ଅପରାଧ

ମନସୁଖ ହତ୍ୟାକାଣ୍ଡ ପଛରେ ୱାଜେ: ମହାରାଷ୍ଟ୍ର ଏଟିଏସ୍‌ର ଖୁଲାସା

ଚଳିତ ମାସ ପ୍ରାରମ୍ଭରେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ସମ୍ମୁଖରେ ଏକ ବିସ୍ଫୋରକ ଭର୍ତ୍ତି ସ୍କର୍ପିଓକୁ ଜବତ କରାଯାଇଥିଲା। ଏହାର କିଛି ଦିନ ପରେ ଏହି ସ୍କର୍ପିଓର ମାଲିକ ମନସୁଖ ହିରେନଙ୍କ ମୃତଦେହ ଏକ ନାଳରୁ ଉଦ୍ଧାର କରାଯାଇଥିଲା। ମନସୁଖଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପତ୍ନୀ ଅଭିଯୋଗ କରିବା ସହ ଜବତ ହୋଇଥିବା ସ୍କର୍ପିଓଟିକୁ ତାଙ୍କ ସ୍ବାମୀ ଏନକାଉଣ୍ଟର୍ ସ୍ପେଶାଲିଷ୍ଟ ସଚିନ୍ ୱାଜେଙ୍କୁ ଦେଇଥିବା କହିଥିଲେ। ଏହି ଘଟଣା ଦିନକୁ ଦିନ ଅଧିକ ରହସ୍ୟ ଘେରକୁ ଚାଲିଯାଉଥିବା ବେଳେ ନିକଟରେ ମନସୁଖଙ୍କ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ବ ଏନଆଇଏକୁ ପ୍ରଦାନ କରାଯାଇଛି। ତେବେ ମନସୁଖଙ୍କୁ ହତ୍ୟା କରାଯାଇଛି ଓ ଏହି ହତ୍ୟାକାଣ୍ଡ ପଛରେ ୱାଜେଙ୍କର ହିଁ ଭୂମିକା ରହିଛି ବୋଲି ମହାରାଷ୍ଟ୍ର ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍ (ଏଟିଏସ୍) ମୁଖ୍ୟ ଜୟଜିତ୍ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ଖୁଲାସା କରିଛନ୍ତି। ଠାଣେଭିତ୍ତିକ ବ୍ୟବସାୟୀ ମନସୁଖଙ୍କୁ ହତ୍ୟା କରାଯିବା ପଛରେ ଗିରଫ ହୋଇଥିବା ପୋଲିସ୍ ଅଧିକାରୀ ୱାଜେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ସିଂ କହିଛନ୍ତି।

କଲରାଡୋରେ ବନ୍ଧୁକଧାରୀର ନାରକୀୟ କାଣ୍ଡ: ପୋଲିସ୍ ଅଧିକାରୀ ସମେତ ୧୦ ମୃତ

ଆମେରିକାର କଲରାଡୋ ରାଜ୍ୟରେ ସୋମବାର ଜଣେ ଅଜଣା ବନ୍ଧୁକଧାରୀ ଏକ ଗ୍ରସରୀ ଦୋକାନରେ ଆଖିବୁଜା ଗୁଳି ଚଳାଇବା ଫଳରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଏହାଛଡ଼ା ଏହି ଗୁଳିକାଣ୍ଡରେ ଏକାଧିକ ଲୋକ ମଧ୍ୟ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ପୋଲିସ୍ ଅଧିକାରୀ ମଧ୍ୟ ଅଛନ୍ତି। ତେବେ ଉକ୍ତ ବନ୍ଧୁକଧାରୀକୁ ସୁରକ୍ଷାକର୍ମୀମାନେ କାବୁ କରିବାରେ ସକ୍ଷମ ହୋଇଛନ୍ତି। କଲରାଡୋ ରାଜ୍ୟର ବୋଲଡର୍ ସହରରେ ଗତ ସୋମବାର ଏହି ଅଘଟଣ ଘଟିଥିବା ସ୍ଥାନୀୟ ପୋଲିସ୍ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ମୃତ୍ୟୁବରଣ କରିଥିବା ପୋଲିସ୍ ଅଧିକାରୀଙ୍କ ନାମ ଏରିକ୍ ଟାଲି ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି। ଉକ୍ତ ଅଧିକାରୀ ନିଜ ଜୀବନକୁ ଅନ୍ୟମାନଙ୍କୁ ରକ୍ଷା କରିବା ସକାଶେ ବଳି ଦେଇଛନ୍ତି ବୋଲି ବିଭାଗ ପକ୍ଷରୁ ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଛି। ବିବିସି ନ୍ୟୁଜ୍ ରିପୋର୍ଟ ଅନୁସାରେ, ସୋମବାର ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟ୍ ସମୟରେ ଉକ୍ତ ଆତତାୟୀ ଜଣକ କିଙ୍ଗ୍ ସୁପର୍ସ ଗ୍ରସରୀ ଦୋକାନରେ ପ୍ରବେଶ କରି ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଦେଇଥିଲା।

କାର୍‌ରୁ କଙ୍କାଳ ମିଳିବା ଘଟଣା: ଜାରି ହେଲା ସ୍କେଚ୍‌

ଖୋର୍ଦ୍ଧା ଜିଲ୍ଲା ଜାଆଁଳା ଫାଣ୍ଡି ପରିସରରେ ଜବତ ହୋଇ ରହିଥିବା ଏକ କାର୍‌ ଭିତରୁ ମହିଳାଙ୍କ ନରକଙ୍କାଳ ମିଳିବା ଘଟଣାରେ ପୋଲିସ୍ ପକ୍ଷରୁ ଜାରି କରାଯାଇଛି ମହିଳାଙ୍କ ସ୍କେଚ୍‌। ବେଙ୍ଗାଲୁରୁର ଏକ ଫୋରେନସିକ୍‌ ଲ୍ୟାବ୍‌ ପକ୍ଷରୁ ମହିଳାଙ୍କ ସ୍କେଚ୍‌ କରାଯାଇଛି। ନରକଙ୍କାଳ ନମୁନାରୁ ସ୍କଲ୍‌ ମ୍ୟାପିଂ ସହ ଡାଟାବେସ୍‌କୁ ଆଧାର କରାଯାଇ ସ୍କେଚ୍‌ ତିଆରି କରାଯାଇଛି। ମହିଳାଙ୍କ ପରିଚୟ ଜାଣିବା ପାଇଁ ଏହି ସ୍କେଚ୍‌କୁ ସର୍ବସାଧାରଣରେ ଲଗାଯିବା ସହ ବିଭିନ୍ନ ସୋସାଲ୍‌ ମିଡିଆରେ ଦିଆଯିବ ବୋଲି କମିଶନରେଟ୍‌ ପୋଲିସ୍‌ ପକ୍ଷରୁ କୁହାଯାଇଛି। ପ୍ରସ୍ତୁତ ହୋଇଥିବା ସ୍କେଚ୍‌ରେ ମହିଳା ଜଣକ ବୟସ୍କ ବୋଲି ଜଣାପଡ଼ୁଛି। ଅନ୍ୟପକ୍ଷରେ ଏହି ଘଟଣାରେ ପୋଲିସ୍‌ ଛାନଭିନ୍‌ ଚଳାଇଥିବା ବେଳେ ତଦନ୍ତ ଅଧିକାରୀ ୧୨ ଜଣଙ୍କୁ ଜେରା କରିଛନ୍ତି। ଏଥିରେ ୩ ଜଣ ବ୍ୟବସାୟୀ, ଫାଣ୍ଡିର ଦୁଇ ଜଣ କର୍ମଚାରୀ ଓ ସାଧାରଣ ଲୋକ ଅଛନ୍ତି।

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା: ପ୍ରମାଣ ନ ଥିବାରୁ ନିର୍ଦ୍ଦୋଷରେ ଖଲାସ ଦାବି କଲେ ଥରୁର୍

ବହୁଚର୍ଚ୍ଚିତ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଅଭିଯୁକ୍ତ ତାଙ୍କ ସ୍ବାମୀ ତଥା କଂଗ୍ରେସ ନେତା ଶଶି ଥରୁର ଗୁରୁବାର ଅଦାଲତରେ ନିଜର ପକ୍ଷ ରଖିଛନ୍ତି। ଇତିମଧ୍ୟରେ ଏକାଧିକ ସଂସ୍ଥା ଏହି ଘଟଣାର ତଦନ୍ତ କରିସାରିଥିବାବେଳେ ସୁନନ୍ଦାଙ୍କ ମୃତ୍ୟୁରେ ତାଙ୍କର ସଂପୃକ୍ତି ନେଇ ବଳିଷ୍ଠ ପ୍ରମାଣ ପାଇପାରି ନାହାନ୍ତି। ତେଣୁ ଏହି ପରିପ୍ରେକ୍ଷୀରେ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଉ ବୋଲି ଥରୁର ଯୁକ୍ତି ଉପସ୍ଥାପନ କରିଛନ୍ତି। ସୁନନ୍ଦାଙ୍କୁ ହତ୍ୟା କରାଯାଇଛି କିମ୍ବା ସେ ଆତ୍ମହତ୍ୟା କରିଛନ୍ତି, ଏଥିନେଇ ତଦନ୍ତକାରୀ ସଂସ୍ଥା କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରୁ ନାହାନ୍ତି। ତେଣୁ ସୁନନ୍ଦାଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ବୋଲି ବିକଳ୍ପ ଭାବେ ଗ୍ରହଣ କରାଯିବା ଉଚିତ ବୋଲି ଥରୁର ତାଙ୍କ ଯୁକ୍ତିରେ ଦର୍ଶାଇଛନ୍ତି।

ମେକ୍ସିକୋ ପୋଲିସ୍ ଉପରେ ବନ୍ଧୁକଧାରୀଙ୍କ ଆକ୍ରମଣ: ୧୩ ମୃତ

ମେକ୍ସିକୋ ପୋଲିସ୍ ଉପରେ କେତେକ ଅଜଣା ବନ୍ଧୁକଧାରୀ ଆଖିବୁଜା ଗୁଳି ଚଳାଇବା ଫଳରେ ୧୩ ଜଣ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ହୋଇଛି। ଗତ ଗୁରୁବାର ମେକ୍ସିକୋର କେନ୍ଦ୍ରସ୍ଥଳରେ ଅବସ୍ଥିତ ଅଞ୍ଚଳରେ ଏପରି ନରସଂହାର ଘଟିଥିବା ବେଳେ ନିକଟ ଅତୀତରେ ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣଶ ମଧ୍ୟରେ ଏହା ସବୁଠାରୁ ଭୟଙ୍କର ଘଟଣା ବୋଲି କୁହାଯାଉଛି। କୋଟପେକ୍ ହରିନାସ୍ ମହାନଗର ଅନ୍ତର୍ଗତ ଲାନୋ ଗ୍ରାଣ୍ଡେ ଅଞ୍ଚଳରେ ଏହି ବନ୍ଧୁକଧାରୀମାନେ ଅଚାନକ ପାଟ୍ରୋଲିଂରେ ଯାଉଥିବା ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ ବୋଲି ମେକ୍ସିକୋ ନିରାପତ୍ତା ବିଭାଗ ମନ୍ତ୍ରୀ ରଡରିଗୋ ମାର୍ଟିନେଜ୍-ସେଲିସ୍ ସୂଚନା ଦେଇଛନ୍ତି। ଏହି ନରସଂହାର ଘଟଣାର ପ୍ରତିକ୍ରିୟାରେ ମନ୍ତ୍ରୀ କହିଛନ୍ତି ଯେ ମେକ୍ସିକୋ ଉପରେ ଏପରି ଏକ ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରାଯିବା ସହ ଏହି ଆତତାୟୀମାନଙ୍କୁ କାବୁ କରିବା ସକାଶେ ଆଇନ ସହାୟତାରେ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ