ଲାଇଫ ଷ୍ଟାଇଲ

ପୁରୁଷଙ୍କୁ ନପୁଂସକ କରିପାରେ ଏସବୁ
ଲକ୍ଷେ ରୋଗ ପାଇଁ ଔଷଧ ୨
ଟଙ୍କା ଦେଇ ଆଲିଙ୍ଗନ ନେବା ଟ୍ରେଣ୍ଡ ବଢ଼ୁଛି

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଓରଫ ସଞ୍ଜୁ ବାବା ମୁନ୍ନା ଭାଇ ଏମ୍‌ବିବିଏସ୍‌ ସିନେମାରେ ଯାଦୁ କୀ ଝପ୍ପି ବା ଆଲିଙ୍ଗନ ବଳରେ ଅନେକ କଷ୍ଟସାଧ୍ୟ କାମକୁ ସହଜ କରିଦେଉଥିବା ଦେଖିବାକୁ ମିଳିଥିଲା। ଏଥିରେ ଦେଖିବାକୁ ମିଳିଥିଲା କିଭଳି ଭାବେ ଆଲିଙ୍ଗନ କରି ସଞ୍ଜୁ ବାବା ସବୁକିଛି ଠିକ୍‌ କରି ଦେଉଥିଲେ। ଆମ ଦେଶରେ ଏହି ଆଲିଙ୍ଗନ କେବଳ ଫିଲ୍ମ ପର୍ଯ୍ୟନ୍ତ ସୀମିତ ରହିଥିବାବେଳେ ବିଦେଶରେ ଏହା ଏକ ରୋଜଗାରର ମାଧ୍ୟମ ମଧ୍ୟ ପାଲଟିବାରେ ଲାଗିଛି। ଏହାଦ୍ବାରା କେବଳ ରୋଜଗାର କରାଯାଉ ନାହିଁ ଯେଉଁ ବ୍ୟକ୍ତିମାନେ ଅବସାଦ ଏବଂ ଏକୁଟିଆପଣର ଶିକାର ସେମାନଙ୍କୁ ମଧ୍ୟ ବହୁତ ଫାଇଦା ମିଳୁଛି। ଗତ କିଛି ବର୍ଷ ଧରି ଆମେରିକାରେ ପ୍ରଫେସନାଲ କଡଲିଂ ଭାବେ ଏକ କ୍ୟାରିଅର ସାମ୍ନାକୁ ଆସିଛି। ଏହାକୁ ପେସା ଭାବେ ଗ୍ରହଣ କରିଥିବା ଲୋକେ ଘଣ୍ଟା ହିସାବରେ ସେବା ଯୋଗାଇ ଦେଉଛନ୍ତି।

ସହଜରେ ପେଟରୁ ଚର୍ବି ହଟାଇବାର ଉପାୟ

କେତେକ ଲୋକ ଶାରୀରିକ ଗଠନ ଦୃଷ୍ଟିରୁ ସ୍ଲିମ୍‌ ଥିଲେ ମଧ୍ୟ ପେଟରେ ଅତିରିକ୍ତ ଚର୍ବି ଯୋଗୁଁ ଚିନ୍ତାରେ ରହିଥାନ୍ତି। ପେଟରେ ଚର୍ବି ଜମିଲେ ଏହା କେବଳ ଲୁକ୍‌ ନୁହେଁ ସ୍ବାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ। ପେଟରେ ଚର୍ବି ଜମିବାର ମୁଖ୍ୟ କାରଣ ୯ରୁ ୫ ଡେସ୍କରେ ବସି କାମ କରିବା ଏବଂ ଶାରୀରିକ ବ୍ୟାୟାମ ନ କରିବା ଭଳି କାମ ପାଇଁ ହୋଇଥାଏ। ବ୍ୟସ୍ତବହୁଳ ଜୀବନରେ ଲୋକେ ଜିମ୍‌ ଯିବାକୁ ମଧ୍ୟ ସମୟ ପାଉ ନାହାନ୍ତି। ଏଭଳି ଏକ ବଡ଼ ସମସ୍ୟାରୁ ମୁକ୍ତି ପାଇବା ଲାଗି ଆପଣଙ୍କୁ ବହୁତ କିଛି କରିବାକୁ ପଡ଼ିବ ନାହିଁ। କେବଳ ଜୀବନଶୈଳୀ ଏବଂ ଖାଦ୍ୟପେୟରେ କେତେକ ପରିବର୍ତ୍ତନ କରିବାକୁ ପଡ଼ିବ। କେତେକ ଗବେଷଣାରୁ ଜଣାପଡ଼ିଛି ଯେ ଉତ୍ତମ ଚର୍ବି, ସ୍ବାସ୍ଥକର ପ୍ରୋଟିନ୍‌ ଏବଂ ସ୍ବାସ୍ଥକର କାର୍ବୋହାଇଡ୍ରେଟ୍‌ ଖାଇବା ଦ୍ବାରା ମଧ୍ୟ ପେଟରୁ ଚର୍ବି କମ୍‌ ହୋଇଥାଏ। ତନ୍ତୁଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ମଧ୍ୟ ପେଟରୁ ଚର୍ବି କମ୍‌ ହୋଇଥାଏ। ଏଠାରେ ଏମିତି କିଛି ଉପାୟ ଦିଆଯାଇଛି ଯାହାକୁ ଅନୁସରଣ କରନ୍ତୁ। ଦେଖିବେ ପେଟରୁ ଚର୍ବି କମିଯିବ।

ପେଟ ସଫା ରଖିବା ଲାଗି ଖାଆନ୍ତୁ ଏସକୁ ସ୍ନାକ୍‌ସ

ବର୍ତ୍ତମାନ ସମୟରେ କର୍ମମୟ ଜୀବନରେ ଲୋକେ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେଇ ପାରୁ ନାହାନ୍ତି। ଭୋକ ଲାଗିଲେ ଯାହା ମିଳୁଛି ତାହା ଖାଇ ଦେଉଛନ୍ତି। ଫଳରେ ପେଟ ରୋଗ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ପେଟ ଠିକ୍‌ ଭାବେ ସଫା ନ ହେବା ପେଟ ରୋଗର ଏକ ବଡ଼ କାରଣ। ପେଟ ଠିକ୍‌ ଭାବେ ସଫା ନ ହେବା ଫଳରେ ଅମ୍ଳ, ପେଟ ଜଳିବା, ପେଟ ମୋଡ଼ି ହେବା, ଆମ୍ବିଳା ହେକୁଟି ହେବା ଭଳି ସସମ୍ୟା ଦେଖାଯାଏ। କେତେକ ଲୋକ ଏଥିରୁ ମୁକ୍ତି ପାଇବା ଲାଗି ଔଷଧ ଏବଂ ବିଭିନ୍ନ ଚୂର୍ଣ୍ଣର ମଧ୍ୟ ସାହାର ନେଉଛନ୍ତି। କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି କିଛି ଖାଦ୍ୟ ସମ୍ପର୍କରେ ଜଣାଉଛୁ ଯେଉଁଥିରେ ଭରପୂର ମାତ୍ରାରେ ତନ୍ତୁ ରହିଛି। ଏହାକୁ ଆପଣ ନିଜ ଡାଏଟ୍‌ରେ ସାମିଲ କରି ପେଟ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ପାଇପାରିବେ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ