ଅପରାଧ

ଭିସୁଟ୍‌ରେ ରାଗିଂ ଘଟଣା: ୨ ସୁରକ୍ଷାକର୍ମୀ ବହିଷ୍କୃତ

ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍‌)ର କ୍ରତୁ ଛାତ୍ରାବାସରେ ଜୁନିୟର ଛାତ୍ରଙ୍କୁ ରାଗିଂ କରାଯାଉଥିବା ଘଟଣାରେ ଦୁଇ ସୁରକ୍ଷା କର୍ମୀଙ୍କୁ ନିଲମ୍ବିତ କରାଯାଇଛି। ଘଟଣାର ତଦନ୍ତ କରୁଥିବା କମିଟି କୁଳପତି ପ୍ରଫେସର ଅଟଳ ଚୌଧୁରୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ରାଗିଂ ଚାଲୁଥିବା ସମୟରେ ଦୁଇ ସୁରକ୍ଷାକର୍ମୀ ସେଠାରେ ଉପସ୍ଥିତ ଥିବା ସତ୍ତ୍ବେ ସେମାନଙ୍କ କାର୍ଯ୍ୟ ସମ୍ପାଦନ କରି ନ ଥିଲେ। ଫଳରେ ଏହି ଘଟଣାରେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ବହିଷ୍କୃତ କରାଯାଇଛି । ଏଥିସହିତ ବିଶ୍ବବିଦ୍ୟାଳୟର ସୁରକ୍ଷା ଦାୟିତ୍ବ ନେଇଥିବା ରିଲାଏବଲ୍‌ ସିକ୍ୟୁରିଟି ସଂସ୍ଥାକୁ ମଧ୍ୟ ଏନେଇ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଅପରପକ୍ଷେ, ସମସ୍ତ ଘଟଣାର ଭିଡିଓଗ୍ରାଫି ଓ ଫଟୋଗ୍ରାଫି ଯାଞ୍ଚ ମଧ୍ୟ ଚାଲିଛି। ତେବେ ଭିଡିଓଗ୍ରାଫି ଯାଞ୍ଚ ସମୟରେ ଆଉ ୫ ଜଣ ଛାତ୍ର ମଧ୍ୟ ସ୍କାନରକୁ ଆସିଥିବା ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜେଟ୍‌ଲୀଙ୍କ ଶେଷକୃତ୍ୟ ସମ୍ପନ୍ନ

ଶନିବାର ୬୬ ବର୍ଷ ବୟସରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ଅନ୍ୟତମ ବରିଷ୍ଠ ଓ ଟାଣୁଆ ନେତା ଅରୁଣ ଜେଟ୍‌ଲୀଙ୍କର ସ୍ଥାନୀୟ ଏମ୍ସରେ ଦେହାନ୍ତ ହୋଇଯାଇଥିବା ବେଳେ ରବିବାର ଅପରାହ୍ନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏଠାକାର ନିଗମବୋଧ ଘାଟ ଶ୍ମଶାନରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି। ତାଙ୍କ ଶେଷକୃତ୍ୟ ସମ୍ପନ୍ନ ବେଳେ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତା ଓ ବିଜେପି କର୍ମୀମାନେ ଉପସ୍ଥିତ ରହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମଧ୍ୟାହ୍ନରେ ଜେଟ୍‌ଲୀଙ୍କ ମରଶରୀରକୁ ଏକ ଶୋଭାଯାତ୍ରା ମାଧ୍ୟମରେ ନିଗମବୋଧ ଘାଟକୁ ନିଆଯାଇଥିଲା। ସେଠାରେ ତାଙ୍କ ପୁତ୍ର ରୋହନ୍‌ ମୁଖାଗ୍ନି ଦେବା ପରେ ଜେଟ୍‌ଲୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପୂର୍ବରୁ ବିଜେପି ମୁଖ୍ୟାଳୟରେ ତାଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ଓ ଜେପି ନଡ୍ଡାଙ୍କ ସମେତ ବହୁ ବରିଷ୍ଠ ନେତା ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଜେଟ୍‌ ଏୟାର୍‌ୱେଜ୍‌ ପ୍ରତିଷ୍ଠାତଙ୍କ ଘରେ ଇଡିର ରେଡ୍‌


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ