ଫ୍ୟାଶନ

ଟ୍ରେଣ୍ଡରେ ରେଡ୍‌ ଭେଲ୍‌ଭେଟ୍‌ ହେଆର କଲର

କ’ଣ ଆପଣଙ୍କୁ ମଧ୍ୟ ରେଡ୍‌ ଭେଲ୍‌ଭେଟ୍‌ ପସନ୍ଦ? ଥିକ୍‌ ସଫ୍ଟ ଟେକ୍ସଚରଯୁକ୍ତ ଏହି କେକ୍‌ ଚିଜ୍‌ ଆଇସିଂ ସହିତ ପ୍ରତ୍ୟେକ କେକ୍‌ ଲଭରଙ୍କ ପାଟିରେ ଲାଳ ଆଣିଦିଏ। ଆପଣ ଜାଣିଲା ପରେ ଆଶ୍ଚର୍ଯ୍ୟ ସହିତ ଖୁସି ହେବେ ଯେ ଏବେ ଆପଣ ରେଡ୍‌ ଭେଲ୍‌ଭେଟ୍‌ ରଙ୍ଗ ଦ୍ବାରା ନିଜ କେଶ ମଧ୍ୟ କଲର କରିପାରିବେ। ରେଡ୍‌ ଭେଲ୍‌ଭେଟ୍‌ ଡେଜର୍ଟର ଲୋକପ୍ରିୟତାରୁ ଅନୁପ୍ରାଣିତ ହୋଇ ଏହି ରଙ୍ଗର ହେଆର କଲର ମଧ୍ୟ ତିଆରି କରାଯାଇଛି। ବିଶେଷକରି ମହିଳାଙ୍କ ପାଇଁ ଏହି ରଙ୍ଗ ଅଧିକ ଲୋକପ୍ରିୟ ହେବାରେ ଲାଗିଛି। ପୂରା ଇନ୍‌ଷ୍ଟାଗ୍ରାମ୍‌ରେ ଏହି ରଙ୍ଗ ଛାଇ ହୋଇ ରହିଛି। ହାଶ୍‌ଟାଗ୍‌ରେଡ୍‌ଭେଲ୍‌ଭେଟ୍‌ ନାମରେ ଏହା ପୂରା ଇନ୍‌ଷ୍ଟାଗ୍ରାମ୍‌ରେ ଟ୍ରେଣ୍ଡ କରୁଛି। ଆପଣ ମଧ୍ୟ ଏହି ରେଡ୍‌ ଭେଲ୍‌ଭେଟ୍‌ ହେଆର କଲର ଟ୍ରାଏ କରି ନିଜକୁ ଏକ ନୂଆ ଲୁକ୍‌ ଦେଇପାରିବେ। ଯଦି ଆପଣ କେଶରେ ଏହି କଲର ବ୍ୟବହାର କରିବାକୁ ଚାହୁଛନ୍ତି, ତେବେ ଏହି ଦିଗ ପ୍ରତି ଧ୍ୟାନ ଦେବା ଉଚିତ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ