Pratinidhi Odia

ଭାରତ ଆରମ୍ଭ କଲା ହାଓ୍ଵିଜର ତୋପ ପରୀକ୍ଷଣ: ଚୀନ ଛାନିଆ


ରାଜସ୍ଥାନର ପୋଖରାନଠାରେ ଅତ୍ୟାଧୁନିକ ହାଓ୍ଵିଜର ତୋପର ପରୀକ୍ଷଣ
ନୂଆଦିଲ୍ଲୀ: ରବିବାରଠାରୁ ରାଜସ୍ଥାନର ପୋଖରାନଠାରେ ଭାରତୀୟ ସେନା ଆରମ୍ଭ କରିଛି ଆମେରିକା ନିର୍ମିତ ଅତ୍ୟାଧୁନିକ ଆଲ୍ଟ୍ରା ଲାଇଟ  ହାଓ୍ଵିଜର ତୋପର ପରୀକ୍ଷଣ। ଏମ୍‌-୭୭୭ ଏ-୨ ଆଲ୍ଟ୍ରା ଲାଇଟ୍ ହାଉଜର ଗୁଳି ଫୁଟାଇବାର କ୍ଷମତା ଓ ଏହାର ସ୍ପିଡ୍‌ ବିଷୟରେ ସମସ୍ତ ତଥ୍ୟ ଯ଼ାଞ୍ଚ କରିବା ପାଇଁ ଏହି ପରୀକ୍ଷଣ କରାଯାଉଛି ବୋଲି ଜଣେ ସେନା ଅଧିକାରୀ କହିଛନ୍ତି। ପରୀକ୍ଷଣ ପରେ ଚୀନ ସୀମାରେ ଏହାକୁ ମୁତୟନ କରାଯିବ। ସେନା ଅଧିକାରୀଙ୍କ କହିବା ଅନୁଯାୟୀ ଏହି ପରୀକ୍ଷଣ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଲୁ ରହିବ। ଏଥିରେ ଭାରତ ନିର୍ମିତ ଗୁଳି ବ୍ୟବହାର କରାଯିବ। ଏହି ଦୂରଗାମୀ ତୋପର ପରୀକ୍ଷଣ ସଫଳ  ହୋଇଥିବାରୁ ଆଗାମୀ ଦିନରେ ଅଧିକ ସଂଖ୍ୟକ ତୋପ ସେନାରେ ସାମିଲ କରାଯିବ। ପରୀକ୍ଷଣ ପରେ ଚୀନ ସୀମାରେ ଏହାକୁ ମୁତୟନ କରାଯିବ ବୋଲି ଜଣାପଡ଼ିଛି।

ହାଓ୍ଵିଜର ହାଲୁକା ହୋଇଥିବାରୁ ଏହାକୁ ସମୁଦ୍ର ପଥରେ କିମ୍ବା ଆକାଶ ମାର୍ଗରେ ସହଜରେ ନେବା ଆଣିବା କରିହେବ। ଏହି ତୋପର ୩ରୁ ୪ କିମି ପର୍ଯ୍ୟନ୍ତ ସିଧାସଳଖ ଭାବରେ ଲକ୍ଷ୍ୟଭେଦ କରିବାର କ୍ଷମତା ରହିଛି। ପରୋକ୍ଷ ଭାବେ ୩୦ରୁ ୪୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିହେବ। ଭାରତ ଆମେରିକାଠାରୁ ୧୫୪ ହାଓ୍ଵିଜର ତୋପ କିଣିବା ପାଇଁ ୫୦୦୦ କୋଟି ଟଙ୍କାର ଚୁକ୍ତି କରିଛି । ଚୁକ୍ତି ଅନୁସାରେ ପ୍ରଥମ  ପର୍ଯ୍ୟାୟରେ ମେ ମାସରେ ଏହି ତୋପ ସେନାକୁ ହସ୍ତାନ୍ତର କରାଯାଇଛି।

ବୋଫର୍ସ ଦୁର୍ନୀତିର ୩୦ ବର୍ଷ ପରେ  ଭାରତୀୟ ସେନା ନୂତନ ତୋପ ସାମିଲ କରିବାକୁ ଯାଉଛି। ବୋଫର୍ସ ତୋପକୁ ନେଇ ଆଜି ପର୍ଯ୍ୟନ୍ତ ବିବାଦ ଥମି ନ ଥିବା ବେଳେ ସେନାର ଅସ୍ତ୍ର କ୍ରୟମାମଲା ସର୍ବଦା ବିବାଦ ଘେରରେ ରହୁଛି। ଏଣୁ ଏହି ପ୍ରକ୍ରିୟାରେ ସର୍ବାଧିକ ସ୍ୱଚ୍ଛତା ଅବଲମ୍ବନ କରିବାକୁ ଏନ୍‌‌ଡିଏ ସରକାର ଗୁରୁତ୍ୱାରୋପ କରିଛନ୍ତି। ୨୦୧୮ ସେପ୍‌‌ଟେମ୍ବର ସୁଦ୍ଧା ସେନାର ପ୍ରଶିକ୍ଷଣ ପାଇଁ ଅଧିକ ସଂଖ୍ୟକ ତୋପ ଆଣିବାକୁ ଯୋଜନା ରହିଛି । ଏହି ତୋପର ସଂପୂର୍ଣ୍ଣ ଖରିଦ୍‌ ପ୍ରକ୍ରିୟା ୨୦୨୧ ସୁଦ୍ଧା ଶେଷ କରିବାକୁ ଭାରତ-ଆମେରିକା ମଧ୍ୟରେ ଚୁକ୍ତି ହୋଇଛି ।  ପୋଖରାନରେ ଚାଲିଥିବା ପରୀକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଚାଲିଛି ଏବଂ ପରବର୍ତ୍ତୀ ସମୟରେ ତୋପଗୁଡ଼ିକୁ ସାମରିକ ରଣନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅବସ୍ଥାପିତ କରାଯିବ ବୋଲି ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଚୀନକୁ କଡା ଯବାବ ଦେବାକୁ ଜିଦ୍ ଧରିଛି ଭାରତ। ଆଗୁଆ ଆକ୍ରମଣ କଲେ କୌଣସି ସ୍ଥିତିରେ ପଛଘୁଞ୍ଚା ନ ଦେଇ ଚୀନକୁ ଦୃଢ ହସ୍ତରେ ଦମନ କରିବାକୁ ଭାରତ ସଜାଗ। ଏଥିପାଇଁ ଭାରତ ଆରମ୍ଭ କରିଦେଇଛି ସମରାଭ୍ୟାସ। ଏଣୁ ହାଓ୍ଵିଜର ତୋପର ପରୀକ୍ଷଣ ପରେ ଚୀନ ସୀମାରେ ଏହାକୁ ମୁତୟନ କରାଯିବ ବୋଲି ଜଣେ ସେନା ଅଧିକାରୀ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?