Pratinidhi Odia

କନ୍ଧମାଳରେ ନକ୍ସଲଙ୍କୁ ଜଗିବ ଡ୍ରୋନ


ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ନକ୍ସଲ କାର୍ଯ୍ୟକଳାପ ନିୟନ୍ତ୍ରଣ ତଥା ନକ୍ସଲଙ୍କ ଗତିବିଧି ଉପରେ ନଜର ରଖିବାକୁ ନୂତନ ଯୋଜନା ହାତକୁ ନିଆଯାଇଛି । ଜିଲ୍ଲା ପୁଲିସ ପକ୍ଷରୁ ଏଥିପାଇଁ ନୂତନ ରଣନୀତି ପ୍ରସ୍ତୁତ କରାଯାଇଛି । ନକ୍ସଲଙ୍କ ଗତିବିଧି ଠଉରାଇବା ପାଇଁ ଆକାଶମାର୍ଗରୁ ନଜର ରଖିବ ‘ଡ୍ରୋନ’ । ଏଥିପାଇଁ କନ୍ଧମାଳ ଜିଲ୍ଲାକୁ ଦୁଇଟି ଡ୍ରୋନ ଯୋଗାଇବୋକୁ ଜିଲ୍ଲା ପୁଲିସ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିବା ଜିଲ୍ଲାର ନୂତନ ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କଠାରୁ ସୂଚନା ମିଳିଛି ।

ଡ୍ରୋନ୍ ଆସିବା ପରେ ଏହାକୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମୁତୟନ କରାଯିବ ବୋଲି ଏସ୍‌ପି କହିଛନ୍ତି । ଯୋଜନା ଅନୁସାରେ ଆକାଶମାର୍ଗରୁ ମାଓବାଦୀଙ୍କ ଗତିବିଧି, ଅସ୍ଥାୟୀ କ୍ୟାମ୍ପ ଏବଂ ତାଲିମ ଶିବିର ସମ୍ପର୍କରେ ଡ୍ରୋନ୍ ଜରିଆରେ ତଥ୍ୟ ସଂଗ୍ରହ କରାଯିବ । ଏହା ସହିତ ନକ୍ସଲଙ୍କ ସମ୍ଭାବ୍ୟ ହମଲା ଏବଂ ଅନ୍ୟ ଗୁଇନ୍ଦା ତଥ୍ୟ ହାସଲ କରିବାରେ ଡ୍ରୋନ ସହାୟକ ହେବ । ଡ୍ରୋନ ମୁତୟନ ସହିତ ଗୁଇନ୍ଦା ବ୍ୟବସ୍ଥାକୁ ଅଧିକ ସକ୍ରିୟ କରାଯିବ । ଜିଲ୍ଲାର ଭୌଗୋଳିକ ସ୍ଥିତି ଓ ଅନ୍ୟ ବିଭିନ୍ନ ସମସ୍ୟାକୁ ନେଇ ରୋଡମ୍ୟାପ ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି ଏସ୍‌ପି ଶ୍ରୀ ମହାପାତ୍ର । 

ଉଲ୍ଲେଖଯୋଗ୍ୟ, କନ୍ଧମାଳ ଜିଲ୍ଲା ରାଜ୍ୟର କେନ୍ଦ୍ରସ୍ଥଳରେ ରହିଥିବାବେଳେ ଏହା ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ହୋଇଥିବାରୁ ଏଠାରେ ମାଓ ଗତିବିଧି ବୃଦ୍ଧି ପାଉଛି । କଳାହାଣ୍ଡି, ବୌଦ୍ଧ, ନୟାଗଡ଼, ଗଞ୍ଜାମ, ରାୟଗଡ଼ା, ଗଜପତି, ବଲାଙ୍ଗିର, ଜିଲ୍ଲା ସୀମାନ୍ତକୁ ଲାଗିଥିବାରୁ କନ୍ଧମାଳରେ ମାଓ ଗତିବିଧି ବୃଦ୍ଧି ପାଉଛି । ଏପରିକି ମାଓବାଦୀ ଅନ୍ୟ ଜିଲ୍ଲାରେ ହିଂସାତ୍ମକ କାର୍ଯ୍ୟକଳାପ କରି କନ୍ଧମାଳକୁ ଚାଲିଆସୁଛନ୍ତି । ଏଥିପାଇଁ ଏଠାରେ ମାଓ ମୁକାବିଲା ନୀତି ପ୍ରସ୍ତୁତ ହୋଇଛି ।

କନ୍ଧମାଳରେ କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼(କେକେବିଏନ) ଡିଭିଜନ ଏବଂ ବାଶଦାରା ଘୁମୁସର ନାଗାବଳୀ ଡିଭିଜନ ସକ୍ରିୟ ଅଛି । କେକେବିଏନ ଡିଭିଜନ ଅଧିନରେ ତିନୋଟି ଏରିଆ କମିଟି ଜିଲ୍ଲାରେ ସକ୍ରିୟ ରହିଥିବା ସୂଚନା ମିଳିଛି । ସିପିଆଇ ମାଓବାଦୀ କେନ୍ଦ୍ରୀୟ କମିଟି ସଭ୍ୟ ଜମ୍ପନ୍ନା ଏବଂ ତାଙ୍କ ସ୍ତ୍ରୀ ଦୁର୍ଗା ଓରଫ ନବତା ଅଧିକ ମୁଣ୍ଡବ୍ୟଥାର କାରଣ ହୋଇଛି କନ୍ଧମାଳ ସମେତ ଚାରି ଜିଲ୍ଲାର ପୁଲିସ ପାଇଁ । କିଛି ଦିନ ପୂର୍ବରୁ ଖମନଖୋଲ ଘାଟିରେ ମାଓ ଆକ୍ରମଣରେ ଜଣେ ଯବାନ ସହିତ ଅନ୍ୟ ୭ଜଣ ଆହତ ହୋଇଥିଲେ ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?