ଚଳିତ ବର୍ଷ ବୋଲବମ୍‌ ଯାତ୍ରାରେ ରୋକ

ଭୁବନେଶ୍ବର: ଶ୍ରାବଣ ମାସର ଝିପ୍‌ଝିପ୍‌ ବର୍ଷାରେ ରାସ୍ତା ଉପରେ ଆଉ ଶୁଭିବନି ବୋଲବମ୍‌ ହରହର ବମ୍‌। ଭିଡ଼ ହେବ ନାହିଁ ଶୈବପୀଠ। ଲାଗିବ ନାହିଁ କାଉଡ଼ିଆଙ୍କ ଲମ୍ବା ଲାଇନ୍‌। କାରଣ ଚଳିତ ବର୍ଷ ବୋଲବମ୍‌ ଯାତ୍ରାରେ ଲାଗିଛି ରୋକ୍‌। କୋଭିଡ୍‌-୧୯ ପରିସ୍ଥିତିରେ ରାଜ୍ୟ ସରକାର ଧାର୍ମିକ ଓ ସାଂସ୍କୃତିକ ସମାବେଶ ଉପରେ କଟକଣା ପୂର୍ବକ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ବତନ୍ତ୍ର ରିଲିଫ୍‌ କମିଶନଙ୍କ ତରଫରୁ ବୋଲବମ୍‌ ଯାତ୍ରା କିମ୍ବା କାଉଡ଼ିଆଙ୍କ ଜଳଲାଗି କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ଚଳିତ ମାସ ଶେଷ ପର୍ଯ୍ୟନ୍ତ ଶିବଭକ୍ତ କାଉଡ଼ିଆମାନେ କୌଣସି ସ୍ଥାନରେ ଜଳାଭିଷେକ କରିପାରିବେ ନାହିଁ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‍ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି। ଫଳରେ ହଜାର ହଜାର ଶୈବଭକ୍ତ ନିରାଶ ହୋଇଛନ୍ତି।

୬ ସହରରୁ ବିମାନକୁ ବାରଣ କଲା ବେଙ୍ଗଲ

କୋଲକାତା: କୋରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ଲକ୍ଷ୍ୟରେ ବେଙ୍ଗଲ ସରକାର ୬ଟି ସହରରୁ ବିମାନ ଆସିବା ଉପରେ ରୋକ ଲଗାଇଛନ୍ତି। ଦିଲ୍ଲୀ, ମୁମ୍ବାଇ, ପୁଣେ, ନାଗପୁର, ଚେନ୍ନାଇ ଓ ଅହମଦାବାଦରୁ ଆସୁଥିବା ବିମାନକୁ ଜୁଲାଇ ୬ରୁ ଜୁଲାଇ ୧୯ ମଧ୍ୟରେ ଅନୁମତି ମିଳବ ନାହିଁ ବୋଲି କହିଛନ୍ତି। ବେଙ୍ଗଲ ସରକାର ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଜଣାଇବା ପରେ ଏନେଇ କୋକଲାତା ବିମାନବନ୍ଦର କତ୍ତୃପକ୍ଷଙ୍କ ପାଖକୁ ନିର୍ଦେଶନାମା ଆସିଛି। କୋଲାକାତା ବିମାନବନ୍ଦର କତ୍ତୃପକ୍ଷଙ୍କ ସୂଚନାନୁସାରେ ଜୁଲାଇ ୬ରୁ ଜୁଲାଇ ୧୯ ମଧ୍ୟରେ ଉପରୋକ୍ତ ୬ଟି ସହରରୁ ବିମାନ ଆସିବା ନେଇ ଅନୁମତି ରଦ୍ଦ କରାଯାଇଛି। ମାତ୍ର ଯେଉଁସବୁ ଏୟାରଲାଇନର ବିମାନ ଆସିବାକୁ ବାରଣ କରାଯାଇଛି, ସେହିସବୁ ଏୟାରଲାଇନର ବିମାନ କୋଲାକାତା ବିମାନବନ୍ଦରରୁ ଯାତ୍ରା କରିବ ନା ନାହିଁ ତାହା ସମ୍ପୃକ୍ତ ଏୟାରଲାଇନ ଉପରେ ନିର୍ଭର କରେ ବୋଲି କୁହାଯାଇଛି।

ବାଂଲାଦେଶ ସହ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧିରେ ବେଙ୍ଗଲ

ନୂଆଦିଲ୍ଲୀ: ବାଂଲାଦେଶ ସହ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧିରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ବାଧା ସୃଷ୍ଟି କରୁଥିବା ଦୃଷ୍ଟିକୁ ଆସିଛି। ପଶ୍ଚିମବଙ୍ଗ ସୀମାନ୍ତ ପେଟ୍ରାପୋଲ-ବେନାପୋଲ ଦେଇ ବାଂଲାଦେଶରୁ ଆସୁଥିବା ଟ୍ରକକୁ ଅନୁମତି ଦେଉ ନ ଥିବାରୁ ସମସ୍ୟା ଦେଖାଦେଇଛି। ଗତ ମାର୍ଚ୍ଚରୁ ଏହି ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଏନେଇ ବେଙ୍ଗଲ ସରକାରଙ୍କୁ ବାରମ୍ବାର ତାଗିଦ କରାଯିବା ସତ୍ତ୍ବେ ତାହାକୁ ରାଜ୍ୟ ସରକାର ପାଳନ କରୁ ନାହାନ୍ତି। ଏହା ସଂଘୀୟ ଆଇନର ଖୋଲା ଉଲ୍ଲଙ୍ଘନ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଗିଦ କରାଯାଇଛି। କେନ୍ଦ୍ର-ରାଜ୍ୟ ମତଭେଦ କାରଣରୁ ସଂଘୀୟ ଆଇନ ନ ମାନିବା ଠିକ ନୁହେଁ ବୋଲି ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।
ଏସ-୪୦୦ ଟ୍ରାୟମ୍ଫ ଶୀଘ୍ର ଯୋଗାଇବାକୁ ପୁଟିନଙ୍କୁ ମୋଦିଙ୍କ ଅନୁରୋଧ
ଚୀନ ସହ ଭାରତର ଉତ୍ତେଜନା ଲାଗି ରହିଥିବାବେଳେ ପାକିସ୍ତାନ ପଟୁ ମଧ୍ୟ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ ହେଉଛି। ଏହାକୁ ଦୃଷ୍ଟିରେ ରଖି ଭାରତ ନିଜ ସେନାର ଶକ୍ତି ବଢାଇବାକୁ ଚାହୁଁଛି। ଭାରତ ନିଜର ଏୟାର ଡିଫେନ୍ସ ସିଷ୍ଟମ ବା ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛି। ବିଶେଷକରି ଏହି ଜରୁରୀ ପରିସ୍ଥିତିରେ ରୁଷିଆ ନିର୍ମିତ ଏସ-୪୦୦ ଟ୍ରାୟମ୍ଫ ଏୟାର ଡିଫେନ୍ସ ସିଷ୍ଟମର ଆବଶ୍ୟକତା ବଢିଯାଇଛି। କାରଣ ଲଦାଖରେ ଥିବା ଏଲଏସି ନିକଟରେ ଚୀନ ନିଜର ଏସ-୩୦୦ ଏୟାର ଡିଫେନ୍ସ ସିଷ୍ଟମକୁ ମୁତୟନ କରିଛି। ଏହାର ମୁକାବିଲା ଲାଗି ଭାରତ ନିଜର ଏସ-୪୦୦ ଟ୍ରାୟମ୍ଫ ଏୟାର ଡିଫେନ୍ସ ସିଷ୍ଟମ ଚାହୁଁଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଟେଲିଫୋନ ଆଲୋଚନା ସମୟରେ ଏସ-୪୦୦ ଟ୍ରାୟମ୍ଫ ଯୋଗାଣ ପ୍ରସଙ୍ଗ ଉଠିଥିବା କୁହାଯାଉଛି। ଇକୋନୋମିକ ଟାଇମ୍ସର ରିପୋର୍ଟ ଅନୁସାରେ ଏସ-୪୦୦ର ଯୋଗାଣକୁ ତ୍ବରାନ୍ବିତ କରିବାକୁ ମୋଦି ପୁଟିନଙ୍କୁ ଅନୁରୋଧ କରିଛନ୍ତି।
ଆତ୍ମନିର୍ଭର ୟୁପି ରୋଜଗାର
ଶୁକ୍ରବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ୟୁପି ରୋଜଗାର ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନ ମାଧ୍ୟମରେ ସ୍ଥାନୀୟ ଉଦ୍ୟୋଗର ବିକାଶ ହେବା ସହ ବିଭିନ୍ନ ଔଦ୍ୟୋଗିକ ପ୍ରତିଷ୍ଠାନ ସହ ଭାଗିଦାରୀ ମାଧ୍ୟମରେ ନୂତନ ନିଯୁକ୍ତି ସ୍‌ଷ୍ଟି ହୋଇପାରିବ ବୋଲି ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ସହ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ କୋରୋନା ଭୂତାଣୁ ସଂକ୍ରମଣ ରୋକିବା ସକାଶେ ଘୋଷଣା ହୋଇଥିବା ଲକଡାଉନ୍ କାରଣରୁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ସେମାନଙ୍କ ରୋଜଗାର ହରାଇଥିବା ବେଳେ ସେମାନଙ୍କୁ ଏହି ଅଭିଯାନ ମାଧ୍ୟମରେ ନିଯୁକ୍ତି ଦିଆଯାଇପାରିବ। ଏହି ଅଭିଯାନ ମାଧ୍ୟମରେ ରାଜ୍ୟରେ ୧.୨୫ କୋଟି ନୂତନ ନିଯୁକ୍ତି ସୃଷ୍ଟି ହେବା ସହ ପ୍ରବାସୀ ଶ୍ରମିକମାନେ ଏହାଦ୍ବାରା ନିଶ୍ଚିତ ଭାବେ ଉପକୃତ ହୋଇପାରିବେ। ଲକଡାଉନ୍ କାରଣରୁ ରାଜ୍ୟକୁ ୩୫ ଲକ୍ଷରୁ ଊର୍ଦ୍ଧ୍ବ ପ୍ରବାସୀ ଶ୍ରମିକ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେହିପରି ଦକ୍ଷତା ବିକାଶ ନିମନ୍ତେ ୩୦ ଲକ୍ଷ ପ୍ରବାସୀ ଶ୍ରମିକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବା ସହ ରୋଜଗାର ଯୋଗାଇ ଦିଆଯିବ ବୋଲି ଆଦିତ୍ୟନାଥ କହିଛନ୍ତି।
ଜୋକୋଭିଚଙ୍କ କୋଚ୍ କୋରୋନା
ଜୁରିକ୍: ସର୍ବିୟାର ଏକ ନମ୍ବର ଟେନିସ୍ ଖେଳାଳି ନୋଭାକ୍ ଜୋକୋଭିଚ୍ ଆଡ୍ରିଆ ଟୁର୍ ଟୁର୍ଣ୍ଣାମେଣ୍ଟର ଆୟୋଜନ କରି କୋରୋନା ଭୂତାଣୁ ସଂକ୍ରମଣର କେନ୍ଦ୍ରବିନ୍ଦୁ ସାଜିବା ସହ ନିଜେ ସଂକ୍ରମିତଙ୍କ ତାଲିକାରେ ରହିଛନ୍ତି। ତାଙ୍କ ବ୍ୟତୀତ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଆହୁରି ୩ ଜଣ ଖେଳାଳି ମଧ୍ୟ ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି। ତେବେ ଏହି ପ୍ରତିଯୋଗିତା ସହ ଜଡ଼ିତ ବ୍ୟକ୍ତିବିଶେଷ ସଂକ୍ରମିତଙ୍କ ସୂଚୀରେ ସାମିଲ୍ ହେବା ଧାରା ବନ୍ଦ ହୋଇନାହିଁ। କାରଣ ଶୁକ୍ରବାର ଜୋକୋଭିଚଙ୍କ କୋଚ୍ ତଥା ପୂର୍ବତନ କ୍ରୋଏସିଆ ଟେନିସ୍ ଖେଳାଳି ଗୋରାନ୍ ଇଭାନିସେଭିଚ୍ କୋରୋନା ପଜିଟିଭ୍ ସାବ୍ୟସ୍ତ ହୋଇଛନ୍ତି। ପୂର୍ବରୁ ତାଙ୍କର ନମୁନା ଦୁଇ ଥର ନେଗେଟିଭ୍ ରହିଥିଲେ ହେଁ ୩ୟ ନମୁନାରେ କୋରୋନା ଭୂତାଣୁ ଠାବ କରାଯାଇଥିବା ଏହି ୪୮ ବର୍ଷୀୟ କୋଚ୍ ଇନଷ୍ଟାଗ୍ରାମ୍ ମାଧ୍ୟମରେ ସୂଚନା ଦେଇଛନ୍ତି।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
ଚୀନ ଓ ପାକିସ୍ତାନକୁ ପୁଣି ଭାରତର ଝଟକା: ବିଦ୍ୟୁତ୍ ଉପକରଣ ଆମଦାନି ଉପରେ ଲଗାଇଲା କଟକଣା
ଭାରତ-ଚୀନ ସୀମାରେ ଉତ୍ତେଜନା ବଢ଼ିବା ସହ ଚୀନ ସେନା ସହ ଲଢ଼େଇ କରି ୨୦ଜଣ ଭାରତୀୟ ଯବାନ ଶହୀଦ ହେବା ପରେ ଏବେ ଭାରତ ଜବାବ ଦେବା ଆରମ୍ଭ କରିଛି। ପ୍ରଥମେ ୫୯ଟି ଚୀନୀ ଆପ୍‌ ବ୍ୟବହାର ଭାରତରେ ବନ୍ଦ ହେବା ପରେ ମୋଦି ସରକାର ଚୀନୀ କମ୍ପାନୀକୁ ଭାରତୀୟ ଚୁକ୍ତିରୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଚୀନ୍‌ରୁ ଆମଦାନି ହେଉଥିବା ବିଦ୍ୟୁତ୍ ଉପକରଣକୁ ମଧ୍ୟ ଭାରତ ନିଷିଦ୍ଧ କରୁଛି ବୋଲି ଖବର ଆସିଛି। ଚୀନ୍ ସହ ଚାଲିଥିବା ସୀମା ବିବାଦ ମଧ୍ୟରେ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂ ଏହି ଘୋଷଣା କରିଛନ୍ତି। ରାଜ୍ୟ ପ୍ରତିପକ୍ଷଙ୍କ ସହ ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ ସିଂ ଆହୁରି କହିଛନ୍ତି ଯେ, ଚୀନ୍ ଏବଂ ପାକିସ୍ଥାନରୁ ଯନ୍ତ୍ରପାତି ଆମଦାନି ଉପରେ ବିଶେଷ ଯାଞ୍ଚ ଆଧାରରେ ରୋକ ଲଗା ରୋକ ଲଗାଯିବ।
କାନପୁର ଏନକାଉଣ୍ଟର୍ ମାମଲା: ମାଟିରେ ମିଶିଲା ଦୁବେର କୋଠା, ଏସ୍ଏଚ୍ଓ ନିଲମ୍ବିତ
ଉତ୍ତର ପ୍ରଦେଶ ପୋଲିସ୍ ପକ୍ଷରୁ ଗତ ଗୁରୁବାର ରାତିରେ କୁଖ୍ୟାତ ଅପରାଧୀ ବିକାଶ ଦୁବେକୁ ଗିରଫ କରାଯିବା ସକାଶେ ଉଦ୍ୟମ ହୋଇଥିଲେ ହେଁ ପାଲଟା ଆକ୍ରମଣରେ ୮ ଜଣ ସୁରକ୍ଷାକର୍ମୀ ନିହତ ହୋଇଥିଲେ। ନିଜ ଆଡ୍ଡାରୁ ଦୁବେ ଖସି ପଳାଇଯିବାରେ ମଧ୍ୟ ସକ୍ଷମ ହୋଇଥିଲା। ତେବେ ୬୦ରୁ ଊର୍ଦ୍ଧ୍ବ ମାମଲାରେ ୱାଣ୍ଟେଡ୍ ଥିବା ଦୁବେ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ କାନପୁର ପ୍ରଶାସନ ଶନିବାର ତା’ର କୋଠାକୁ ମାଟିରେ ମିଶାଇ ଦେଇଛି। ଏହାଛଡ଼ା ପୋଲିସ୍ ଗିରଫଦାରୀ ଉଦ୍ୟମକୁ ଭଣ୍ଡୁର କରିବାରେ ଜଣେ ଷ୍ଟେସନ୍ ଅଫିସରଙ୍କ ଭୂମିକା ଥିବା ସନ୍ଦେହରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି। ପୋଲିସ୍ ଆଖିରେ ଧୂଳି ଦେଇ ଦୁବେ ଖସିଯିବା ପରେ ତାକୁ ଗିରଫ କରିବା ସକାଶେ ଜୋରଦାର ଚଢ଼ାଉ ଜାରି ରହିଛି। ଏହି କ୍ରମରେ ଶନିବାର ସକାଳେ କାନପୁର ପ୍ରଶାସନ ପକ୍ଷରୁ ବିଠୁରସ୍ଥିତ ଦୁବେ ବାସଭବନ ଉପରେ ବୁଲଡୋଜର୍ ଚାଲିଛି। ଜେସିବି ମେସିନରେ ଦୁବେ କୋଠାକୁ ତଳିତଳାନ୍ତ କରିଦିଆଯାଉଥିବା ଦ୍‌ଶ୍ୟ ସୋସାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏପରିକି ଦୁବେର ଏସୟୁଭି ଗାଡ଼ିକୁ ମଧ୍ୟ ଜେସିବି ମଡ଼ାଇ ଦିଆଯାଉଥିବା ଚିତ୍ର ମଧ୍ୟ ଭିଡିଓରେ ଉପଲବ୍ଧ ରହିଛି।
ବାହାଘରରେ ମାନିଲେନି କୋଭିଡ୍‌ ନିୟମ: ବର ସମେତ ୫ ଗିରଫ, ୫୦ ହଜାର ଜରିମାନା
ମହଙ୍ଗା ପଡ଼ିଲା କୋରୋନା ନିୟମକୁ ଫୁ କରି ହୋଇଥିବା ବାହାଘର ଓ ଭୋଜି। ବ୍ରହ୍ମପୁରରେ ଆୟୋଜିତ ଜଣେ ବଡ଼ ବ୍ୟବସାୟୀଙ୍କ ପୁଅ ବାହାଘରରେ କୋଭିଡ୍‌ ନିୟମକୁ ଉଲ୍ଲଂଘନ କରାଯାଇଥିବାର ଭିଡ଼ିଓ ଭାଇରାଲ ହେବା ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ମାମଲାରେ ପୋଲିସ ବର ସମେତ ୫ ଜଣଙ୍କୁ ଗିରଫ କରିଛି। ବର ସହ ତାଙ୍କ ବାପା କୃଷ୍ଣଚନ୍ଦ୍ର ସାହୁ, ବଡ଼ବାପା ଶିବରାମ ସାହୁ ଓ ୨ ଦାଦାଙ୍କୁ ଗିରଫ କରିଛି ପୋଲିସ। ସେହିପରି ବାହାଘର ଆୟୋଜିତ ହୋଇଥିବା ଗୋପାଳପୁରର ହୋଟେଲ ମେଫେୟାର ହୋଟେଲକୁ ୭ ଦିନ ପାଇଁ ସିଲ୍ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଏହି ସୂଚନା ଦେଇଛନ୍ତି। ଏଥି ସହିତ ଏହି ଘଟଣାରେ ୨ଟି ମାମଲା ରୁଜୁ ହୋଇଛି।
ଏକ ଦରଘା ନିକଟରେ ଆପେ
ହିନ୍ଦୁ ଧର୍ମ ଅନୁସାରେ ଚାରି ଧାମ ଯାତ୍ରାକୁ ବହୁତ ପବିତ୍ର ଭାବେ ଗ୍ରହଣ କରାଯାଏ। ପୁରାଣରେ ବର୍ଣ୍ଣିତ ଅଛି ଯେ କଳିଯୁଗରେ ଶ୍ରୀଜଗନ୍ନାଥଙ୍କ ଶରଣରେ ଆସିଲେ ମୋକ୍ଷପ୍ରାପ୍ତି ହୋଇଥାଏ। ଅର୍ଥାତ ଶ୍ରୀଜଗନ୍ନାଥଙ୍କ ଦର୍ଶନରେ କୋଟିପୁଣ୍ୟ ମିଳିଥାଏ। ଶ୍ରୀଜଗନ୍ନାଥଙ୍କ ସୁନ୍ଦର ଓ ଭବ୍ୟ ମନ୍ଦିର ଓଡ଼ିଶାର ପୁରୀ ସହରରେ ରହିଛି। ଏହି ସୁନ୍ଦର ଓ ଅଲୌକିକ ସହରର ୩ ପାର୍ଶ୍ବରେ ସମୁଦ୍ର ରହିଛି। ଏଠାକୁ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତ ଭଗବାନଙ୍କ ଦର୍ଶନ କରିବାକୁ ଆସିଥାନ୍ତି। ରଥଯାତ୍ରା ଅବସରରେ ମହାପ୍ରଭୁ ଜଗନ୍ନାଥ ଭଉଣୀ ସୁଭଦ୍ରା ଓ ଭାଇ ବଳଭଦ୍ରଙ୍କ ସହିତ ଭକ୍ତଙ୍କ ସହ ମିଶିବା ପାଇଁ ବଡ଼ଦାଣ୍ଡକୁ ଆସିଥାନ୍ତି। ତେବେ ଚଳିତ ବର୍ଷ କୋରୋନା ସଂକ୍ରମଣ ଡରରେ ଭକ୍ତବିହୀନ ରଥଯାତ୍ରା କରାଯାଇଥିଲା। ପ୍ରତ୍ୟେକ ବର୍ଷ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ରଥରେ ବସାଇ ମାଉସୀ ମା’ ଗୁଣ୍ଡିଚା ମନ୍ଦିରକୁ ନିଆଯାଇଥାଏ। ଏହି ଯାତ୍ରାର ସବୁଠାରୁ ବଡ଼ ବିଶେଷତ୍ବ ହେଉଛି ଶ୍ରୀଜଗନ୍ନାଥଙ୍କ ରଥ ଜଣେ ମୁସଲମାନ ଭକ୍ତଙ୍କ ଦରଘା ନିକଟରେ ଆପେ ଆପେ ରୋକିଯାଏ। ଏହା ସମସ୍ତଙ୍କୁ ଚକିତ କରିଦେବା ସହିତ ଏହା ପଛର ରହସ୍ୟ ଜାଣିବା ଲାଗି ସମସ୍ତେ ଉତ୍ସୁକତା ପ୍ରକାଶ କରନ୍ତି।

ଫଟୋ ଗ୍ୟାଲେରୀ

ଯାଇଥିଲେ ବାହାଘର ଲେହେଙ୍ଗା
ଅନେକ ସମୟରେ ଆମ ସହିତ ଅଚାନକ ଏପରି କିଛି ହୋଇଯାଏ, ଯାହା ଆମେ କେବେ ବି ଆଶା କରି ନ ଥାଉ। ଯଦି ଏହା କିଛି ଭଲ ହେଲା, ତେବେ ଖୁସି କଥା କହିଲେ ନ ସରେ। ଏପରି କିଛି ହୋଇଛି ବ୍ରାଇଡ୍ ପ୍ରିୟଙ୍କା ପ୍ରକାଶଙ୍କ ସହିତ। ଯିଏ ଯାଇଥିଲେ ନିଜ ପାଇଁ ଲେହେଙ୍ଗା କିଣିବା ପାଇଁ। କିନ୍ତୁ ଷ୍ଟୋରରେ ପହଞ୍ଚିବା ପରେ ତାଙ୍କୁ ମଡେଲିଂ ଅଫର ମିଳିଥିଲା। ତାହା ମଧ୍ୟ ଲୋକପ୍ରିୟ ଫ୍ୟାଶନ୍ ଡିଜାଇନର ସାବ୍ୟସାଚୀ ମୁଖାର୍ଜୀଙ୍କର। ପ୍ରିୟଙ୍କା ନିଜେ ଏକ ବଡ଼ ପତ୍ରିକାରେ ଜୁଏଲାରୀ ଏଡିଡର ଭାବେ କାମ କରିଥାନ୍ତି। ସେ ସବ୍ୟସାଚୀ ମୁଖାର୍ଜୀଙ୍କର ବହୁତ ବଡ଼ ଫ୍ୟାନ୍। ତାଙ୍କ କାମକୁ ସେ ବହୁତ ପସନ୍ଦ କରିଥାନ୍ତି। ଏକ ସାକ୍ଷାତକାରରେ ପ୍ରିୟଙ୍କା କହିଥିଲେ କି ବାହାଘର ପ୍ରସ୍ତାବ ପୂର୍ବରୁ ସେ ନିଷ୍ପତ୍ତି ନେଇଥିଲେ ଯେ ଯେତେବେଳେ ବି ବିବାହ କରିବେ, ତାଙ୍କ ୱେଡିଂ ଲେହେଙ୍ଗା ସବ୍ୟସାଚୀଙ୍କ ଦ୍ବାରା ଡିଜାଇନ୍ କରାଯାଇଥିବ।
ଫୁସ୍‌ଫୁସ୍‌ ସଂକ୍ରମଣରୁ ରକ୍ଷା ପାଇବା
କୋରୋନା ଭାଇରସ ସଂକ୍ରମଣରୁ ବଞ୍ଚିବା ଲାଗି ସମସ୍ତଙ୍କୁ ନିଜ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ପରାମର୍ଶ ଦିଆଯାଉଛି। ଏଥିସହିତ ଏହି ଭାଇରସ ଫୁସ୍‌ଫୁସ୍‌କୁ ଶୀଘ୍ର ଆକ୍ରମଣ କରୁଥିବାରୁ ଫୁସ୍‌ଫୁସ୍‌ର ବିଶେଷ ଧ୍ୟାନ ଦେବା ଜରୁରୀ। ଫୁସ୍‌ଫୁସ୍‌ରେ ସଂକ୍ରମଣ ହେବା ଫଳରେ ନିଶ୍ୱାସ ପ୍ରଶ୍ୱାସ ନେବା ଆଣିବାରେ ସମସ୍ୟା ହୋଇଥାଏ। ତେଣୁ ଶ୍ୱାସ ପ୍ରକ୍ରିୟା ସହିତ ଜଡ଼ିତ ରୋଗ ହେବାର ଆଶଙ୍କା ବଢ଼ିଯାଏ। ଏଥିରୁ ରକ୍ଷା ପାଇବା ଲାଗି ଡାଏଟ୍‌ରେ କିଛି ଜିନିଷ ସାମିଲ୍ କରିବା ଉଚିତ୍‌। ଯାହାଫଳରେ ଫୁସ୍‌ଫୁସ୍‌ ସୁସ୍ଥ ରହିପାରିବ। ଏଠାରେ ଏପରି କେତେକ ସୁପରଫୁଡ୍ ସମ୍ପର୍କରେ ସୂଚନା ଦିଆଯାଇଛି, ଯାହାକୁ ସେବନ କରିବା ଦ୍ୱାରା ଆପଣଙ୍କ ଫୁସ୍‌ଫୁସ୍‌ ସୁସ୍ଥ ରହିବା ସହିତ ସଂକ୍ରମଣ ଓ ରୋଗ ହେବା ଆଶଙ୍କା କମ୍ ହୋଇପାରିବ।

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ