ଆପଣଙ୍କୁ ଅଫ ଶୋଲ୍ଡର ଡ୍ରେସ ପିନ୍ଧିବା ପସନ୍ଦ। କିନ୍ତୁ କାନ୍ଧର ତ୍ବଚା କ୍ଲିନ ନୁହେଁ, ତେବେ ଏହି ଘରୋଇ ଉପାୟ ଆପଣାଇପାରିବେ। ଋତୁ ବଦଳିବା ସହିତ କାନ୍ଧ, ପିଠି ଓ ଛାତିରେ ବ୍ରଣ ହେବା ସାଧାରଣ କଥା। ଗରମ ଇନର ଓ ବ୍ଲାଉଜ କାରଣରୁ ମହିଳାଙ୍କ ବ୍ରେଷ୍ଟରେ ବ୍ରଣ ଓ ସମସ୍ୟା ହେବାରେ ଲାଗିଥାଏ। କାରଣ ଏହି ତ୍ବଚା ଅଧିକ ସମ୍ବେଦନଶୀଳ ଓ ତେଲିଆ ହୋଇଥାଏ। ଏପରି ସମସ୍ୟାରୁ ମୁକ୍ତି ପାଇବାର ସହଜ ରାସ୍ତା ଆପଣାନ୍ତୁ।
ବଡ଼ ହେଉ ବା ଛୋଟ, ଇନଡୋର ଗାର୍ଡେନ ଘରେ ପଜିଟିଭିଟି, ଫ୍ରେଶନେସ, ଶକ୍ତି ଓ ସମୃଦ୍ଧି ଆଣିଥାଏ। କିନ୍ତୁ ସ୍ଥାନ କମ ଥିବା କାରଣରୁ ଅନେକ ଲୋକ ଗାର୍ଡେନ କରି ନ ଥାନ୍ତି। ଖୋଲା ଓ ବଡ଼ ସ୍ଥାନରେ ଗାର୍ଡେନ କରିବା ବି ଜରୁରୀ ନୁହେଁ। ଘର ବାହାରେ, ବାଲକୋନୀ କିମ୍ବା ଛାତ ଉପରେ ମଧ୍ୟ ଏକ ଛୋଟ ଆଉଟଡୋର ଗାର୍ଡେନ କରିପାରିବେ। ଚାଲନ୍ତୁ ଜାଣିବା ଛୋଟ ଗାର୍ଡେନ କରିବାର କେତେକ ନିଆରା ଆଇଡିଆ।
ଅଧିକାଂଶ ସମୟରେ ଲୋକେ ଡରରେ ଖାଦ୍ୟ ତିଆରି କରି ନ ଥାନ୍ତି। କାରଣ ସେମାନେ ଭାବନ୍ତି ଯଦି କିଛି ଭୁଲ ହୋଇଯାଏ, ତେବେ ଖାଦ୍ୟର ସ୍ବାଦ ନଷ୍ଟ ହୋଇଯିବ। ତେଣୁ ଏଠାରେ ଏଭଳି କେତେକ ଟିପ୍ସ ଦିଆଯାଇଛି, ଯାହା ସାହାଯ୍ୟରେ କିଚେନର ଅନେକ ସମସ୍ୟା ଦୂର ହୋଇଯିବ। ରୋଷେଇ ଏକ କଳା। ଏହାକୁ ଧେର୍ଯ୍ୟର ସହ କରିବାକୁ ପଡ଼ିଥାଏ। ଯଦି ଆପଣ ନୂଆ ନୂଆ ରୋଷେଇ କରୁଛନ୍ତି, ତେବେ ଏହା ସହଜ କରିବା ପାଇଁ ଏହି ଟିପ୍ସ କାମ ଦେବ। ଏହା ଖାଦ୍ୟର ସ୍ବାଦ ମଧ୍ୟ ବଢ଼ାଇ ଦେବ।
ଫେବ୍ରୁଆରୀ ମାସ ଆରମ୍ଭ ହୋଇଯାଇଛି। ପ୍ରେମ କରୁଥିବା ଲୋକଙ୍କ ପାଇଁ ଏହି ମାସ ବହୁତ ସ୍ବତନ୍ତ୍ର। କାରଣ ଏହି ମାସରେ ଭାଲେଣ୍ଟାଇନ ଡେ’ ପଡ଼ିଥାଏ। ଯୁବପିଢ଼ି ଏହି ଦିନକୁ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି। ସାଥୀଙ୍କୁ ପ୍ରେମ ନିବେଦନ କରି ପୂରା ଦିନ ଖୁସିରେ କାଟିଥାନ୍ତି। ଅନେକ ଲୋକ ସୁନ୍ଦର ଦେଖାଯିବା ଲାଗି କିଛି ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରି ଦିଅନ୍ତି। ଯଦି ଆପଣ ମଧ୍ୟ ଭାଲେଣ୍ଟାଇନ ଡେ’ରେ କିଛି ସ୍ବତନ୍ତ୍ର ପ୍ରସ୍ତୁତି କରିବାକୁ ଚାହୁଛନ୍ତି, ତେବେ ଏଠାରେ କେତେକ ଘରୋଇ ଉପାୟ ଦିଆଯାଇଛି।
ଲୋକେ ନିଜ ସଉକ ପାଇଁ ଘରେ ପୋଷା ଜୀବଜନ୍ତୁ ରଖିଥାନ୍ତି। କିନ୍ତୁ ଏଥିପାଇଁ କେତେକ ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ। ବିଶେଷକରି କେଉଁ ଗ୍ହପାଳିତ ପଶୁପକ୍ଷୀ ରଖିବା ଦ୍ବାରା ଆର୍ଥିକ ଓ ମାନସିକ ସମସ୍ୟା ଆସି ନ ଥାଏ,ତାହା ଜାଣିବା ଜରୁରୀ। ଚାଲନ୍ତୁ ଜାଣିବା କେଉଁ ପଶୁପକ୍ଷୀ ଘରେ ରଖିବା ଶୁଭପ୍ରଦ ହୋଇଥାଏ।
ଶୀତଦିନେ ହାତ ଓ ଗୋଡ଼ ସବୁଠାରୁ ଅଧିକ ପ୍ରଭାବିତ ହୋଇଥାଏ। ଶୁଷ୍କ ପବନ ପ୍ରବାହିତ ହେବା ଫଳରେ ହାତ, ଗୋଡ଼ର ଚର୍ମ କଳା ପଡ଼ିଯାଏ ଓ ଫାଟିବାରେ ଲାଗିଥାଏ। ଚେହେରାର ତ୍ବଚାର ଯତ୍ନ ନେବା ଭଳି ହାତ ଓ ଗୋଡ଼ର ମଧ୍ୟ ଯତ୍ନ ନେବା ଉଚିତ।
ଶୀତଦିନେ ସବୁଠାରୁ ଅଧିକ ତ୍ବଚା ପ୍ରଭାବିତ ହୋଇଥାଏ। ଆଳସ୍ୟ କାରଣରୁ ଏହି ଋତୁରେ ଝିଅମାନେ ତ୍ବଚାର ନିୟମିତ ଯତ୍ନ ନେଇପାରି ନ ଥାନ୍ତି। ଏଠାରେ ଏଭଳି ହୋମମେଡ ନାଇଟ ଜେଲ ସମ୍ପର୍କରେ ସୂଚନା ଦିଆଯାଇଛି, ଯାହାକୁ ବ୍ୟବହାର କରି ତ୍ବଚା ସମସ୍ୟା ଦୂର କରିପାରିବେ।
ରୋଷେଇ କରିବା ଏକ ଭିନ୍ନ ପ୍ରକାରର କଳା। କିନ୍ତୁ ବେଳେ ବେଳେ ଦାୟିତ୍ବହୀନତା ଲାଗି ଖାଦ୍ୟର ସ୍ବାଦ ମଧ୍ୟ ଖରାପ ହୋଇଯାଇପାରେ। ଅନେକ ସମୟରେ ରୋଷେଇ କଲାବେଳେ ଲୁଣର ମାତ୍ରା ଅଧିକ ହୋଇଯାଏ। ଫଳରେ ଖାଦ୍ୟର ସ୍ବାଦ ନଷ୍ଟ ହୋଇଯାଏ। ସେହିପରି ବେଳେବେଳେ ଲଙ୍କା ଓ ମସଲା ମଧ୍ୟ ଅଧିକ ପଡ଼ିଯାଏ। ଏହା ମଧ୍ୟ ଖାଇବାଯୋଗ୍ୟ ହୋଇ ନ ଥାଏ। ଫଳରେ ଖାଦ୍ୟର ମଜା ନଷ୍ଟ ହୋଇଯାଏ। ତେବେ ଚାଲନ୍ତୁ ଜାଣିବା ଖାଦ୍ୟରୁ ଲୁଣ ଓ ମସଲା କିପରି କମ କରିପାରିବେ।
ଖାଇବାର ସ୍ବାଦ ଲୁଣ ବଢ଼ାଇଦିଏ। ଏହା ଶସ୍ତା ହୋଇଥିଲେ ମଧ୍ୟ ପ୍ରତ୍ୟେକ ସମୟରେ ଖୋଜାପଡ଼େ ଲୁଣ। ତେବେ କେବଳ ଖାଦ୍ୟରେ ନୁହେଁ, ଲୁଣର ରହିଛି ଆହୁରି ଅନେକ ବ୍ୟବହାର। ଅନ୍ୟାନ୍ୟ ଘର କାମରେ ମଧ୍ୟ ଲୁଣକୁ ବ୍ୟବହାର କରାଯାଇପାରିବ। ତେବେ ଲୁଣର ସେହି ଉପଯୋଗୀତା ସମ୍ପର୍କରେ ଚାଲନ୍ତୁ ଜାଣିବା।
ପ୍ରତ୍ୟେକ ଘରେ ମାଇକ୍ରୋୱେଭ ବ୍ୟବହାର କରାଯାଉଛି। ରୋଷେଇ କରିବା ଠାରୁ ଆରମ୍ଭ କରି ଖାଦ୍ୟ ଗରମ କରିବା ପର୍ଯ୍ୟନ୍ତ କାମକୁ ଏଥିରେ ସହଜରେ କରାଯାଇପାରେ। ଏହାକୁ ବ୍ୟବହାର କରିବା ଯେତିକି ସହଜ ସଫା କରିବା ସେତିକି ଅସୁବିଧାଜନକ। ଏଠାରେ ମାଇକ୍ରୋୱେଭ ସଫା କରିବାର କେତେକ ସହଜ ଉପାୟ ଦିଆଯାଇଛି।
ଆପଣଙ୍କର ଶପିଂ କରିବାରେ ବହୁତ ସଉକ ରହିଛି, କିନ୍ତୁ କିଣାକିଣି କରିବା ପରେ ତୁରନ୍ତ ଅନୁତାପ କରୁଛନ୍ତି କି? ଅଧିକାଂଶ ଲୋକ ଉତ୍ସାହିତ ହୋଇ ଅନେକ ଗୁଡ଼ିଏ ଶପିଂ କରି ପକାଉଛନ୍ତି ଓ ଏହା ପରେ ପରେ ବେକାର ଖର୍ଚ୍ଚ କରିବା ଯୋଗୁ ପଶ୍ଚାତାପ କରୁଛନ୍ତି। ଏଥିରୁ ବଞ୍ଚିବା ପାଇଁ ଏଠାରେ କେତେକ ଟିପ୍ସ ଦିଆଯାଇଛି। ଏହି ଟିପ୍ସ ଆପଣାଇ ଆପଣ ଶପିଂର ମଜା ନେବା ସହିତ ଟଙ୍କା ବି ବଞ୍ଚାଇ ପାରିବେ।
ସାରା ଦେଶରେ ୧୩ ଜାନୁଆରୀରେ ଲୋହଡ଼ୀ ପର୍ବ ପାଳନ ହେବାକୁ ଯାଉଛି। ଏହି ପର୍ବ ମକର ସଂକ୍ରାନ୍ତିର ପୂର୍ବଦିନ ପଡ଼ିଥାଏ। ଲୋହଡ଼ୀ ଉତ୍ତର ଭାରତର ସବୁଠାରୁ ଲୋକପ୍ରିୟ ପର୍ବ ମଧ୍ୟରେ ଅନ୍ୟତମ। ଏହା ପଞ୍ଜାବୀ ଲୋକଙ୍କ ଦ୍ବାରା ବେଶ ଧୁମଧାମରେ ପାଳନ କରାଯାଇଥାଏ। ପଞ୍ଜାବ ବ୍ୟତୀତ ଏହି ପର୍ବ ହିମାଚଳ ପ୍ରଦେଶ, ହରିୟାଣା, ପଶ୍ଚିମୀ ଉତ୍ତର ପ୍ରଦେଶ ଓ ଜମ୍ମୁ-କଶ୍ମୀରରେ ଉତ୍ସାହର ସହିତ ପାଳନ କରାଯାଏ। ପଞ୍ଜାବର ଏହି ପାରମ୍ପରିକ ପର୍ବ ଲୋହଡ଼ୀ ଫସଲ ଅମଳ ସହିତ ଜଡ଼ିତ ଏକ ବିଶେଷ ପର୍ବ। ତେବେ ଚାଲନ୍ତୁ ଜାଣିବା ଲୋହଡ଼ୀ ଅବସରରେ ଦେଶୀ ଉପାୟରେ କିପରି ଘର ସଜାଇବେ।
ଖାଦ୍ୟର ସ୍ବାଦ ବଢ଼ାଇଥାଏ ମସଲା। ସ୍ବାଦିଷ୍ଟ ଭୋଜନ ପାଇଁ ମସଲାର ଉପଯୁକ୍ତ ମାତ୍ରା ଓ ଏହାର ସୁଗନ୍ଧ ରହିବା ଜରୁରୀ। କିନ୍ତୁ ଅନେକ ସମୟରେ ମସଲା ଖରାପ ହେଉଥିବା ଦେଖାଯାଏ। ଏଥିରେ ପୋକ ମଧ୍ୟ ଲାଗିଯାଇଥାଏ। ରୋଷେଇଘରେ ଏହି ସମସ୍ୟା ହେଉଥିଲେ ମସଲା ରଖିବାବେଳେ କେତେକ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ। ବିଶେଷକରି ଶୀତ ଓ ବର୍ଷା ଋତୁରେ ମସଲାକୁ ମଏଶ୍ଚରରୁ ବଞ୍ଚାଇ ରଖିବା ଜରୁରୀ। ଚାଲନ୍ତୁ ଜାଣିବା ମସଲାକୁ ଖରାପ ହେବାରୁ କିପରି ରକ୍ଷା କରିବେ।
ତ୍ବଚା ଉପରେ କଳା ରଙ୍ଗର ଛୋଟ ଛୋଟ ଦାଗ ଅର୍ଥାତ ପିଗମେଣ୍ଟେସନ ସ୍ପଟ ଦେଖିବାକୁ ବହୁତ ଖରାପ ଦେଖାଯାଇଥାଏ। ବଜାରରେ ଡାର୍କ ସ୍ପଷ୍ଟ ବା ପିଗମେଣ୍ଟେସନ ସମସ୍ୟାରୁ ମୁକ୍ତି ପାଇବା ଲାଗି ଅନେକ ସାମଗ୍ରୀ ମିଳୁଛି। ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଏହାର ବ୍ୟବହାର କରିପାରିବେ। ଆପଣ ଚାହିଲେ ପ୍ରାକୃତିକ ଉପାୟରେ ମଧ୍ୟ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଏହାଦ୍ବାରା ପିଗମଣ୍ଟେସନ ସମସ୍ୟା ଶୀଘ୍ର ଠିକ ହୋଇଯିବ ଓ ବାରମ୍ବାର ଏହାର ସାମ୍ନା କରିବାକୁ ପଡ଼ିବ ନାହିଁ। ଚାଲନ୍ତୁ ଜାଣିବା ରୋଷେଇ ଘରେ ଥିବା ଜିନିଷରୁ କିପରି ପିଗମେଣ୍ଟେସନରୁ ମୁକ୍ତି ମିଳିପାରିବ।
ସମସ୍ତେ ନୂଆବର୍ଷକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି। ନୂଆବର୍ଷ ଜୀବନରେ ଢେର ସାରା ଖୁସି ନେଇ ଆସୁ ବୋଲି ସମସ୍ତେ ଚାହାନ୍ତି। ସମସ୍ତଙ୍କ ଜୀବନରେ ବାସ୍ତୁ ଶାସ୍ତ୍ରର ମଧ୍ୟ ଅନେକ ଗୁରୁତ୍ବ ରହିଛି। ଏଠାରେ କେତେକ ବାସ୍ତୁ ଟିପ୍ସ ଦିଆଯାଇଛି, ଯାହା ଘରେ ରଖିଲେ ସବୁବେଳେ ସୁଖ, ସମୃଦ୍ଧି ଓ ଧନର ଅଭାବ ରହିବ ନାହିଁ।
ଅଧିକ ଦେଖନ୍ତୁ