ମୁମ୍ବାଇ: ଚଳିତ ଆଇପିଏଲର ଦ୍ବିତୀୟ ମ୍ୟାଚରେ ଋଷଭ ପନ୍ତଙ୍କ ନେତୃତ୍ବାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ୭ ୱିକେଟରେ ଭେଟେରାନ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ କରିଛି। ଏଥିସହ ଗତ ସଂସ୍କରଣର ରନର୍ସ ଅପ ଦିଲ୍ଲୀ ପୁଣି ଥରେ ଦମଦାର ପ୍ରଦର୍ଶନ ଜରିଆରେ ଆରମ୍ଭରୁ ବିଜୟ ଟୀକା ପିନ୍ଧିଛି। ଚେନ୍ନାଇ ପ୍ରଥମେ ବ୍ୟାଟିଂ ୧୮୮/୭ ରନର ବଡ଼ ସ୍କୋର କରିଥିଲେ ବି ଦିଲ୍ଲୀ କ୍ୟାପିଟାଲ୍ସ ୧୮୯ ରନର ବିଜୟ ଲକ୍ଷ୍ୟକୁ ଆଗୁଆ ହାସଲ କରି ୧୮.୪ ଓଭରରେ ୧୯୦/୪ ରନ କରି ମ୍ୟାଚ ଜିତି ଯାଇଛି।
କୋଲକାତା: ପଶ୍ଚିମବଙ୍ଗରେ ଶନିବାର ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ କୁଚ ବେହାରରେ ସିଆଇଏସଏଫ୍ର ଯବାନମାନେ ଗୁଳି କରିବା ଫଳରେ ୪ ଜଣ ମୃତ୍ୟୁବରଣ କରିଛନ୍ତି। ପଶ୍ଚିମବଙ୍ଗରେ ନିର୍ବାଚନ ବେଳେ ନିୟମିତ ଭାବେ ହିଂସାକାଣ୍ଡ ଘଟିଆସୁଥିବା ବେଳେ ଶନିବାର ଏହା ଭୟଙ୍କର ରୂପ ନେଇଛି। ଏହି ଘଟଣଶ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ କହିଛନ୍ତି, ଆମେ ପୂର୍ବରୁ କହିଆସୁଥିଲୁ ଯେ ଏଠାରେ ସ୍ବରାଷ୍ଟ୍ର ମନ୍ତ୍ରାଳୟ ନିର୍ଦେଶରେ ସେଣ୍ଟ୍ରାଲ୍ ଫୋର୍ସ କାର୍ଯ୍ୟ କରୁଛନ୍ତି। ଏବେ ଆମର ଆଶଙ୍କା ସତ୍ୟ ହୋଇଛି ଓ ସେଣ୍ଟ୍ରାଲ୍ ଯବାନାମାନେ ୪ ଜଣଙ୍କ ଜୀବନ ନେଇଯାଇଛନ୍ତି। ଏହି ଗୁଳିକାଣ୍ଡ ଘଟଣା ପରେ କୁଚ ବେହାର ଜିଲ୍ଲାର ସିତଲକୁଚି ପୋଲିଂବୁଥରେ ମତଦାନକୁ ବନ୍ଦ କରିଦିଆଯାଇଛି। ସ୍ଥାନୀୟ ଲୋକେ ସେମାନଙ୍କ ଉପରକୁ ଆକ୍ରମଣ କରିବା ଫଳରେ ଯବାନମାନେ ଆତ୍ମରକ୍ଷା ପାଇଁ ଗୁଳି ଚଳାଇଥିବା କହିଛନ୍ତି।
ନୂଆଦିଲ୍ଲୀ: କୋରୋନା ଟିକା ନେବା ପରେ କେତେକ ଲୋକଙ୍କ ଠାରେ ପାର୍ଶ୍ବ ପ୍ରତିକ୍ରିୟା ନେଇ ଅଭିଯୋଗ ସାମ୍ନାକୁ ଆସିଛି। ବିଶେଷକରି ଆଷ୍ଟ୍ରାଜେନେକା ଅକ୍ସୋଫୋର୍ଡ ଭ୍ୟାକ୍ସିନ ନେଇଥିବା କେତେକ ଲୋକଙ୍କ ଠାରେ ପାର୍ଶ୍ବ ପ୍ରତିକ୍ରିୟାକୁ ନେଇ ଅଭିଯୋଗ ଆସିବା ପରେ ଭାରତ ସରକାର ଏନେଇ ନିଜ ଦେଶର ଟିକାଗ୍ରହିତାଙ୍କ ମଧ୍ୟରୁ କେଉଁମାନେ ସମସ୍ୟାର ସମୁଖୀନ ହୋଇଛନ୍ତି, ତାହାର ସମୀକ୍ଷା ଆରମ୍ଭ କରିଛନ୍ତି। ଏନେଇ ସପ୍ତାହକ ମଧ୍ୟରେ ରିପୋର୍ଟ ଆସିଯିବ ବୋଲି ଆଶା କରାଯାଉଛି। ୟୁରୋପୀୟ ମେଡିକାଲ ଏଜେନ୍ସି ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଆଷ୍ଟ୍ରାଜେନେକା ଟିକା ନେବା ପରେ ବ୍ଲଡ କ୍ଲଟ୍ସ ଓ ବ୍ଲଡ ପ୍ଲେଟଲେଟ କମି ଯାଉଥିବା ନେଇ ସୂଚନା ଦିଆଯାଇଛି। ମାତ୍ର ଏହା ଅଳ୍ପ କେତେକ ଲୋକଙ୍କ କ୍ଷେତ୍ରରେ ଦେଖାଦେଇଛି।
ତାଙ୍କ ପାଇଁ ଦୁର୍ମୁଲ୍ୟ ଥିଲା ନଖ। ଏହା କୌଣସି ସଞ୍ଚିତ ସମ୍ପତି ଠାରୁ କମ ନ ଥିଲା। ଖାସ ଏଥିପାଇଁ ତାଙ୍କୁ ମିଳିଥିଲା ମାନସମ୍ମାନ। ଏହାରି ବଳରେ ସେ ହୋଇଥିଲେ ବିଶ୍ବ ରେକର୍ଡର ଅଧିକାରୀ। ଦୀର୍ଘ ବର୍ଷ ଧରି ଯେଉଁ ନଖକୁ ବଢ଼ାଇ ସେ ବିଶ୍ବ ରେକର୍ଡ ପ୍ରତିଷ୍ଠା କରିଥିଲେ, ଶେଷରେ ସେହି ନଖକୁ ତାଙ୍କୁ ହରାଇବାକୁ ପଡ଼ିଛି। ହେଲେ ଏଥିପାଇଁ ତାଙ୍କୁ ୩ ଦଶନ୍ଧି ଲାଗିଗଲା। ବିଶ୍ବର ସବୁଠୁ ଲମ୍ବା ନଖଧାରୀ ଏହି ମହିଳା ଜଣକ ହେଉଛନ୍ତି ଆମେରିକାର ହ୍ୟୁଷ୍ଟନ ବାସିନ୍ଦା ଆୟାନ୍ନା ୱିଲିୟମ୍ସ। ୨୦୧୭ରେ ସେ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ନୂଆ ଗିନିଜ ବିଶ୍ବ ରେକର୍ଡ ପ୍ରତିଷ୍ଠା କରିଥିଲେ। ସେତେବେଳେ ତାଙ୍କ ନଖର ଲମ୍ବ ଥିଲା ୧୯ ଫୁଟ। ସିଏନଏନ ରିପୋର୍ଟ ଅନୁଯାୟୀ ସେ ତାଙ୍କ ନଖର ଯତ୍ନ ନେବା ପାଇଁ କରୁଥିବା ମାନିକ୍ୟୁର ୨ ଘଣ୍ଟା ସମୟ ଲାଗୁଥିବା ବେଳେ ଏଥିରେ ୨ ବୋତଲ ନେଲପଲିସ ସେ ବ୍ୟବହାର କରୁଥିଲେ।
ଜେନ୍ନାଇ: ଆଇପିଏଲ-୨୦୨୧ ଆରମ୍ଭରୁ ରୋମାଞ୍ଚ ଭରିଛି। ବିନା ଦର୍ଶକରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା ବେଳେ ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨ ୱିକେଟରେ ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଉଦଘାଟନୀର ରୋମାଞ୍ଚକର ମୁକାବିଲାରେ ବାଙ୍ଗାଲୋର ଶେଷ ବଲରେ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ୧୫୯ ରନ ସ୍କୋର କରିଥିଲା। ଅଧିନାୟକ ରୋହିତ ଶର୍ମା ଆରମ୍ଭରୁ ୧୯ ରନ କରି ଆଉଟ ହେବା ପରେ ଅନ୍ୟତମ ଓପନର କ୍ରିସ ଲିନ୍ ଓ ସୂର୍ଯ୍ୟକୁମାର ଯାଦବ ଦ୍ବିତୀୟ ୱିକେଟରେ ଦଳକୁ ୯୪ ରନରେ ପହଞ୍ଚାଇ ଥିଲେ। ସୂର୍ଯ୍ୟ କୁମାର ୨୩ ବଲରୁ ୩୧ ଓ ଲିନ୍ ୩୫ ବଲରୁ ୪୯ ରନ କରି ଆଉଟ ହୋଇଥିଲେ। ନମ୍ବର ୪ରେ ବ୍ୟାଟିଂ ପାଇଁ ଆସିଥିବା ଈଶାନ କିଶନ ବି ୧୯ଟି ବଲରୁ ୨୮ ରନ କରିଥିଲେ। ମାତ୍ର ଶେଷ ଭାଗରେ ପାଣ୍ଡ୍ୟା ବ୍ରଦର୍ସ ଓ କିରନ ପୋଲାର୍ଡ ବିଫଳ ହେବାରୁ ମୁମ୍ବାଇ ୯ ୱିକେଟ ହରାଇ ୧୫୯ ରନ କରିଥିଲା। ହର୍ଶଲ ପଟେଲ ୨୭ ରନରେ ୫ଟି ୱିକେଟ ନେଇ ମୁମ୍ବାଇକୁ ବଡ଼ ସ୍କୋର କରିବାକୁ ଦେଇ ନ ଥିଲେ।
ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀ ସ୍ଥିତ ଆମ୍ବେଦକର ଇଣ୍ଟରନ୍ୟାସ୍ନାଲ୍ ସେଣ୍ଟର୍ ଠାରେ ଶୁକ୍ରବାର ଉତ୍କଳ କେଶରୀ ଡକ୍ଟର ହରକେୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଓଡ଼ିଶାର ଇତିହାସ’ର ହିନ୍ଦୀ ଅନୁବାଦ ଓ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଓଡ଼ିଆ ଏବଂ ଇଂରାଜୀରେ ଉପଲବ୍ଧ ଏହି ପୁସ୍ତକକୁ ବିଶିଷ୍ଟ ହିନ୍ଦୀ ସାହିତ୍ୟିକ ତଥା ଅନୁବାଦକ ଶଙ୍କରଲାଲ ପୁରୋହିତ ହିନ୍ଦୀରେ ଅନୁବାଦ କରିଛନ୍ତି। ଏହି ଉନ୍ମୋଚନ ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଉପସ୍ଥିତ ଥିଲେ। ଏହି ଉନ୍ମୋଚନ ଉତ୍ସବରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରାୟ ଦେଢ଼ବର୍ଷ ତଳେ ଦେଶ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୦ତମ ଜନ୍ମବାର୍ଷିକୀ ପାଳନ କରିଥିଲା। ପ୍ରସିଦ୍ଧ ଓଡ଼ିଶା ଇତିହାସର ହିନ୍ଦୀ ସଂସ୍କରଣକୁ ଉତ୍ସର୍ଗ କରି ଓଡ଼ିଶାର ବିବିଧ ଓ ବିସ୍ତୃତ ଇତିହାସ ଦେଶବାସୀଙ୍କ ନିକଟରେ ପହଞ୍ଚିବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଦେଶର ସ୍ୱାଧୀନତା ସଂଗ୍ରାମ ଓ ସାମାଜିକ ପରିବର୍ତ୍ତନରେ ଡକ୍ଟର ମହତାବଙ୍କ ଅବଦାନର ପ୍ରଧାନମନ୍ତ୍ରୀ ସ୍ମୃତିଚାରଣ କରି ମୋଦୀ କହିଥିଲେ ଯେ ଯେଉଁ ଦଳରୁ ଡକ୍ଟର ମହତାବ ଦିନେ ମୁଖ୍ୟମନ୍ତ୍ରୀ ହୋଇଥିଲେ ତାହାକୁ ଜରୁରୀକାଳୀନ ପରିସ୍ଥିତିରେ ବିରୋଧ କରି ସେ କାରାବରଣ କରିଥିଲେ। ଉଭୟ ସ୍ୱାଧୀନତା ଓ ଦେଶର ଗଣତନ୍ତ୍ରକୁ ବଞ୍ଚାଇବାକୁ ସେ ଜେଲ ଯାଇଥିଲେ ବୋଲି କହିଥିଲେ।
ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀ ଠାରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଦ୍ୱାରା ରଚିତ ‘ଓଡ଼ିଶା ଇତିହାସ’ ପୁସ୍ତକର ହିନ୍ଦୀ ସଂସ୍କରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉନ୍ମୋଚିତ ହେବା ଆମ ଓଡ଼ିଆ ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ଉନ୍ମୋଚନ ଡ.ମହତାବଙ୍କ ପରି ମହାନ ବ୍ୟକ୍ତିତ୍ୱ ଓ ତାଙ୍କର କାର୍ଯ୍ୟ ପ୍ରତି ଉଚିତ୍ ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କ ଉପସ୍ଥିତିରେ ହରେକୃଷ୍ଣ ମହତାବ ଫାଉଣ୍ଡେସନ୍ର ତତ୍ତ୍ୱାବଧାନରେ ଡ. ଶଙ୍କରଲାଲ ପୁରୋହିତଙ୍କ ଦ୍ୱାରା ଅନୁବାଦିତ ଓଡ଼ିଶା ଇତିହାସର ହିନ୍ଦୀ ସଂସ୍କରଣ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚନ ହୋଇଥିବାରୁ ଆୟୋଜକ ଓଡ଼ିଆ ସମାଜ ଓ ପୁସ୍ତକ ସହ ଜଡ଼ିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର। ସ୍ୱାଧୀନତାର ଅମୃତ ଉତ୍ସବ ପାଳନ କରିବା ଏବଂ ଓଡ଼ିଶାକୁ ଗାନ୍ଧିଜୀଙ୍କ ଆଗମନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜିର ଏହି ଉତ୍ସବ ସହ ରାଜ୍ୟର ୩୧ଟି ସ୍ଥାନରେ ଟେକ୍ନୋଲୋଜି ମାଧ୍ୟମରେ ଲୋକମାନେ ଯୋଡ଼ି ହୋଇପାରିଛନ୍ତି। ୯ ଏପ୍ରିଲ୍ ୨୦୨୧ ଓଡ଼ିଶାର ସାମାଜିକ ଜୀବନରେ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ନୂଆ ପରିଚୟ ସୃଷ୍ଟି କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଲଣ୍ଡନ: ବ୍ରିଟେନ୍ ରାଣୀ କ୍ବିନ୍ ଏଲିଜାବେଥଙ୍କ ସ୍ବାମୀ ପ୍ରିନ୍ସ ଫିଲିପଙ୍କର ଶୁକ୍ରବାର ୯୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଏ ସଂକ୍ରାନ୍ତରେ ଶୁକ୍ରବାର ବଙ୍କିଙ୍ଗହାମ୍ ପ୍ୟାଲେସ୍ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ପ୍ରିନ୍ସ ଫିଲିପ୍, ଦ ଡ୍ୟୁକ୍ ଅଫ୍ ଏଡିନବର୍ଗ ପ୍ରାତଃ ସମୟରେ ୱିଣ୍ଡସୋର କାଷ୍ଟଲଠାରେ ପରଲୋକ ଗମନ କରିଛନ୍ତି। ବ୍ରିଟେନରେ ଶାସନ କରିଥିବା ରାଜାମାନଙ୍କ ମଧ୍ୟରେ ପ୍ରିନ୍ସ ଫିଲିପ୍ ସବୁଠାରୁ ଅଧିକ ସମୟ ରାଜୁତି କରିଥିଲେ। ସେ ପାଖାପାଖ ୬୯ ବର୍ଷ କ୍ବିନ୍ ଏଲିଜାବେଥଙ୍କ ସହଯୋଗରେ ବ୍ରିଟେନର ରାଜା ଭାବେ ଗାଦି ସମ୍ଭାଳିଥିଲେ। ଶେଷରେ ଗତ ୨୦୧୭ରେ ସେ ସମ୍ରାଟ ଦାୟିତ୍ବରୁ ଅବ୍ୟାହତି ନେଇଥିଲେ। ପ୍ରିନ୍ସ ଫିଲିପଙ୍କ ଦେହାନ୍ତ ଖବର ପାଇବା ପରେ ଯୁକ୍ତରାଜ୍ୟ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଶୋକବାର୍ତ୍ତାରେ କହିଛନ୍ତି ଯେ ପ୍ରିନ୍ସ ଫିଲିପ୍ ରାଜକୀୟ ପରିବାର ସହ ରାଜଗାଦିକୁ ବେଶ୍ ସଫଳତା ପୂର୍ବକ ସମ୍ଭାଳିଥିଲେ। ଫଳସ୍ବରୂପ ଦେଶବାସୀଙ୍କ ଜୀବନ ବେଶ୍ ସୁରୁଖୁରୁରେ କଟିଥିଲା ବୋଲି ବିବିସି ସହ ଆଲୋଚନା ବେଳେ ଜନସନ୍ କହିଛନ୍ତି। କିଙ୍ଗ୍ ଫିଲିପ୍ ବ୍ରିଟିଶ୍ ରାଜ ପରିବାରର ଜଣେ ପ୍ରମୁଖ ସଦସ୍ୟ ହୋଇଥିବା ବେଳେ ସେ ପାଖାପାଖି ୭ ଦଶନ୍ଧି ଧରି ପ୍ରଭାବଶାଳୀ ବ୍ୟକ୍ତିତ୍ବର ପ୍ରଦର୍ଶନ କରିଥିଲେ।
ନୂଆଦିଲ୍ଲୀ/ଭୁବନେଶ୍ବର: ଏପ୍ରିଲ ୯ ତାରିଖରେ ନୂଆଦିଲ୍ଲୀସ୍ଥିତ ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରେକୃଷ୍ଣ ମହତାବ ଫାଉଣ୍ଡେସନର ତତ୍ତ୍ବାବଧାନରେ ଉତ୍କଳ କେଶରୀ ସ୍ବର୍ଗତ ଡ. ହରେକୃଷ୍ଣ ମହତାବଙ୍କ ଦ୍ବାରା ଲିଖିତ ‘ଓଡ଼ିଶା ଇତିହାସ’ ପୁସ୍ତକର ହିନ୍ଦୀ ସଂସ୍କରଣର ଉନ୍ମୋଚନ କରିବେ। ଶଙ୍କରଲାଲ ପୁରୋହିତ ଏହି ପୁସ୍ତକର ହିନ୍ଦୀ ଅନୁବାଦ କରିଛନ୍ତି। ପୂର୍ବରୁ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଏହି ପୁସ୍ତକର ସଂସ୍କରଣ ଉପଲବ୍ଧ ରହିଛି। ଡ. ମହତାବଙ୍କ ଭଳି ପ୍ରେରଣାଦାୟୀ ବ୍ୟକ୍ତିତ୍ବ ଏହାର ରଚନା କରିଥିବାରୁ ଏହା ବେଶ ଗୁରୁତ୍ବ ବହନ କରୁଛି। ଏକ ସ୍ବତନ୍ତ୍ର ଅବସରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ଉପସ୍ଥିତ ରହିବେ। ପୁସ୍ତକ ଉନ୍ମୋଚନ ଅବସରରେ ଦେଶର ଇତିହାସ ଓ ସଂସ୍କୃତି ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣ ଦେବେ ବୋଲି ଜଣାପଡ଼ିଛି।
ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଥିବା ବେଳେ କେନ୍ଦ୍ର ସରକାର ବ୍ୟାପକ ଟିକାକରଣ ଉପରେ ଗୁରୁତ୍ବ ଦେଉଛନ୍ତି। ତେବେ କୋଭିଡ୍ ଭୂତାଣୁ ପ୍ରତି ସତର୍କତା ଅବଲମ୍ବନ କରିବା ସକାଶେ ରାଜ୍ୟ ସ୍ତରରୁ କେନ୍ଦ୍ର ପର୍ଯ୍ୟନ୍ତ ସମସ୍ତେ ଗୁରୁତ୍ବରୋପ କରୁଛନ୍ତି। ବିଶେଷକରି କୋମଳମତି ଛାତ୍ରଛାତ୍ରୀଙ୍କୁ ଏହି ଭୂତାଣୁ କବଳରୁ ରକ୍ଷା କରିବା ସକାଶେ ବିଭିନ୍ନ ରାଜ୍ୟର ସରକାରମାନେ ସ୍କୁଲ୍ ଖୋଲିବାକୁ ସାହସ କରିପାରୁନାହାନ୍ତି। ତେବେ ଏପରି ଏକ ସ୍ଥିତିରେ ଜଣେ ଏକାଦଶ ଶ୍ରେଣୀର ଛାତ୍ର ତାଙ୍କର ବୁଦ୍ଧିମତ୍ତାର ପରିଚୟ ଦେଇ ଏକ ସ୍ବତନ୍ତ୍ର ଡିଭାଇସ୍ ପ୍ରସ୍ତୁତ କରିଛନ୍ତି। ଏହି ଡିଭାଇସ୍ ଛାତ୍ରଛାତ୍ରୀମାନଙ୍କୁ କୋଭିଡ୍ ସଂକ୍ରମଣରୁ ଉଦ୍ଧାର କରିପାରିବ। କାରଣ ଏହି ସ୍କୁଲ୍ ବ୍ୟାଗର ଉଭୟ ଆଗ ଓ ପଛରେ ଅଲଟ୍ରାସୋନିକ୍ ସେନ୍ସର୍ ଲାଗିଛି, ଯାହାକି ଛାତ୍ରଛାତ୍ରୀମାନେ କାନ୍ଧରେ ଗଳାଇ ଯାଉଥିବା ବେଳେ ସେମାନଙ୍କ ୨ ମିଟର ପରିସରରେ ଥିବା କୌଣସି ସଂକ୍ରମିତଙ୍କ ସମ୍ପର୍କରେ ସୂଚନା ଦେଇପାରିବ। କାରଣ ସେଥିରେ ଲାଗିଥିବା ଡିଭାଇସ୍ ସହ ସଂଯୁକ୍ତ ଥିବା ଆଲାର୍ମ ସଙ୍ଗେ ସଙ୍ଗେ ବାଜି ଉଠିବ। ଏହି ଆଣ୍ଟି କୋଭିଡ୍ ୧୯ ସ୍ମାର୍ଟ ସ୍କୁଲ୍ ବ୍ୟାଗକୁ ରିଚାର୍ଜ କରାଯାଇପାରିବ ଓ ମାତ୍ର ଦୁଇ ଘଣ୍ଟାର ରିଚାର୍ଜରେ ଏହା ଅତି କମରେ ୫ ଦିନ ଚାଲିପାରିବ ବୋଲି ଉକ୍ତ ଛାତ୍ର ଜଣକ ଦାବି କରିଛନ୍ତି।
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ କାୟା ମେଲାଇଛି କୋରୋନା। କୋରୋନାର ଦ୍ୱିତୀୟ ଲହରୀ ଏବେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଲଗାତର ୨ ଦିନ ଧରି ରାଜଧାନୀରେ ମଧ୍ୟ ସେଞ୍ଚୁରୀ ମାରୁଛି କୋରୋନା। ଭୁବନେଶ୍ବର ୟୁନିଟ୍-୧ରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ (ଏସ୍ବିଆଇ)ର ମୁଖ୍ୟ ଶାଖାକୁ ପୁଣି ଥରେ ସିଲ୍ କରାଯାଇଛି। ଉକ୍ତ ଶାଖାରୁ ୨୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଏହି ଶାଖାକୁ ସିଲ୍ କରିଛି ବିଏମ୍ସି।
ଚେନ୍ନାଇ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଅନ୍ୟତମ ସଫଳ ଅଭିନେତ୍ରୀ ନଗମା ଗୁରୁବାର କୋଭିଡ୍ ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି। ନିକଟରେ ବଲିଉଡର ଖିଲାଡି ଷ୍ଟାର୍ ଅକ୍ଷୟ କୁମାର, ଗୋବିନ୍ଦା, ଭିକି କୌଶଲ, କ୍ୟାଟରିନା କୈଫ୍ ଆଦି ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇ ହୋମ୍ ଆଇସୋଲେସନରେ ଥିବା ବେଳେ ଏହି ତାଲିକାରେ ଗୁରୁବାର ନଗମାଙ୍କ ନାମ ଯୋଡ଼ି ହୋଇଯାଇଛି। କୋଭିଡ୍ ପଜିଟିଭ୍ ନମୁନା ଆସିବା ପରେ ନଗମା ହୋମ୍ କ୍ବାରେଣ୍ଟାଇନରେ ଅଛନ୍ତି। ନଗମା ଏନେଇ ଟ୍ବିଟର୍ ମାଧ୍ୟମରେ ସୂଚନା ଦେଇଛନ୍ତି। ସେ ଗତ ଏପ୍ରିଲ୍ ୨ ତାରିଖରେ କୋଭିଡ୍ ଟିକାର ପ୍ରଥମ ଡୋଜ୍ ନେଇଥିଲେ ମଧ୍ୟ ଏବେ କୋଭିଡ୍ ପଜିଟିଭ୍ ବାହାରିଥିବା ଟ୍ବିଟର୍ ମାଧ୍ୟମରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆମେ ସମସ୍ତେ ଘରେ ରହି ନିଜକୁ ସୁରକ୍ଷିତ ରଖିବାର ଆବଶ୍ୟକତା ରହିଛି। କୋଭିଡ୍ ଟିକାର ପ୍ରଥମ ଡୋଜ୍ ନେବା ପରେ ବି ଆମେ ଆଦୌ କୋରୋନା ଭୂତାଣୁକୁ ହାଲକା ଭାବେ ନେବା ଉଚିତ ନୁହେଁ ବୋଲି ନଗମା ସୋସାଲ୍ ମିଡିଆରେ ପୋଷ୍ଟ୍ କରିଛନ୍ତି।
କୋରାପୁଟ: ଓଡ଼ିଶାର ତୀବ୍ର ବିରୋଧ ସତ୍ତ୍ବେ କୋଟିଆ ପଞ୍ଚାୟତରେ ନିର୍ବାଚନ କରୁଛି ଆନ୍ଧ୍ର। କୋଟିଆର ନେରେଡ଼ିଓ୍ୱାଲସାରେ ଆନ୍ଧ୍ର ପକ୍ଷରୁ ପୋଲିଂ ବୁଥ୍ କରାଯାଇଥିବା ବେଳେ କେତେକ ଲୋକ ଭୋଟ୍ ଦେଇଥିବା ସୂଚନା ମିଳିଛି। ଯାହାକୁ ନେଇ ଉତ୍ତେଜନା ଦେଖା ଦେଇଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ୧୪୪ ଧାରା ଜାରି ସତ୍ତ୍ବେ ଲୋକମାନେ ଯାଇ ଭୋଟ୍ ଦେଇଛନ୍ତି। ଭୋଟ ଦେବାକୁ ଯାଉଥିବା ବେଳେ ନେରେଡ଼ିଓ୍ୱାଲସା ଗ୍ରାମବାସୀ ଓ ପୋଲିସ୍ ମୁହାଁମୁହିଁ ହୋଇଛନ୍ତି। କୋଟିଆର କେତେକ ଲୋକ ପୋଲିସ୍ ସହିତ ଠେଲାପେଲା କରିଥିବା ସୂଚନା ମିଳିଛି।
ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ କାହିଁକି ଦୁଷ୍କର୍ମ ବଢ଼ୁଛି ମନ୍ତବ୍ୟ ପାଇଁ ହଲ୍ଲା ବୋଲ ଆରମ୍ଭ ହୋଇଛି। ସଂକ୍ଷିପ୍ତ ପୋଷାକ ପରିଧାନ ଯୋଗୁ ମହିଳାମାନେ ଉତ୍ତେଜନା ସୃଷ୍ଟି କରୁଛନ୍ତି। ଏହା ଦୁଷ୍କର୍ମର ମୂଳ କାରଣ ବୋଲି ସେ କହିଛନ୍ତି। ମହିଳାମାନେ ପର୍ଦ୍ଦା ଦ୍ବାରା ଶରୀରକୁ ସମ୍ପୂର୍ଣ୍ଣ ଘୋଡାଇ ରଖିବା ଦରକାର। ଜଣେ ପ୍ରଧାନମନ୍ତ୍ରୀ ହୋଇ ଇମ୍ରାନ ଏକ ଟିଭି କାର୍ଯ୍ୟକ୍ରବରେ ଏପରି ମନ୍ତବ୍ୟ ଦେବାକୁ ନେଇ ପାକିସ୍ତାନରେ ହଲ୍ଲା ବୋଲ ଆରମ୍ଭ ହୋଇଛି। ଏହା ନାରୀ ସମାଜ ପ୍ରତି ଅପମାନ। ସେ କ୍ଷମା ମାଗନ୍ତୁ ବୋଲି ବିଭିନ୍ନ ସାମାଜିକ ସଂଗଠନ ଦାବି କରିଛନ୍ତି।
ନୂଆଦିଲ୍ଲୀ: ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ପରୀକ୍ଷା ସିଜନକୁ ଦେଖି ‘ପରୀକ୍ଷା ପେ ଚର୍ଚ୍ଚା-୨୦୨୧’ରେ ବିଦ୍ୟାର୍ଥୀଙ୍କୁ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି। କୋରୋନା ପାଇଁ ଚଳିତ ବର୍ଷ ଏହାକୁ ଭର୍ଚୁଆଲ ମୋଡରେ କରାଯାଇଥିଲା ବେଳେ କେତେକ ଛାତ୍ରଛାତ୍ରୀ ପଚାରିଥିବା ପ୍ରଶ୍ନର ଉତ୍ତର ପ୍ରଧାନମନ୍ତ୍ରୀ ଅନଲାଇନରେ ଦେବାର ଦେଖିବାକୁ ମିଳିଛି। ବ୍ୟକ୍ତିଗତ ଭାବେ ବିଦ୍ୟାର୍ଥୀଙ୍କୁ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ସାକ୍ଷାତ କରି ନ ପାରିଥିବାରୁ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ। ତଥାପି ଆମକୁ ଏହି କୋରୋନା ମହାମାରୀ ଭିତରେ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ବୁଝାଇଥିଲେ।
ଅଧିକ ଦେଖନ୍ତୁ