ପ୍ରଶାନ୍ତ କିଶୋରଙ୍କ ସହ ହାତ ମିଳାଇଲେ ଅମରିନ୍ଦର,

ଚଣ୍ଡିଗଡ଼: ବିଶିଷ୍ଟ ରାଜନୈତିକ ବିଶ୍ଳେଷକ ତଥା ଜଣାଶୁଣା ନିର୍ବାଚନ ପରିସଂଖ୍ୟାନବିତ୍ ପ୍ରଶାନ୍ତ କିଶୋରଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ତାଙ୍କର ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି। ଏହି ଅବସରରେ ସେ ଟ୍ବିଟ୍ କରି କହିଛନ୍ତି ଯେ ଆମ ସହ ପ୍ରଶାନ୍ତ କିଶୋରଙ୍କ ପରି ଜଣେ ଅଭିଜ୍ଞ ଓ ଜଣାଶୁଣା ନିର୍ବାଚନ ବିଶ୍ଳେଷକ ଯୋଗଦେବା ସବୁଠାରୁ ବଡ଼ ଖୁସିର ବିଷୟ। ତାଙ୍କ ସହଯୋଗରେ ପଞ୍ଜାବରେ କଂଗ୍ରେସ ପୁଣିଥରେ ରାଜ୍ୟବାସୀଙ୍କ ସେବାରେ ନିୟୋଜିତ ହୋଇପାରିବ ବୋଲି କ୍ୟାପଟେନ୍ ଅମରିନ୍ଦର ଟ୍ବିଟ୍ କରି କହିଛନ୍ତି। ଗତ ୨୦୧୭ରେ କ୍ୟାପଟେନ୍ ଅମରିନ୍ଦର ପ୍ରଶାନ୍ତଙ୍କ ଇଣ୍ଡିଆନ୍ ପଲିଟିକାଲ୍ ଆକ୍ସନ୍ କମିଟି (ଆଇ-ପିଏସି)କୁ ପଞ୍ଜାବ ନିର୍ବାଚନରେ ବ୍ୟବହାର କରିଥିଲେ। ଏହି କମିଟିର ପରାମର୍ଶ ଅନୁସାରେ କଂଗ୍ରେସ ପଞ୍ଜାବ ନିର୍ବାଚନରେ ସଠିକ୍ ଗୋଟି ଚଳାଇବା ଫଳରେ ଦଳକୁ ଅହେତୁକ ସମର୍ଥନ ମିଳିଥିଲା।

ଇସିବି ସପୋର୍ଟ ଷ୍ଟାଫ୍ ସୂଚୀରେ ଟ୍ରେସ୍କୋଥିକ୍, ଲୁଇସ୍ ଓ ଜିତନ୍

ଲଣ୍ଡନ: ସମ୍ପ୍ରତି ଭାରତ ଗସ୍ତରେ ଥିବା ଇଂଲଣ୍ଡ ଗସ୍ତର ସପୋର୍ଟ ଷ୍ଟାଫ୍‌ରେ କେତୋଟି ପରିବର୍ତ୍ତନ କରାଯାଇଛି। ସୋମବାର ଇଂଲଣ୍ଡ ଏଣ୍ଡ୍ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏହି ସୂଚନାନୁସାରେ, ଦଳର ପୂର୍ଣ୍ଣକାଳୀନ ବ୍ୟାଟିଂ କୋଚ୍ ଭାବେ ଦାୟିତ୍ବ ସମ୍ଭାଳିବେ ପୂର୍ବତନ ଓପନର ତଥା ଅଧିନାୟକ ମାର୍କସ୍ ଟ୍ରେସ୍କୋଥିକ୍। ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ଜଣକ ସମରସେଟ୍ ଦଳର ଅତିରିକ୍ତ କୋଚ୍ ପଦରୁ ଓହରିଯିବା ସହ ଇସିବିରେ ବ୍ୟାଟିଂ କୋଚ୍ ଭାବେ ଚଳିତ ମାର୍ଚ୍ଚ ମଧ୍ୟ ଭାଗରେ ଯୋଗଦେବେ। ସେହିପରି ଜନ୍ ଲୁଇସ୍‌ଙ୍କୁ ପେସ୍ ବୋଲିଂ କୋଚ୍ ଭାବେ ସାମିଲ୍ କରାଯାଇଛି। ଏହାଛଡ଼ା ୪୦ ବର୍ଷୀୟ ପୂର୍ବତନ ନ୍ୟୁଜିଲାଣ୍ଡ୍ ସ୍ପିନର୍ ଜିତନ୍ ପଟେଲଙ୍କୁ ସ୍ପିନ୍ କୋଚ୍ ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ଜିତନ୍ କ୍ରମାଗତ ୩ ଥର ଇସିବି ସହ ଚୁକ୍ତିବଦ୍ଧ ହୋଇସାରିଛନ୍ତି।
ହାଇଦ୍ରାବାଦ କମ୍ପାନୀର ରେକର୍ଡ
ନିକଟରେ ଏଠାକାର ଏକ ଭିତ୍ତିଭୂମି ବିକାଶ ସହ ଜଡ଼ିତ କମ୍ପାନୀ ଆଇଜେଏମ୍ ଇଣ୍ଡିଆ ରାସ୍ତା ବିଛାଇବାରେ ରେକର୍ଡ ସଫଳତା ହାସଲ କରିଛି। ମାଲେସିଆର ଆଇଜେଏମ୍ କନଷ୍ଟ୍ରକସନ୍ ବେରହାଡ୍‌ର ଏହି ସହଯୋଗୀ କମ୍ପାନୀ ମାତ୍ର ୧୭ ଘଣ୍ଟା ୪୫ ମିନିଟ୍ ସମୟରେ ୨୫.୫୪ ଲେନ୍ କିମି ଦୈର୍ଘ୍ୟତାବିଶିଷ୍ଟ ରାସ୍ତା ବିଛାଇପାରିଛି। ଏହି ଜାତୀୟ ରାଜପଥଟି ୪ଥାକିଆ ହୋଇଥିବାରୁ ଏହାର ଦୁଇ ପଟରେ ସର୍ବମୋଟ ୨୫.୫୪ କିମି ରାସ୍ତା ନିର୍ମାଣ କରାଯିବା ଅର୍ଥ କମ୍ପାନୀ ସମୁଦାୟ ୧୨.୭୭ କିମି ରାସ୍ତା ନିର୍ମାଣ କରିପାରିଛି। ଏହି ରାସ୍ତା ଚାରିଥାକିଆ ୧୩ ନମ୍ବର ଜାତୀୟ ରାଜପଥର ସୋଲାପୁର-ବିଜାପୁର ସେକ୍ସନରେ ବିଛାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ପ୍ରଥମ ଥର ପାଇଁ ଭାରତୀୟ ରାଜପଥ ଇତିହାସରେ ଏତେ କମ୍ ସମୟ ମଧ୍ୟରେ ଦୀର୍ଘ ରାସ୍ତା ବିଛାଯାଇଥିବାରୁ ବର୍ତ୍ତମାନ କମ୍ପାନୀ ନିଜର ଏହି ସଫଳତାକୁ ଲିମକା ବୁକ୍ ଅଫ୍ ରେକର୍ଡ୍ସରେ ସାମିଲ୍ କରିବା ସକାଶେ ଉଦ୍ୟମ ଚଳାଇଛି। ଏହି ରେକର୍ଡ ସଫଳତା ସଂକ୍ରାନ୍ତରେ ଆଇଜେଏମ୍ଆଇଆଇର ସଂପୃକ୍ତ ପ୍ରୋଜେକ୍ଟର ଟିମ୍ ଲିଡର୍ ଏମ. ଭେଙ୍କଟେଶ୍ବର ରାଓ କହିଛନ୍ତି ଯେ ଏହି ରାସ୍ତା ନିର୍ମାଣ କାର୍ଯ୍ୟରେ ଆମକୁ ଅନେକ କିଛି ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଉଭୟ ଲଜିଷ୍ଟିକାଲ୍ ଓ ଟେକନିକାଲ୍ ସମସ୍ୟା ଆମ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଥିଲା ବୋଲି ରାଓ କହିଛନ୍ତି।
ଭାରତ ଗସ୍ତ ପାଇଁ ଦକ୍ଷିଣ ଆଫ୍ରିକା
ଆସନ୍ତା ମାର୍ଚ୍ଚ ୭ ତାରିଖରୁ ଲକ୍ଷ୍ନୌ ଅଟଳ ବିହାରୀ ବାଜପେୟୀ ଏକନ ଷ୍ଟାଡିୟମରେ ଭାରତୀୟ ମହିଳା ଦଳ ସହ ଦକ୍ଷିଣ ଆଫ୍ରିକା ମହିଳା ଦଳ ସୀମିତ ଓଭର ସିରିଜ୍ ଖେଳିବ। ଏହି ସିରିଜରେ ପ୍ରଥମେ ୫ଟି ଦିନିକିଆ ଓ ପରେ ୩ଟି ଟି-୨୦ ମ୍ୟାଚ୍ ଖେଳାଯିବ। ଏହି ସିରିଜ୍ ଖେଳିବା ପାଇଁ ଇତିମଧ୍ୟରେ ଭାରତୀୟ ଦଳର ଖେଳାଳିମାନେ ଲକ୍ଷ୍ନୌରେ ପହଞ୍ଚିସାରିଛନ୍ତି ଓ ଶନିବାର ଦକ୍ଷିଣ ଆଫ୍ରିକା ଦଳର ଖେଳାଳିମାନେ ମଧ୍ୟ ଏଠାରେ ପହଞ୍ଚିଛନ୍ତି। ତେବେ ଦଳର ଆଗମନ ପରେ କ୍ରିକେଟ୍ ସାଉଥ୍ ଆଫ୍ରିକା (ସିଏସଏ) ପକ୍ଷରୁ ଦଳର ସଦସ୍ୟାମାନଙ୍କ ନାମ ଘୋଷଣା କରାଯାଇଛି। ଏହି ଦଳରୁ ନିୟମିତ ଅଧିନାୟିକା ଡେନ୍ ଭାନ୍ ନିକର୍କ ଓ ବରିଷ୍ଠ ଖେଳାଳି କ୍ଲୋଏ ଟ୍ରାୟନ୍ ବାଦ୍ ପଡ଼ିଛନ୍ତି। ଗତ ମାସରେ ପାକିସ୍ତାନ ବିପକ୍ଷରେ ଘରୋଇ ଟି-୨୦ ସିରିଜ୍ ଜିତିଥିବା ଦକ୍ଷିଣ ଆଫ୍ରିକା ଦଳରେ ଏହି ଦୁଇ ଖେଳାଳିଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ ଖେଳାଳିଙ୍କୁ ବଜାୟ ରଖାଯାଇଛି। ସେହିପରି ପାକିସ୍ତାନ ବିପକ୍ଷରେ ଦିନିକିଆ ଓ ଟି-୨୦ ସିରିଜରେ ଦକ୍ଷିଣ ଆଫ୍ରିକା ଦଳର ନେତୃତ୍ବ ନେଇଥିବା ସୁନ୍ ଲୁସ୍ ଅଧିନାୟିକା ପଦ ବଜାୟ ରଖିଛନ୍ତି। ସେହିପରି ପାକିସ୍ତାନ ବିପକ୍ଷ ସିରିଜରେ ଖେଳିଥିବା ପେସର୍ ମାସାବାତା କ୍ଲାସ୍ ଶେଷ ମୁହୂର୍ତ୍ତରେ ଆଘାତ ପାଇବାରୁ ତାଙ୍କୁ ଦଳରୁ ବାଦ୍ ଦିଆଯାଇଛି।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
ଖଶୋଗୀଙ୍କ ହତ୍ୟା ସହ ଏମବିଏସଙ୍କ ବିମାନ ଲିଙ୍କ୍!
ଓ୍ବାଶିଂଟନ ପୋଷ୍ଟର ସ୍ତମ୍ଭକାର ଜମାଲ ଖଶୋଗୀ ହତ୍ୟାକାଣ୍ଡ ସହ ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ (ଏମ୍‌ବିଏସ୍‌)ଙ୍କ ସମ୍ପୃକ୍ତି ଥିବା ନେଇ ପୂର୍ବରୁ ଆମେରିକା ଗୁଇନ୍ଦା ସଂସ୍ଥା ପକ୍ଷରୁ ଏକାଧିକବାର ଦାବି କରାଯାଇ ଆସିଛି। ତେବେ ଏନେଇ ଏକ ନୂଆ ରିପୋର୍ଟ ଏବେ ପ୍ରକାଶ ପାଇଛି। ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସାଉଦି ରାଜା ସଲମାନଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ୨୦୧୮ ଅକ୍ଟୋବରରେ ଇସ୍ତାନବୁଲସ୍ଥିତ ସାଉଦି ବାଣିଜ୍ୟିକ ଦୂତାବାସରେ ଖଶୋଗୀଙ୍କୁ ହତ୍ୟା କରାଯାଇଥିଲା। ନିକଟରେ କୋର୍ଟରେ ଦାଖଲ ହୋଇଥିବା ଦସ୍ତାବିଜ୍‌ ଅନୁଯାୟୀ ସାଉଦି ଆରବର ହତ୍ୟାକାରୀ ସ୍କ୍ବାଡ୍‌ ବ୍ୟବହାର କରିଥିବା ଦୁଇଟି ଘରୋଇ ବିମାନ କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ଙ୍କ ଅଧୀନରେ ଥିଲା। ଏକ ଘରୋଇ କମ୍ପାନୀର ଉକ୍ତ ବିମାନକୁ କ୍ରାଉନ୍‌ ପ୍ରିନ୍ସ ଜବତ କରିଥିଲେ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି।
ମେଡିକାଲ୍‌ କଲେଜରେ ନାମ ଲେଖାଇବା କହି ଠକିନେଲେ ୧୩.୨ ଲକ୍ଷ
ଚାକିରି କରାଇ ଦେବା ଓ ମେଡିକାଲ୍‌ ସିଟ୍‌ରେ ନାମ ଲେଖାଇ ଦେବା ଭଳି ଠକ ଏବେ ରାଜଧାନୀରେ ସକ୍ରିୟ। ଗତ କିଛି ମାସ ମଧ୍ୟରେ ଏକାଧିକ ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ଚଳିତ ମାସରେ ରାଜଧାନୀରେ ଚାକିରି, ମେଡିକାଲ୍‌ କଲେଜରେ ନାମ ଲେଖାଇବା ଭଳି ୩ଟି ରାକେଟ୍‌ ସମ୍ପର୍କରେ ଅଭିଯୋଗ ହୋଇଛି। ଦୁଇ ସପ୍ତାହ ତଳେ ଏମ୍‌କେସିଜିରେ ନାମ ଲେଖାଇ ଦେବା କହି ଜଣଙ୍କଠାରୁ ୧୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ନୂଆପଲ୍ଲୀ ଥାନା ପୋଲିସ ୱେବ୍‌ପୋର୍ଟାଲ୍‌ର ସ୍ବତନ୍ତ୍ର ପ୍ରତିନିଧି ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିପରି ଗତ ସପ୍ତାହରେ ରେଳବାଇ ଏବଂ ପୋଲିସରେ ଚାକରି କରାଇଦେବା ଲାଗି ଏକ ରାକେଟ୍‌ ଚଳାଉଥିବା ସରୋଜ କୁମାର ଜେନା ନାମକ ଜଣେ ଯୁବକକୁ ଧଉଳି ଥାନା ପୋଲିସ ଗିରଫ କରିଥିଲା। ଏବେ ସରୋଜକୁ ହେପାଜତରେ ଆଣି ପଚରାଉଚରା ଚଳାଇଛି। ସରୋଜ ତାହାର ବାନ୍ଧବୀ ସହିତ ମିଶି ଦୀର୍ଘ ଦିନ ହେବ ଏହି ରାକେଟ୍‌ ଚଳାଇଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ରାଜଧାନୀରେ ଆଉ ଏକ ମେଡିକାଲ୍‌ ସିଟ୍‌ ନାମ ଲେଖା ରାକେଟ୍‌ ଘଟଣା ପଦାକୁ ଆସିଛି। ଭୁବନେଶ୍ବରରେ ଥିବା ଏକ ଘରୋଇ ମେଡିକାଲ୍‌ କ‌େ‌ଲଜରେ ନାମ ଲେଖାଇ ଦେବା ଲାଗି କହି ଏହି ରାକେଟ୍‌ ଜଣେ ବ୍ୟକ୍ତିଙ୍କଠାରୁ ୧୩ ଲକ୍ଷ ୨୦ ହଜାର ଟଙ୍କା ଠକି ନେଇଥିବା ନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି। ବୌଦ୍ଧ ଜିଲାର ବୁଦ୍ଧଦେବ ସିଂହ ନାମକ ବ୍ୟକ୍ତିଙ୍କର ପୁଅକୁ ମେଡିକାଲ୍‌ ସିଟ୍‌ରେ ନାମ ଲେଖାଇ ଦେବା ଲାଗି ପ୍ରଲୋଭିତ କରି ଏହି ୫ ଜଣିଆ ରାକେଟ୍‌ ୧୩.୨ ଲକ୍ଷ ଟଙ୍କା ପର୍ଯ୍ୟାୟକ୍ରମେ ଠକେଇ ନେଇଥିବା ସେ ଅଭିଯୋଗ କରିଛନ୍ତି।

ଫଟୋ ଗ୍ୟାଲେରୀ

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ