Friday 6 December 2019, 6:43:22 am
ଆମ ସମ୍ପର୍କରେ
|
ଆମ ସହ ବିଜ୍ଞାପନ
|
ଯୋଗାଯୋଗ
|
ପ୍ରତିକ୍ରିୟା
|
ସଂଗ୍ରହାଳୟ
|
ଗ୍ରାହକ ହୁଅନ୍ତୁ
Toggle navigation
ରାଜନୀତି
ବାଣିଜ୍ୟ ଓ ଅର୍ଥନୀତି
ମନୋରଞ୍ଜନ
ଖେଳକୁଦ
ଅପରାଧ
ସମ୍ପାଦକୀୟ
କଳା ଓ ସଂସ୍କୃତି
ମତାମତ
ଉପଯୋଗୀ ଟିପ୍ସ
ଭେଟ୍ଘାଟ୍
ଲାଇଫ ଷ୍ଟାଇଲ
ଅନ୍ୟାନ୍ୟ
ଶ୍ରୀଜଗନ୍ନାଥ ଚେତନା
ସମ୍ପାଦକଙ୍କ ପସନ୍ଦ
ସ୍ବତନ୍ତ୍ର ପ୍ରସଙ୍ଗ
ବିଜ୍ଞାନ ଓ ପ୍ରଯୁକ୍ତି
ବାଦ ବିବାଦ
ଉତ୍ତମ ସ୍ବାସ୍ଥ୍ୟ
ନାରୀ
ଜଣା ଅଜଣା
ସୋସିଆଲ ମିଡିଆ
ବୁଲାବୁଲି
ପାଟି ସୁଆଦ
ରାଶିଫଳ
ନାଗରିକ ସାମ୍ବାଦିକ
ଶିଶୁ ରାଇଜ
ଫ୍ୟାଶନ
ଇତିହାସର ଆଇନାରେ
ଭିଡିଓ ଗ୍ୟାଲେରୀ
ଯୁବ ଜଗତ
ଶିକ୍ଷା ଓ କ୍ୟାରିଅର
ଛୋଟ ଛୋଟ କଥା
ଫଟୋ ଗ୍ୟାଲେରୀ
କାର୍ଟୁନ କର୍ଣ୍ଣର
ପ୍ରବନ୍ଧ
ହସକଥା
Email ID:
Password:
Forgot Password ? Click Here
Toggle navigation
ରାଜନୀତି
ବାଣିଜ୍ୟ ଓ ଅର୍ଥନୀତି
ମନୋରଞ୍ଜନ
ଖେଳକୁଦ
ସ୍ବତନ୍ତ୍ର ପ୍ରସଙ୍ଗ
ବାଦ ବିବାଦ
ଅପରାଧ
ଯୁବ ଜଗତ
ଲାଇଫ ଷ୍ଟାଇଲ
ଉତ୍ତମ ସ୍ବାସ୍ଥ୍ୟ
ଫଟୋ ଗ୍ୟାଲେରୀ
ଅନ୍ୟାନ୍ୟ
ଜଣା ଅଜଣା
ଇତିହାସର ଆଇନାରେ
ପାଟି ସୁଆଦ
ହସକଥା
ବୁଲାବୁଲି
ଉପଯୋଗୀ ଟିପ୍ସ
ନାରୀ
ଭିଡିଓ ଗ୍ୟାଲେରୀ
ଫ୍ୟାଶନ
କାର୍ଟୁନ କର୍ଣ୍ଣର
ମୁଖ୍ୟ ଖବର
ଚର୍ଚ୍ଚିତ ଖବର
ଅଧିକ ଦେଖନ୍ତୁ
ବାରବାଟୀ ମ୍ୟାଚ୍ ପାଇଁ ଅନ୍ଲାଇନ୍ରେ ଟିକେଟ୍ ବିକ୍ରି
ଜିଓର ଅଲ୍-ଇନ୍-ୱାନ୍ ପ୍ଲାନ୍ ଘୋଷଣା: ଆସନ୍ତା ୬ରୁ ଲାଗୁ
୫ ରାଜ୍ୟବାସୀଙ୍କୁ ପିଆଜ ପୀଡ଼ା: ୧୫୦ ଟପିଲା ଦର
ପରଲୋକରେ ଇଂଲଣ୍ଡର ପୂର୍ବତନ ପେସର ବବ୍ ୱିଲ୍ସଙ୍କ
ହାତ ଟେକିଦେଲା ରାଜ୍ୟ ସରକାର: ମିଶିବ କାଳିଆ ଓ
ରାଜ୍ୟ
ଅଧିକ ଦେଖନ୍ତୁ
ବିଦେଶୀ ବାଲୁକାଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଡିସେମ୍ବର ୧ ତାରିଖରୁ ଆରମ୍ଭ ହୋଇଛି କୋଣାର୍କ ଉତ୍ସବ। ଏହି ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ହୋଇଛି ବାଲୁକାକଳା ଉତ୍ସବ। ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଥିବା ବେଦେଶୀ ବାଲୁକାଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ଲୋକସେବା ଭବନରେ ଆମେରିକା, କାନାଡ଼ା, ରୁଷିୟା, ଆୟର୍ଲାଣ୍ଡ, ଡେନମାର୍କ ଓ ଟୋଗୋର ୬ ଜଣ ଶିଳ୍ପୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।
ଦେଶ
ଅଧିକ ଦେଖନ୍ତୁ
ସଂସଦରେ ରିହାତି ଦରରେ ମିଳୁଥିବା ଖାଦ୍ୟ ବନ୍ଦ
ନୂଆଦିଲ୍ଲୀ: ସଂସଦ ଭବନର କ୍ୟାଣ୍ଟିନ୍ରେ ଏଣିକି ସାଂସଦମାନଙ୍କୁ ରିହାତି ଦରରେ ଖାଦ୍ୟ ମିଳିବ ନାହିଁ। କାରଣ ଗୁରୁବାର ସଂସଦର ଉଭୟ ସଦନର ସାଂସଦମାନେ ଏହି ରିହାତି ବନ୍ଦ ପାଇଁ ସହମତ ହୋଇଛନ୍ତି। ଉଭୟ ସଦନର ସାଂସଦମାନେ ବିଜନେସ୍ ଆଡଭାଇଜରୀ କମିଟି (ବିଏସି) ବୈଠକରେ ଯୋଗଦେବା ଅବସରରେ ଏହି ସବ୍ସିଡି ପ୍ରତ୍ୟାହାର କରିନିଆଯିବା ସପକ୍ଷରେ ସର୍ବସମ୍ମତି କ୍ରମେ ମତ ଦେଇଥିଲେ ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି। ସଂସଦର ସମସ୍ତ ସାଂସଦଙ୍କ ସହ ବିଚାର ବିମର୍ଶ ପରେ ଏପରି ନିଷ୍ପତ୍ତି ହୋଇଛି ବୋଲି ବାଚସ୍ପତି କହିଛନ୍ତି।
ବିଶ୍ଵ
ଅଧିକ ଦେଖନ୍ତୁ
ତିମିକୁ କାଳ ପ୍ଲାଷ୍ଟିକ: ପେଟରୁ ବାହାରିଲା ୧୦୦ କିଲୋ
ସ୍କଟଲାଣ୍ଡ: ଏକ ତିମି ମାଛ ପେଟରୁ ୧୦୦ କିଲୋ ପ୍ଲାଷ୍ଟିକ ବାହାରିଛି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ସ୍କଟଲାଣ୍ଡରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଲୁସକେନଟାୟାର ସମୁଦ୍ର ଉପକୂଳରୁ ଏହି ତିମି ମାଛଟିକୁ ମୃତ ଅବସ୍ଥାରେ ଧରାଯାଇଛି। ତିମି ମାଛ ପେଟରେ ଜାଲ, ପ୍ଲାଷ୍ଟିକ୍ କପ, ପ୍ଲାଷ୍ଟିକ ରଶି ଏବଂ ଅନ୍ୟସବୁ ପ୍ଲାଷ୍ଟିକ ସାମଗ୍ରୀ ଭରିରହିଥିଲା। ମାଛ ପେଟରେ ଏହି ପ୍ଲାଷ୍ଟିକଗୁଡିକ ଏକ ବଲ୍ ଆକୃତି ଧାରଣ କରିଥିଲା। ଏହାର ଓଜନ ୧୦୦ କିଲୋ ବୋଲି ଜଣାପଡିଛି। ଅତ୍ୟଧିକ ପ୍ଲାଷ୍ଟିକ ଖାଇଥିବା ଯୋଗୁ ମାଛଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।
ରାଜନୀତି
ଅଧିକ ଦେଖନ୍ତୁ
ଆମେରିକା ରାଷ୍ଟ୍ରପତି ଦୌଡ଼ରୁ
ଆସନ୍ତା ବର୍ଷ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ଓହରିଯାଇଛନ୍ତି ଡେମୋକ୍ରାଟିକ୍ ପାର୍ଟିର ସାଂସଦ କମଲା ହ୍ୟାରିସ୍। ପ୍ରଥମ ଥର ପାଇଁ ଆମେରିକାର ସିନେଟ୍କୁ ନିର୍ବାଚିତ ହୋଇଥିବା ହ୍ୟାରିସ୍ ନିଜର ଖୋଲାଖୋଲି ମନ୍ତବ୍ୟ ପାଇଁ ବେଶ୍ ଚର୍ଚ୍ଚିତ ରହିଆସିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କର ସେ ଜଣେ ବଡ଼ ସମାଲୋଚକ ଭାବେ ସାମ୍ନାକୁ ଆସିଛନ୍ତି। ୫୫ ବର୍ଷୀୟା ହ୍ୟାରିସ୍ ଡେମୋକ୍ରାଟିକ୍ ପାର୍ଟି ପାଇଁ ଯୁବପିଢ଼ିକୁ ପ୍ରଭାବିତ କରିବା ସହ ପାରମ୍ପରିକ ଭୋଟର୍ମାନଙ୍କୁ ଆପଣାଇବାରେ ସକ୍ଷମ ହେବେ ବୋଲି ଆଶା କରାଯାଉଥିଲା। ଗତ ଜୁନ୍ରେ ଅନୁଷ୍ଠିତ ଓପିନିଅନ୍ ପୋଲ୍ରେ ସେ ମଧ୍ୟ ବେଶ୍ ପ୍ରଭାବିତ କରିଥିଲେ। କିନ୍ତୁ ଏହାପରଠାରୁ ସେ ଅନ୍ୟାନ୍ୟ ପ୍ରାର୍ଥୀଙ୍କ ସହ ତାଳ ଦେଇ ପ୍ରଚାର କରିବାରେ ପଛରେ ପଡ଼ିଯାଇଥିଲେ ଓ ପ୍ରଚାର ପାଇଁ ଆବଶ୍ୟକ ଅର୍ଥ ସଂଗ୍ରହ କରିପାରି ନ ଥିଲେ।
କର୍ଣ୍ଣାଟକରେ ୧୫ ବିଧାନସଭା
କର୍ଣ୍ଣାଟକ ବିଧାନସଭାର ୧୫ଟି ଆସନ ପାଇଁ ଉପନିର୍ବାଚନ ସକାଶେ ମତଦାନ ଚାଲିଛି। ବିଶେଷକରି ବର୍ତ୍ତମାନର ବିଜେପି ସରକାର ସଂଖ୍ୟାଗରିଷ୍ଠତା ବଜାୟ ରଖିବା ଏହି ଉପନିର୍ବାଚନର ଫଳାଫଳ ଉପରେ ନିର୍ଭର କରୁଥିବାରୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ପାଇଁ ଏହା ଅଧିକ ଗୁରୁତବ ବହନ କରୁଛି। ଆସନ୍ତା ୯ ତାରିଖରେ ଫଳାଫଳ ଘୋଷଣା ହେବା ପରେ ଚିତ୍ର ସ୍ପଷ୍ଟ ହେବ। ମାତ୍ର ସମସ୍ତ ୧୫ଟି ବିଧାନସଭା କ୍ଷେତ୍ର ପାଇଁ ଉପନିର୍ବାଚନରେ ମତଦାନ ଶାନ୍ତିଶୃଙ୍ଖଳାର ସହ ଚାଲିଥିବା ସୂଚନା ମିଳିଛି। ମୋଟ୍ ୧୭ଟି ଆସନ ଖାଲି ହୋଇଥିଲେ ବି ୨ଟି ଆସନରେ ଉପନିର୍ବାଚନ ହାଇକୋର୍ଟଙ୍କ ରହିତାଦେଶ ପାଇଁ ସ୍ଥଗିତ ରହିଛି।
ବାଣିଜ୍ୟ ଓ ଅର୍ଥନୀତି
ଅଧିକ ଦେଖନ୍ତୁ
ରୁଷ-ଭାରତ ଭାଗିଦାରୀରେ ଇସ୍ପାତ
ଭାରତୀୟ ଇସ୍ପାତ୍ ଏବଂ କୋଇଲା କ୍ଷେତ୍ରର ଏକ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରୁଷର ନିବେଶ ଏବଂ ରପ୍ତାନୀ ଏଜେନ୍ସିର ସିଇଓ ଲିଓନିଡ୍ ପେତୁକୋଭ ଓ ପ୍ରତିନିଧିମଣ୍ଡଳୀ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ରୁଷ ଏବଂ ଭାରତୀୟ ଇସ୍ପାତ ଶିଳ୍ପର ଭାଗିଦାରୀରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ ବୋଲି ବୈଠକ ପରେ କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନ୍ତର୍ଦେଶୀୟ ଏବଂ ବନ୍ଦରକୁ ବିକଶିତ କରିବା ପାଇଁ ଏହି କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ରୁଷ ସରକାରଙ୍କୁ ଅନୁରୋଧ କରିଥିଲେ ଧର୍ମେନ୍ଦ୍ର। ଏହାଦ୍ୱାରା ପରିବହନ ଖର୍ଚ୍ଚ ହ୍ରାସ ପାଇବ। ଏଥିପାଇଁ ଭାରତ ମଧ୍ୟ ପୂର୍ଣ୍ଣ ସମର୍ଥନ ଦେବ। ଯାହା ଫଳରେ ଦୁଇ ଦେଶ ଲାଭବାନ ହୋଇପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଦ ମେଡିସିନ୍ସ କୋ.କୁ ୯.୭
ସ୍ବିଜରଲାଣ୍ଡ୍ ଭିତ୍ତିକ ହେଲ୍ଥକେୟାର୍ କମ୍ପାନୀ ନୋଭାର୍ଟିସ୍ ଏଜି ଆମେରିକାର ପ୍ରମୁଖ ବାୟୋଟେକ୍ନୋଲୋଜି କମ୍ପାନୀ ଦ ମେଡିସିନ୍ସ କୋ.ର ଅଧିଗ୍ରହଣ କରିବ। ଏ ବାବଦରେ ନୋଭାର୍ଟିସ୍କୁ ୯.୭ ବିଲିୟନ୍ ଡଲାର୍ ଅର୍ଥ ପଇଠ କରିବାକୁ ପଡ଼ିବ। ରବିବାର ଏ ନେଇ ନୋଭାର୍ଟିସ୍ ପକ୍ଷରୁ ସୂଚନା ଦିଆଯାଇଛି। କମ୍ପାନୀ ହୃଦ୍ରୋଗର ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତି ଦିଗରେ ନିଜର କ୍ଷେତ୍ରକୁ ପରିବ୍ୟାପ୍ତ କରିବା ଲକ୍ଷ୍ୟରେ ଥିବାରୁ ଆମେରିକୀୟ କମ୍ପାନୀକୁ ଅଧିଗ୍ରହଣ କରିଥିବା କହିଛି। ଏହି ଅଧିଗ୍ରହଣ ଫଳରେ ନୋଭାର୍ଟିସ୍ ଏହାର ପ୍ରତିଦ୍ବନ୍ଦ୍ବୀ କମ୍ପାନୀ ଆମ୍ଗେନ୍ ଇଙ୍କ୍ର ରେପାଥା ଓ ସାନୋଫିସ୍ ଓ ରେଗିନେରୋନ୍ ଫାମାସ୍ୟୁଟିକାଲ୍ସ ଇଙ୍କ୍ ପ୍ରାଲୁଣ୍ଟ୍ ଆଦିକୁ ଚ୍ୟାଲେଞ୍ଜ୍ ଦେଇପାରିବ ବୋଲି ଆଶା କରିଛି।
ମନୋରଞ୍ଜନ
ଅଧିକ ଦେଖନ୍ତୁ
ସଞ୍ଜୁବାବାଙ୍କ ଗାର୍ଲଫ୍ରେଣ୍ଡ ନମ୍ବର ୩୦୯
ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ଆଜିକାଲି ନିଜ ଫିଲ୍ମ ‘ପାନୀପତ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏଥିପାଇଁ ସେ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ। ଏଠାରେ କପିଲଙ୍କ କେତେକ ମଜାଦାର ପ୍ରଶ୍ନର ସଞ୍ଜୟ ଉତ୍ତର ଦେଇଥିଲେ। ସଞ୍ଜୟଙ୍କୁ କପିଲ ପଚାରିଥିଲେ ଯେ ସେ ପାନିପତ ଯୁଦ୍ଧ ସମ୍ପର୍କରେ ଜାଣିଥିଲେ କି? ଏହାର ଉତ୍ତରରେ ସଞ୍ଜୟ କହିଥିଲେ ଯେ ସେ ଇତିହାସ ପଢ଼ିଥିଲେ। କିନ୍ତୁ ନମ୍ବର ବହୁତ କମ୍ ଆସୁଥିଲା। କେବଳ ଇତିହାସ ନୁହେଁ, ସବୁ ବିଷୟରେ ତାଙ୍କର କମ୍ ନମ୍ବର ଆସୁଥିଲା ବୋଲି ସଞ୍ଜୟ କହିଥିଲେ। ଏହାପରେ କପିଲ ପଚାରିଥିଲେ ଯେ ସେ କେବେ ତାଙ୍କ ମାର୍କଶିଟ୍ରେ ପିତା ସୁନୀଲ ଦତ୍ତ ସାହେବଙ୍କ ଦସ୍ତଖତ କରିଛନ୍ତି କି? ଏହାର ଉତ୍ତରରେ ସଞ୍ଜୟ କହିଥିଲେ ଯେ ସେ ବହୁତ ଥର ତାଙ୍କ ବାପାଙ୍କ ଦସ୍ତଖତ ନକଲ କରିଛନ୍ତି। ଏପରିକି ମା’ ଓ ଟିଚରମାନଙ୍କ ଦସ୍ତଖତ ମଧ୍ୟ ନକଲ କରିଥିବା ସଞ୍ଜୟ କହିଥିଲେ।
ଏସିଆର ସବୁଠାରୁ ସେକ୍ସି ପୁରୁଷ ହ୍ରିତିକ
୨୦୧୯ ବଲିଉଡ୍ ହ୍ୟାଣ୍ଡସମ୍ ହଙ୍କ୍ ହ୍ରିତିକ ରୋଶନଙ୍କ ପାଇଁ ବହୁତ ଭଲ ଥିଲା। ହ୍ରିତିକ ରୋଶନଙ୍କ ‘ସୁପର ୩୦’ ଓ ‘ୱାର୍’ ବକ୍ସ ଅଫିସ୍ରେ ସୁପରହିଟ୍ ହୋଇଥିଲା। ଏବେ ବର୍ଷ ଶେଷ ହେବାକୁ ଯାଉଥିବାବେଳେ ହ୍ରିତିକଙ୍କୁ ଆଉ ଏକ ଖୁସି ଖବର ମିଳିଛି। ହ୍ରିତିକ ରୋଶନ ସେକ୍ସିଏଷ୍ଟ ଏସିଆନ ମେଲ୍ ଅଫ୍ ୨୦୧୯ ଟାଇଟଲ ହାସଲ କରିଛନ୍ତି। ଲଣ୍ଡନରେ ବୁଧବାର ଜାରି ହୋଇଥିବା ଏକ ପୋଲ୍ର ତଥ୍ୟରୁ ହ୍ରିତିକଙ୍କୁ ଏହି ମାନ୍ୟତା ମିଳିଥିବା ଜଣାପଡ଼ିଛି।
ଖେଳକୁଦ
ଅଧିକ ଦେଖନ୍ତୁ
ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ: ବନ୍ଦ
ଆସନ୍ତା ୨୨ରେ କଟକ ବାରବାଟୀରେ ହେବାକୁ ଥିବା ଇଣ୍ଡିଆ-ଓ୍ବେଷ୍ଟଇଣ୍ଡିଜ୍ ମ୍ୟାଚ୍ ପରିଚାଳନା ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ଆରଡିସି। ଏହି ବୈଠକରେ ଜିଲ୍ଲା ପ୍ରଶାସନ, କଟକ ମହାନଗର ନିଗମ, ଅଗ୍ନିଶମ ବିଭାଗ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ତେବେ ଆସନ୍ତା ମ୍ୟାଚରେ ୭ ନମ୍ବର ଗ୍ୟାଲେରୀ ଅସୁରକ୍ଷିତ ଥିବାରୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ମ୍ୟାଚ୍ ସମୟରେ ବାରବାଟୀ ଷ୍ଟାଡିୟମ୍କୁ ପଲିଥିନ୍ ନେବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଷ୍ଟାଡିୟମକୁ ଯିବା ପୂର୍ବରୁ ଦର୍ଶକମାନଙ୍କୁ ପଲିଥିନ ଯାଞ୍ଚ କରାଯାଇ ଛଡ଼ାଯିବ ବୋଲି ପ୍ରଶାସନ ଓ ଓସିଏର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି।
କୋହଲି ସ୍ମିଥ୍ଙ୍କ ନିକଟତର
ଟେଷ୍ଟ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଥିବା ଭାରତୀୟ ଦଳର ୪ ଜଣ ବ୍ୟାଟ୍ସମ୍ୟାନ ଟପ୍ ଟେନ୍ ବ୍ୟାଟିଂ ମାନ୍ୟାତରେ ସ୍ଥାନ ପାଇଛନ୍ତି। ଅଧିନାୟକ ବିରାଟ କୋହଲି ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟରେ ଶତକ ହାସଲ କରି ପୁଣି ଥରେ ଶୀର୍ଷ ମାନ୍ୟତାକୁ ଫେରିବା ନେଇ ସମ୍ଭାବନା ଉଚ୍ଚ୍ବଳ କରିଛନ୍ତି। ମାନ୍ୟତାର ନମ୍ବର ୱାନ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ୍ ୨୫ ପଏଣ୍ଟ ବ୍ୟବଧାନରେ ଆଗୁଆ ଥିଲାବେଳେ ଏବେ ଏହା ମାତ୍ର ୩ ପଏଣ୍ଟ ବ୍ୟବଧାନକୁ କମି ଆସିଛି। ତେଣୁ କୋହଲି ପୁଣି ଥରେ ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତାର ଶୀର୍ଷକୁ ଉନ୍ନୀତ ହେବା ସମ୍ଭାବନା ଉଜ୍ଜ୍ବଳ ହୋଇଛି।
ସ୍ବତନ୍ତ୍ର ପ୍ରସଙ୍ଗ
ବାଦ ବିବାଦ
ଅଧିକ ଦେଖନ୍ତୁ
ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡା ମାଡ଼ ଚେତାବନୀ
ପୁରୀ ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡ଼ୁଛି। ଏ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ଉଭୟ ବିରୋଧ କଂଗ୍ରେସ ଓ ବିଜେପି। ଗତ ଦୁଇ ଦିନ ଧରି ଆନ୍ଦୋଳନ ଜାରି ରଖିଛି କଂଗ୍ରେସ। ଘଟଣା ଦିନ ରାତି ଅଧରେ କଂଗ୍ରେସ କର୍ମୀମାନେ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ ବୁଧବାର ମଧ୍ୟ ଆନ୍ଦୋଳନକୁ ଜୋର୍ଦାର କରିଛନ୍ତି। ଛାତ୍ର କଂଗ୍ରେସ ପକ୍ଷରୁ ଘଟଣାର ଦୃଢ଼ ପ୍ରତିବାଦ କରାଯାଇଛି। ବୁଧବାର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୁବନେଶ୍ୱର ସରକାରୀ ବାସଭବନ ଉପରକୁ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ। ଏହି ଘଟଣାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ଼ କରିବାକୁ ଚେତାବନୀ ଦେଇଛି। ସାରା ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଅଣ୍ଡାମାଡ଼ କରାଯିବ ବୋଲି ଚେତାବନୀ ଦେଇଛି ଯୁବ କଂଗ୍ରେସ। ଏଥିସହ ଭୁବନେଶ୍ୱରରେ ଦିବ୍ୟଶଙ୍କର ମିଶ୍ରଙ୍କୁ କାଳିମାଡ଼ କରାଯିବ ବୋଲି ଚେତାବନୀ ଦେଇଛି ଯୁବ କଂଗ୍ରେସ।
ବିଜେପି ମହିଳା ମୋର୍ଚ୍ଚାର ନବୀନ
ପୋଲିସ୍ କ୍ବାର୍ଟର୍ସରେ ଜଣେ ନାବାଳିକଙ୍କୁ ପୋଲିସ୍ କର୍ମଚାରୀ ଦୁଷ୍କର୍ମ କରିବା ଘଟଣାକୁ ୩ ଦିନ ବିତିଗଲାଣି। ଏହି ଘଟଣାରେ ପୋଲିସ୍ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଏବେ ବି ୨ ଅଭିଯୁକ୍ତ ଫେରାର୍ ଅଛନ୍ତି। ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡ ଏବଂ ପୀଡ଼ିତାଙ୍କୁ ପଚରାଉଚରା କରିବ ବୋଲି ପୁରୀ ଏସ୍ପି ଉମାଶଙ୍କର ଦାସ କହିଛନ୍ତି। ତେବେ ଏହି ଘଟଣାକୁ ନେଇ ଏବ ରାଜନୀତି ଜୋର୍ ଧରିଛି। ରାଜ୍ୟରେ ବଢ଼ୁଥିବା ନାରୀ ନିର୍ଯାତନାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି। ନାରୀଙ୍କ ସୁରକ୍ଷା ଦାବି କରି ନବୀନ ନିବାସ ଘେରାଉ କରିଛି ବିଜେପି ମହିଳା ମୋର୍ଚ୍ଚା। ପୁରୀରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବାକୁ ନବୀନ ନିବାସ ଅଭିମୁଖେ ବାହାରିଥିବା ବିଜେପି ମହିଳା ମୋର୍ଚ୍ଚା ସହ ପୋଲିସ୍ର ଧସ୍ତାଧସ୍ତି ହୋଇଛି।
ଅପରାଧ
ଅଧିକ ଦେଖନ୍ତୁ
ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କୁ ଅଭିଯୁକ୍ତ
ଗତବର୍ଷ ବିଜେପି ସାଂସଦ କୁଲଦୀପ ସେନଗାର ଓ ତାଙ୍କର କେତେକ ସହଯୋଗୀ ଉନ୍ନାଓର ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରି ଏବେ ଜେଲ୍ରେ ରହିଛନ୍ତି। ଏହି ମାମଲାର ଶୁଣାଣି ଆସନ୍ତା ୧୫ ତାରିଖରେ ସ୍ବତନ୍ତ୍ର କୋର୍ଟ ଦ୍ବାରା କରାଯିବାର ସମ୍ଭାବନା ରହିଛି। ତେବେ ଏହି ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଉତ୍ତର ପ୍ରଦେଶର ଉନ୍ନାଓରେ ପୁଣି ଏକ ଜଘନ୍ୟ ଗଣଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଘଟଣା ସାମ୍ନାକୁ ଆସିଛି। ହାଇଦ୍ରାବାଦର ପ୍ରିୟଙ୍କା ରେଡ୍ଡୀଙ୍କୁ ୪ ଅଭିଯୁକ୍ତ ପୋଡ଼ି ମାରିଦେବା ଭଳି ଏହି ଘଟଣାରେ ଅଭିଯୁକ୍ତମାନେ ସମ୍ପୃକ୍ତ ଦୁଷ୍କର୍ମ ପୀଡ଼ିତାଙ୍କୁ ପୋଡ଼ି ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ତେବେ ଦୁଷ୍କର୍ମ ପୀଡ଼ିତା ଜଣକ ବଞ୍ଚିଯାଇଛନ୍ତି ଓ ତାଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ମାଗଣାରେ ଯୋଗାଇଦେବା ସକାଶେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦେଶ ଦେଇଛନ୍ତି। ଏଥିସହ ଏହି ମାମଲାର ତଦନ୍ତ ଉଚ୍ଚସ୍ତରୀୟ କମିଟି ଦ୍ବାରା କରାଇ ତୁରନ୍ତ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ରାଜ୍ୟ ପୋଲିସ୍କୁ ନିର୍ଦେଶ ଦେଇଛନ୍ତି। ଗିରଫ ହୋଇସାରିଥିବା ୫ ଜଣଯାକ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ବିଧାନ କରାଯିବ ବୋଲି ମଧ୍ୟ ଯୋଗୀ ଭରସା ଦେଇଛନ୍ତି। ସମ୍ପୃକ୍ତ ପୀଡ଼ିତା ଜଣକ ଏବେ ଲକ୍ଷ୍ନୌର ଏକ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି।
ହାଇଦ୍ରାବାଦ ଗଣଦୁଷ୍କର୍ମର ବିଚାର
ଗତ ସପ୍ତାହରେ ହାଇଦ୍ରାବାଦରେ ଘଟିଥିବା ଲୋମହର୍ଷଣକାରୀ ପଶୁ ଡାକ୍ତରଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ ଫାଷ୍ଟଟ୍ରାକ୍ କୋର୍ଟରେ କରାଯିବ। ଏଥିପାଇଁ ବୁଧବାର ତେଲେଙ୍ଗାନା ସରକାର ଫାଷ୍ଟଟ୍ରାକ୍ କୋର୍ଟ ଗଠନ କରିବା ସକାଶେ ନିର୍ଦେଶ ଦେଇଛନ୍ତି। ୨୬ ବର୍ଷୀୟା ପ୍ରିୟଙ୍କା ରେଡ୍ଡୀଙ୍କୁ ୪ ଜଣ ଦୁର୍ବୃତ୍ତ ଗତ ବୁଧବାର ରାତିରେ ଗଣଦୁଷ୍କର୍ମ କରିବା ସହ ସହର ଉପକଣ୍ଠସ୍ଥ ଏକ ନିର୍ଜନ ସ୍ଥାନରେ ତାଙ୍କୁ ପୋଡ଼ି ହତ୍ୟା କରିଥିଲେ। ମେହବୁବନଗରସ୍ଥିତ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟଙ୍କୁ ସ୍ବତନ୍ତ୍ର କୋର୍ଟ ଭାବେ ଏହି ମାମଲାର ତ୍ବରିତ ବିଚାର କରିବା ସକାଶେ ଦାୟିତ୍ବ ଦିଆଯାଇଛି ବୋଲି ବୁଧବାର ତେଲେଙ୍ଗାନା ଆଇନ ସଚିବ ଏସ. ସନ୍ତୋଷ ରେଡ୍ଡୀଙ୍କ ପକ୍ଷରୁ ପ୍ରକାଶିତ ନିର୍ଦେଶନାମାରୁ ଜଣାପଡ଼ିଛି। ଗତ ସୋମବାର ରାଜ୍ୟ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ମାମଲାର ବିଚାର ଫାଷ୍ଟ ଟ୍ରାକ୍ କୋର୍ଟରେ କରିବା ସକାଶେ ନିର୍ଦେଶ ଦେଇଥିଲେ। ଏହାପରେ ଆଇନ ବିଭାଗ ପକ୍ଷରୁ ରାଜ୍ୟ ହାଇକୋର୍ଟର ରେଜିଷ୍ଟ୍ରାର୍ଙ୍କୁ ଚିଠି ଲେଖାଯାଇଥିଲା। ୨୪ ଘଣ୍ଟା ଭିତରେ ହାଇକୋର୍ଟ ସ୍ବତନ୍ତ୍ର କୋର୍ଟ ଗଠନ କରିବା ସକାଶେ ଅନୁମତି ଦେଇଥିଲେ।
ଉତ୍ତମ ସ୍ବାସ୍ଥ୍ୟ
ଅଧିକ ଦେଖନ୍ତୁ
ଆଫଗାନିସ୍ତାନରେ ୭୨୦୦
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ୍ଓ) ଦ୍ବାରା ଜାରି କରାଯାଇଥିବା ତଥ୍ୟ ଅନୁସାରେ ଆଫଗାନିସ୍ତାନରେ ପାଖାପାଖି ୭,୨୦୦ ଲୋକ ଏଚ୍ଆଇଭି ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ରବିବାର ବିଶ୍ବ ଏଡ୍ସ ଦିବସ ଅବସରରେ ଡବ୍ଲୁଏଚ୍ଓ ଆଫଗାନିସ୍ତାନରେ ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ବ୍ୟାପକ ଜନ ସଚେତନତା ଅଭିଯାନ ପାଇଁ ଆହ୍ବାନ କରିଛି। କିନ୍ତୁ ଆଫଗାନିସ୍ତାନର ମିନିଷ୍ଟ୍ରୀ ଅଫ୍ ପବ୍ଲିକ୍ ହେଲ୍ଥ ଅନୁସାରେ ଦେଶରେ ଏଚ୍ଆଇଭି ସଂକ୍ରମିତଙ୍କର କେବଳ ୨,୮୮୩ ମାମଲା ପଞ୍ଜୀକରଣ କରାଯାଇଛି।
ତୁରନ୍ତ ଚିକିତ୍ସା ଜନ୍ମରୁ ଏଚ୍ଆଇଭି
ତଥ୍ୟ ଅନୁସାରେ ସବ୍-ସାହାରାନ ଆଫ୍ରିକାରେ ପ୍ରତ୍ୟେକ ଦିନ ପାଖାପାଖି ୫୦୦ ପିଲା ଏଚ୍ଆଇଭି ଭାଇରସ ସହିତ ଜନ୍ମ ହେଉଛନ୍ତି। ବୋତ୍ସୱାନାରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଯଦି ଏଚ୍ଆଇଭିରେ ଆକ୍ରାନ୍ତ ନବଜାତ ଶିଶୁଙ୍କର ତୁରନ୍ତ ଚିକିତ୍ସା କରାଯାଏ, ତାହାଲେ ଏଚ୍ଆଇଭି ଭାଇରସ ସେମାନଙ୍କଠାରେ ଦୀର୍ଘ ବର୍ଷ ଯାଏ ନିଷ୍କ୍ରିୟ ହୋଇଯାଇଥାଏ। ଏହି ତଥ୍ୟ ଏନ୍ପିଆର୍ର ପିଏନ୍ ହୁଆଙ୍ଗ ରିପୋର୍ଟରେ କୁହାଯାଇଛି।
ବୁଲାବୁଲି
ଅଧିକ ଦେଖନ୍ତୁ
ଚୀନ ବୁଲି ଯାଉଥିଲେ ଏସବୁ
କିଛି ଦିନ ପୂର୍ବରୁ ଚୀନର ରାଷ୍ଟ୍ରପତି ସି ଜୀନପିଙ୍ଗ ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତ ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ତାମିଲନାଡ଼ୁର ମହାବଳୀପୁରମରେ ବୁଲାଇଥିଲେ। ତେବେ ଚୀନରେ ମଧ୍ୟ ଅନେକ ଗୁଡ଼ିଏ ପର୍ଯ୍ୟଟନସ୍ଥଳୀ ରହିଛି। ଏଥିରୁ ଗୋଟିଏ ହେଉଛି ଗ୍ରେଟ୍ ୱାଲ୍ ଅଫ୍ ଚାଇନା। ଚାଲନ୍ତୁ ଜାଣିବା ଚୀନର କେତେକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ।
ମହାରାଷ୍ଟ୍ରର ଏସବୁ ସ୍ଥାନ ବୁଲିବାକୁ
ଭାରତର ପଶ୍ଚିମରେ ଅବସ୍ଥିତ ମହାରାଷ୍ଟ୍ର ଦେଶର ତୃତୀୟ ବଡ଼ ରାଜ୍ୟ ଅଟେ। ଏହା ପର୍ଯ୍ୟଟକଙ୍କୁ ଅନେକ ମାତ୍ରାରେ ଆକର୍ଷିତ କରେ। ଏହାର ରାଜଧାନୀ ମୁମ୍ବାଇ ଦେଶର ଆର୍ଥିକ ରାଜଧାନୀ ଭାବେ ମଧ୍ୟ ଜଣାଶୁଣା। ସେହିପରି ପୁଣେ ଭାରତର ଷଷ୍ଠ ସବୁଠାରୁ ବଡ଼ ସହର। ଏହାବ୍ୟତୀତ ଏଠାରେ ଅନେକ ଗୁଡ଼ିଏ ପର୍ଯ୍ୟଟନସ୍ଥଳୀ ମଧ୍ୟ ରହିଛି। ଚାଲନ୍ତୁ ଜାଣିବା ମହାରାଷ୍ଟ୍ରର କେତେକ ଜଣାଶୁଣା ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ।
ଫଟୋ ଗ୍ୟାଲେରୀ
ନାରୀ
ଅଧିକ ଦେଖନ୍ତୁ
ଏମାନେ ବିଶ୍ବର ସବୁଠାରୁ ସୁନ୍ଦରୀ ମହିଳା, ଜଣେ ଭାରତୀୟ ବି ସାମିଲ୍
ସୌନ୍ଦର୍ଯ୍ୟର କୌଣସି ମାପକାଠି ନାହିଁ। କାରଣ ସୌନ୍ଦର୍ଯ୍ୟ ଏକ ଈଶ୍ବରଦତ୍ତ ଗୁଣ। ତେବେ ବିଶ୍ବରେ ଏପରି କେତେକ ବ୍ୟକ୍ତିତ୍ବ ଅଛନ୍ତି, ଯେଉଁମାନେ ସୁନ୍ଦର ହେବା ସହ ସେମାନଙ୍କ ବ୍ୟକ୍ତିତ୍ବ ଓ କାର୍ଯ୍ୟସ୍ଥଳୀ ଏହି ସୌନ୍ଦର୍ଯ୍ୟକୁ ବହୁଗୁଣିତ କରି ଦେଇଥାଏ। ଏଭଳି ବ୍ୟକ୍ତିମାନେ ନିଜ ସୌନ୍ଦର୍ଯ୍ୟ ପାଇଁ ସାରା ବିଶ୍ବରେ ପରିଚିତ ହୋଇଥାନ୍ତି। ଚାଲନ୍ତୁ ଜାଣିବା ଏଭଳି କେତେକ ସୁନ୍ଦରୀଙ୍କ ସମ୍ପର୍କରେ, ଯେଉଁମୋନେ ବିଶ୍ବର ସବୁଠାରୁ ସୁନ୍ଦରୀ ମହିଳା ଭାବେ ପରିଚିତି ହାସଲ କରିଛନ୍ତି।
ସାହସୀ କର୍ମବୀର ସୁଧା ମୂର୍ତ୍ତି
ସାଧାରଣରୁ ଅସାଧାରଣ ପାଲଟିବା ପରେ ବି ସାଧାରଣ ଜୀବନଶୈଳୀ ଆପଣାଇବା ବେଶ୍ କାଠିକର ପାଠ। ଏହା କୌଣସି ବାହ୍ୟ ପରିସ୍ଥିତି ଦ୍ବାରା ପ୍ରଭାବିତ ହୋଇ ନ ଥିବାକୁ ବୁଝାଏ। ଏହାର ଜ୍ବଳନ୍ତ ନମୂନା ହେଉଛନ୍ତି ଇନ୍ଫୋସିସ୍ ଫାଉଣ୍ଡେସନ୍ର ଅଧ୍ୟକ୍ଷା ସୁଧା ମୂର୍ତ୍ତି। ପିତା ମାତାଙ୍କ ଅନିଚ୍ଛା ସତ୍ତ୍ବେ ଇଞ୍ଜିନିୟର ହେବା ପରେ ବି ତାଙ୍କ ଜୀବନ ଯାତ୍ରାର ପଥ ସହଜ ନ ଥିଲା। ତେବେ ନିଜ ଲକ୍ଷ୍ୟସ୍ଥଳୀରେ ପହଞ୍ଚିବା ପାଇଁ ଅଧ୍ୟବସାୟ, ଏକାଗ୍ର ଚିତ୍ତ ଓ ଦୃଢ଼ ମନୋଭାବ ତାଙ୍କୁ ବେଶ୍ ସାହାଯ୍ୟ କରିଥିଲା। ଇନ୍ଫୋସିସ୍ର ସହପ୍ରତିଷ୍ଠାତା ଏନ୍ଆର୍ ନାରାୟଣ ମୂର୍ତ୍ତିଙ୍କୁ ବିବାହ କରିବା ପରେ ବି ସୁଧା ନିଜର ସ୍ବତନ୍ତ୍ର ପରିଚୟ ରଖିପାରିଛନ୍ତି। ବିଶେଷକରି ମହିଳାଙ୍କୁ ସେମାନଙ୍କ ସମସ୍ୟା ପ୍ରତି ସଚେତନ କରାଇବା ଏବଂ ଅସହାୟଙ୍କୁ ଅକୁଣ୍ଠିତ ସାହାଯ୍ୟର ହାତ ବଢ଼ାଇବା ତାଙ୍କୁ ଅସାଧାରଣ ବ୍ୟକ୍ତିତ୍ବର ପରିଚୟ ଦେଇଛି। ଖାସ୍ ଏଥିପାଇଁ ସେ ଅନେକଙ୍କ ଲାଗି ପ୍ରେରଣାର ଉତ୍ସ ପାଲଟିଛନ୍ତି।
ଯୁବ ଜଗତ
ଅଧିକ ଦେଖନ୍ତୁ
ରିଭେଞ୍ଜ ପର୍ଣ୍ଣୋଗ୍ରାଫିର ହବ୍
ଫେସ୍ବୁକ୍ ଓ ହ୍ବାଟସ୍ଆପ୍ ଭଳି ସୋସାଲ ନେଟୱର୍କିଂ ସାଇଟ୍ ପ୍ଲାଟଫର୍ମ ଆସିବା ପରେ ଭାରତରେ ରିଭେଞ୍ଜ ପର୍ଣ୍ଣୋଗ୍ରାଫି ମାମଲା ବହୁତ ବଢ଼ି ଯାଇଛି। ଭାରତରେ ପ୍ରତ୍ୟେକ ଦିନ ମହିଳାମାନେ ଏହାର ଶିକାର ହେଉଛନ୍ତି। ‘ଇଣ୍ଡିଆ ଟୁଡେ ସେକ୍ସ ସର୍ଭେ ୨୦୧୯’ରେ ରିଭେଞ୍ଜ ପର୍ଣ୍ଣୋଗ୍ରାଫିର କାରଣ ଓ ଏହାର ଦୁଷ୍ପରିଣାମ ସମ୍ପର୍କରେ ଜାଣିବା ପାଇଁ ଚେଷ୍ଟା କରାଯାଇଥିଲା। ଚାଲନ୍ତୁ ଜାଣିବା ରିଭେଞ୍ଜ ପର୍ଣ୍ଣୋଗ୍ରାଫି କ’ଣ ଓ ଦେଶରେ ଏହା ବୃଦ୍ଧି ପାଇବାର କାରଣ କ’ଣ ସମ୍ପର୍କରେ।
ସାଥୀ ଥାଇ ବି ଯୁବତୀ ଚାହୁଛନ୍ତି
ଆଜିକାଲି ସମ୍ପର୍କରେ ଅସୁରକ୍ଷିତ ଭାବନା ଲଗାତର ବଢ଼ିବାରେ ଲାଗିଛି। ରିଲେସନଶିପ୍ରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ଲୋକେ ପରସ୍ପର ଉପରେ ଭରସା କରିବାରେ ଡରୁଛନ୍ତି। ସାଥୀ ସବୁବେଳେ ସାଥ୍ ଦେବେ କି ନାହିଁ, ଏହି ଡର ଗାର୍ଲଫ୍ରେଣ୍ଡ-ବୟଫ୍ରେଣ୍ଡ କିମ୍ବା ଲଙ୍ଗ ଡିଷ୍ଟାନ୍ସ ରିଲେସନଶିପ୍ରେ ରହିଥାଏ। ହୁଏତ ଏହା ଆପଣଙ୍କୁ ବିଶ୍ବାସ ନ ହୋଇପାରେ, କିନ୍ତୁ ଏକଥା ସତ ଯେ ଆଜିକାଲି ରିଲେସନଶିପ୍ରେ ମଧ୍ୟ ପ୍ଲାନ୍ ବି ଆପଣା ଯାଉଛି। ପ୍ଲାନ୍ ବି ଅର୍ଥାତ୍ ବ୍ୟାକ୍ଅପ୍ ପାର୍ଟନର। ଏକ ସର୍ଭେରୁ ଏହି ସୂଚନା ମିଳିଛି।
ଫ୍ୟାଶନ
ଅଧିକ ଦେଖନ୍ତୁ
ବ୍ୟାଗ୍ କିଣିବା ପୂର୍ବରୁ ଦେଖନ୍ତୁ
ମାର୍କେଟ୍ରେ ଅନେକ ପ୍ରକାରର ବ୍ୟାଗ୍ ମିଳୁଛି। ଏଥିମଧ୍ୟରୁ ଟୋଟ୍, ପୋଟଲି, ଏନ୍ଭଲପ୍ ଏବେ ବହୁତ ଟ୍ରେଣ୍ଡରେ ରହିଛି। ଯଦି ଆପଣ ମଧ୍ୟ ବ୍ୟାଗ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହି ଲାଟେଷ୍ଟ ବ୍ୟାଗ୍ ଟ୍ରେଣ୍ଡ ଉପରେ ନଜର ପକାଇ ପାରିବେ।
ଭୂମି ଓ ଅନନ୍ୟାଙ୍କ ହଟ୍କେ ଅନ୍ଦାଜ
ବଲିଉଡ୍ ଅଭିନେତ୍ରୀ ଭୂମି ପେଦନେକର ଓ ଅନନ୍ୟା ପାଣ୍ଡେ ଏବେ ବଲିଉଡ୍ର ହ୍ୟାଣ୍ଡସମ୍ ହିରୋ କାର୍ତ୍ତିକ ଆର୍ୟନଙ୍କ ସହ ସେମାନଙ୍କ ଆଗାମୀ ସିନେମା ‘ପତି ପତ୍ନୀ ଔର ୱ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ଭୂମି ଓ ଅନନ୍ୟା ଉଭୟ ନିଜର ପ୍ରତ୍ୟେକ ଆପିୟରାନ୍ସ ସମୟରେ ଫ୍ୟାଶନ୍ ଓ ଷ୍ଟାଇଲ୍ ମାମଲାରେ ପଛରେ ରହିବାକୁ ଚାହୁ ନାହାନ୍ତି। ଭୂମି କେତେବେଳେ ସେକ୍ସି ଶାଢ଼ିରେ ଦେଖିବାକୁ ମିଳୁଛନ୍ତି ତ ଆଉ କେତେବେଳେ ଶର୍ଟ ଡ୍ରେସ୍ରେ। ସେହିପରି ଅନନ୍ୟା ମଧ୍ୟ ଫିଲ୍ମ ପ୍ରମୋସନ ସମୟରେ ବେଷ୍ଟ ଲୁକ୍ରେ ନଜର ଆସୁଛନ୍ତି।
ଲାଇଫ ଷ୍ଟାଇଲ
ଅଧିକ ଦେଖନ୍ତୁ
ସପ୍ତାହରେ ଥରେ ଜଙ୍କଫୁଡ୍ ଖାଇବା ଦରକାର
ଆପଣ ଯେମିତି ଶରୀର ଚାହୁଛନ୍ତି, ସେମିତି ଶରୀର ପାଇବା ସହଜ କଥା ନୁହେଁ। ଏଥିପାଇଁ ଅନେକ ପରିଶ୍ରମ କରିବାକୁ ପଡ଼ିଥାଏ। ଏଥିସହିତ ନିଜ ପସନ୍ଦର ଖାଦ୍ୟକୁ ତ୍ୟାଗ କରିବାକୁ ମଧ୍ୟ ପଡ଼ିଥାଏ। କାରଣ ପିଜ୍ଜା, ବର୍ଗର, ଫ୍ରାଏଜ୍, ଆଇସ୍କ୍ରିମ୍, ଚକୋଲେଟ୍ ଆଦି ଖାଇବା ଯେତିକି ସ୍ବାଦିଷ୍ଟ ହୋଇଥାଏ, ସେତିକି ଅସ୍ବାସ୍ଥ୍ୟକର ମଧ୍ୟ ହୋଇଥାଏ। ଏଥିସହିତ ଏସବୁ ଖାଦ୍ୟଠାରୁ ଦୂରେଇ ରହିବା ମଧ୍ୟ କଷ୍ଟକର ହୋଇଥାଏ। କିନ୍ତୁ କେତେକ ଜିନିଷ ପ୍ରତି ଧ୍ୟାନ ରଖି ଆପଣ ନିଜ ଫିଟ୍ନେସ୍ ଗୋଲ୍କୁ ମଧ୍ୟ ମେଣ୍ଟେନ୍ ରଖିପାରିବେ। ଏଥିସହିତ ଆପଣ ସ୍ବାଦିଷ୍ଟ ଜିନିଷକୁ ମଧ୍ୟ ଏନ୍ଜୟ କରିପାରିବେ। ଏହି କ୍ରମରେ ସପ୍ତାହରେ ଥରେ ଜଙ୍କ୍ଫୁଡ୍ ଖାଇବା ଦରକାର ବୋଲି କୁହାଯାଉଛି।
ଡିସେମ୍ବରରେ ଜନ୍ମ ହେଉଥିବା
ଡିସେମ୍ବରରେ ଜନ୍ମ ହୋଇଥିବା ଲୋକେ କେବେ ବି ନିଜ ସ୍ବାସ୍ଥ୍ୟ ଓ ଫିଟ୍ନେସ୍ ସହିତ ବୁଝାମଣା କରି ନ ଥାନ୍ତି। ବର୍ଷର ଶେଷ ମାସରେ ଜନ୍ମ ହୋଇଥିବା ଅନେକ ବ୍ୟକ୍ତିତ୍ବ ଏହାର ପ୍ରମାଣ। ବଲିଉଡ୍ରେ ସଲମାନ ଖାନଙ୍କଠାରୁ ଆରମ୍ଭ କରି ଜନ୍ ଆବ୍ରାହମ, ବିଦ୍ୟୁତ୍ ଜାମୱାଲ, ରାଣା ଦଗୁବତୀ, ପୁଲକିତ ସମ୍ରାଟ୍, ଅନୀଲ କପୁର ଓ ଧର୍ମେନ୍ଦ୍ରଙ୍କ ପର୍ଯ୍ୟନ୍ତ ସଭିଏଁ ଡିସେମ୍ବର ମାସରେ ହିଁ ଜନ୍ମଗ୍ରହଣ କରିଛନ୍ତି।
ଫେସ୍ବୁକ୍ରେ ପ୍ରତିନିଧି
ଟ୍ବୀଟରରେ ପ୍ରତିନିଧି
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ
Your browser does not support the video tag.
ଶ୍ରୀମନ୍ଦିର ସିଂହଦ୍ବାର, ପୁରୀ, Thursday, 5 Dec, 4.58 AM
କାର୍ଟୁନ କର୍ଣ୍ଣର
FREE CLASSIFIED
ଉପଯୋଗୀ ଟିପ୍ସ
ଅଧିକ ଦେଖନ୍ତୁ
ଜାଣନ୍ତୁ ତାୱା ସହିତ ଜଡ଼ିତ ଏହି
କିଚେନ୍ ଘରର କେବଳ ସେହି ଅଂଶ ନୁହେଁ ଯାହା ଆପଣଙ୍କ ପେଟର ଭୋକକୁ ଶାନ୍ତ କରି ଥାଏ, ଏହା ବାସ୍ତୁ ଦୋଷ ଦୂର କରିବାରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏଠାରେ କିଚେନ୍ର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଜିନିଷ ତାୱା ସହିତ ଜଡ଼ିତ ବାସ୍ତୁ ଟିପ୍ସ ସମ୍ପର୍କରେ। ରୋଷେଇ ଘରେ ଉପଯୁକ୍ତ ଦିଗରେ ରଖାଯାଇଥିବା ତାୱା ଘରର ବାସ୍ତୁ ଦୋଷ ଠିକ୍ କରିପାରିବେ। ସେହିପରି ଭୁଲ୍ ଦିଗରେ ତାୱା ରଖିବା ଫଳରେ ଏହା ସମସ୍ୟାର କାରଣ ମଧ୍ୟ ପାଲଟିପାରେ। ଚାଲନ୍ତୁ ଜାଣିବା କେମିତି।
ଭିଡିଓ ଗ୍ୟାଲେରୀ
/* */
ଜଣା ଅଜଣା
ଅଧିକ ଦେଖନ୍ତୁ
ଆଶ୍ଚର୍ଯ୍ୟ: ୯୭ ବର୍ଷ ହେଲାଣି
ବର୍ତ୍ତମାନ ସମୟରେ ଦ୍ରୁତ ବେଗରେ ଜନସଂଖ୍ୟା ବୃଦ୍ଧିକୁ ନେଇ ଭାରତ ଚିନ୍ତାରେ ରହିଛି। ଦେଶର ପ୍ରତ୍ୟେକ ଗାଁ ଓ ସହରରେ ଦିନକୁ ଦିନ ଜନସଂଖ୍ୟା ବଢ଼ିବାରେ ଲାଗିଛି। ଜନସଂଖ୍ୟା କମ୍ କରିବା ସରକାରଙ୍କ ଦ୍ବାରା ଲୋକଙ୍କୁ ପ୍ରୋତ୍ସାହିତ ଓ ସଚେତନ କରାଯାଉଛି। ତେବେ ମଧ୍ୟ ପ୍ରଦେଶର ବୈତୁଲ ଜିଲା ଅନ୍ତର୍ଗତ ଅବସ୍ଥିତ ଧନୋରା ଗାଁରେ ଗତ ୯୭ ବର୍ଷରେ ଜନସଂଖ୍ୟା ବଢ଼ି ନାହିଁ। ଏହା ଶୁଣିବାକୁ ଅଜବ ଓ ଅବାସ୍ତବ ଲାଗିପାରେ। କିନ୍ତୁ ଏହା ନିରାଟ ସତ। ଗତ ୯୭ ବର୍ଷରେ ଏହି ଗାଁର ଜନସଂଖାରେ କୌଣସି ପ୍ରକାରର ବୃଦ୍ଧି ଘଟି ନ ଥିବା କୁହାଯାଉଛି।
ପାଟି ସୁଆଦ
ଅଧିକ ଦେଖନ୍ତୁ
ମିକ୍ସ ଭେଜ୍ ଚାଉଳ ଗୁଣ୍ଡ ରୁଟିର ମଜା ନିଅନ୍ତୁ
ଏହାପୂର୍ବରୁ ଆପଣ ମକା ରୁଟି କିମ୍ବା ସାଧାରଣ ରୁଟି ବହୁତ ଖାଇଥିବେ। କିନ୍ତୁ ଏଠାରେ ଚାଉଳ ଗୁଣ୍ଡରେ ତିଆରି କରାଯାଇଥିବା ମିକ୍ସ ଭେଜ୍ ରୁଟିର ରେସିପି ଦିଆଯାଇଛି। ଏଥିରେ ପନିପରିବାର ସମସ୍ତ ତତ୍ତ୍ବ ସାମିଲ୍ ହେବା ସହିତ ରୁଟି ବହୁତ କ୍ରିସ୍ପି ଓ ସ୍ବାଦିଷ୍ଟ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା, ଏହି ମିକ୍ସ ଭେଜ୍ ଚାଉଳ ଗୁଣ୍ଡରେ ତିଆରି ରୁଟିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।
ଇତିହାସର ଆଇନାରେ
ଅଧିକ ଦେଖନ୍ତୁ
ଦାରିଦ୍ର୍ୟ ପାଇଁ ବିବାହ କଲେ ନାହିଁ
ଯେତେବେଳେ ତାଙ୍କୁ ୩୩ ବର୍ଷ ବୟସ। ନୈନିତାଲର କଲେକ୍ଟର ତାଙ୍କୁ ଆମନ୍ତ୍ରଣ କଲେ। ୨୦୦ ମଣିଷଙ୍କୁ ମାରି ଖାଇଥିବା ‘ଚମ୍ପାଓ୍ୱତ୍’ ନାମକ ଚାରିବର୍ଷର ମହାବଳ ବାଘକୁ ଶିକାର କରିବା ହିଁ ଥିଲା ଏଇ ଆମନ୍ତ୍ରଣର ମୁଖ୍ୟ ଉଦ୍ଦେଶ୍ୟ। ସେ ଏଇ ଚ୍ୟାଲେଞ୍ଜକୁ ଗ୍ରହଣକଲେ। ‘ଚମ୍ପାଓ୍ୱତ୍’କୁ ମାରିଦେଲେ। ୧୯୩୮ ମସିହା, ଯେତେବେଳେ ତାଙ୍କୁ ୬୩ ବର୍ଷ ବୟସ, ସେତେବେଳେ ସେ ମଣିଷଖିଆ ବାଘ ‘ଥାକ୍’କୁ ଶିକାର କଲେ। ଏହା ଥିଲା ତାଙ୍କର ଦଶମ ଓ ଶେଷ ବାଘ ଶିକାର।
ଜନସେବା ହେଲ୍ପ ଲାଇନ
ଅଧିକ ଦେଖନ୍ତୁ
ଜରୁରିକାଳୀନ ସେବା
ଯୋଗାଯୋଗ ନମ୍ବର
ଅଗ୍ନିଶମ କଣ୍ଟ୍ରୋଲ ରୁମ୍
୧୦୧
ପୋଲିସ କଣ୍ଟ୍ରୋଲ ରୁମ୍
୧୦୦
ଜନନୀ ଆମ୍ବୁଲାନ୍ସ ସେବା
୧୦୨
ଆମ୍ବୁଲାନ୍ସ ସେବା
୧୦୮
ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ
୧୦୩୩
ବରିଷ୍ଠ ନାଗରିକ
୧୦୯୦
ମହିଳା
୧୦୯୧
୧୦୯୨୦
ହସକଥା
ଅଧିକ ଦେଖନ୍ତୁ
ବିଚକ୍ଷଣ ପ୍ରସ୍ତୁତି
ହାବଡ଼ା-ମାଡ୍ରାସ୍ ମେଲ୍। ରାତି। ଯାତ୍ରୀମାନେ ଶୋଇବାକୁ ପ୍ରସ୍ତୁତ ହେଉଛନ୍ତି। ପାଖାପାଖି ଦୁଇଟି ବର୍ଥ। ପ୍ରଥମ ବର୍ଥର ଯାତ୍ରୀଙ୍କୁ ଦ୍ୱିତୀୟ ବର୍ଥର ଯାତ୍ରୀ ସୌଜନ୍ୟତାର ସହ ପଚାରିଲେ, ପାଣି ପିଇବେ କି? ନା, ଧନ୍ୟବାଦ। ପ୍ରଥମ ଯାତ୍ରୀ କହିଲେ।
ପ୍ରମୁଖ ଲିଙ୍କ୍
ଅଧିକ ଦେଖନ୍ତୁ
Online Services
Website
Train Ticket Booking (e Ticketing)
https://indianrail.gov.in
https://www.irctc.co.in
www.bookmytrain.com
Train PNR Status Enquiry
https://www.trainspnrstatus.com
https://pnrstatuslive.com
Train Status Enquiry
www.trainenquiry.com