ୟୁଏସ କ୍ୟାପିଟଲରେ ଶୁକ୍ରବାର ଜଣେ ବ୍ୟକ୍ତି ପୋଲିସ ଅଫିସରଙ୍କୁ କାର ମଡ଼ାଇ ହତ୍ୟା କରାଯାଇଛି। କାର ମଡ଼ାଇ ଜଣଙ୍କୁ ହତ୍ୟା କରିବା ପରେ ବ୍ୟକ୍ତି ଜଣକ ଛୁରିରେ ଆଉ ଜଣେ ପୋଲିସ ଅଫିସରକୁ ଆକ୍ରମଣ କରି ଗୁରୁତର କରିଛନ୍ତି। ମାତ୍ର ସେଠାରେ ଉପସ୍ଥିତ ଅନ୍ୟ ପୋଲିସ କର୍ମଚାରୀ ଆତଙ୍କ ଆତଙ୍କ ଖେଳାଉଥିବା ଏହି ବ୍ୟକ୍ତି ଜଣଙ୍କୁ ଗୁଳି ହତ୍ୟା କରିବା ଯୋଗୁ ସେ ଆଉ ବେଶି କିଛି କ୍ଷତି ଘଟାଇ ନାହିଁ। ମାତ୍ର ଜାନୁଆରୀ ୬ ତାରିଖର ଘଟଣା ପରେ ପ୍ରଥମ ଥର ପାଇଁ ୟୂଏସ କ୍ୟାପିଟଲରେ ରକ୍ତର ଛିଟା ଲାଗିଛି। ପରିସ୍ଥିତିକୁ ଦେଖ କ୍ୟାପିଟଲ ସିଟିକୁ ଲକଡାଉନ ଘୋଷଣା କରାଯାଇଛି।
ସାମାନ୍ୟ ସମ୍ପତ୍ତି ପାଇଁ ଜଣେ ମଣିଷ ପାଲଟି ଯାଇଛି ଶୈତାନ। ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଭାଉଜର ଗଳାକାଟି ହତ୍ୟା କରିଛି ଦିଅର। କଟକ ସହରର ଶିଖରପୁର ଉପର ସାହିରେ ଘଟିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡ। ଏହି ଘଟଣାରେ ଚାଉଳିଆଗଞ୍ଜ ପୋଲିସ୍ ଦିଅରକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ମୃତଦେହକୁ ଜବତ କରିଛି। ମୃତକ ହେଉଛନ୍ତି କାମାକ୍ଷି ମହାନ୍ତି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିଲେ ବି ପାରିବାରିକ ଜମିଜମା ବିବାଦ ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାଉସୀ ଘର କୁହାଯାଇଥିବା ମାଉସୀ ମା’ ମନ୍ଦିରରେ କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ। ବଡ଼ଦାଣ୍ଡର ବଳଗଣ୍ଡିଠାରେ ଥିବା ମନ୍ଦିରର ମୁଖ୍ୟ ଦ୍ୱାର ତାଲା ଭାଙ୍ଗି ଲୁଟ୍ପାଟ୍ କରିଛନ୍ତି ଡକାୟତ। ବିଳମ୍ବିତ ରାତିରେ ତାଲା କାଟି, ଆଲମିରା ଓ ହୁଣ୍ଡି ଭାଙ୍ଗି ଲୁଟି ନେଇଛନ୍ତି ଲୁଟେରା। ଚୋରି ନେଇ କୁମ୍ଭାରପଡ଼ା ଥାନାରେ ମନ୍ଦିରର ପୂଜକ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ୍ ମୁସଲିମିନ୍ (ଏଆଇଏମଆଇଏମ୍) ନେତା ଅସଦ୍ ଖାନଙ୍କୁ ଗୁରୁବାର ସ୍ପଷ୍ଟଦିବାଲୋକରେ କେତେକ ଆତତାୟୀ ଗୁଳି କରି ହତ୍ୟା କରିଛନ୍ତି। ୪୦ ବର୍ଷୀୟ ଅସଦ୍ଙ୍କୁ ହାଇଦ୍ରାବାଦର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏପରି ହୃଦୟ ବିଦାରକ ଅଘଟଣ ଘଟିଯାଇଥିବା ଜଣାପଡ଼ିଛି। ହାଇଦ୍ରାବାଦର ଓଲ୍ଡ ସିଟିର ମୈଲରଦେବପାଲୀ ଥାନା ଅଞ୍ଚଳର ଭାଟାପାଲି ଅଞ୍ଚଳରେ ଏହି ଅଘଟଣ ଘଟିଛି। ଏହି ଅଞ୍ଚଳଟି ଏଆଇଏମ୍ଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ୍ ଓୱେସୀଙ୍କ ପ୍ରମୁଖ ଇଲାକା ହୋଇଥିବା ବେଳେ ସ୍ପଷ୍ଟ ଦିବାଲୋକରେ ହତ୍ୟାକାଣ୍ଡ ଘଟାଇଥିବା ଅପରାଧୀମାନଙ୍କୁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଚିହ୍ନଟ କରାଯାଇନାହିଁ। ଅନ୍ୟପକ୍ଷରେ ପୋଲିସ୍ ପକ୍ଷରୁ କୁହାଯାଇଛି ଯେ ଅସଦ୍ ସ୍ଥାନୀୟ ଅଞ୍ଚଳରେ ଜଣେ ଏଆଇଏମଆଇଏମର ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ ହେଁ ତାଙ୍କର ଅପରାଧିକ କାର୍ଯ୍ୟକଳାପ ସହ ସଂପ୍କ୍ତି ଥିଲା ଓ ତାଙ୍କୁ ପ୍ରତିପକ୍ଷ ଗୋଷ୍ଠୀ ପ୍ରତିଶୋଧ ନେବା ସକାଶେ ହତ୍ୟା କରିଥିବା ସନ୍ଦେହ କରାଯାଉଛି ବୋଲି ପୋଲିସ୍ ଅନୁମାନ କରୁଛି। ଏହି ମାମଲାର ତଦନ୍ତ ପୋଲିସ୍ ଆରମ୍ଭ କରିଥିବା ବେଳେ ତଥ୍ୟ ଯୋଗାଡ଼ ପାଇଁ ଉଦ୍ୟମ ଚଳାଇଛି।
ବୁଧବାର ସନ୍ଧ୍ୟାରେ କାଲିଫର୍ଣ୍ଣିଆର ଏକ ଅଫିସ କୋଠରୀରେ ଗୁଳିକାଣ୍ଡ ଘଟି ୪ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ସୂଚନା ମିଳିଛି। ଗୁଳିକାଣ୍ଡରେ ଜଣେ ବ୍ୟକ୍ତି ଗୁରୁତର ଥିବା ଜଣାପଡ଼ିଛି। ବନ୍ଧୁକଧାରୀ ଆଉ ବେଶି କ୍ଷତି ଘଟାଇବା ପୂର୍ବରୁ ପୋଲିସ ତାକୁ ଗୁଳି କରି ଆହତ କରିବା ପରେ ଅଧିକ ଜୀବନହାନିକୁ ରୋକାଯାଇ ପାରିଛି। ମାତ୍ର ଗୁଳି କରିବା ପରେ ପୋଲିସ ଗୁଳିରେ ଆହତ ବ୍ୟକ୍ତିଜଣଙ୍କ ସମ୍ପର୍କରେ ବେଶି କିଛି ଜଣାପଡ଼ି ନାହିଁ।
‘ମୋ ବସ୍’ କର୍ମଚାରୀଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ଚଳନ୍ତା ବସ୍ରୁ ଜଣେ ଯାତ୍ରୀଙ୍କୁ ତଳକୁ ଠେଲି ଦେଇଛନ୍ତି ବସ୍ର କଣ୍ଡକ୍ଟର। ବସ୍ ଭଡ଼ାକୁ କେନ୍ଦ୍ର କରି ବଚସା ହେବାରୁ ଏଭଳି କାଣ୍ଡ ଘଟାଇଛନ୍ତି ବସ୍ କର୍ମଚାରୀ। ତଳେ ପଡ଼ିଯିବା ପରେ ଗୁରୁତର ହୋଇଛନ୍ତି ଯାତ୍ରୀ ଜଣକ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ୍ ଓ କ୍ରୁଟ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ସମ୍ପୃକ୍ତ କର୍ମଚାରୀଙ୍କୁ ହଟାଇ ଦିଆଯାଇଥିବା କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି।
ପଶ୍ଚିମବଙ୍ଗରେ ଏପ୍ରିଲ୍ ୧ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଥିଲା ବେଳେ ହିଂସାକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଦ୍ବିତୀୟ ପର୍ଯ୍ୟାୟରେ ହାଇ ପ୍ରୋଫାଇଲ ନନ୍ଦୀଗ୍ରାମ ସମେତ ଅନ୍ୟ ଆସନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମଙ୍ଗଳବାର ପ୍ରଚାରର ଶେଷ ଦିନ ଥିଲା ବେଳେ କେତେକ ସ୍ଥାନରେ ହିଂସା ସାମ୍ନାକୁ ଆସିଛି। ତେବେ ଏଥର ଆକ୍ରମଣର ଶିକାର ହୋଇଛନ୍ତି ମୋୟନାରୁ ବିଜେପି ପ୍ରାର୍ଥୀ ହୋଇଥିବା କ୍ରିକେଟର ଅଶୋକ ଦିଣ୍ଡା।
ମହାରାଷ୍ଟ୍ରର ନାନ୍ଦେଦରେ ହୋଲି ପାଳନ ବେଳେ ଶିଖ ସମ୍ପ୍ରଦାୟ ଲୋକେ ପୋଲିସକୁ ଆକ୍ରମଣ କରିଛନ୍ତି। ୩୦୦ରୁ ଅଧିକ ଶିଖ ଖଣ୍ଡାରେ ପୋଲିସ ଉପରେ ଆକ୍ରମଣ କରିଛନ୍ତି। ଏଥିରେ ୪ଜଣ ପୋଲିସ କର୍ମୀ ଗୁରୁତର ହୋଇଛନ୍ତି। ପରବର୍ତ୍ତୀ ଅବସ୍ଥାରେ ପୋଲିସ ୧୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। କୋରୋନା ମହାମାରୀ ଲାଗି ହୋଲି ଶୋଭାଯାତ୍ରା ଉପରେ ମହାରାଷ୍ଟ୍ର ପୋଲିସ କଟକଣା ଲଗାଇଥିଲା। କିନ୍ତୁ ଶିଖ ସମ୍ପ୍ରଦାୟର ଲୋକେ ଏହାକୁ ବିରୋଧ କରିଥିଲେ। ପରେ ହିଂସା ଉପୁଜିଥିଲା। ଶତାଧିକ ଲୋକେ ଏକାଠି ହୋଇ ଖଣ୍ଡା ଧରି ଗୁରୁଦ୍ୱାରା ଭିତରୁ ବାହାରି ବ୍ୟାରିକେଡ୍ ଭାଙ୍ଗିବା ସହ ପୋଲସ ଉପରକୁ ଆକ୍ରମଣ କରିଥିଲେ।
ମିଆଁମାରରେ ସେନାର ବର୍ବରତା ଶନିବାର ସୀମା ଟପିଛି। ଅଗଣତାନ୍ତ୍ରିତ ଶାସନ ବିରୋଧରେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ପ୍ରଦର୍ଶନ କରିଆସୁଥିବା ନିରୀହ ଲୋକଙ୍କୁ ବଳି ପକାଇଛି ସେନା। ଶନିବାର ସେନା ଗୁଳିରେ ୯୧ ଜଣ ପ୍ରଦର୍ଶନକାରୀଙ୍କର ମୃତ୍ୟୁ ଘଟିଛି। ପ୍ରାୟ ଦୁଇମାସ ଧରି ଚାଲିଆସୁଥିବା ଏହି ଆନ୍ଦୋଳନକୁ ଦମନ କରିବାରେ ଏହା ସବୁଠାରୁ ବଡ ଘଟଣା ବୋଲି କୁହାଯାଉଛି।
ମୁମ୍ବାଇର ସ୍ପେଶାଲ କୋର୍ଟ ସଚିନ ୱାଜେଙ୍କ ଏନଆଇଏ ହେପାଜତ ମିଆଦକୁ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ପାଖରୁ ବିସ୍ଫୋରକ ଭର୍ତ୍ତି ଏସୟୁଭି ଜବତ ହେବା ମାମଲାରେ ଏନଆଇଏ ତଦନ୍ତ ଭାରତ ନେବା ପରଠାରୁ ଗିରଫ ନିଲମ୍ବିତ ପୋଲିସ ଅଫିସର ସଚିନ ୱାଜେ ଜେରାର ସମ୍ମୁଖୀନ ହୋଇ ଚାଲିଥିଲା ବେଳେ ତାଙ୍କୁ ଗୁରୁବାର ସ୍ପେଶାଲ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ନିଜର ପକ୍ଷ ରଖି ୱାଜେ କହିଛନ୍ତି ଯେ ଏହି ସମଗ୍ର ଘଟଣାରେ ତାଙ୍କୁ ବଳୀ ବୋଦା କରି ଦିଆଯାଇଛି। କୋର୍ଟଙ୍କୁ ୱାଜେ କହିଛନ୍ତି ଯେ ବିସ୍ଫୋରକ ଭର୍ତ୍ତି ଏସୟୁଭି ଜବତ ମାମଲାରେ ସେ ଦେଢ଼ ଦିନ ପାଇଁ ତଦନ୍ତ କରିବା ପରେ କେଉଁଠି କ’ଣ ହେଲା କେଜାଣି ତାଙ୍କୁ ଏନଆଇଏ କାର୍ଯ୍ୟଳୟକୁ ଯିବାକୁ ନିର୍ଦେଶ ଆସିଲା, ଆଉ ଏହାପରେ ତାଙ୍କୁ ଗିରଫ ବୋଲି ଦର୍ଶାଗଲା। ଅନ୍ୟପକ୍ଷରେ ଏନଆଇଏ ଓକିଲ ସଲିସିଟର ଜେନେରାଲ ଅନିଲ ସିଂହ କହିଛନ୍ତି ଯେ ଜଣେ ପୋଲିସ ଅଫିସର ଏପରି ଅପରାଧରେ ସମ୍ପକ୍ତ ରହିବା ସମସ୍ତଙ୍କୁ ଚକିତ କରି ଦେଇଛି।
ଶ୍ରୀଲଙ୍କା ନୌସେନାର ଅଧିକାରୀମାନେ ୫୪ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛନ୍ତି। ଏଥିସହ ଉକ୍ତ ମତ୍ସ୍ୟଜୀବୀମାନେ ବ୍ୟବହାର କରୁଥିବା ୫ଟି ଟ୍ରଲରକୁ ମଧ୍ୟ ସେମାନେ ଜବତ କରିଥିବା ଜଣାପଡ଼ିଛି। ଭାରତୀୟ ମତ୍ସ୍ୟଜୀବୀମାନେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରହିଥିବା ଜଳସୀମାକୁ ଅତିକ୍ରମ କରି ମାଛ ଧରୁଥିବା ଶ୍ରୀଲଙ୍କା ନୌସେନା ପକ୍ଷରୁ ଅଭିଯୋଗ କରାଯାଇଛି। ଏନେଇ ଶ୍ରୀଲଙ୍କା ନୌସେନା ପକ୍ଷରୁ ଗୁରୁବାର ଏକ ବିବୃତି ଜାରି କରାଯାଇଥିବା ବେଳେ ଉକ୍ତ ମତ୍ସ୍ୟଜୀବୀମାନଙ୍କୁ ଉତ୍ତର ଓ ଉତ୍ତର-ପୂର୍ବାଞ୍ଚଳ ତଟବର୍ତ୍ତୀ ଅଞ୍ଚଳରୁ ଗିରଫ କରାଯାଇଥିବା ସୂଚନା ଦିଆଯାଇଛି। ଉକ୍ତ ବିବୃତିରେ କୁହାଯାଇଛି ଯେ ଶ୍ରୀଲଙ୍କାର ଜଳସୀମାରେ ବିଦେଶୀ ରାଷ୍ଟ୍ରର ମତ୍ସ୍ୟଜୀବୀମାନେ ପ୍ରବେଶ କରି ଆଇନ ଉଲ୍ଲଙ୍ଘନ କରୁଥିବାବେଳେ ବୁଧବାର ଭାରତର କେତେକ ମତ୍ସ୍ୟଜୀବୀ ବେଆଇନ ଭାବେ ମାଛ ଧରୁଥିଲେ। ତେଣୁ ସେମାନଙ୍କୁ ଗିରଫ କରାଯାଇଛି ବୋଲି ଶ୍ରୀଲଙ୍କା ନୌସେନା ପକ୍ଷରୁ କୁହାଯାଇଛି। ଜାଫନାର କୋଭିଲାନ୍ ଓ ଇରାନାଭିତୁ ତଟବର୍ତ୍ତୀ ଅଞ୍ଚଳରୁ ଏକାଧିକ ମାଛଧରା ବୋଟ୍ ଜବତ କରାଯିବା ସହ ୧୪ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଥିବା ବେଳେ ମନ୍ନାରର ପେସାଲାଇଠାରେ ଦୁଇଟି ବୋଟ୍ ସହ ୨୦ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି। ଏହାଛଡ଼ା ମୁଲାଇତିଭୁ ତଟବର୍ତ୍ତୀ ଅଞ୍ଚଳରୁ ୨ଟି ବୋଟ୍ ସହ ୨୦ ଜଣଙ୍କୁ ଗିରଫ କରାଯାଇଥିବା କୁହାଯାଇଛି।
ଜମାକାରୀଙ୍କ ଜମାରାଶି ଆତ୍ମସାତ କରିଥିବା ପୋଷ୍ଟମାଷ୍ଟରଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ। ୧୮୫ ଜଣ ଜମାକାରୀଙ୍କର ୩୫ ଲକ୍ଷ ଜମାରାଶି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିଲେ ଆହାରପଦା ଶାଖା ପୋଷ୍ଟ ଅଫିସର ତତ୍କାଳୀନ ଶାଖା ପୋଷ୍ଟମାଷ୍ଟର କମଳାକାନ୍ତ ନାୟକ। ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଦେବଦତ୍ତ ପଟ୍ଟନାୟକ ୪୦୯ ଦଫାରେ ପୋଷ୍ଟମାଷ୍ଟର କମଳାକାନ୍ତ ନାୟକଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ପୁଣି ୧ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି।
ମହାରାଷ୍ଟ୍ର ପୋଲିସର ଜଣାଶୁଣା ଏନକାଉଣ୍ଟର୍ ସ୍ପେଶାଲିଷ୍ଟ୍ ସଚିନ୍ ୱାଜେଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଗିରଫ କରିଥିବା ବେଳେ ଗୁରୁବାର ତାଙ୍କର ରିମାଣ୍ଡ ଅବଧି ଶେଷ ହେଉଥିବାରୁ ତାଙ୍କୁ ଏନଆଇଏ କୋର୍ଟରେ ହାଜର କରାଯାଇଥିଲା। ହାଜର ପରେ ଏନଆଇଏ କୋର୍ଟ ତାଙ୍କୁ ଆସନ୍ତା ଏପ୍ରିଲ୍ ୩ ତାରିଖ ପର୍ଯ୍ୟନ୍ତ ପୁଣି ଏନଆଇଏ ହେପାଜତକୁ ପଠାଇ ଦେଇଛନ୍ତି। ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ସମ୍ମୁଖରୁ ଉଦ୍ଧାର ହୋଇଥିବା ବିସ୍ଫୋରକ ଭର୍ତ୍ତି ସ୍କର୍ପିଓ ଓ ଏହି ସ୍କର୍ପିଓର ମାଲିକ ମନସୁଖ ହିରେନ୍ଙ୍କ ହତ୍ୟାକାଣ୍ଡ ପଛରେ ୱାଜେଙ୍କର ଭୂମିକା ଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ତେବେ ଉକ୍ତ ସ୍କର୍ପିଓଟିକୁ ୱାଜେ ନିଜେ ଉକ୍ତ ସ୍ଥାନରେ ଛାଡ଼ିଦେଇଥିବା ସ୍ବୀକାର କରିଛନ୍ତି। ପରବର୍ତ୍ତୀ ସମୟରେ ନିଜେ ଉକ୍ତ ସ୍କର୍ପିଓକୁ ଠାବ କରି ବାହାବା ନେବା ସକାଶେ ଏପରି ଉଦ୍ୟମ କରିଥିବା ସ୍ବୀକାର କରିଥିବା ଏନଆଇଏ ଅଧିକାରୀମାନେ କହିଛନ୍ତି। ଏହି ମାମଲାରେ ୱାଜେ ନିଜକୁ କେବଳ ଷଡ଼ଯନ୍ତ୍ରର ଶିକାର ହୋଇଥିବା କହିଆସୁଥିଲେ ମଧ୍ୟ ଘଟଣା ପଛରେ ତାଙ୍କର ଭୂମିକା ଥିବା ସ୍ବୀକାର କରିଥିବା ଏନଆଇଏ ପକ୍ଷରୁ କୁହାଯାଇଛି। କୋର୍ଟରେ ହାଜର ହେବା ସମୟରେ ମଧ୍ୟ ସେ ଏହା ଦୋହରାଇଥିଲେ। ସେ କହିଥିଲେ, ଏହି ମାମଲାର ତଦନ୍ତ ସେ ଦାୟିତ୍ବରେ ଥିବା ପର୍ଯ୍ୟନ୍ତ କରୁଥିଲେ। ତା’ଛଡ଼ା କ୍ରାଇମ୍ ବ୍ରାଞ୍ଚରେ ତାଙ୍କ ବ୍ୟତୀତ ଆହୁରି ଅନେକ ଅଧିକାରୀ ମଧ୍ୟ ଅଛନ୍ତି। ମୁମ୍ବାଇ ପୋଲିସ୍ ମଧ୍ୟ ଏହି ମାମଲାର ତଦନ୍ତ କରୁଥିଲା। ତେବେ ଅଚାନକ ତାଙ୍କୁ ଏହି ମାମଲାରେ ଗିରଫ କରିବା ସମ୍ପୂର୍ଣ୍ଣ ଭାବେ ତାଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି ୱାଜେ କୋର୍ଟରେ ବୟାନ ଦେଇ କହିଥିଲେ।
ରାଜସ୍ଥାନର ଜନୈକ ତହସିଲଦାର ଆଣ୍ଟି କରପସନ୍ ବ୍ୟୁରୋ (ଏସିବି) ହାତରେ ଧରାପଡ଼ିଯିବା ଭୟରେ ଦୁର୍ନୀତିପୂର୍ଣ୍ଣ ଉପାୟରେ ରୋଜଗାର କରିଥିବା ଟଙ୍କାରୁ ୨୦ ଲକ୍ଷ ଟଙ୍କାରେ ନିଆଁ ଲଗାଇ ଦେଇଥିଲେ। ଏପରି ଏକ ରୋଚକ ଘଟଣା ରାଜସ୍ଥାନର ସିରୋହି ଜିଲ୍ଲାରେ ଘଟିଛି। ଏସିବିର ଅଧିକାରୀମାନେ ପରବତ ସିଂ ନାମକ ଜନୈକ ରାଜସ୍ବ ନିରୀକ୍ଷକ (ଆରଆଇ)ଙ୍କୁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ପ୍ରମାଣ ସହ ଗିରଫ କରିଥିଲେ। ତେବେ ଉକ୍ତ ଆରଆଇ ଜଣକ ତହସିଲଦାର କଳ୍ପେଶ କୁମାର ଜୈନ୍ଙ୍କ ତରଫରୁ ଉକ୍ତ ଲାଞ୍ଚ ଟଙ୍କା ନେଉଥିବା ପ୍ରକାଶ କରିବା ପରେ ଏସିବିର ଅଧିକାରୀମାନେ ତହସିଲଦାରଙ୍କ ଘର ଉପରେ ଚଢ଼ାଉ କରିବାକୁ ଯାଇଥିଲେ। ତେବେ ସିଂ ଏନେଇ ଆଗୁଆ ସୂଚନା ପାଇବା ପରେ ଘର କବାଟ ବନ୍ଦ କରିବା ସହ ଭିତରେ ୨୦ ଲକ୍ଷ ଟଙ୍କା ପୋଡ଼ି ପ୍ରମାଣ ନଷ୍ଟ କରିବା ସକାଶେ ଉଦ୍ୟମ କରିଥିଲେ। ଅବଶ୍ୟ ଅଧିକାରୀମାନେ ଜୈନଙ୍କ ଘର ଭିତରେ ପଶି ତାଙ୍କୁ ଗିରଫ କରିବା ସହ ଦେଢ଼ ଲକ୍ଷ ଟଙ୍କା ନଗଦ ଜବତ କରିଥିବା ଜଣାପଡ଼ିଛି।
ଗତ ମାର୍ଚ୍ଚ ୫ ତାରିଖରେ ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ସମ୍ମୁଖରୁ ଜବତ ହୋଇଥିବା ବିସ୍ଫୋରକ ଭର୍ତ୍ତି ସ୍କର୍ପିଓର ମାଲିକ ତଥା ବିଶିଷ୍ଟ ବ୍ୟବସାୟୀ ମନସୁଖ ହିରେନଙ୍କ ମୃତଦେହ ଏକ ନାଳରୁ ଜବତ ହୋଇଥିଲା। ମନସୁଖଙ୍କୁ ହତ୍ୟା କରାଯାଇଛି ଓ ଏହା ଗିରଫ ହୋଇଥିବା ପୋଲିସ୍ ଅଫିସର୍ ସଚିନ୍ ୱାଜେଙ୍କ ନିର୍ଦେଶରେ କରାଯାଇଛି ବୋଲି ମଙ୍ଗଳବାର ମହାରାଷ୍ଟ୍ର ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍ (ଏଟିଏସ୍) ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଖୁଲାସା କରାଯାଇଥିଲା। ସେହିପରି ଗୁରୁବାର ମନସୁଖଙ୍କୁ ମୃତ୍ୟୁ ପୂର୍ବରୁ କ୍ଲୋରୋଫର୍ମ ଶୁଙ୍ଘାଯାଇଥିଲା ବୋଲି ଏଟିଏସ୍ ପକ୍ଷରୁ କୁହାଯାଇଛି। ତାଙ୍କୁ ହତ୍ୟା କରାଯିବା ପୂର୍ବରୁ ବଳପୂର୍ବକ କ୍ଲୋରୋଫର୍ମ ଶୁଙ୍ଘାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଥିବା ଜଣାପଡ଼ିଛି। ଅମ୍ବାନୀଙ୍କ ବାସଭବନ ସମ୍ମୁଖରୁ ସ୍କର୍ପିଓ ଜବତ ହେବା ମାମଲାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ ଜାରି ରହିଥିବା ବେଳେ ଗତ ସପ୍ତାହରେ ମନସୁଖଙ୍କ ମୃତ୍ୟୁ ମାମଲାର ତଦନ୍ତ ମଧ୍ୟ ଏହି ସଂସ୍ଥାକୁ ଦିଆଯାଇଛି।
ଅଧିକ ଦେଖନ୍ତୁ