ଅପରାଧ

ଲୁଟେରାଙ୍କ ନାରକୀୟ କାଣ୍ଡ: ୪ ଜଣଙ୍କୁ ହାଣିଦେଲେ
ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ରାକ୍‌ ପ୍ରସ୍ତୁତି: ଶପିଂ ମଲ୍‌ରେ

ଦେଶରେ ସବୁଠାରୁ ବର୍ତ୍ତମାନ ବଡ଼ ସମସ୍ୟା ହେଉଛି ଆତଙ୍କବାଦ। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏବେ ସାରା ଦେଶରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରହିଥିବା ବାରମ୍ବାର ଗୁଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଉଛି। ଏହାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଯଦି ଆତଙ୍କବାଦୀମାନେ ଆକ୍ରମଣ କରନ୍ତି, ତେବେ କିଭଳି ସୁରକ୍ଷାକର୍ମୀମାନେ ଏହାକୁ ପ୍ରତିହତ କରିବେ ସେନେଇ ଆରମ୍ଭ ହୋଇଛି ମକ୍‌ଡ୍ରିଲ୍‌। ଏନେଇ ରାଜଧାନୀ ଭୁବନେଶ୍ୱରର ଏକ ଶପିଂ ମଲ୍‌ରେ ମକ୍‌ଡ୍ରିଲ କରାଯାଇଛି। ବୋମା ନିଷ୍କ୍ରିୟକାରୀ ଟିମ୍‌, ଆଣ୍ଟି ଟେରୋରିଷ୍ଟ୍‌ ସ୍ୱାର୍ଡ , ଏନ୍‌ଡିଆରଏଫ୍‌ ଟିମ୍‌, ଓଡ୍ରାଫ୍‌ ଟିମ୍‌, ଅଗ୍ନିଶମ ବିଭାଗର ଅଧିକାରୀମାନେ ଏହି ମକ୍‌ଡ୍ରିଲରେ ସାମିଲ୍‌ ହୋଇଛନ୍ତି।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ

ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଜଣେ ଆଇନ ବିଭାଗର ଛାତ୍ରୀ ଅସଦାଚରଣ ଅଭିଯୋଗ ଆଣିଛନ୍ତି। ଏକ ଭିଡିଓ ଜାରି କରି ଛାତ୍ରୀ ଜଣଙ୍କ ଅଭିଯୋଗ ଆଣିବା ପରେ ହଠାତ୍‌ ନିଖୋଜ ହୋଇଯାଇଛନ୍ତି। ସେ ଭିଡିଓ ଜାରି କରି କହିଛନ୍ତି ଯେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପୂର୍ବତନ ରାଷ୍ଟ୍ରମନ୍ତ୍ରୀ ଥିବା ସ୍ୱାମୀ ଚନ୍ମୟାନନ୍ଦ ଅନେକ ଯୁବତୀଙ୍କ ସମେତ ମୋ ଜୀବନକୁ ମଧ୍ୟ ନଷ୍ଟ କରିଦେଇଛନ୍ତି। ଚିନ୍ମୟାନନ୍ଦଙ୍କ ବିରୋଧରେ ଅନେକ ପ୍ରମାଣ ମୋ ପାଖରେ ରହିଛି। ସେ ପ୍ରଭାବଶାଳୀ ହୋଇଥିବାରୁ ଜିଲ୍ଲା ମାଜିଷ୍ଟ୍ରେଟ କିମ୍ବା ଏସ୍‌ପି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯଦି ମୁଁ ମୁହଁ ଖୋଲିବି, ତା’ହେଲେ ତାଙ୍କ ସମର୍ଥକମାନେ ମୋ ପରିବାରକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଧମକ ମଧ୍ୟ ଦେଇଥିଲେ।

ମହାକାଶରୁ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍‌

ମହାକାଶରେ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍‌ ହୋଇଛି। ଏହି ଘଟଣାର ତଦନ୍ତ କରିବାକୁ ଯାଉଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା 'ନାସା'। ମହାକାଶଚାରୀ ଆନ୍ନେ ମ୍ୟାକ୍‌କ୍ଲେନଙ୍କ ବିରୋଧରେ ଆସିଛି ଏଭଳି ଅଭିଯୋଗ। ସେ ସ୍ପେସ୍‌ ସେଣ୍ଟରରେ ଥିବା କମ୍ପ୍ୟୁଟରରୁ ତାଙ୍କ ପରିତ୍ୟକ୍ତା ସ୍ତ୍ରୀ ସମର ଓର୍ଡେନଙ୍କ ଇମେଲ୍‌ ଓ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ସବୁ ଚୋରି କରି ନେଇଥିବା ସମ୍ପର୍କରେ ଅଭିଯୋଗ ହୋଇଛି। ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେସନ୍‌ (ଆଇଏସ୍‌ଏସ୍‌)ରେ ୬ମାସିଆ ମିଶନ୍‌ କାଳରେ ମ୍ୟାକ୍‌କ୍ଲେନ୍‌ ଏଭଳି କେଳେଙ୍କାରି କରିଥିବା କୁହାଯାଉଛି। ଏହି ମହାକାଶଚାରୀଙ୍କ ପତ୍ନୀ (ଉଭୟ ସମକାମୀ ଦମ୍ପତି) ଓର୍ଡେନ ଚଳିତବର୍ଷ ପ୍ରାରମ୍ଭରେ ଫେଡେରାଲ ଟ୍ରେଡ ମିଶନ୍‌ (ଏଫ୍‌ଟିଏମ୍‌)ରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ ମ୍ୟାକ୍‌କ୍ଲେନ୍‌ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ତଥ୍ୟ ଚୋରି କରି ନେଇଛନ୍ତି। ଏଥିସହିତ ଓର୍ଡେନଙ୍କ ପରିବାର ମଧ୍ୟ 'ନାସା'ର ଇନ୍ସପେକ୍ଟର ଜେନେରାଲ ଅଫିସରେ ଆଉ ଏକ ଅଭିଯୋଗ ଦାଏର କରିଛନ୍ତି।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ