ମୁଖ୍ୟ ଖବର

ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର

ରାୟଗଡ଼: ଗଞ୍ଜାମ ଓ ଗଜପତିର ବିଭିନ୍ନ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଗୁରୁବାର ପହଞ୍ଚିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ୍‌ର ବିଭିନ୍ନ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବା ସହ ପ୍ରଧାନ ସ୍ଥାନୀୟ ବାସିନ୍ଦାମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ତେବେ ତିତ୍‌ଲି ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଠିକ୍‌ ଭାବରେ ଚାଲି ନ ଥିବା ପ୍ରଧାନ ଅଭିଯୋଗ କରିଛନ୍ତି। ଏପରିକି ଅନେକ ସ୍ଥାନରେ ଆବଶ୍ୟକ ପରିମାଣର ରିଲଫ୍‌ ପହଞ୍ଚି ନ ଥିବା ସେ କହିଛନ୍ତି। ବାତ୍ୟାର କ୍ଷୟକ୍ଷତି ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇବେ ଓ ପ୍ରଭାବିତ ଲୋକଙ୍କୁ କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି। ବାତ୍ୟା ପ୍ରଭାବରେ ଲୋକଙ୍କର ପ୍ରାଣହାନି ଘଟିବା ସହ ଜୀବନ ଓ ଜୀବିକା ନଷ୍ଟ ହୋଇଥିବା ସେ କହିଛନ୍ତି।

ମେନକା ଗାନ୍ଧିଙ୍କ ‘ମି ଠୁ’ କମିଟି ଗଠନ ପ୍ରସ୍ତାବକୁ ଗ୍ରହଣ

ନୂଆଦିଲ୍ଲୀ: ଦେଶରେ ଏବେ ‘ମି ଠୁ’ ଅଭିଯାନ ବ୍ୟାପିବାରେ ଲାଗିଛି। ଜଣକ ପରେ ଜଣେ ମହିଳା ସେମାନଙ୍କ ସହ ବିଭିନ୍ନ କ୍ଷେତ୍ରରେ ଘଟିଥିବା ଯୌନ ନିର୍ଯାତନା ସମ୍ପର୍କରେ ମୁହଁ ଖୋଲି ବହୁ ସେଲିବ୍ରିଟି ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି। ଏପରି କି ଏହି ‘ମି ଠୁ’ ଅଭିଯାନ ଯୋଗୁ କେନ୍ଦ୍ରମନ୍ତ୍ରୀ ଏମ୍‌ଜେ ଆକବରଙ୍କ ପଦ ମଧ୍ୟ ଯାଇଛି। ତେବେ ଏହି ‘ମି ଠୁ’ ଅଭିଯୋଗଗୁଡ଼ିକର ବିଚାର ଏବଂ ସରକାରଙ୍କୁ ଏ ସମ୍ପର୍କରେ ପରାମର୍ଶ ଦେବାକୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧି ଏକ କମିଟି ଗଠନ କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)କୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବିତ କମିଟିରେ ୩ରୁ ୪ ଜଣ ଅବସରପ୍ରାପ୍ତ ବିଚାରପତି ରହିଥାଆନ୍ତେ। ହେଲେ ଏଭଳି ପ୍ରସ୍ତାବକୁ ପିଏମ୍‌ଓ ଖାରଜ କରିଦେଇଛନ୍ତି।
ବିପର୍ଯ୍ୟୟ ଖୋଲିଦେଲା ମୁଖା!
ବାତ୍ୟା ତିତ୍‌ଲିକୁ ନେଇ ରାଜନୀତି ଥମିବାର ନାଁ ନେଉନାହିଁ। ଜିରୋ କାଜୁଆଲଟିକୁ ନେଇ ବିଜେଡି ପ୍ରଥମରୁ ଯେଉଁ ଦମ୍ଭ ଦେଖାଉଥିଲା ତାହା ଅସତ୍ୟ ବୋଲି ଜଣାପଡ଼ିବା ପରେ ଦଳ ପ୍ରାକୃତିକ ବିପର୍ଯ୍ୟୟ ଆଗରେ ମଣିଷ ତୁଚ୍ଛ ବୋଲି ବୟାନ ଦେବାକୁ ପଛାଇ ନାହିଁ। ତେଣେ ଗଜପତି ଜିଲାରେ ବାତ୍ୟା ପର ବର୍ଷା ଓ ଭୂସ୍ଖଳନର ଦୁଃଖଦ ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି। ଗଜପତି ଜିଲା ରାୟଗଡ଼ ବ୍ଲକ ଗଙ୍ଗାଗଡ଼ ପଞ୍ଚାୟତରେ ପାହାଡ଼ ଧସି ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ଖବରକୁ ପ୍ରଥମେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ବାଏଁ ବାଏଁ ଉଡ଼ାଇ ଦେଇଥିଲେ। ପରେ ଏହାର ସତ୍ୟତା ଜଣାପଡ଼ିବା ପରେ ମନ୍ତ୍ରୀ ଆମେରିକାରେ ମଧ୍ୟ ବନ୍ୟା ହେଉଛି, ପ୍ରକୃତି ନିକଟରେ ମଣିଷ ତୁଚ୍ଛ ଆଦି କହି ପ୍ରସଙ୍ଗରୁ ମୁହଁ ଫେରାଇ ନେବାର ପ୍ରୟାସ କରିଛନ୍ତି।
ବିସିସିଆଇଠାରୁ ପିସିବିର ୪୪୭
ଭାରତ ଓ ପାକିସ୍ତାନ ଦୁଇ ପଡ଼ୋଶୀ ଦେଶ ହୋଇଥିଲେ ମଧ୍ୟ ଆତଙ୍କବାଦ ପ୍ରସଙ୍ଗରେ ଉଭୟ ଦେଶ ମଧ୍ୟରେ ଆଦୌ ଭଲ ସମ୍ପର୍କ ନାହିଁ। ତେଣୁ ଏହି କାରଣରୁ ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ କ୍ରିକେଟ୍‌ ସମ୍ପର୍କ ମଧ୍ୟ ନାହିଁ। ତେବେ ଆଇସିସିର କାର୍ଯ୍ୟସୂଚୀ ଅନୁସାରେ, ଉଭୟ ଦେଶ ମଧ୍ୟରେ ନିୟମିତ ଭାବେ ଦ୍ବିପାକ୍ଷିକ ସିରିଜ୍‌ ଆୟୋଜିତ ହେବା କଥା। ବିସିସିଆଇ ଏହି ନିଷ୍ପତ୍ତି ଭାରତ ସରକାରଙ୍କ ଉପରେ ଛାଡ଼ିଦେଇଥିବାରୁ ଏହି ସିରିଜ୍‌ ସମ୍ଭବପର ହୋଇପାରୁନାହିଁ। ଏଥିପାଇଁ ପାକିସ୍ତାନ ବ୍ୟବସାୟିକ କ୍ଷତିର ସମ୍ମୁଖୀନ ହେଉଛି ବୋଲି ଦର୍ଶାଇ ବିସିସିଆଇଠାରୁ କ୍ଷତିପୂରଣ ଦାବି କରି ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)ରେ ହାଜର ହୋଇଛି। ଏହା ଉପରେ ସୋମବାରଠାରୁ ଆଇସିସି ମୁଖ୍ୟାଳୟରେ ବିତର୍କ ଆରମ୍ଭ ହୋଇଛି। ମିଳିଥିବା ସୂଚନାନୁସାରେ, ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ବିସିସିଆଇଠାରୁ ୪୪୭ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛି।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
ଏଥର ଗାଁରୁ ହେବ ଖେଳ: ବିଜେପି-
ନିର୍ବାଚନ ୨୦୧୯ ପାଇଁ ଚାଲିଛି ସମରସଜ୍ଜା। ଏହାକୁ ଦୃଷ୍ଟିରେ ରଖି ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଆକ୍ରମର ଓ ପ୍ରତ୍ୟାକ୍ରମଣ ଆରମ୍ଭ ହୋଇଯାଇଛି। ନିକଟରେ ରାଜଧାନୀ ଭୁବନେଶ୍ବର ଠାରେ ଅନୁଷ୍ଠିତ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରୁ ଏହା ସ୍ପଷ୍ଟ ହୋଇଛି। ରାଜ୍ୟ ସରକାରଙ୍କ ପ୍ରତାରଣା ଓ ଦୁର୍ନୀତି ବିରୋଧରେ ରୋଡ୍‌ମ୍ୟାପ ପ୍ରସ୍ତୁତ କରିଛି ବିଜେପି। ରାଜ୍ୟର ଗାଁ ଗହଳିରେ ଲୋକଙ୍କୁ କବ୍‌ଜାକୁ ନେବା ପାଇଁ ବିଜେଡି ଜନସମ୍ପର୍କ ଯାତ୍ରା ଚଳାଇଥିବା ବେଳେ ଡିସେମ୍ବରରୁ ବିଜେପି ଏଭଳି ଯାତ୍ରାରମ୍ଭ କରିବ। କଂଗ୍ରେସ ମଧ୍ୟ ଅନୁରୂପ ଭାବେ ଏଭଳି ଯାତ୍ରା କାର୍ଯ୍ୟକ୍ରମ ଆପଣାଇଛି। ତେବେ ଏଭଳି ଯାତ୍ରାର ମୁଖ୍ୟ ପ୍ରସଙ୍ଗ ‘ଦୁର୍ନୀତି’ ଥିବା ବେଳେ କାଦୁଅ ଫିଙ୍ଗାଫିଙ୍ଗି ପାଇଁ ଏହା ଏକ ବଢ଼ିଆ ଆଳ ହୋଇଛି।
ପୁରୀ ହିଂସାକାଣ୍ଡ ପଛରେ ଷଡ଼ଯନ୍ତ୍ର!
ଧାଡ଼ି ଦର୍ଶନକୁ ନେଇ ଗତ ୩ ତାରିଖରେ ପୁରୀରେ ସୃଷ୍ଟି ହୋଇଥିଲା ଲଙ୍କାକାଣ୍ଡ। ପୋଲିସ-ଜନତାଙ୍କ ଖଣ୍ଡଯୁଦ୍ଧ କେବଳ ପୁରୀ ନୁହେଁ ସାରା ଓଡ଼ିଶାକୁ ସ୍ତବ୍ଧ କରାଇ ଦେଇଥିଲା। ଜିଲା ପ୍ରଶାସନ ଓ ପୋଲିସ କେତେ ଢିଲା ହୋଇପାରେ ଏହାର ନମୁନା ମଧ୍ୟ ସେଦିନ ଦେଖିବାକୁ ମିଳିଥିଲା। ଘଣ୍ଟେ କି ଦୁଇ ଘଣ୍ଟା ନୁହେଁ ଦୀର୍ଘ ୭ ଘଣ୍ଟା ଧରି ଆନ୍ଦୋଳନକାରୀଙ୍କ କବ୍‌ଜାରେ ରହିଲା ଶରଧାବାଲି, ଶ୍ରୀମନ୍ଦିର ସିଂହଦ୍ବାର। ପୋଲିସ ଓ ପ୍ରଶାସନ କାର୍ଯ୍ୟ କରୁଛନ୍ତି - ଏ କଥା ଉପଲବ୍ଧି କରି ହେଉ ନ ଥିଲା। ପୋଲିସର ରବର ଗୁଳି ଶ୍ରୀମନ୍ଦିର କାନ୍ଥରେ ବାଜିଥିବା ବେଳେ ଫୋର୍ସ ମଧ୍ୟ ଶ୍ରୀମନ୍ଦିର ମଧ୍ୟରେ ଜୋତା ପିନ୍ଧି ପଶିଗଲେ। ମହାପ୍ରଭୁଙ୍କ ପ୍ରତି ପୋଲିସର ଏପରି ଆଚରଣ ଆନ୍ଦୋଳନକାରୀଙ୍କୁ ତତାଇ ଦେଇଥିବା ନେଇ ଚର୍ଚ୍ଚା ହେଲା।

ଫଟୋ ଗ୍ୟାଲେରୀ

ସକାଳୁ ଗରମ ଲେମ୍ବୁ ପାଣି
ଦିନର ଆରମ୍ଭ ଭଲରେ ହେଲେ, ସାରା ଦିନ ଭଲରେ କଟେ ବୋଲି କୁହାଯାଏ। ସାରା ଦିନ କାମ କରିବା ଲାଗି ଶରୀରକୁ ସୁସ୍ଥ ଓ ସକ୍ରିୟ ରଖିବା ନିହାତି ଦରକାର। ଏଠାରେ ପ୍ରଶ୍ନ ଉଠେ ଯେ ତାହାଲେ ଦିନର ଆରମ୍ଭ କ’ଣ ଖାଇ କରିବା ଉଚିତ। ଅଧିକାଂଶ ଲୋକେ ସେମାନଙ୍କ ଦିନର ଆରମ୍ଭ କଫି କିମ୍ବା ଚା’ରୁ କରିଥାନ୍ତି। କିନ୍ତୁ ଆପଣ ଚାହିଲେ ଗରମ ପାଣିରେ କିଛି ବୁନ୍ଦା ଲେମ୍ବୁ ରସ ମିଶାଇ ନିଜର ଦୀନଚର୍ଯ୍ୟା ଆରମ୍ଭ କରିପାରିବେ। ଗରମ ପାଣିରେ ଲେମ୍ବୁ ରସ ମିଶାଇ ପିଇବାର ଫାଇଦା ଜାଣିବା ପରେ ଆପଣ ଚା’ କଫିଠାରୁ ଦୂରେଇ ଯିବାକୁ ବାଧ୍ୟ ହେବେ। ସକାଳୁ ଉଠି ହାଲୁକା ଗରମ ପାଣିରେ କିଛି ବୁନ୍ଦା ଲେମ୍ବୁ ରସ ମିଶାଇ ପିଇଲେ ଅନେକ ଲାଭ ମିଳିଥାଏ। ଏହାକୁ ସୁପର ଡ୍ରିଙ୍କ କହିଲେ କୌଣସି ଭୁଲ୍‌ ହେବ ନାହିଁ।

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ସୂର୍ଯ୍ୟ ବିନା ଜୀବନ ସମ୍ଭବ
ଆମେ ଏ ପର୍ଯ୍ୟନ୍ତ ଜାଣିଥିଲେ - ସୂର୍ଯ୍ୟଙ୍କର ଆଲୋକ ଓ ଉତ୍ତାପର ଏକ ନିର୍ଦ୍ଦିଷ୍ଟ ସମନ୍ବୟରେ ଜୀବନୀ ଶକ୍ତି ସଞ୍ଚରିତ ହୁଏ। ପ୍ରକାରାନ୍ତରେ ସୂର୍ଯ୍ୟଙ୍କ ଅନୁପସ୍ଥିତିରେ ଜୀବନଧାରଣ ସମ୍ଭବ ନୁହେଁ। କିନ୍ତୁ ୨୦୧୩ ମସିହାରେ ବୈଞାନିକମାନେ ପ୍ରଶାନ୍ତ ମହାସାଗରର ଅତଳ ଗର୍ଭରେ ଆଲୋକ-ଉତ୍ତାପର ଅନୁପସ୍ଥିତିରେ ଜୀବନୀ-ଶକ୍ତିର ସନ୍ଧାନ ପାଇବା ପରେ ଉତ୍‌ଫୁଲ୍ଲିତ ହୋଇଉଠିଛନ୍ତି। ନର୍ଥ କାରୋଲିନା ବିଶ୍ୱବିଦ୍ୟାଳୟର ଗବେଷକ ମାର୍କ ଲିଭର ଘୋଷଣା କରିଛନ୍ତି - ସାଧାରଣତଃ ଆଲୋକ ସଂଶ୍ଳେଷଣ ସାହାଯ୍ୟରେ ପୃଥିବୀ ପୃଷ୍ଠରେ ଖାଦ୍ୟ ସଂଗ୍ରହ ସମ୍ଭବ ହୋଇଥାଏ। ସେଥି ନିମନ୍ତେ ସୂର୍ଯ୍ୟର ଆଲୋକ ଅପରିହାର୍ଯ୍ୟ। କିନ୍ତୁ ଗଭୀର ମହାସାଗରରରେ କେମୋସିନ୍ଥେସିସ୍‌ ପ୍ରକ୍ରିୟାରେ ଜୀବନ ସମ୍ଭବ ହୋଇଛି। ତାଙ୍କର ଏହି ଗବେଷଣା ମହାକାଶରେ ଜୀବନ ସନ୍ଧାନରେ ବହୁ ଭାବରେ ସହାୟକ ହେବ।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?