Pratinidhi Odia

ଭୁବନେଶ୍ୱର ଏମ୍‌ସରେ ୩୦ଟି ନୂଆ ଅପରେସନ ଥିଏଟର ଶୀଘ୍ର


ଭୁବନେଶ୍ୱର: ଆସନ୍ତା ବର୍ଷକ ମଧ୍ୟରେ ଭୁବନେଶ୍ୱର ସିଜୁଆସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଞାନ ସଂସ୍ଥା (ଏମ୍‌ସ)ରେ ୩୦ଟି ଅଧିକ ଅପରେସନ ଥିଏଟର ଖୋଲିବ । ଅପରେସନ ପାଇଁ ରୋଗୀମାନଙ୍କ ଲମ୍ବା ପ୍ରତୀକ୍ଷାର ଏଣିକି ଅନ୍ତ ଘଟିବ ବୋଲି ଏମସ ପକ୍ଷରୁ କୁହାଯାଇଛି ।

ଶନିବାର ଦିନ ଭୁବନେଶ୍ୱର ଏମସକୁ ପାଞ୍ଚ ବର୍ଷ ପୁରିଛି । ଏବେ ଏମ୍‌ସରେ ୮ଟି ଅପରେସନ ଥିଏଟର ସକାଳ ୮ରୁ ସନ୍ଧ୍ୟା ୭ ଯାଏ ୧୧ ଘଣ୍ଟା ନିରବଚ୍ଛିନ୍ନ ଭାବେ କାର୍ଯ୍ୟକାରୀ ହେଉଛି । ଜରୁରୀକାଳୀନ ଅପରେସନ ଥିଏଟର ୨୪ ଘଣ୍ଟା କାର୍ଯ୍ୟରତ ହେଉଛି । ଆଗାମୀ ୨୦୦ ଦିନ ମଧ୍ୟରେ ୨୫ଟି ମଡ୍ୟୁଲାର ଓଟି କାର୍ଯ୍ୟକାରୀ ହେବ ଏବଂ ତାର ୨୦୦ ଦିନ ପରେ ଆଉ ୫ଟି ଓଟି କାର୍ଯ୍ୟାରମ୍ଭ କରିବ ବୋଲି ଏମ୍‌ସ ଭୁବନେଶ୍ୱର ପକ୍ଷରୁ କୁହାଯାଇଛି ।

୧୨ଟି ସର୍ଜିକାଲ ବିଭାଗର ସେବା ପାଇଁ ସମ୍ପ୍ରତି ୮ଟି ଓଟି ପ୍ରତି ମାସରେ ୧୦୦୦ ରୋଗୀଙ୍କୁ ଅସ୍ତ୍ରୋପଚାର କରାଇବାରେ ସଫଳ ହେଉଛି । ଆଉ ୩୦ଟି ମଡ୍ୟୁଲାର ଓଟି କାର୍ଯ୍ୟାରମ୍ଭ କଲେ ପ୍ରତି ମାସରେ ୨୦୦୦ ଅସ୍ତ୍ରୋପଚାର କରାଯାଇ ପାରିବ ବୋଲି ଭୁବନେଶ୍ୱର ଏମ୍‌ସର ସୁପରିଟେଣ୍ଡେଣ୍ଟ ଦିଲ୍ଲୀପ କୁମାର ପରିଡ଼ା କହିଛନ୍ତି ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ଜନମତ

କୁଳଭୂଷଣ ଯାଦବଙ୍କୁ ନିର୍ଯାତନା ଦେବା ସହ ପାକିସ୍ତାନ ଅମାନବୀୟ ଆଚରଣ ପ୍ରଦର୍ଶନ କରୁଛି ଏବଂ ଏହାକୁ ଘୋଡ଼ାଇବା ପାଇଁ କୁଟନୈତିକ ଚାଲ୍‌ ଖେଳି ଚାଲିଛି। ଏଥିରେ ଆପଣ ଏକ ମତ ତ!