ଅପରାଧ

ସ୍କାମ୍‌ଷ୍ଟର କହୁଛି ମୋତେ ମାସିକ ୨ ଲକ୍ଷ ଦିଅ, ସବୁ ଠିକ୍‌
ମାର୍କେଟ ବିଲଡିଂରେ ଭଙ୍ଗାରୁଜା ଘଟଣା: ୩ ଅଭିଯୁକ୍ତଙ୍କ

ମାର୍କେଟ୍‌ ବିଲଡିଂରେ ଭଙ୍ଗାରୁଜା ଘଟଣାରେ ୩ ଅଭିଯୁକ୍ତଙ୍କ ବିରୋଧରେ କମିଶନରେଟ୍ ପୋଲିସ୍ ଲଗାଇଛି ଜାତୀୟ ନିରାପତ୍ତା ଆଇନ୍ (ଏନ୍ଏସ୍ଏ)। ୩ ଅଭିଯୁକ୍ତ ଚନ୍ଦନ ଦାସ, ବିଶ୍ବନାଥ ପ୍ରଧାନ ଓ ପ୍ରତ୍ୟୁଷ କହଁରଙ୍କ ବିରୋଧରେ ଲାଗିଛି ଏହି ଦଫା। ମାର୍କେଟ ବିଲଡିଂରେ ସାଧାରଣ ଜୀବନଯାତ୍ରା ଓ ଆଇନ୍‌ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ ଏମାନଙ୍କ ବିରୋଧରେ ଏନ୍ଏସ୍‌ଏ ଲାଗିଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ୧୬ରୁ ଅଧିକ ନାବାଳକ। ଗିରଫ ସମସ୍ତ ଅଭିଯୁକ୍ତ ବଡ଼ଗଡ଼ ଅଞ୍ଚଳର ବୋଲି ଜଣାପଡିଛି। ପୂର୍ବରୁ ଏହି ଘଟଣାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ନାଁରେ ସର୍ବସାଧାରଣରେ ହିଂସା, ଆଇନଶୃଙ୍ଖଳା ଭଙ୍ଗ ଭଳି ସଙ୍ଗୀନ ଦଫା ଲାଗିଛି। ସେମାନଙ୍କ ନାଁରେ ଦଙ୍ଗା ମାମଲା ରୁଜୁ ହୋଇଛି।

ଜଣକ ପରେ ଜଣେ ଦୋଷୀକୁ ଫାଶୀ ଖୁଣ୍ଟରେ ଝୁଲାଯାଉ

ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଫାଶୀ ଦଣ୍ଡ ଦେବା ପ୍ରକିୟା ବିଳମ୍ବିତ ହେବାକୁ ନେଇ ମାଆ ଆଶା ଦେବୀ ନିରାଶ ପ୍ରକଟ କରିବା ସହ କହିଛନ୍ତି ଯେ ଜଣକ ପରେ ଜଣେ ଦୋଷୀକୁ ଫାଶୀ ଦେବାର ବ୍ୟବସ୍ଥା କରାଯାଉ। ଏହାଦ୍ବାରା ତାଙ୍କୁ ନ୍ୟାୟ ମିଳିଲା ବୋଲି ସେ ଅନୁଭବ କରିବେ। ଦୋଷୀମାନେ ବାରମ୍ବାର ସମୟ ଗଡ଼ାଇବା ପାଇଁ ପିଟିସନ୍‌ ପରେ ପିଟିସନ୍‌ ଦାଖଲ କରି ଚାଲିଛନ୍ତି। ସୁପ୍ରିମକୋର୍ଟ ଦୋଷୀ ପୱନ କୁମାର ଗୁପ୍ତାର ସ୍ପେଶାଲ ଲିଭ ପିଟିସନ୍‌ ଅପିଲକୁ ଖାରଜ କରିବା ପରେ ନିର୍ଭୟାଙ୍କ ମାଆ ଗଣମାଧ୍ୟମ ଜରିଆରେ ଏପରି ଅପିଲ୍‌ କରିଛନ୍ତି। ଫେବ୍ରୁଆରୀ ୧ ତାରିଖକୁ ସେ ଅପେକ୍ଷା କରିଛନ୍ତି। କୋର୍ଟଙ୍କ ଦ୍ବାରା ଧାର୍ଯ୍ୟ ହୋଇଥିବା ଏହି ତାରିଖରେ କିପରି ଭାବେ ୪ ଦୋଷୀ ଫାଶୀ ପାଇବେ, ତାହାକୁ ତାଙ୍କର ଅପେକ୍ଷା ରହିଛି।

ବିହାର ସେଲଟର ହୋମ୍‌ ଦୁଷ୍କର୍ମ ମାମଲା: ବ୍ରଜେଶ ଠାକୁରଙ୍କ

ବହୁ ଚର୍ଚ୍ଚିତ ବିହାର ସେଲଟର ହୋମ୍‌ ଦୁଷ୍କର୍ମ ମାମଲାରେ ଆଜି ଦିଲ୍ଲୀର ଏକ ଅଦାଲତ ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁର ସମେତ ୧୯ ଜଣଙ୍କୁ ଦୋଷୀ ଘୋଷିତ କରିଛନ୍ତି। ଏହି ଦୋଷୀମାନଙ୍କ ମଧ୍ୟରେ ବିହାର ପିପଲସ୍‌ ପାର୍ଟିର ଜନୈକ ପୂର୍ବତନ ବିଧାୟକ ମଧ୍ୟ ସାମିଲ ଥିବା ଜାଣିବାକୁ ମିଳିଛି। ଏଥିସହ ଆସନ୍ତା ୨୮ ତାରିଖରେ ଏହି ସମସ୍ତ ଦୋଷୀଙ୍କ ପାଇଁ ଦଣ୍ଡାଦେଶ ଘୋଷଣା କରାଯିବ ବୋଲି କହିଛନ୍ତି ଅଦାଲତ। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁର ଦ୍ୱାରା ବିହାରର ମୁଜାଫରପୁର ଠାରେ ଖୋଲା ଯାଇଥିବା ଏକ ସେଲଟର ହୋମ୍‌ (ଆଶ୍ରୟସ୍ଥଳୀ)ରେ ରହୁଥିବା ମହିଳା ଅନ୍ତେବାସୀମାନଙ୍କୁ ଯୌନ ନିର୍ଯାତନା ଦିଆଯିବା ସହ ସେମାନଙ୍କୁ ନିୟମିତ ଭାବେ ଦୁଷ୍କର୍ମ ମଧ୍ୟ କରା ଯାଉଥିଲା। ଏହି ନିର୍ଯାତିତାମାନଙ୍କ ମଧ୍ୟରେ ଅନେକ ନାବାଳିକା ରହିଥିଲେ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ