ଲାଇଫ ଷ୍ଟାଇଲ

ଜାଣନ୍ତୁ ଦୁଃଖର କାରଣ, ଜୀବନ ହୋଇଯିବ ସହଜ ଓ ସୁନ୍ଦର

ଯଦି ଆମେ ଆମର ଦୁଃଖର କାରଣ ଜାଣିବାରେ ସକ୍ଷମ ହୋଇଯିବା, ତେବେ ଦୁଃଖ ଦୁର କରିବା ଆମ ପାଇଁ ବହୁତ ସହଜ ହୋଇଯିବ। ଏହା ପରେ ଜୀବନରେ ପରମ ଶାନ୍ତି ମିଳିବା ସହ ଆମ ଚତୁଃପାର୍ଶ୍ବରେ ଖୁସିର ଫୁଲ ଫୁଟିବାରେ ଲାଗିବ। ଅନେକ ସମୟରେ ଦେଖାଯାଏ ମନ ଉଦାସ ହୋଇଯାଏ। ମାତ୍ର ଏହାର ଅସଲ କାରଣ ବୁଝି ହୁଏ ନାହିଁ। ସାଧାରଣତଃ ଆମେ ଆଖପାଖର ଲୋକ, ପରିସ୍ଥିତି ଓ ଘଟଣା ପାଇଁ ଅଧିକ ଚିନ୍ତାରେ ପଡ଼ିଥାଉ। ସମସ୍ତଙ୍କୁ ଲାଗେ ସେମାନେ ନିଜର ନିକଟତର ଲୋକଙ୍କୁ ବହୁତ ଭଲ ପାନ୍ତି। ତାହାଲେ ଆମ ଜୀବନରେ ଏତେ ଅଶାନ୍ତି କାହିଁକି? ଯାହାକୁ ଆମେ ପ୍ରେମ ବୋଲି ଭାବୁ, ବାସ୍ତବିକ ହୁଏତ ତାହା ପ୍ରେମର ବିକୃତ ସ୍ବରୂପ ହୋଇପାରେ। ଫଳରେ ଏହା ମାଧ୍ୟମରେ ପ୍ରେମ ସହ ଈର୍ଷା, ଘୃଣା, ଲୋଭ, ଡର, ଚିନ୍ତା ଓ ଅବସାଦ ମଧ୍ୟ ସାମ୍ନାକୁ ଆସିଥାଏ। ତେବେ ଆସନ୍ତୁ ଏସବୁରୁ ଊର୍ଦ୍ଧ୍ବକୁ ଉଠି ଆମେ ନିଜର ମନୋବଳକୁ ସୁଦୃଢ଼ କରିବା ସହ ଅନ୍ତରାତ୍ମାକୁ ଶାନ୍ତି ପ୍ରଦାନ ପାଇଁ ଚେଷ୍ଟା କରିବା। ପ୍ରତିକୂଳ ପରିସ୍ଥିତିରେ ବି ଦୃଢ଼ମନା ରହିବା ସହ ନିଜ ମନ ଉପରେ କିଭଳି ନିୟନ୍ତ୍ରଣ ପାଇପାରିବା ସେ ସମ୍ପର୍କରେ ଆସନ୍ତୁ ଜାଣିବା।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ