୍ତି। ଯାହାଫଳରେ ସାକ୍ଷାତକାର ଦେବାକୁ ଯିବେ କି ନାହିଁ ଦ୍ବନ୍ଦରେ ପଡ଼ିଯାନ୍ତି। ବର୍ତ୍ତମାନ ସମୟରେ ଅଧିକାଂଶ ଯୁବପିଢ଼ିଙ୍କ ପାଖରେ ଏହି ସମସ୍ୟା। ସାକ୍ଷାତକାର ଦେବାକୁ ଯିବା ପୂର୍ବରୁ ନିଯୁକ୍ତିଦାତା କେଉଁ ବିଷୟରେ ପ୍ରଶ୍ନ କରିବେ, ତାହାକୁ ନେଇ ଚିନ୍ତାରେ ପଡ଼ିବା ସହ ନର୍ଭସ ହୋଇଯାନ୍ତି। ଯାହାଫଳରେ ହେବାକୁ ଯାଉଥିବା କାମ ବି ବିଗିଡ଼ିଯାଏ। ତେବେ ଏମିତି କିଛି ପ୍ରଶ୍ନ ଅଛି, ଯାହା ସବୁ ସାକ୍ଷାତକାର ସମୟରେ ପଚରାଯାଇଥାଏ। ଚାଲନ୍ତୁ ଜାଣିବା ସାକ୍ଷାତକାର ସମୟରେ ପଚରାଯାଉଥିବା ଏମିତି କିଛି ସାଧାରଣ ପ୍ରଶ୍ନ ସମ୍ପର୍କରେ।
ଝିଅଟିଏ ଦେଖି ତା’ ପ୍ରେମରେ ପଡ଼ିଯିବା ବଡ଼ କଥା ନୁହେଁ। ମାତ୍ର ହୃଦୟର କଥାକୁ ସାଥୀଙ୍କୁ ଜଣାଇବାରେ ଲାଗିଯାଏ ଦୀର୍ଘ ସମୟ । ବିଶେଷକରି ପୁଅମାନେ ନିଜ ମନ କଥା ଝିଅ ଆଗରେ ପ୍ରକାଶ କରିବା ପାଇଁ ଡରିଥାନ୍ତି । ତେଣୁ ଝିଅକୁ ଇମ୍ପ୍ରେସ୍ କରିବା ଲାଗି ସମ୍ପର୍କର ଆରମ୍ଭ ଫ୍ଲର୍ଟିଙ୍ଗରୁ କରିଥାନ୍ତି । ଅନେକ ପୁଅ ଏଥିପାଇଁ ମିଛର ଆଶ୍ରୟ ମଧ୍ୟ ନେଇଥାନ୍ତି । ଅଧିକ ଉତ୍ସାହିତ ହୋଇ ସ୍ମାର୍ଟ ଲାଗିବା ଚକ୍କରରେ ପୁଅମାନେ ଅନେକ ଭୁଲ୍ କରିବସନ୍ତି । ଯାହାଫଳରେ ଚାଲାକି ନିଜ ଉପରେ ଭାରି ପଡ଼େ । ତେଣୁ ଯଦି ଆପଣ ଜଣଙ୍କୁ ପ୍ରକୃତରେ ଜୀବନ ସାଥୀ ବନାଇବାକୁ ଚାହୁଁଥାନ୍ତି, ତେବେ ଏପରି ଭୁଲ୍ କରନ୍ତୁ ନାହିଁ ।
ଦୈନନ୍ଦିନ ବ୍ୟସ୍ତବହୁଳ କାର୍ଯ୍ୟକ୍ଷେତ୍ରରେ କୌଣସି କାମକୁ ଗୋଟିଏ ଦିନରେ ଶେଷ କରିବା ଅସମ୍ଭବ ତ ନୁହେଁ, ମାତ୍ର କଷ୍ଟସାଧ୍ୟ ହୋଇପାରେ । ମାତ୍ର ଥରେ ଯଦି ଏହାକୁ ଚାଲେଞ୍ଜ ଭାବେ ଗ୍ରହଣ କରିନେବେ, ତେବେ କାମ କରିବାକୁ କଷ୍ଟ ଲାଗିବ ...
ବର୍ତ୍ତମାନର ଯୁବପିଢ଼ି ସ୍ମାର୍ଟଫୋନ୍ ପ୍ରେମରେ ପାଗଳ। ସକାଳୁ ଉଠିବାଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ପ୍ରତ୍ୟେକ ସମୟରେ ମୋବାଇଲ । ସାରାଦିନ ଇ-ମେଲ, ଚାଟ୍, ସୋସିଆଲ ମିଡ଼ିଆ, ଗେମ୍, ଭିଡ଼ିଓ ଚାଟ୍ରେ ସମୟ ବିତୁଛି। ଟେକ୍ନୋଲୋଜି ...
ଅଧିକ ଦେଖନ୍ତୁ