ଫ୍ୟାଶନ

ଶୀତ ଦିନେ ଟ୍ରାଏ କରନ୍ତୁ ଷ୍ଟାଇଲିଶ୍‌ ଟୋପି
ଏଥନିକ୍‌ ଲୁକ୍‌ ସହିତ ଆପରାନ୍ତୁ ମ୍ୟାଚିଂ ଫୁଟ୍‌ୱିଅର
କଲର ଅଫ୍‌ ଦ ଇଅର ୨୦୧୮ ହେଲା ଅଲ୍ଟ୍ରା ଭାଓଲେଟ୍‌
ଫେରିଛି ସ୍ବେଟରର ଟ୍ରେଣ୍ଡ

ମଞ୍ଜ ଥରା ଶୀତରେ ଗରମ ଗରମ ଚା’ କିମ୍ବା କଫି ପିଇ କମ୍ବଳ ଭିତରେ ରହିବା ବ୍ୟତୀତ ଅନ୍ୟ କିଛି ଭଲ ବିକଳ୍ପ ଦେଖାଯାଏନି। ମାତ୍ର ସବୁବେଳେ କମ୍ବଳ ଭିତରେ ରହିବା ସମ୍ଭବ ନୁହେଁ। କାମ କରିବା ପାଇଁ ଥଣ୍ଡାରେ ବି ବାହାରକୁ ଯିବାକୁ ପଡ଼େ। ତେଣୁ ଖୋଜାପଡ଼େ ଶୀତବସ୍ତ୍ରର। ପୂର୍ବରୁ ଲୋକେ ଉଲ୍‌ରେ ହାତ ବୁଣା ସ୍ବେଟର ତିଆରି କରି ପିନ୍ଧୁଥିଲେ। ଧିରେ ଧିରେ ସମୟ ବଦଳିବା ସହ ସ୍ବେଟରର ସ୍ଥାନ ସ୍ବେଟ୍‌ଶାର୍ଟ, ହୁଡ୍‌ସ, ଲେଦର ଜ୍ୟାକେଟ୍‌, ଟ୍ରେଞ୍ଚ କୋଟ୍‌, ବ୍ଲେଜର୍‌, ଲଙ୍ଗ କୋଟ୍‌ ଆଦି ନେବାରେ ଲାଗିଲେ। ଏହି ସବୁ ଶୀତବସ୍ତ୍ର ବେଶ୍‌ ଷ୍ଟାଇଲିଶ୍‌ ଦେଖା ଯାଉଥିବାବେଳେ ପୁଣି ଥରେ ଫ୍ୟାଶନ୍‌ ଟ୍ରେଣ୍ଡକୁ ସ୍ବେଟର ଫେରିଛି। ମାତ୍ର କିଛି ଅଲଗା ଓ ହଟ୍‌କେ ଅନ୍ଦାଜ ସହିତ। ଶୀତଦିନେ ଅଧିକ ମାତ୍ରାରେ ପାର୍ଟି, ପିକ୍‌ନିକ୍‌ କରାଯାଇଥାଏ। ନିଜକୁ ଟିକେ ଅଲଗା ଲୁକ୍‌ ଦେବା ପାଇଁ ଆପଣ ଏହି ସ୍ବେଟ୍‌ର ପିନ୍ଧିପାରିବେ। ଶୀତଦିନେ ଲାଲ, କମଳା ରଙ୍ଗ, ଶ୍ୟାହି ନୀଳ କିମ୍ବା ସବୁଜ ରଙ୍ଗର ସ୍ବେଟର ପିନ୍ଧିଲେ ବେଶ୍‌ ସୁନ୍ଦର ଦିଶିବେ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ