Pratinidhi Odia


ପ୍ରତିନିଧି ପ୍ରତିଯୋଗିତା (୧୫-୨୧ ଡିସେମ୍ବର ୨୦୧୬)
ପ୍ରତିନିଧି ବ୍ୟୁରୋ|  3 Nov 2016 5:45pm

ପାଠକଙ୍କ ସହ ନିୟମିତ ସମ୍ପର୍କ ରଖିବା ଓ ପ୍ରତିଭା ଚୟନ ଉଦ୍ଦେଶ୍ୟରେ ପ୍ରତିନିଧି ପ୍ରତି ସପ୍ତାହରେ ଫଟୋଗ୍ରାଫି, କାର୍ଟୁନ ଓ କୁଇଜ୍‌ ପ୍ରତିଯୋଗିତାର ଆୟୋଜନ କରୁଛି। ବିଜେତା ପ୍ରତିଯୋଗୀଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବା ସହ ସେମାନଙ୍କ କୃତିକୁ ଯଥୋଚିତ ଉପଯୋଗ କରିବାକୁ ଯୋଜନା ରଖିଛି ପ୍ରତିନିଧି।

ନିୟମାବଳୀ
ପ୍ରତିଯୋଗିତା

୧. ଫଟୋଗ୍ରାଫି, କାର୍ଟୁନ ଓ କୁଇଜ୍‌ର ଏହି ସାପ୍ତାହିକ ପ୍ରତିଯୋଗିତାରେ ସଭିଏଁ ଭାଗ ନେଇ ପାରିବେ।

୨. ନିମ୍ନରେ ପ୍ରଦତ୍ତ ଆବେଦନ ପତ୍ର ପୂରଣ କରିବା ସହ ଆପଣଙ୍କ ଫଟୋ/କାର୍ଟୁନ୍‌/କୁଇଜ୍‌ର ଉତ୍ତର ଟ୍ୟାଗ୍‌ କରି ପଠାନ୍ତୁ।

୩. ପୂର୍ବରୁ ପ୍ରକାଶିତ ହୋଇଥିବା ଅଥବା ଅନ୍ୟ କେଉଁଠାରେ ବ୍ୟବହୃତ ହୋଇଥିବା ଫଟୋ/କାର୍ଟୁନ ପଠାନ୍ତୁ ନାହିଁ। କୁଇଜ୍‌ର ଉତ୍ତର ପାଇଁ ଅନ୍‌ଲାଇନ୍‌ ସର୍ଚ୍ଚ କରନ୍ତୁ ନାହିଁ।

୪. ଫଟୋ/କାର୍ଟୁନର ଇମେଜ୍‌ ସାଇଜ ଅନ୍ୟୁନ ୧୮୦୦ ଗୁଣନ ୧୨୦୦ ପିକ୍ସେଲ ହୋଇଥିବା ଆବଶ୍ୟକ।

୫. ଏକାଧିକ ସଠିକ୍‌ ଉତ୍ତର ଦେଇଥିବା କୁଇଜ ପ୍ରତିଯୋଗୀଙ୍କ ମଧ୍ୟରୁ ଲକି ଡ୍ର ମାଧ୍ୟମରେ ଭାଗ୍ୟଶାଳୀ ବିଜେତାଙ୍କ ନାମ ଘୋଷଣା କରାଯିବ।

୬. ବିଜେତାଙ୍କୁ ୨୫୦ ଟଙ୍କା ମୂଲ୍ୟର ଉପହାର କୁପନ୍‌ ଦିଆଯିବ ଏବଂ ସେମାନଙ୍କ କୃତି ସହ ପ୍ରତିନିଧ ୱେବ୍‌ସାଇଟ୍‌ରେ ଫଟୋ ପ୍ରକାଶିତ ହେବ।

୭. ପ୍ରତିଯୋଗିତାରେ ପ୍ରତିନିଧି ବିଚାରକ ମଣ୍ଡଳୀଙ୍କ ନିଷ୍ପତ୍ତି ଚୂଡ଼ାନ୍ତ। ନିୟମାବଳୀ ଉଲ୍ଲଂଘନ କ୍ଷେତ୍ରରେ ପ୍ରତିଯୋଗୀଙ୍କ ଆବେଦନପତ୍ର ଖାରଜ ହେବ।

୮. ଏହି ପ୍ରତିଯୋଗିତାର ଆବେଦନ ପତ୍ର ପଠାଇବାର ଶେଷ ତାରିଖ ଓ ସମୟ - ୨୧ ଡିସେମ୍ବର ୨୦୧୬, ରାତି ୧୨ଟା।

ଫଟୋଗ୍ରାଫି

ଏ ସପ୍ତାହର ଥିମ୍‌ - ସ୍ବଚ୍ଛ ଭାରତ ଅଭିଯାନ

କାର୍ଟୁନ

ଏ ସପ୍ତାହର ଥିମ୍‌ - ନୋଟ୍‌ ବନ୍ଦୀକୁ ନେଇ ରାଜନୀତି

କୁଇଜ

୧. ଦେଓମାଳୀ ଶୃଙ୍ଗ କେଉଁ ଜିଲାରେ ଅବସ୍ଥିତ?
କ) କୋରାପୁଟ, ଖ) ରାୟଗଡ଼ା, ଗ) ମାଲକାନଗିରି, ଘ) ଗଜପତି

୨. ଶଙ୍ଖନଦୀ କେଉଁ ନଦୀ ସହିତ ମିଳିତ ହୋଇଛି?
କ) ଋଷିକୁଲ୍ୟା, ଖ) ବଂଶଧାରା, ଗ) ବୈତରଣୀ, ଘ) କୋଏଲ

୩. ଆଦିକବି ନାମରେ କିଏ ପରିଚିତ?
କ) ବଳରାମ ଦାସ, ଖ) ଜଗନ୍ନାଥ ଦାସ, ଗ) ସାରଳା ଦାସ, ଘ) ଅଭିମନ୍ୟୁ ସାମନ୍ତସିଂହାର

୪. ଏଲ୍ପିଜି ପରେ ଭାରତ ସରକାର କେଉଁ ଅତ୍ୟାବଶ୍ୟକ ଦ୍ରବ୍ୟ ଉପରେ ସିଧାସଳଖ ଲାଭ ହସ୍ତାନ୍ତର ବ୍ୟବସ୍ଥା ଲାଗୁ କରିଛନ୍ତି?
କ) ଡିଜେଲ, ଖ) କିରୋସିନ, ଗ) ଗ୍ୟାସୋଲିନ, ଘ) ଖାଦ୍ୟଶସ୍ୟ

୫. ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳି କିଏ?
କ) ଦେବାଶିଷ ମହାନ୍ତି, ଖ) ରଞ୍ଜୀବ ବିଶ୍ୱାଳ, ଗ) ସଞ୍ଜୟ ରାଉଳ, ଘ) ଶିବ ସୁନ୍ଦର ଦାସ

Last date to apply this contest 21 st December2016|  3 Nov 2016 5:45pm

Application Form

Contest:       Photo    Cartoon     Quiz

  Declaration:I do here by declare that the photographic cartoon is not published anywhere before .If selected ,this will be the property of pratinidhi.

Select your file

ଗତ ସପ୍ତାହର ବିଜେତା ଫଟୋ

ଗତ ସପ୍ତାହର ବିଜେତା କାର୍ଟୁନ

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?