କୋକୋରେ ପ୍ରସ୍ତୁତ ହେଉଥିବା ଚକୋଲେଟ୍କୁ ଦକ୍ଷିଣ ଆମେରିକାର ମୂଳ ବାସିନ୍ଦାମାନେ ଭଗବାନଙ୍କ ଖାଦ୍ୟ ବା ଫୁଡ୍ ଅଫ୍ ଦ ଗଡ୍ ଭାବେ ଗ୍ରହଣ କରିଆସୁଛନ୍ତି। ଏହାର ଗୁଣ ଓ ସ୍ବାଦ ପାଇଁ ୧୦୦ ବର୍ଷ ପୂର୍ବରୁ ଏହାକୁ ଲୋକପ୍ରିୟ ହୋଇ ରହିଛି। ଯଦି ଆପଣ ମଧ୍ୟ ଚକୋଲେଟ୍ ଖାଇାବାକୁ ପସନ୍ଦ କରନ୍ତି, ତେବେ ନିହାତି ଭାବେ ଅନୁଭବ କରିଥିବେ ଏହା କିପରି ଭାବେ ମୁଡ୍ ବଦଳାଇବାରେ ସହାୟତା କରିଥାଏ। ତେବେ ଚକୋଲେଟ୍ ଖାଇବାରେ ରହିଛି ଅନେକ ଲାଭ।
ପ୍ରାୟ ସମସ୍ତେ ଦିନର ଆରମ୍ଭ ଚା’ରୁ କରିଥାନ୍ତି। କିଏ ଅଦାବାଲା ଚା’ ପିଅନ୍ତି ତ ଆଉ କିଏ ଗ୍ରୀନ୍ ଟି। କାହାକୁ ବ୍ଲାକ୍ ଟି ପସନ୍ଦ ତ ଆଉ କାହାକୁ ଲେମନ ଟି। ତେବେ ଆପଣ କେବେ ଦିନର ଆରମ୍ଭ ଲବଙ୍ଗ ଚା’ ସହ କରିଛନ୍ତି କି? ଯଦି ଆପଣ ଚା’ ପିଇବାକୁ ପସନ୍ଦ କରନ୍ତି, ତେବେ ଥରଟିଏ ଲବଙ୍ଗଯୁକ୍ତ ଚା’ ପିଅନ୍ତୁ। ଲବଙ୍ଗ ପଡ଼ିଥିବା ଚା’ ସ୍ବାସ୍ଥ୍ୟ ପ୍ରତି ବେଶ ଉପକାରୀ। ସରଳ ଭାଷାରେ କହିବାକୁ ଗଲେ ଏହା ଏକ ଔଷଧ ଭଳି କାମ କରେ।
ବ୍ୟସ୍ତ ବହୁଳ ଜୀବନରେ ଆରାମରେ ଟିକିଏ ଶୋଇବା ପାଇଁ ସମସ୍ତେ ଚାହାନ୍ତି। ମାତ୍ର ଅନେକ ସମୟରେ ଶୋଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ଶାନ୍ତିରେ ଶୋଇ ହୋଇ ନ ଥାଏ। ତେବେ ଏମିତି କିଛି ଜିନିଷ ଅଛି, ଯାହାକୁ ଶୋଇବା ସମୟରେ ନିଜଠାରୁ ଦୂରେଇ ରଖିବା ଉଚିତ। ବାସ୍ତୁଦୋଷରୁ ମଧ୍ୟ ଆରାମରେ ନିଦ ହୋଇ ନ ଥାଏ ବୋଲି କୁହାଯାଏ। ତେବେ ଚାଲନ୍ତୁ ଜାଣିବା ବାସ୍ତୁ ଅନୁଯାୟୀ କେଉଁ କେଉଁ ଜିନିଷକୁ ଶୋଇବା ସମୟରେ ନିଜ ପାଖରେ ରଖିବା ଉଚିତ ନୁହେଁ।
ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି ରହି ଟିଭି ଦେଖୁଛନ୍ତି କି? ଦେବେ ସାବଧାନ ହୋଇଯାନ୍ତୁ। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି ରହି ଟିଭି ଦେଖିବା ଶରୀର ପାଇଁ କ୍ଷତିକାରଣ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ଏଭଳି ଅଭ୍ୟାସ ଦ୍ବାରା ଚଲାବୁଲାରେ ସମସ୍ୟା ମଧ୍ୟ ହୋଇପାରେ।
ଅଧିକ ଚର୍ବି ଜାତୀୟ ଖାଦ୍ୟ ଖାଇବା ଦ୍ବାରା ମୃତ୍ୟୁ ଆଶଙ୍କା ବଢ଼ିଯାଏ ବୋଲି ସମସ୍ତଙ୍କର ଧାରଣା ରହିଛି। ମାତ୍ର ନିକଟରେ ହୋଇଥିବା ଏକ ସର୍ଭେରୁ ଏହାର ଓଲଟା ଫଳାଫଳ ମିଳିଛି। ଏହି ସର୍ଭେ ରିପୋର୍ଟ ଅନୁସାରେ ଚର୍ବି ଜାତୀୟ ଖାଦ୍ୟ କମ୍ ଖାଇଲେ ହୁଏତ ଏହା ମୃତ୍ୟୁର କାରଣ ପାଲଟିପାରେ।
ସକାଳୁ ସକାଳୁ ଅଫିସ୍ ଯିବା ପାଇଁ ତରତର ହୋଇ ଆମେ କିଛି ବି ଖାଇ ଦେଇଥାଉ। ତେବେ ଆପଣଙ୍କ ଏହି ଖରାପ ଅଭ୍ୟାସ ସ୍ବାସ୍ଥ୍ୟ ଉପରେ ଭାରି ପଡ଼ିପାରେ। ବିଶେଷଜ୍ଞମାନେ କେତେକ ଖାଦ୍ୟ ଖାଲିପେଟରେ ଖାଇବାକୁ ମନା କରନ୍ତି। ଚାଲନ୍ତୁ ଜାଣିବା ଏମିତି କେତେକ ଖାଦ୍ୟ ସମ୍ପର୍କରେ, ଯାହାକୁ ଖାଲି ପେଟରେ ଖାଇବା ଆଦୌ ଉଚିତ ନୁହେଁ।
କଫି ପିଇବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଦୈନିକ ୪ କପ୍ କଫି ପିଇଲେ ହୃଦ୍ରୋଗ ଆଶଙ୍କା କମ୍ ହୋଇଯାଏ। ୪ କପ୍ କଫି ପିଇବା ଦ୍ବାରା ହୃଦ୍ରୋଗ ଜନିତ ମୃତ୍ୟୁସଂଖ୍ୟା ପାଖାପାଖି ଦୁଇ ତୃତୀୟାଂଶ କମିଯିବ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି। ୨୦,୦୦୦ ଜଣଙ୍କୁ ନେଇ ଗବେଷକମାନେ ଏହି ଗବେଷଣା କରିଥିଲେ।
ନିଜ ଦୈନନ୍ଦିନ ଜୀବନରେ ଏମିତି କିଛି ଖାଦ୍ୟକୁ ଯୋଡ଼ନ୍ତୁ, ଯାହା ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ଶରୀର ପାଇଁ ପ୍ରୋଟିନ୍ର ବିଶେଷ ଆବଶ୍ୟକତା ରହିଛି । ପ୍ରୋଟିନ୍ର ଅଭାବ ଦୂର କରିବା ଲାଗି ଆପଣ ନିୟମିତ ସକାଳୁ ଭିଜା ଚଣା ଖାଇପାରିବେ। ଏହାଦ୍ବାରା ଶରୀର ସୁସ୍ଥ ରହିବା ସହ କୋଷ୍ଠକାଠିନ୍ୟ ଏବଂ ମଧୁମେହ ଭଳି ରୋଗ ହେବାର ସମ୍ଭାବନା ମଧ୍ୟ କମ୍ ହୋଇଯିବ। ଚାଲନ୍ତୁ ଜାଣିବା ପ୍ରତ୍ୟେକ ଦିନ ସକାଳୁ ଭିଜା ହୋଇଥିବା ଚଣା ଖାଇବା ଦ୍ବାରା କ’ଣ ଲାଭ ମିଳିଥାଏ।
ଖାଦ୍ୟ ଓ ବ୍ୟାୟାମ ପରସ୍ପର ପରିପୂରକ। ଆପଣ ଯାହା କିଛି ଖାଆନ୍ତୁ ନା କାହିଁକି, ଏହାର ସିଧାସଳଖ ପ୍ରଭାବ ବ୍ୟାୟାମ ଏବଂ ଏହାର ଫଳାଫଳ ଉପରେ ପଡ଼ିଥାଏ। ଚାଲନ୍ତୁ ଜାଣିବା ଏମିତି କିଛି ଖାଦ୍ୟ ସମ୍ପର୍କରେ ଯାହାକୁ ବ୍ୟାୟାମ ସମୟରେ ଖାଇବା ଉଚିତ।
ଖାଇ ସାରିବା ପରେ ଅଳ୍ପ ସମୟ ଚଲାବୁଲା କରିବା ସ୍ବାସ୍ଥ୍ୟ ପକ୍ଷେ ହିତକର। ମାତ୍ର କେତେକ ବ୍ୟକ୍ତି ଏଭଳି କିଛି ଭୁଲ୍ କରନ୍ତି, ଯାହା ଶରୀର ପାଇଁ ଅଧିକ ମାତ୍ରାରେ କ୍ଷତିକାରକ ହେବା ସହ ଶରୀରକୁ ପୋଷକ ତତ୍ତ୍ବ ମଧ୍ୟ ମିଳି ନ ଥାଏ। ଏହାଫଳରେ ଅନେକ ପ୍ରକାର ରୋଗ ମଧ୍ୟ ସୃଷ୍ଟି ହୁଏ। ଚାଲନ୍ତୁ ଜାଣିବା ଖାଇବା ପରେ ପରେ କେଉଁ ସବୁ କାମ କରିବା ଉଚିତ ନୁହେଁ। ସିଗାରେଟ ଟାଣିବା
ଗାର୍ଡେନିଂ କରିବା ସହଜ କଥା ନୁହେଁ। ବଗିଚା କରିବା ଦ୍ବାରା କେବଳ ଆପଣଙ୍କ ଅଗଣା ସୁଗନ୍ଧରେ ଭରିଯାଏନି, ଏହାଆପଣଙ୍କ ଶରୀରକୁ ମଧ୍ୟ ସୁସ୍ଥ ରଖେ। ବଗିଚାର ଧ୍ୟାନ ଭଲ ଭାବେ ରଖିବା ଉଚିତ। ଖରାରେ ଗଛ ଝାଉଁଳି ଯାଉଥିଲେ ଏହାର ଅତିରିକ୍ତ ଧ୍ୟାନ ରଖିବାକୁ ପଡ଼ିବ। ଗାର୍ଡେନିଂ କରିବାବେଳେ ନିଶ୍ଚିତ ଭାବେ କେତୋଟି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ।
ସୁସ୍ଥ ଶରୀର ପାଇଁ ଆପଣ ମାତ୍ରାଧିକ ବ୍ୟାୟାମ କରୁଛନ୍ତି କି? ତେବେ ବୁଝି ନିଅନ୍ତୁ କୌଣସି ବି ଜିନିଷ ଅଧିକ ଠିକ୍ ନୁହେଁ। ଅଧିକ ବ୍ୟାୟାମ କରିବା ମଧ୍ୟ ପୁରୁଷଙ୍କ ଉପରେ ଭାରି ପଡ଼ିପାରେ। ଏଥିସହିତ ଯଦି ଆପଣ ଷ୍ଟେରଏଡ ନେଉଛନ୍ତି, ତା’ ହେଲେ ତ ଏହା ଆପଣଙ୍କୁ ବନ୍ଧ୍ୟା କରିପାରେ। ଇନ୍ ଭିଟ୍ରୋ ଫର୍ଟିଲାଇଜେସନ (ଆଇଭିଏଫ୍) ବିଶେଷଜ୍ଞଙ୍କ କହିବାନୁସାରେ ଅଧିକ ସମୟ ଧରି କଠିନ ବ୍ୟାୟାମ କରିବା ଦ୍ବାରା ଶୁକ୍ରାଣୁ ସଂଖ୍ୟା କମିଯାଏ। ଯାହାଫଳରେ ପୁରୁଷଙ୍କ ପିଲା ଜନ୍ମ କରିବା କ୍ଷମତା କମ୍ ହୋଇଯାଏ।
ଆପଣ ରାତିରେ ଭରପୂର ନିଦ୍ରା ଯାଉଛନ୍ତି କି? ଯଦି ଏପରି ହେଉନି, ତେବେ ସାବଧାନ ହୋଇଯାଆନ୍ତୁ। କାରଣ ରାତିରେ ଠିକ୍ ଭାବେ ନ ଶୋଇଲେ ଓଜନ ବୃଦ୍ଧି ସହିତ ମଧୁମେହ ହେବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇଥାଏ। ଏକ ନୂଆ ଗବେଷଣା ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି। ଗବେଷଣା ରିପୋର୍ଟରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ରାତିରେ ୬ ଘଣ୍ଟା ଶୋଉଛନ୍ତି ସେମାନଙ୍କ ଅଣ୍ଟାର ମାପ, ରାତିରେ ୯ ଘଣ୍ଟା ଶୋଉଥିବା ବ୍ୟକ୍ତିଙ୍କ ଅଣ୍ଟାର ମାପଠାରୁ ୩ ସେମି ଅଧିକ। କମ୍ ସମୟ ଶୋଉଥିବା ଲୋକଙ୍କ ପାଖରେ ମୋଟାପଣ ବୃଦ୍ଧିର ସମ୍ଭାବନା ଅଧିକ ରହିଥାଏ ବୋଲି ଗବେଷଣାରୁ ଜଣାପଡ଼ୁଛି।
ଆଜି କାଲି ସମସ୍ତଙ୍କ ଜୀବନଶୈଳୀ ଏତେ ବ୍ୟସ୍ତ ହୋଇଗଲାଣି ଯେ କାହାରି ବି ନିଜ ଶରୀର ପ୍ରତି ଧ୍ୟାନ ରହୁନାହିଁ। କାମ ଏବଂ ଦାୟିତ୍ବ ଏତେ ବଢ଼ି ଗଲାଣି ଯେ ସ୍ବାସ୍ଥ୍ୟ ସହିତ ଜଡ଼ିତ ଛୋଟ ଛୋଟ ସମସ୍ୟା ଲାଗି ରହିବା ସାଧାରଣ କଥାରେ ପରିଣତ ହୋଇଛି। ସାଧାରଣତଃ ମୁଣ୍ଡବିନ୍ଧା, ନିଦ ନ ହେବା, ମାଇଗ୍ରେନ, ଥଣ୍ଡା ଭଳି ସମସ୍ୟା ପ୍ରାୟ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି। ଏହି ସବୁ ସମସ୍ୟାରୁ ଆରାମ ପାଇବା ଲାଗି ସବୁବେଳେ ଔଷଧ ଖାଇବା କିମ୍ବା ଡାକ୍ତରଖାନା ଯିବା ସମ୍ଭବ ନୁହେଁ। ତେବେ ଶରୀର ସୁସ୍ଥ ନ ରହିଲେ କୌଣସି କାମ କରିବା ସହଜ ନୁହେଁ। ଏଠାରେ ଏଭଳି କିଛି ଟିପ୍ସ ଦିଆଯାଇଛି, ଯାହା ଆପଣଙ୍କ ପାଇଁ ଦରକାରୀ ହୋଇପାରେ।
ଜଣେ ଯେତେ ବି ଦେଖିବାକୁ ସୁନ୍ଦର ହୋଇଥାଉ ନା କାହିଁକି ପେଟ ବାହାରକୁ ବାହାରିଗଲେ ସବୁ ସୌନ୍ଦର୍ଯ୍ୟ ଫିକା ପଡ଼ିଯାଏ। ମାତ୍ର ଏହି ସୁନ୍ଦର ପେଟ ପାଇବା ଏତେ ସହଜ ନୁହେଁ। ଏଥିପାଇଁ ନିଜ ଜୀବନଶୈଳୀରେ କିଛିଟା ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରିବା ନିହାତି ଦରକାର। ସମସ୍ତେ ପେଟ ଭିତରକୁ ରହିବା ଚାହାନ୍ତି, ମୋଟାପଣରୁ ମୁକ୍ତି ଚାହାନ୍ତି। ଯାହାଫଳରେ ଫିଟ୍ ଏବଂ ଆକର୍ଷକ ଦେଖାଯିବେ। ବିଶେଷ କରି ପେଟରେ ଜମିଥିବା ଚର୍ବିକୁ କମ କରିବା କାଠିକର ପାଠ ହୋଇଥାଏ। ଏଥିପାଇଁ ବହୁତ ସମୟ ଲାଗେ। ମାତ୍ର ହାର୍ ମାନିଯିବା ଠିକ୍ ନୁହେଁ।
ଅଧିକ ଦେଖନ୍ତୁ