ଲାଇଫ ଷ୍ଟାଇଲ

ଜାଣନ୍ତୁ କାହିଁକି ପାଳନ କରାଯାଏ ଅନ୍ତର୍ଜାତୀୟ ଦାସତ୍ବ ପ୍ରଥା
ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସି ରହିବା ଧୂମପାନଠାରୁ

ଆଜିର ବ୍ୟସ୍ତବହୁଳ ଜୀବନରେ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ସମୟ ନାହିଁ। କୌଣସି ଖରାପ ଅଭ୍ୟାସକୁ ନ ଆପଣାଇବାକୁ ଆପଣ ସମ୍ପୂର୍ଣ୍ଣ ରୂପେ ଚେଷ୍ଟା କରୁଛନ୍ତି। ମଦ, ସିଗାରେଟ୍‌ ଭଳି ନିଶାଠାରୁ ଦୂରେଇ ରହୁଥିଲେ ମଧ୍ୟ ଦିନଚର୍ଯ୍ୟାରେ ଏମିତି କିଛି କାମ କରୁଛନ୍ତି ଯାହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଠିକ୍‌ ନୁହେଁ। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଯଦି ଆପଣ ଗୋଟିଏ ସ୍ଥାନରେ ଦୀର୍ଘ ସମୟ ଧରି ବସି ରହୁଛନ୍ତି ତାହା ଧୂମପାନଠାରୁ ଅଧିକ ବିପଦପୂର୍ଣ୍ଣ। ଆପଣ କାର୍ଯ୍ୟାଳୟରେ ଘଣ୍ଟା ଘଣ୍ଟା କମ୍ପ୍ୟୁଟର ସମ୍ମୁଖରେ କାମ କରୁଛନ୍ତି। କାହାରିକୁ ଅପେକ୍ଷା କରି, ଗପସପ କରି ଗୋଟିଏ ସ୍ଥାନରେ ଘଣ୍ଟା ଘଣ୍ଟା ବସିଯାଉ। ତେବେ ଏହା ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ବୋଲି ଗବେଷଣାରୁ ଜଣାପଡ଼ିଛି।

ଘଣ୍ଟାକେ ୯୦ କୋଟି କମାଉଥିବା ମୁକେଶଙ୍କ ଦିନଚର୍ଯ୍ୟା

ଭାରତର ବିତ୍ତଶାଳୀ ଶିଳ୍ପପତି ମୁକେଶ ଅମ୍ବାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଭାବେ ବେଶ ଜଣାଶୁଣା। ଏଥିସହ ସେ ବିଶ୍ବର ଶ୍ରେଷ୍ଠ ୫ ଧନୀ ବ୍ୟକ୍ତି ତାଲିକାରେ ମଧ୍ୟ ସ୍ଥାନ ପାଇଛନ୍ତି। ଏଣୁ ଅମ୍ବାନୀଙ୍କ ପରିବାର ରାଜକୀୟ ଢଙ୍ଗରେ ଜୀବନଯାପନ କରିବା ସ୍ବାଭାବିକ କଥା। ମିଳିଥିବା ସୂଚନା ଅନୁଯାୟୀ ମୁକେଶ ଅମ୍ବାନୀ ପ୍ରତ୍ୟେକ ଘଣ୍ଟାରେ ୯୦ କୋଟି ଟଙ୍କା ଆୟ କରୁଛନ୍ତି। ଅର୍ଥାତ ପ୍ରତ୍ୟେକ ମିନିଟରେ ପାଖାପାଖି ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି। ମୁକେଶ ତାଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ସହ ସପରିବାର ମୁମ୍ବାଇ ସ୍ଥିତ ୨୭ ମହଲା ବିଶିଷ୍ଟ ଅଟ୍ଟାଳିକା ଆଣ୍ଟେଲିଆରେ ରହନ୍ତି। ଚାଲନ୍ତୁ ଜାଣିବା ମୁକେଶ ଅମ୍ବାନୀଙ୍କ ପ୍ରତିଦିନ ରୁଟିନ ସମ୍ପର୍କରେ, ଯାହା ସେ ଅନେକ ଥର ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

୨୦୫୦ ସୁଦ୍ଧା ଦୁନିଆର ଅଧାଲୋକ ହେବେ ମୋଟାପଣର

ବର୍ତ୍ତମାନ ସମୟରେ ମୋଟାପଣ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଅସ୍ବାସ୍ଥ୍ୟକର ଖାଦ୍ୟ ତଥା ଫାଷ୍ଟଫୁଡ ସେବନ କରିବା ଦ୍ବାରା ଲୋକେ ମୋଟାପଣର ଶିକାର ହେଉଛନ୍ତି ବୋଲି ଏକ ଗବେଷଣାର ଫଳାଫଳ ଚକିତ କରିଦେଇଛି। ଏହି ଗବେଷଣା ଅନୁସାରେ ବର୍ଷ ୨୦୫୦ ସୁଦ୍ଧା ବିଶ୍ବର ପାଖାପାଖି ଅଧା ଲୋକ ଅର୍ଥାତ ୪ ବିଲିଅନରୁ ଅଧିକ ଲୋକ ଓଭରୱେଟ ବା ମୋଟାପଣର ଶିକାର ହୋଇପାରନ୍ତି। ଏମାନଙ୍କ ମଧ୍ୟରେ ୧.୫ ବିଲିଅନ ଲୋକଙ୍କୁ ଓବେସିଟିର ବା ମେଦବହୁଳତାର ଶିକାର ହେବା କାରଣରୁ ସ୍ବାସ୍ଥ୍ୟ ସହିତ ଜଡ଼ିତ ସମସ୍ୟାର ସାମ୍ନା କରିବାକୁ ପଡ଼ିବ। ସେହିପରି ୫୦୦ ମିଲିଅନ ଲୋକ ସମ୍ଭାବ୍ୟ କମ ଓଜନ (ଅଣ୍ଡରୱେଟ) ଓ ଭୋକିଲାପଣର ଶିକାର ହୋଇଯିବେ। ପୋଟସଡ୍ୟାମ ଇନଷ୍ଟିଚ୍ୟୁଟ ଫର କ୍ଲାଇମେଟ ଇମ୍ପାକ୍ଟ ରିସର୍ଚ୍ଚରେ କୁହାଯାଇଛି ଯେ ଯଦି ଲୋକେ ନିଜର ଖାଦ୍ୟପେୟରେ ପରିବର୍ତ୍ତନ ନ କରୁଛନ୍ତି, ତେବେ ୩୦ ବର୍ଷ ପରେ ଲୋକଙ୍କୁ ମିଳିବାକୁ ଥିବା ନ୍ୟୁଟ୍ରିସନ ଗ୍ୟାପ ବଢ଼ିଯିବ। ଏହି ଗବେଷଣାରେ ବୈଜ୍ଞାନିକମାନେ ଆହୁରି ମଧ୍ୟ ଜାଣିବାକୁ ଚାହିଥିଲେ ଯେ ଆଗାମୀ ସମୟରେ ଲୋକଙ୍କୁ ମିଳିବାକୁ ଥିବା ନ୍ୟୁଟ୍ରିସନ ସ୍ତରରେ କେତେ ପରିବର୍ତ୍ତନ ଅଣାଯାଇ ପାରିବ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ