Pratinidhi Odia

୪୦ ବର୍ଷର ସ୍କୁଲ, ଖୋଲିନି ୪୦ ଦିନ


ରାୟଗଡ଼ା: ଏହି ଜିଲ୍ଲାର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ କଲ୍ୟାଣସିଂହପୁର ବ୍ଲକ ଶିରିପାଳ ପଞ୍ଚାୟତର ଅଟାଙ୍ଗ ଗାଁରେ ୪୦ ବର୍ଷର ଏକ ପୁରୁଣା ପ୍ରାଥମିକ ବିଦ୍ୟାଳୟ ବର୍ଷ ବର୍ଷ ଧରି ବନ୍ଦ ହୋଇପଡ଼ିଛି । ପିଲା ଅଛନ୍ତି । ସ୍କୁଲ ଘର ବି ତିଆରି ହୋଇଛି ହେଲେ ଶିକ୍ଷକର ମୁହଁ ଦେଖିନାହାନ୍ତି ଗ୍ରାମବାସୀ । ୧୯୭୬ ମସିହାରୁ ନିର୍ମାଣ ହୋଇଥିବା ଏହି ବିଦ୍ୟାଳୟରେ ଶିକ୍ଷକ କିଏ ଗ୍ରାମବାସୀ ଜାଣିନାହାନ୍ତି ।

ଉଦ୍‌ବେଗର ବିଷୟ ହେଉଛି ଏହା ଦିନେ ନୁହେଁ କି ଓଳିଏ ନୁହେଁ ବିଗତ ୪୦ ବର୍ଷର ଏକ ନିୟମିତ ଘଟଣା ହୋଇଛି । ୪୦ ବର୍ଷ ଭିତରେ ସ୍କୁଲଟି ୪୦ ଥର ଖୋଲିଥିବ କି ନାହିଁ ସନ୍ଦେହ ପ୍ରକାଶ କରିଛନ୍ତି ଗ୍ରାମବାସୀ । ଶିକ୍ଷକ ଆସୁ ନ ଥିବାରୁ ମଧ୍ୟାହ୍ନ ଭୋଜନ ବନ୍ଦ । ଦୁର୍ଗମ ଅଞ୍ଚଳ ହେଉଥିବାରୁ ଓ ରହିବା ଭଳି ପରିବେଶ ନ ଥିବାରୁ ଶିକ୍ଷକ ସବୁବେଳେ ଯିବା କ’ଣ ସମ୍ଭବ ବୋଲି ଓଲଟି ଓକିଲାତି କରୁଛନ୍ତି ଶିକ୍ଷାଅଧିକାରୀ ।

ବିଦ୍ୟାଳୟ ବନ୍ଦ ହୋଇ ରହିବାରୁ ପିଲାମାନଙ୍କ ପାଠପଢାରେ ଡୋର ବନ୍ଧାଯାଇଛି । ସଭିଁଏ ପଢନ୍ତୁ, ସଭିଁଏ ବଢନ୍ତୁ ବୋଲି ନାରା ଦେଇ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟକାରୀ ହେଉଥିବାବେଳେ ଅଟାଙ୍ଗର ଶିକ୍ଷା ଭିତିଭୂମିର ଅଣ୍ଟା ଭାଙ୍ଗି ପଡ଼ିଛି ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?