ଜଣା ଅଜଣା

ଦେଶର ଜନସଂଖ୍ୟା ୫୬

ପ୍ରଶାନ୍ତ ମହାସାଗରର ଦକ୍ଷିଣରେ ଅବସ୍ଥିତ ପିଟ୍‌କର୍ଣ୍ଣ ଦ୍ୱୀପପୁଞ୍ଜ ବିଶ୍ୱର ସର୍ବନିମ୍ନ ଜନବହୁଳ ରାଷ୍ଟ୍ର। ୨୦୧୪ ମସିହାରେ ଏହି ରାଷ୍ଟ୍ରର ଜନସଂଖ୍ୟା ଥିଲା ମାତ୍ର ୫୬। ବ୍ରିଟିଶ ଶାସନାଧୀନ ଏହି ରାଷ୍ଟ୍ରର ଆୟତନ ୪୭ ବର୍ଗ କିମି। ଏଠାରେ ଗୋଟିଏ ମାତ୍ର ସ୍କୁଲ ଅଛି, ଯେଉଁଠି ୨୦୦୦ ମସିହାରେ ୭ ଜଣ ପିଲା ନାମ ଲେଖାଇଥିଲେ। ଉଚ୍ଚ ଶିକ୍ଷା ପାଇଁ ଯେଉଁମାନେ ବାହାରକୁ ଯାଇଛନ୍ତି, ସେମାନେ ଆଉ ଦେଶକୁ ଫେରି ନାହାନ୍ତି। ୧୯୩୬ ମସିହାରେ ଦେଶର ସର୍ବାଧିକ ଜନସଂଖ୍ୟା ଥିଲା ୨୫୬। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ଦ୍ୱୀପପୁଞ୍ଜରେ କେହି ବିଦେଶୀ ସ୍ଥାୟୀ ବାସକରିବାକୁ ଚାହିଁଲେ, ସରକାର ମାଗଣାରେ ଜମି ଏବଂ ଘର ଯୋଗାଇଦେବେ। ବର୍ଷସାରା ଏହାର ତାପମାତ୍ରା ୧୭ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ରହେ।

ପର ପତ୍ନୀ ଅପହରଣ ପାଇଁ ପୁରସ୍କାର

ନାଇଜେରିଆରେ ୱେଡେବ ନାମରେ ଗୋଟିଏ ଉପଜାତି ଅଛନ୍ତି। ବାଲ୍ୟକାଳରୁ ସେମାନଙ୍କ ବିବାହ ସମ୍ପନ୍ନ ହୋଇଥାଏ। କିନ୍ତୁ ସେପ୍ଟେମ୍ବର ମାସରେ ଗେରେଓ୍ୱଲ ପର୍ବରେ ବାସ୍ତବ ବିବାହ ଅନୁଷ୍ଠିତ ହୁଏ। ସମ୍ପ୍ରଦାୟର ସମସ୍ତ ଯୁବକ ଓ ଯୁବତୀ ସାତ ଦିନ ବ୍ୟାପୀ ଏହି ମେଳାରେ ଉପସ୍ଥିତ ହୁଅନ୍ତି। ପୁରୁଷମାନେ ଭଳିକି ଭଳି ରଙ୍ଗବେରଙ୍ଗର ପୋଷାକ ପିନ୍ଧି ନୃତ୍ୟ ପ୍ରତିଯୋଗିତାରେ ଭାଗନିଅନ୍ତି। ମହିଳାମାନେ ବିଚାରକ ରହନ୍ତି। ଏହି ପର୍ବରେ ମହିଳାମାନେ ପ୍ରାୟ ଉଲଗ୍ନ ରହିଥାନ୍ତି। କୌଶଳକ୍ରମେ ଯଦି କେହି ପୁରୁଷ କୌଣସି ମହିଳାକୁ ସଫଳତାର ସହିତ ଅପହରଣ କରିନିଏ, ସେମାନଙ୍କୁ ପତି ପତ୍ନୀ ଭାବେ ସ୍ବୀକୃତି ମିଳିଯାଏ। ଏହି ଉପଜାତିରେ ଆଉ ଏକ ପରମ୍ପରା ଅଛି। କୌଣସି ବି ମହିଳା ମନଇଛା ସ୍ବାମୀ ଗ୍ରହଣ କରିପାରିବେ। କିନ୍ତୁ କୌଣସି ପୁରୁଷଙ୍କ ନିମନ୍ତେ ଏ ନିୟମ ଲାଗୁ ହୁଏ ନାହିଁ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ