ଅପରାଧ

ନିଶା ଉଜାଡ଼ିଲା ସଂସାର

ମାଲକାନଗିରି ବ୍ଲକ ଅନ୍ତର୍ଗତ ବୀର ଲକ୍ଷ୍ମଣପୁର ଗ୍ରାମପଞ୍ଚାୟତର ଗୋଡ଼ିପୁଟ ଗାଁରେ ଘଟିଛି ଏକ ଛାତିଥରା ଲୋମହର୍ଷଣକାରୀ ଅଭାବନୀୟ ଘଟଣା। ମଦ ନିଶାରେ ଚୁର ହୋଇଥିବା ଜଣେ ମହିଳା ନିଜ ହିତାହିତ ଞାନ ଭୁଲିଯାଇ ନିଜ ୫ ବର୍ଷର କୁନିଝିଅକୁ ଏକ କଟୁରୀରେ ହାଣି ଜୀବନ ନେଇଛି। କେବଳ ସେତିକିରେ ଅଟକି ଯାଇନି ଏହି ରାକ୍ଷସୀ ମା। କଟୁରୀ ଚୋଟ ବସାଇଛି ନିଜର ଦୁଇବର୍ଷର ଶିଶୁ ସନ୍ତାନର କଅଁଳ ବେକରେ। ରକ୍ତଭିଜା ପୁଅ ନିସ୍ତେଜ ହେବା ପରେ ମା’ର ନିଶା ଟିକେ ବି ଖସି ନ ଥିଲା। ନିଜ ସ୍ବାମୀଙ୍କ ଉପରକୁ ଝପଟି ଯାଉଥିବା ବେଳେ ଓଲଟା ସ୍ବାମୀର ଠେଙ୍ଗା ପ୍ରହାର ଖାଇ ତଳେ ପଡ଼ି ଉଡ଼ିଯାଇଥିଲା ପ୍ରାଣ। ମଦ ନିଶାର ନିମିଷକ ମଧ୍ୟରେ ଗୋଟିଏ ପରିବାର ଚୁନା ହୋଇଯିବାକୁ ନେଇ ଏବେ ସାରା ଜିଲାରେ ଆରମ୍ଭ ହୋଇଛି ଚର୍ଚ୍ଚା।

ରାଜଧାନୀରେ ଇଞ୍ଜିନିୟର ଅପରାଧୀ
ହନିପ୍ରୀତଙ୍କ ଜେଲ ଜୀବନ: ଚଟାଣର ପଟି ଉପରେ ବାବାଙ୍କ

ପ୍ରାସାଦରେ ରହୁଥିବା ହନିପ୍ରୀତ ଜେଲର ଏକ ପଟି ଉପରେ ବିତାଇଛନ୍ତି ରାତି। ପଟି ଉପରେ ଅନ୍ଧାରୀ ସେଲରେ ବସିରହିଥିବା ହନିପ୍ରୀତଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୂଚନାଯୋଗ୍ୟ ଯେ ହରିୟାଣା ପୋଲିସ ବାବା ରାମ ରହିମଙ୍କ ତଥାକଥିତ ପୋଷ୍ୟ କନ୍ୟା ହନିପ୍ରୀତଙ୍କୁ ମଙ୍ଗଳବାର ପଞ୍ଜାବର ଜିରକପୁର ପଟିଆଲା ରାଜପଥରୁ ଗିରଫ କରିଛନ୍ତି। ହନିପ୍ରୀତ ହେଲିକପ୍ଟରରେ ବାବାଙ୍କ ସହିତ ରୋହତକ ଯାଇଥିଲେ କିନ୍ତୁ ତା ପରଠାରୁ ସେ ହୋଇଯାଇଥିଲେ ଫେରାର। ୩୯ ଦିନ ପରେ ସେ ପ୍ରଥମ ଥର ପାଇଁ ମିଡିଆରେ ଦେଖାଦେବାର ମାତ୍ର କେଇ ଘଣ୍ଟା ଭିତରେ ତାଙ୍କୁ ପୋଲିସ ଗିରଫ କରିନେଇଥିଲା। ଜେଲର ଅନ୍ଧାରୀ ସେଲ ଭିତରେ ହନିପ୍ରୀତଙ୍କ ପ୍ରଥମ ରାତି କାନ୍ଦି କାନ୍ଦି ବିତିଥିବା ଜଣାଯାଇଛି। ଜେଲ ଯିବା ପର୍ଯ୍ୟନ୍ତ ପାପାଙ୍କ ପରୀ କୁହାଯାଉଥିବା ହନିପ୍ରୀତ ଗୋଟିଏ ଦିନ ବି ବିନା ମେକଅପ୍‌ରେ ରହିନାହାନ୍ତି।

ପରମ୍ପରା ନାଁରେ ଲକ୍ଷ ଲକ୍ଷ ଟଙ୍କାର ଜୁଆ ଖେଳ
ଗଞ୍ଜାମରେ ପୁଣି ଦୁଇ ଜଘନ୍ୟ ହତ୍ୟା

ଦୁଇବର୍ଷ ଭିତରେ ଗଞ୍ଜାମରେ ୩୧ ଜଣଙ୍କୁ ପୋଲିସ ଏନକାଉଣ୍ଟର କରିଛି। ତଥାପି କମିନି ଅପରାଧୀଙ୍କ ତୋଡ଼। ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ୁଥିବା କାରଣରୁ ପୋଲିସ ପ୍ରଶାସନ ନାକେଦମ ହେଲାଣି। ରବିବାର ଦିନ ବଡ଼ଗଡ଼ ଥାନା ଧରାକୋଟ ବ୍ଲକ ଅନ୍ତର୍ଗତ ଓମ୍ବା ଗ୍ରାମରେ ଗାଁ ମୁଖିଆ ପାଣ୍ଡବ ନାଇକଙ୍କ ମୁଣ୍ଡକାଟ କରିନେଇ ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ଏହା ଏକ ରାଜନୈତିକ ହତ୍ୟା ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ରବିବାର ଦିନ ଗାଁର ପାଞ୍ଚଜଣ ଲୋକ ଆସି ପାଣ୍ଡବଙ୍କୁ ଘରୁ ଡାକି ନେଇ ଯାଇଥିଲେ। ବିଳମ୍ବିତ ରାତି ସୁଦ୍ଧା ସେ ଘରକୁ ନ ଫେରିବାରୁ ଖୋଜା ଖୋଜି କରାଯାଇଥିଲା। କିଛି ଦୂରରେ ମୁଣ୍ଡ ନ ଥିବା ଅବସ୍ଥାରେ ତାଙ୍କ ଶରୀର ଉଦ୍ଧାର ହୋଇଥିଲା। ଗାଁର ଅଙ୍ଗଦ ରାଉତଙ୍କ ସହ ପାଣ୍ଡବଙ୍କ ଠିକାଦାରୀ ବିବାଦ ଥିଲା। ବିବାଦ ପଲ୍ଲୀସଭାରେ ଉଗ୍ରରୂପ ନେଇଥିଲା ବୋଲି କୁହାଯାଉଛି।

ଜେଲ ଭାଙ୍ଗି ୩୦ କଏଦୀ ଫେରାର, ୧୨ ପୁଣି ଲେଉଟିଲେ

ଅପରାଧ କାର୍ଯ୍ୟକଳାପ ଦୃଷ୍ଟିରୁ ବିହାର ସବୁବେଳେ ଚର୍ଚ୍ଚାରେ। ଏଥିପାଇଁ ବିଭିନ୍ନ ରାଜ୍ୟରେ ବାସ କରୁଥିବା ବିହାରୀମାନଙ୍କୁ ଲଜ୍ଜିତ ହେବାକୁ ପଡ଼େ। ହତ୍ୟା, ଡକାୟତି, ଚୋରି, ଦୁଷ୍କର୍ମ ଘଟଣାରେ ବିହାର ଅନେକ ରାଜ୍ୟକୁ ଟପି ଜାତୀୟ ସ୍ତରରେ କୁଖ୍ୟାତି ଅର୍ଜନ କରିଥିବା ବେଳେ ନିକଟରେ ବିହାର ଜେଲରେ ଘଟିଛି ଆଉ ଏକ ଜଘନ୍ୟ ଘଟଣା। ୩୦ରୁ ଅଧିକ କଏଦୀ ଜେଲ ଭାଙ୍ଗି ଫେରାର ହୋଇଥିବାର ଖବର ସାମନାକୁ ଆସିଛି। ଏହିସବୁ କଏଦୀମାନଙ୍କ ନାମରେ ହତ୍ୟା, ଦୁଷ୍କର୍ମ, ଡକାୟତି ଏବଂ ଚୋରି ପରି ସଙ୍ଗୀନ ଅଭିଯୋଗ ରହିଛି। ସୂଚନା ଅନୁଯାୟୀ ଜଣେ କଏଦୀ ମଜଭୁତ ଲୁହାଗ୍ରୀଲକୁ ଭାଙ୍ଗିବା ସହ ଝରକା ଭାଙ୍ଗି ଫେରାର ହୋଇଯିବା ପରେ ଅନ୍ୟମାନେ ତାଙ୍କୁ ଅନୁସରଣ କରିଥିଲେ। ଘଟଣା ବିହାରର ମୁଙ୍ଗେର ଜିଲାରେ ଥିବା ବାଳ ସୁଧାର ଗୃହରେ ହୋଇଥିବା ଜଣାପଡ଼ିଛି।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ