ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ଖୁବଶୀଘ୍ର ସେ ତାଙ୍କ ପ୍ରଥମ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି। ପତି ବିରାଟ କୋହଲିଙ୍କ ସହିତ ଅନୁଷ୍କା ନିଜ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଥିଲେ। ଏବେ ଅନୁଷ୍କା ନିଜ ଗର୍ଭଧାରଣ ସମୟକୁ ଭରପୂର ଉପଭୋଗ କରୁଛନ୍ତି। ନିକଟରେ ସୋସାଲ ମିଡିଆରେ ଅନୁଷ୍କା ଏକ ସ୍ବିମିଂ ସୁଟରେ ବେବି ବମ୍ପ ପ୍ଲାଣ୍ଟ କରିଥିବା ନଜର ଆସିଥିଲେ। ଏହି ଲୁକରେ ସେ ଖୁବ ସୁନ୍ଦର ଦେଖାଯାଉଥିଲେ।
ବଲିଉଡରେ ଗୋଟିଏ ପରେ ଗୋଟିଏ ହିଟ ଆଇଟମ ଗୀତ ଦେଉଥିବା ଅଭିନେତ୍ରୀ ନୋରା ଫତେହୀ ଗୋଟିଏ ପଟେ ନିଜ ଡ୍ୟାନ୍ସ ମୁଭକୁ ନେଇ ପ୍ରଶଂସକଙ୍କୁ ଘାଇଲା କରିବାର କୌଣସି ସୁଯୋଗ ହାତଛଡ଼ା କରୁ ନାହାନ୍ତି। ଅପରପକ୍ଷେ ନୋରାଙ୍କ କେତେକ ଷ୍ଟାଇଲିଶ ଫଟୋ ଆଜିକାଲି ସୋସାଲ ମିଡିଆରେ ଧୁମ ମଚାଉଛି। କିଛି ଦିନ ତଳେ ନୋରାଙ୍କୁ ଇଣ୍ଡିଆନ ଆଇଡଲ ସେଟରେ ଦେଖିବାକୁ ମିଳିଥିଲା। ଏଇଠି ତାଙ୍କ ଷ୍ଟାଇଲିଶ ଲୁକ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା।
ଖରାଦିନେ ଅଧିକାଂଶ ଲୋକ ହାଲୁକା ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି। ଏ ସମୟରେ କୁର୍ତ୍ତି, ଢିଲା ଟି’ଶାର୍ଟ, ମ୍ୟାକ୍ସି ଡ୍ରେସ ଭଳି ପୋଷାକ ପିନ୍ଧିବାକୁ ମହିଳା ଭଲ ପାଉଥିବା ଦେଖିବାକୁ ମିଳିଥାଏ। ଏହାବ୍ୟତୀତ ଏପରି କିଛି କପଡ଼ା ରହିଛି ଯାହାର ସିଜନ କେବେ ବି ଯାଇ ନ ଥାଏ। ସେହିପରି ଏକ ଆଉଟଫିଟ ହେଉଛି ହ୍ବାଇଟ ଡ୍ରେସ। ତେବେ ହ୍ବାଇଟ ଆଉଟଫିଟକୁ କିପରି କଲରଫୁଲ କରିବେ, ଏହା ଆପଣଙ୍କ ଉପରେ ନିର୍ଭର କରିଥାଏ। କାରଣ ଯଦି କଲର ଅଧିକ ହୋଇଗଲା, ତେବେ ପୂରା ଫ୍ୟାଶନ ଖରାପ ହୋଇଯିବ। ତେବେ ଆପଣ ଚିନ୍ତା କରନ୍ତୁ ନାହିଁ। ସେଲିବ୍ରିଟିଙ୍କଠାରୁ ଏହି ଟିପ୍ସ ନେଇ ନିଜ ହ୍ବାଇଟ ଡ୍ରେସକୁ କଲରଫୁଲ କରିପାରିବେ।
ପର୍ବପର୍ବାଣୀ ସମୟରେ ମହିଳାମାନେ ଅଧିକ ସଜେଇ ହୋଇଥାନ୍ତି। ତେବେ ଅନ୍ୟମାନଙ୍କ ଭଳି ସଜେଇ ନ ହୋଇ ଯଦି ଆପଣ ଏପରି କିଛି କରିବେ, ତେବେ ସମସ୍ତଙ୍କ ନଜର ଆପଣଙ୍କ ଉପରେ ରହିବ। ଏଥିପାଇଁ କପଡ଼ାରୁ ଆରମ୍ଭ କରି ମେକଅପ ପର୍ଯ୍ୟନ୍ତ ନିଜ ହିସାବରେ ଚୟନ କରନ୍ତୁ। ଇଅରରିଙ୍ଗସ ଭାବେ ଚାନ୍ଦବାଲି ପିନ୍ଧି ନିଆରା ଲୁକ ପାଇପାରିବେ।
‘ବିଗବସ ୧୩’ ଫାଇନାଲିଷ୍ଟଙ୍କ ମଧ୍ୟରେ ଅନ୍ୟତମ ରଶ୍ମୀ ଦେସାଇଙ୍କ ଅଭିନୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥାଏ। ଏବେ ନିଜ ଷ୍ଟାଇଲ ଦ୍ବାରା ମଧ୍ୟ ସେ ପ୍ରଶଂସକଙ୍କ ହୃଦୟ ଚୋରି କରିବାରେ ଲାଗିଛନ୍ତି। ଗୋଟିଏ ପରେ ଗୋଟିଏ ଗର୍ଜିଅସ ଲୁକରେ ନଜର ଆସୁଥିବା ରଶ୍ମୀଙ୍କ ଷ୍ଟାଇଲିଶ ଅନ୍ଦାଜକୁ ପ୍ରଶଂସକମାନେ ଖୁବ ପସନ୍ଦ କରୁଛନ୍ତି। କିଛି ଦିନ ତଳେ ଇନଷ୍ଟାଗ୍ରାମରେ ସେ ଏକ ବ୍ଲାକ ବଡିକନ ଡ୍ରେସ ପିନ୍ଧିଥିବା ଫଟୋ ଶେୟାର କରିଥିଲେ। ତାଙ୍କର ଏହି ସେକ୍ସି ଲୁକ ଦେଖି ଟିଭି ଇଣ୍ଡଷ୍ଟ୍ରୀର ସେଲିବ୍ରିଟି ମଧ୍ୟ କମେଣ୍ଟ କରିବାରେ ଲାଗିଛନ୍ତି।
ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ ଦୁଇ ଅକ୍ଟୋବର ପର୍ଯ୍ୟନ୍ତ ଖଦୀ ଓ ଗ୍ରାମଦ୍ୟୋଗ ଆୟୋଗ ନିଜ ପୋର୍ଟାଲରେ ଅନ୍ୟୁନ ଏକ ହଜାର ଉତ୍ପାଦ ବିକ୍ରି ଉପଲବ୍ଧ କରାଇବା ଲାଗି ସ୍ଥିର କରିଛି। କେନ୍ଦ୍ରୀୟ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ମନ୍ତ୍ରାଳୟ ବୁଧବାର କହିଛି ଯେ ଖଦୀ ପୋର୍ଟାଲ ୭ ଜୁଲାଇରେ କେବଳ ମାସ୍କ ବିକ୍ରି ସହିତ ଆରମ୍ଭ କରାଯାଇଥିଲା। ଯାହା ମାତ୍ର କିଛି ଦିନରେ ନିଜର ଉପସ୍ଥିତି ଜାହିର କରିପାରିଛି। ପ୍ରତ୍ୟେକ ଦିନ ଅତିକମରେ ଦଶଟି ଉତ୍ପାଦ ପୋର୍ଟାଲରେ ବିକ୍ରି କରିବା ଲାଗି ଯୋଗ କରାଯାଉଛି। ଦୁଇ ଅକ୍ଟୋବର ସୁଦ୍ଧା ପୋର୍ଟାଲରେ ଉପଲବ୍ଧ ଉତ୍ପାଦ ସଂଖ୍ୟା ୧୦୦୦ ପାର କରିଯିବ। ଏଥିରେ ବସ୍ତ୍ର, ଖାଦ୍ୟ ପଦାର୍ଥ, ଔଷଧ ଓ ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀ ରହିଛି। ଏବେ ଏହି ପୋର୍ଟାଲରେ ୧୮୦ ଖଦୀ ଉତ୍ପାଦ ବିକ୍ରି ପାଇଁ ଉପଲବ୍ଧ ରହିଛି ଓ ୪ ହଜାରରୁ ଅଧିକ ଲୋକ କିଣାକିଣି କରିସାରିଛନ୍ତି।
ଗରମ ଦିନେ ସାଧାରଣତଃ ଆମେ ଆରାମଦାୟକ ଓ ଓଭରସାଇଜଡ ପୋଷାକ ଚୟନ କରିଥାଉ। ଏଭଳି ପୋଷାକରେ ସାଧାରଣତଃ ଅସହଜବୋଧ ହୁଏ ନାହିଁ। ଆପଣ ଆରାମରେ ନିଃଶ୍ବାସ ପ୍ରଶ୍ବାସ ନେଇପାରିବେ। କେବଳ ଘରେ ନୁହେଁ, ଆପଣ କାଜୁଆଲ ଆଉଟିଂ ପାଇଁ ମଧ୍ୟ ଓଭରସାଇଜଡ ଆଉଟଫିଟ ଚୟନ କରିପାରିବେ। ତେବେ ଓଭରସାଇଜଡ ଆଉଟଫିଟକୁ ଷ୍ଟାଇଲ କରିବା ସହଜ କଥା ନୁହେଁ। କାରଣ ଗୋଟିଏ ମାତ୍ର ଭୁଲ ଆପଣଙ୍କ ପୂରା ଷ୍ଟାଇଲକୁ ଖରାପ କରି ଦେଇପାରେ। ଏମିତି ଅନେକ ବଲିଉଡ ସେଲିବ୍ରିଟି ଅଛନ୍ତି, ଯେଉଁମାନେ ଓଭରସାଇଜ ଆଉଟଫିଟକୁ କେବଳ ନିଜ ଷ୍ଟାଇଲ କରିନାହାନ୍ତି, ବରଂ ଏଥିରେ ବହୁତ କୁଲ ମଧ୍ୟ ଦେଖାଯାଉଛନ୍ତି। ଆପଣ ଚାହିଲେ ସେମାନଙ୍କ ଏହି ଷ୍ଟାଇଲକୁ ଅନୁସରଣ କରିପାରିବେ। ସୂଚନାଯୋଗ୍ୟ ଯେ ଏଭଳି ପୋଷାକକୁ ଆକର୍ଷଣୀୟ କରିବା ଲାଗି ସବୁଠାରୁ ବେସିକ ଓ ସହଜ ଉପାୟ ହେଉଛି ଓଭରସାଇଜଡ ଜିନ୍ସ ସହିତ ଓଭରସାଇଜ ସ୍ବେଟଶାର୍ଟ ପିନ୍ଧିପାରିବେ।
ଷ୍ଟାଇଲିଶ ଦେଖାଯିବା ଲାଗି ସମସ୍ତେ ନୂଆ ନୂଆ ଟିପ୍ସ ଆପଣାଇଥାନ୍ତି। ବିଶେଷକରି ବଜେଟ ଫ୍ରେଣ୍ଡଲି ଟିପ୍ସ ସମସ୍ତଙ୍କୁ ପସନ୍ଦ ଆସିଥାଏ। ଆଜି ଏଠାରେ ଏଭଳି କେତେକ ଫ୍ୟାଶନ ଟିପ୍ସ ଦିଆଯାଉଛି, ଯାହାକୁ ଅନୁସରଣ କରି ଆପଣ ଫ୍ୟାଶନେବଲ ନଜର ଆସିବା ସହିତ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। କାରଣ ଆପଣଙ୍କ ୱାର୍ଡରୋବରେ ରଖାଯାଇଥିବା ଡ୍ରେସକୁ ଟିମ ଅପ କରି ନୂଆ ଷ୍ଟାଇଲ କରିପାରିବେ।
ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଫ୍ୟାଶନ ମାମଲାରେ ସବୁବେଳେ ଅନ୍ୟ ଅଭିନେତ୍ରୀଙ୍କୁ କଡ଼ା ଟକ୍କର ଦେଉଥିବା ନଜର ଆସିଥାନ୍ତି। ତାଙ୍କୁ ଏକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା, ଯେଉଁଥିରେ ତାଙ୍କ ଲୁକ୍ ପ୍ରଶଂସକଙ୍କ ହୃଦୟ ଚୋରି କରି ନେଇଛି।
ବଲିଉଡ ହିରୋଇନମାନେ ନିଜ ଷ୍ଟାଇଲ ଷ୍ଟେଟମେଣ୍ଟକୁ ହାଇଲାଇଟ କରିବା ଲାଗି କିଛି ବି ଅତିରଞ୍ଜିତ ଜିନିଷ ପିନ୍ଧିବାକୁ କୁଣ୍ଠାବୋଧ କରନ୍ତି ନାହିଁ। କିନ୍ତୁ ବେଳେ ବେଳେ ସେମାନେ ଏପରି କିଛି ପିନ୍ଧିଥାନ୍ତି, ଯାହା ବହୁତ ଅଜବ ଦେଖାଯାଇଥାଏ। ଏପରି କିଛି ଅଜବ ଷ୍ଟାଇଲ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା କରିଥିବା ଦେଖିବାକୁ ମିଳିଥିଲା। ଶିଳ୍ପା ଅଲଗା ଅଲଗା ରଙ୍ଗର ଜୋତା ପିନ୍ଧି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ।
ନବ ବଧୂ କେଉଁ ପରିବେଶରୁ ଆସିଛନ୍ତି, ତାହା ଜାଣିବା ଲାଗି ତାଙ୍କ ବାହାଘର ପୋଷାକ ଓ ଜୁଏଲାରୀ ଯଥେଷ୍ଟ। ଗହଣା ବିନା କୌଣସି ନବବଧୂର କଳ୍ପନା କରାଯାଇ ନ ପାରେ। କାରଣ ଏହା ବିନା ତାଙ୍କ ଶୃଙ୍ଗାର ଅଧୁରା ହୋଇଥାଏ। ଭାରତରେ ପ୍ରତ୍ୟେକ ରାଜ୍ୟରେ ନବବଧୂଙ୍କ ଗହଣାରେ ଆପଣଙ୍କୁ ବିବିଧତା ଦେଖିବାକୁ ମିଳିଥାଏ। କାରଣ ପ୍ରତ୍ୟେକ ରାଜ୍ୟର ବଧୂ ନିଜ ପାରମ୍ପରିକ ଜୁଏଲାରୀ ବାହାଘରରେ ପିନ୍ଧିବାକୁ ପସନ୍ଦ କରିଥାନ୍ତି। ତେବେ ଏବେ ସମୟ ବଦଳି ଯାଇଛି। ଏବେ ନବବଧୂ ନିଜ ରାଜ୍ୟର ନୁହେଁ ବରଂ ପସନ୍ଦ ଅନୁସାରେ ଜୁଏଲାରୀ ପିନ୍ଧୁଥିବା ଦେଖିବାକୁ ମିଳୁଛି। ଆଜିକାଲି ଝିଅମାନଙ୍କଠାରେ ମହାରାଷ୍ଟ୍ରିଆନ ଜୁଏଲାରୀ ପିନ୍ଧିବାର କ୍ରେଜ ଦେଖିବାକୁ ମିଳୁଛି। ଚାଲନ୍ତୁ ଜାଣିବା ମହାରାଷ୍ଟ୍ରର ପାରମ୍ପରିକ ଜୁଏଲାରୀ ସମ୍ପର୍କରେ।
କେଣସି ପର୍ବପବାଣୀ ବା କାର୍ଯ୍ୟକ୍ରମରେ ସାମିଲ ହେବାକୁ ପ୍ରସ୍ତୁତ ହେଉଥିବା ମହିଳାମାନେ ଅନେକ ପ୍ରକାରର ଜୁଏଲାରୀ ପିନ୍ଧିଥାନ୍ତି। ନେକଲେସ, ଚୁଡ଼ି, ଇଅରରିଙ୍ଗସ ଓ ନଥ ସହିତ ଟ୍ରାଡିସନାଲ ଲୁକରେ ମହିଳାମାନେ ନଜର ଆସିଥାନ୍ତି। କିନ୍ତୁ ଏହି ଲୁକ ମାଙ୍ଗଟିକା ବିନା ଅଧୁରା ରହିଥାଏ। ବିଶେଷକରି ଲେହେଙ୍ଗାର ସୌନ୍ଦର୍ଯ୍ୟ ମାଙ୍ଗଟିକା ଲଗାଇବା ପରେ ହିଁ ବେଶୀ ବଢ଼ିଥାଏ। ଚାଲନ୍ତୁ ଦେଖିବା ବଲିଉଡ ସେଲିବ୍ରିଟିଙ୍କ କେତେକ ଲାଟେଷ୍ଟ ମାଙ୍ଗ ଟିକା ଡିଜାଇନ ସମ୍ପର୍କରେ।
ଅଭିନେତ୍ରୀ ଦିଶା ପଟାନୀ ଭଲ ଭାବେ ଜାଣିଛନ୍ତି ଯେ କିପରି ସ୍ପଟଲାଇଟରେ ରହିହେବ। ଏହି କାରଣରୁ ସବୁବେଳେ ସେ ସୋସାଲ ମିଡିଆରେ ଛାଇ ଯାଉଛନ୍ତି। ପୁଣିଥରେ ଏମିତି କିଛି ହୋଇଥିବା ଦେଖିବାକୁ ମିଳିଛି ସୋସାଲ ମିଡିଆରେ। ଦିଶା ଏକ ବୋଲ୍ଡ ଅନ୍ଦାଜରେ ଫଟୋ ଶେୟାର କରିବା ପରେ ତାହା ଭାଇରାଲ ହେବାରେ ଲାଗିଛି।
ଭାରତୀୟ ଆଉଟଫିଟ ଏବେ ପାରମ୍ପରିକ ନ ହୋଇ ଗ୍ଲୋବାଲ ହୋଇଯାଇଛି। ବିଶେଷକରି ସାଲୱାର କମିଜ। ଏହି କାରଣରୁ ଏବେ ବିଦେଶରେ ମଧ୍ୟ ଭାରତୀୟ ପରିଧାନକୁ ଖୁବ ପସନ୍ଦ କରାଯାଉଛି। ଆପଣ ଚାହିଲେ ସାଲୱାର କମିଜ ସୁଟକୁ ମଡର୍ଣ୍ଣ ଅନ୍ଦାଜରେ ପିନ୍ଧି ନିଜ ଲୁକକୁ ପୂରା ପୂରି ବଦଳାଇପାରିବେ। ଷ୍ଟ୍ରେଟ ଫିଟ ଶର୍ଟ କୁର୍ତ୍ତାକୁ ଧୋତି ପ୍ୟାଣ୍ଟ କିମ୍ବା ପଟିଆଲା ସାଲୱାର ସହିତ ପିନ୍ଧନ୍ତୁ। ଚୁଡ଼ିଦାର କିମ୍ବା ଲେଗିଙ୍ଗସ ତ ସମସ୍ତେ କୁର୍ତ୍ତା ସହିତ ପିନ୍ଧୁଛନ୍ତି। ଆପଣ ପଟିଆଲା ସାଲୱାର କିମ୍ବା ଧୋତି ପ୍ୟାଣ୍ଟ ପିନ୍ଧି ସମସ୍ତଙ୍କଠାରୁ ଅଲଗା ଓ ଷ୍ଟାଇଲିଶ ନଜର ଆସିବେ।
ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଯଦିଓ ନେପୋଟିଜମ୍ ବା ପରିବାରବାଦକୁ ନେଇ ଅନେକ ଟଣାଓଟରା ଚାଲିଛି, ତେବେ ଏମିତି କେତେକ ସେଲିବ୍ରିଟି ଅଛନ୍ତି ଯେଉଁମାନେ ନିଜ ସଂଘର୍ଷ ଓ ପରିଶ୍ରମ ବଳରେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଛନ୍ତି। ଏହି ତାଲିକାରେ ‘ଖତରୋଁ କେ ଖିଲାଡ଼ି ସିଜନ୍ ୧୦’ର ବିଜେତା କରିସ୍ମା ତନ୍ନା ରହିଛନ୍ତି।
ଅଧିକ ଦେଖନ୍ତୁ