ଉପଯୋଗୀ ଟିପ୍‌ସ

ଘରର ଏହି ସ୍ଥାନରେ ଲଗାନ୍ତୁନି ପିତୃପୁରୁଷଙ୍କ ଫଟୋ, ମାଡ଼ି ଆସିବ ସମସ୍ୟା

ବାସ୍ତୁ ଶାସ୍ତ୍ର ଅନୁସାରେ ପିତୃପୁରୁଷଙ୍କ ଫଟୋକୁ କେବେ ବି ଘର ମଝିରେ, ବେଡରୁମରେ କିମ୍ବା କିଚେନରେ ଲଗାଇବା ଉଚିତ ନୁହେଁ। ଏପରି କରିବା ଦ୍ବାରା ପୂର୍ବପୁରୁଷଙ୍କ ଅପମାନ ହୋଇଥାଏ। ପରିବାରରେ କଳହ ଲାଗି ରହିଥାଏ ଓ ସୁଖ ସମୃଦ୍ଧିରେ ମଧ୍ୟ ସମସ୍ୟା ଆସିଥାଏ। ଘରର ମନ୍ଦିରରେ ମଧ୍ୟ ପିତୃପୁରୁଷଙ୍କ ଫଟୋ ରଖିବା ଦ୍ବାରା ଦେବଗଣ ଅସନ୍ତୁଷ୍ଟ ହୋଇଯାଆନ୍ତି। ଯିବା ଆସିବା ସମୟରେ ସବୁବେଳେ ନଜର ପଡ଼ୁଥିବା ସ୍ଥାନରେ ମଧ୍ୟ ପିତୃ ପୁରୁଷଙ୍କ ଫଟୋ ଟାଙ୍କିବା ଉଚିତ ନୁହେଁ। ଅଧିକାଂଶ ଲୋକ ଭାବପ୍ରବଣ ହୋଇ ଏପରି କରିଥାନ୍ତି। କିନ୍ତୁ ଏପରି କରିବା ଦ୍ବାରା ମନରେ ନୈରାଶ୍ୟ ଭାବ ସୃଷ୍ଟି ହୋଇଥାଏ। ଏଥିସହିତ ଦକ୍ଷିଣ ଓ ପଶ୍ଚିମ ଦିଗର କାନ୍ଥରେ ମଧ୍ୟ କେବେ ବି ପିତୃପୁରୁଷଙ୍କ ଫଟୋ ଲଗାଇବା ଉଚିତ ନୁହେଁ। ସେହିପରି ପିତୃପୁରୁଷଙ୍କ ଫଟୋ କେବେ ବି ଟାଙ୍ଗି ରଖିବା ଉଚିତ ନୁହେଁ। ଏହି ଫଟୋ ରଖିବା ଲାଗି କାଠର ଷ୍ଟାଣ୍ଡ ତିଆରି କରିବା ଉଚିତ। ଧ୍ୟାନରେ ରଖନ୍ତୁ ପୂର୍ବ ପୁରୁଷଙ୍କର ଏକାଧିକ ଫଟୋ ମଧ୍ୟ ଲଗାଇବା ଉଚିତ ନୁହେଁ। କାରଣ ଏହାଦ୍ବାରା ଘରେ ନକାରାତ୍ମକ ପ୍ରଭାବ ଅଧିକ ପଡ଼ିଥାଏ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ