ଲାଇଫ ଷ୍ଟାଇଲ

ପ୍ରେମ କରନ୍ତୁ, ରୋଗମୁକ୍ତ ରୁହନ୍ତୁ

ଅନ୍ୟମାନଙ୍କ ସହ ଭଲ ବ୍ୟବହାର ପ୍ରଦର୍ଶନ କରିବାକୁ ପିଲାଦିନୁ ସମସ୍ତଙ୍କୁ ଶିକ୍ଷା ଦିଆଯାଇଥାଏ। ସମାଜରେ ଭାଇଚାରା ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ରଖିବା ଲାଗି ଉପଦେଶ ଦିଆଯାଇଥାଏ। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ପ୍ରେମ କରିବା ଦ୍ବାରା ମଧ୍ୟ ରୋଗମୁକ୍ତ ରହିପାରିବେ। ଗବେଷକମାନେ ଦାବି କରିଛନ୍ତି ଯେ ଶରୀରରେ ପ୍ରେମ ହର୍ମୋନ (ଲଭ୍‌ ହର୍ମୋନ୍‌)ବଢ଼ିବା ଦ୍ବାରା ଅନେକ ଗୁରୁତର ରୋଗର ଚିକିତ୍ସା ମଧ୍ୟ ସମ୍ଭବ ହୋଇପାରିବ। ଗବେଷକମାନେ ଲଭ୍‌ ହର୍ମୋନ୍‌ର ସିନ୍ଥେଟିକ ଭର୍ସନ୍‌ ଅକ୍ସିଟୋସିନ୍‌ର ଉଦ୍ଭାବନ କରିଛନ୍ତି। ଯାହାର ପାର୍ଶ ପ୍ରତିକ୍ରିୟାର କମ୍‌ ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଯେ ହର୍ମୋନ୍‌ ଯେମିତି ଆମକୁ ମୌଳିକ ସାମାଜିକ ବ୍ୟବହାର ପ୍ରଦର୍ଶନ କରିବାରେ ସହାୟତା କରିଥାଏ, ସେମିତି ଏହାଦ୍ବାରା ଆମ ଚାପଗ୍ରସ୍ତ ଓ ଚିନ୍ତାଗ୍ରସ୍ତ ସ୍ବଭାବ ମଧ୍ୟ ଜଣାଯାଏ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ