ଅପରାଧ

ବିଶ୍ବାସରେ ବିଷ: କଳାକନା ବୁଲାଇଦେଲା ଚାକରାଣୀ

୧୫ ନଭେମ୍ବର ୨୦୧୫ରେ ରାଜଧାନୀ ଭୁବନେଶ୍ବରରେ ଘଟିଥିଲା ଏକ ନାରକୀୟ ଘଟଣା। ଶୈଳଶ୍ରୀ ବିହାରରେ ରହୁଥିବା ଡାକ୍ତର ଦମ୍ପତି ପ୍ରଫୁଲ୍ଲ ମିଶ୍ର ଓ ସୁଷମା ମିଶ୍ରଙ୍କ ଘରୁ ଚୋରି କରିବାର ଯୋଜନା କରିଥିଲା ଘରର ଚାକରାଣୀ କୁଲଶ୍ରୀ ବେହେରା। କୁଲଶ୍ରୀଙ୍କୁ ଏଭଳି କାମରେ ପ୍ରବର୍ତ୍ତାଇବା ସହ ସହଯୋଗ କରିଥିଲା ଡାକ୍ତର ଦମ୍ପତିଙ୍କ ଘରେ ଆଗରୁ କାମ କରୁଥିବା ପୁରୁଣା ଚାକରାଣୀ ଟିକିନା ବେହେରା। ଦୁଇ ଚାକରାଣୀ ଘରୁ ଟଙ୍କା ସୁନା ଲୁଟି ନେବା ସାଙ୍ଗକୁ ପ୍ରମାଣ ନଷ୍ଟ କରିବା ପାଇଁ ପ୍ରଫୁଲ୍ଲ ଓ ସୁଷମା ମିଶ୍ରଙ୍କୁ ଜଘନ୍ୟ ଭାବରେ ହତ୍ୟା କରିବାକୁ ବି ପଛେଇ ନ ଥିଲେ। ହତ୍ୟାକାଣ୍ଡର ମାତ୍ର ତିନି ଦିନ ପୂର୍ବରୁ ଚାକରାଣୀ ଭାବେ ଯୋଗଦେଇଥିବା କୁଲଶ୍ରୀକୁ ଡାକ୍ତର ଦମ୍ପତି କିଭଳି ବିଶ୍ବାସ କରିନେଲେ ତାକୁନେଇ ଉଠିଥିଲା ପ୍ରଶ୍ନ। ଘର ମାଲିକମାନେ ଚାକରାଣୀ ରଖିବା ପ୍ରସଙ୍ଗରେ କ’ଣ ସବୁ ପଦକ୍ଷେପ ନେବା କଥା ତାକୁ ନେଇ ମିଡିଆ ବ୍ୟାପକ ଚର୍ଚ୍ଚା କରିଥିଲା। ଏତେ ଚର୍ଚ୍ଚା ଓ ସଚେତନତା ପରେ ଇତିହାସ ପୁଣି କଡ଼ ଲେଉଟାଇଛି। କଟକରେ ରହୁଥିବା ଜଣେ ଡାକ୍ତରଙ୍କ ଘରୁ ସେହି ଘରର ଚାକରାଣୀ ୪୦ ଲକ୍ଷ ଟଙ୍କା ଲୁଟି ନେବାରେ ସଫଳ ହୋଇଛି। କିଛିଦିନ କାମ କରିବା ଭିତରେ ନିଜ ବ୍ୟବହାରରେ ସମସ୍ତଙ୍କର ବିଶ୍ବାସ ଜିତି ପରେ ବିଷ ଦେବାକୁ ପଛାଇ ନାହିଁ ଚାକରାଣୀ ପୂଜା ଓରଫ ନେତ୍ରମଣି।

ବ୍ଲୁ ହ୍ବେଲ ମୁକାବିଲା ରଣନୀତି ସଫଳ ହେବ ତ!

ରାଜ୍ୟ ସାରା କାୟା ବିସ୍ତାର କରିଚାଲିଛି ବ୍ଲୁ ହ୍ବେଲ ଚାଲେଞ୍ଜ ଗେମ୍‌। ଏହାର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଗୃହ ଓ ବୈଷୟିକ ଶିକ୍ଷା ବିଭାଗ। ମଙ୍ଗଳବାର ପରେ ଗୁରୁବାର ମଧ୍ୟ ଏହାକୁ ନେଇ ବିଭାଗୀୟ ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି। ଏହାର ଗୋଟିଏ ଦିନ ପୂର୍ବରୁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ଯୋଜନା ଆରମ୍ଭ ହୋଇଛି। ଯାବତୀୟ ସତର୍କତା ସତ୍ତ୍ବେ ବ୍ଲୁ ହ୍ବେଲ ଗେମ୍‌ ରାଜ୍ୟରେ ଜଣକ ପରେ ଜଣେ ନିରୀହ କିଶୋରଙ୍କୁ ଶିକାର କରି ଚାଲିଥିବାରୁ ସ୍ଥିତିକୁ ସମ୍ଭାଳିବା ପାଇଁ ପୋଲିସ ପକ୍ଷରୁ ରାଜ୍ୟର ସମସ୍ତ ଥାନାଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦେଶନାମା ଜାରି କରାଯାଇଛି। ବିଭିନ୍ନ ଶିକ୍ଷାନୁଷ୍ଠାନଉପରେ ନଜର ରଖିବାକୁ କୁହାଯାଇଛି। ଶିକ୍ଷାନୁଷ୍ଠାନ ମୁଖ୍ୟମାନଙ୍କୁ ଡକାଇ ଏ ବାବଦରେ ଜଣାଇବାର ଭାର ଆଇଆଇସିମାନଙ୍କୁ ଦିଆଯାଇଛି।

ବ୍ଲୁ ହ୍ବେଲର ପଞ୍ଝା: ମୃତ୍ୟୁ ପଥରୁ ଉଦ୍ଧାର ହେଲେ ଛାତ୍ର
ଆଇନ ପୂର୍ବରୁ ଦଣ୍ଡ

ବାଇକ ପଛରେ ଜଣେ ଯୁବକ ଲୁହା ଚେନ୍‌ରେ ବନ୍ଧା ହୋଇଥିଲେ। ବାଇକଟି ଆଗକୁ ଦୌଡ଼ୁଥିଲା। ପଛରେ ବନ୍ଧା ହୋଇଥିବା ଲୋକଟି ଘୋଷାଡ଼ି ହୋଇ ଦୌଡ଼ୁଥିଲେ। ପଛରେ ଆଉ ୬-୭ଟି ବାଇକ ଏହାକୁ ଅନୁସରଣ କରୁଥିଳା। ବନ୍ଧାଥିବା ଲୋକଟିର ଦୋଷ ଏଇଆ ଥିଲା ଯେ ସେ ଜଣେ ବିବାହିତା ମହିଳାଙ୍କୁ ମୋବାଇଲରେ ଅଶ୍ଳୀଳ କଥାବାର୍ତ୍ତା କରୁଥିଲା। ମୋଟରସାଇକେଲ ପଛରେ ଦୌଡ଼ୁଥିବା ଲୋକଟି ସାହାଯ୍ୟ ପାଇଁ କାକୁତିମିନତି କରୁଥିବା ବେଳେ ସାହାଯ୍ୟ କରିବା ପାଇଁ କେହି କିନ୍ତୁ ଆଗେଇ ଆସି ନ ଥିଲେ। ଓଲଟି ବାଇକ୍‌ ପଛରେ ଘୋଷଡ଼ା ହେଉଥିବା ଲୋକଟିର ଫଟୋକୁ ନିଜ ନିଜ ମୋବାଇଲରେ ଭିଡିଓ ଉତ୍ତୋଳନ କରୁଥିଲେ ଲୋକେ। କେବଳ ଭିଡିଓ ଉତ୍ତୋଳନ କରୁ ନ ଥିଲେ, ସୋସିଆଲ ମିଡିଆରେ ବି ଏହି ଦୃଶ୍ୟକୁ ପୋଷ୍ଟିଂ କରିଥିଲେ। ଯଦ୍ବାରା ଖୁବ୍‌ କମ୍‌ ସମୟରେ ଏ ଭିଡିଓ ଭାଇରାଲ ହୋଇଯାଇଥିଲା। ୨ କିମି ପର୍ଯ୍ୟନ୍ତ ଯୁବକ ଜଣକ ବାଇକ ପଛପଟେ ବନ୍ଧାହୋଇ ବ୍ରହ୍ମଗିରି ଥାନା ପର୍ଯ୍ୟନ୍ତ ଟଣାହୋଇ ଯାଇଥିଲେ। ଶହ ଶହ ଲୋକେ ଏପରି ଦୃଶ୍ୟ ଦେଖୁଥିଲେ, କିନ୍ତୁ କେହି କିଛି ପ୍ରତିବାଦ କରୁ ନ ଥିଲେ।

ବନ୍ଧା ହେଲା ଅତିଥି ଚୋର

ଜିନ୍‌ ପ୍ୟାଣ୍ଟ ସାଙ୍ଗକୁ ଟି ଶାର୍ଟ। ଚାଲିଚଳଣରେ ଉଚ୍ଚ ଶିକ୍ଷିତର ଢଙ୍ଗ। ଦେଖିବାକୁ ସୁନ୍ଦର ଓ ବ୍ୟବହାର ମାର୍ଜିତ। ବୟସ ଅତି ବେଶୀରେ ୨୮। ଯିଏ ଦେଖୁଥିଲା, ପ୍ରଥମ ଦେଖାରେ ମୋହିତ ହୋଇଯାଉଥିଲା। ସେହି ଭଦ୍ର ଆବରଣ ତଳେ ଲୁଚିରହିଥିବା ସୈତାନକୁ ଜାଣିବା ପୂର୍ବରୁ ସିଏ ଖସି ଚାଲିଯାଉଥିଲା। ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼ ଆଦି ବୁଲି ବୁଲି ଶସ୍ତା ଓ କମ୍‌ ଖର୍ଚ୍ଚଯୁକ୍ତ ହୋଟେଲରେ ରହୁଥିଲା। ଆଗୁଆ ପଇସା ପଇଠ କରିଦେଉଥିଲା। ମଉକା ଦେଖି ହୋଟେଲ ରୁମ୍‌ରୁ ଏଲ୍‌ଇଡି ଟିଭି ସମେତ ଅନ୍ୟାନ୍ୟ ଦାମୀ ଉପରକଣ ସାଙ୍ଗରେ ନେଇ ପାର ହୋଇଯାଉଥିଲା। ୧୦୦ରୁ ଅଧିକ ହୋଟେଲରୁ ଏପରି ଭାବେ ଚୋରି କରିଥିବା ନିଆରା ଏହି ଚୋରକୁ କମିଶନରେଟ ପୋଲିସ ଗିରଫ କରିବା ପରେ ଅନେକ ଘଟଣା ସାମନାକୁ ଆସିଛି।

ଭୁବନେଶ୍ବର ପାଲଟିବ ନିଶା କ୍ୟାପିଟାଲ
ବାବାଙ୍କୁ ୨୦ ବର୍ଷର ସଜା

୨୮ ଅଗଷ୍ଟ ୨୦୧୭ ସୋମବାର। ଇତିହାସରେ ପ୍ରଥମ ଥର ପାଇଁ ହରିୟାଣାର ରୋହତକ ଜେଲ ପାଲଟିଥିଲା କୋର୍ଟରୁମ୍‌। ସିବିଆଇର ସ୍ବତନ୍ତ୍ର ବିଚାରପତି ଜଗଦୀପ ସିଂ ହେଲିକପ୍ଟର ଜରିଆରେ କୋର୍ଟକୁ ଆସିଥିଲେ। ଜେଲ ଆଖପାଖ ଅଞ୍ଚଳରେ ସନ୍ଦିଗ୍ଧଙ୍କୁ ଦେଖିବା ମାତ୍ରେ ଗୁଳି କରିବାର ନିର୍ଦେଶ ଥିଲା। ହରିୟାଣା ଏବଂ ପଞ୍ଜାବରେ ସୁରକ୍ଷାର ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ସେନା, ଅର୍ଦ୍ଧସାମରିକ ବଳ, ରାଜ୍ୟ ପୋଲିସର ଯବାନମାନେ ପୂରା ଅଞ୍ଚଳକୁ ଘେରି ରହିଥିଲେ। ରୋହତକ, ସିରସା ସମେତ କେତେକ ଜିଲାରେ ସ୍କୁଲ, କଲେଜ ବନ୍ଦ କରି ଦିଆଯାଇଥିଲା। ମୋବାଇଲ, ଇଣ୍ଟରନେଟ ସେବା ବିଚ୍ଛିନ୍ନ କରାଯାଇଥିଲା। ରୋହତକକୁ ସେନା ଛାଉଣୀରେ ପରିଣତ କରାଯାଇଥିଲା। ପୂରା ଦେଶର ନଜର ଥିଲା କୋର୍ଟର ଦଣ୍ଡାଦେଶ ଉପରେ। ସାଧ୍ବୀ ଦୁଷ୍କର୍ମ ମାମଲାରେ ଅଗଷ୍ଟ ୨୫ରେ ଦୋଷୀ ସାବ୍ୟସ୍ତ ହୋଇଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମଙ୍କ ଦଣ୍ଡକୁ ନେଇ ଉତ୍କଣ୍ଠା ସୃଷ୍ଟି ହୋଇଥିଲା।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ