ଲାଇଫ ଷ୍ଟାଇଲ

ବଢ଼ୁଛି ସାଇକେଲ୍‌ ଚାହିଦା: ୱାକିଂ ଅପେକ୍ଷା ଅଧିକ ଲାଭଦାୟକ

ଆଗରୁ ଘର ଅଗଣା କିମ୍ବା କବାଟ ପାଖରେ ଶୋଭା ପାଉଥିଲା ସାଇକେଲ୍‌। ଏହାର ଆବଶ୍ୟକତା ଅଧିକାଂଶ ସମୟରେ ପଡ଼ିଥାଏ। ଏବେ ବି ଗ୍ରାମାଞ୍ଚଳରେ ସାଇକେଲ୍‌ର ଆବଶ୍ୟକତା କମ୍ ହୋଇନାହିଁ। କିନ୍ତୁ ଏବେ ସହରୀ ଜୀବନଶୈଳୀରେ ଫିଟ୍‌ନେସ୍‌ ପ୍ରତି ସଚେତନ ଯୁବପିଢ଼ିଙ୍କ ସହିତ ସବୁ ବୟସର ଲୋକେ ଏବେ ସାଇକେଲ ବ୍ୟବହାର କରିବାରେ ଲାଗିଛନ୍ତି। ସାଇକେଲ୍‌ ନିର୍ମାଣ କରୁଥିବା କମ୍ପାନୀ ଏବେ ଏହାର ଭରପୂର ଫାଇଦା ଉଠାଇବାରେ ଲାଗିଛନ୍ତି। ଆଗରୁ ସାଦାସିଧା ଦେଖାଯାଉଥିବା ସାଇକେଲ ଏବେ ଅଲ୍‌ଟ୍ରା ମଡର୍ଣ୍ଣ ରୂପରେ ମାର୍କେଟ୍‌ରେ ଉପଲବ୍ଧ ହେଉଛି। ସାଇକେଲ ସ୍ବାସ୍ଥ୍ୟ ପାଇଁ ଏକ ସ୍ମାର୍ଟ ଚୟନ ଅଟେ। ଯିଏ ଏହା ଚୟନ କରିଛି, ତାଙ୍କୁ ଏହାର ଅସଲ ମୂଲ୍ୟ ଜଣାଅଛି। ତେଣୁ ପ୍ରତ୍ୟେକ ବର୍ଷ ଜୁନ୍‌ ୩କୁ ବିଶ୍ବ ବାଇସାଇକେଲ ଡେ’ ଭାବେ ପାଳନ କରାଯାଉଛି। ସାଇକେଲ ବ୍ୟବହାର କରିବା ସହଜ, ଶସ୍ତା ଓ ଭରସାଯୋଗ୍ୟ, ଓ ପ୍ରଦୂଷଣମୁକ୍ତ ପରିବେଶ ଅନୁକୂଳ ଅଟେ।

ତେଲ ଛଣା ଖାଦ୍ୟଠାରୁ ଦୂରେଇ ରହନ୍ତି ଐଶ୍ବର୍ଯ୍ୟା

ବଲିଉଡ୍‌ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାଏ ବଚ୍ଚନ ନିଜ ସୌନ୍ଦର୍ଯ୍ୟ ପାଇଁ ସାରା ବିଶ୍ବରେ ଜଣାଶୁଣା। ୪୫ ବର୍ଷ ବୟସରେ ମଧ୍ୟ ଐଶ୍ ୩୦-୩୨ ବର୍ଷର ଭଳି ଦେଖାଯାଉଛନ୍ତି। ପରଫେକ୍ଟ ଫିଗର ଓ ଗ୍ଲୋଇଙ୍ଗ ତ୍ବଚା ଦେଖି କେହି ବି କହିବେନି ସେ ଗୋଟିଏ ଝିଅର ମା’ ବୋଲି। ତ୍ବଚାର ସୌନ୍ଦର୍ଯ୍ୟ ଅକ୍ଷୂଣ୍ଣ ରଖିବା ଲାଗି ଐଶ୍‌ ନିଜ ଡାଏଟ୍‌ ଉପରେ ପୂରା ଧ୍ୟାନ ଦିଅନ୍ତି ଓ ସ୍କିନ୍‌ କେୟାର ରୁଟିନ୍‌ ଅନୁସରଣ କରନ୍ତି। ଏକ ସାକ୍ଷାତକାରରେ ଐଶ୍ କହିଥିଲେ ଯେ ସେ ତାଙ୍କ ତ୍ବଚାକୁ ସୁସ୍ଥ ରଖିବା ଲାଗି ସ୍ବାସ୍ଥ୍ୟକର ଲାଇଫ୍‌ଷ୍ଟାଇଲ୍‌ ଅନୁସରଣ କରନ୍ତି। ତେଣୁ ଅଧିକ ତେଲଛଣା ଖାଦ୍ୟଠାରୁ ସେ ଦୂରେଇ ରହନ୍ତି। ଏଥିସହିତ ସେ ଜଙ୍କଫୁଡ୍‌, ପ୍ୟାକ୍‌ଡ ଫୁଡ୍‌ ମଧ୍ୟ ଖାଇ ନ ଥାନ୍ତି। ଯଥାସମ୍ଭବ ଘରେ ତିଆରି ଖାଦ୍ୟ ଖାଇବାକୁ ଐଶ୍ବର୍ଯ୍ୟା ଚେଷ୍ଟା କରନ୍ତି।

ବଢ଼ୁଛି ର’ ପାର୍ଟି ଟ୍ରେଣ୍ଡ, ପରଷା ଯାଉଛି କଞ୍ଚା ଖାଦ୍ୟ


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ