Pratinidhi Odia

ଖାଉଟି କାର୍ଡ ଅଛି କିନ୍ତୁ ମିଳୁନି ଖାଦ୍ୟଶସ୍ୟ : କମିଶନଙ୍କ ଦ୍ୱାରସ୍ଥ ହେଲା କନ୍ଧମାଳର ସଂଗଠନ


ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାର ମାଓ ଉପଦ୍ରବ ଅଞ୍ଚଳ ଭାବେ ପରିଚିତ ଦାରିଙ୍ଗିବାଡ଼ି ବ୍ଲକର କେତେକ ଗାଁରେ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ  ଖାଉଟି କାର୍ଡ ପ୍ରଦାନ କରାଯାଇଛି । କିନ୍ତୁ ସାଧାରଣ ବଣ୍ଟନ ସାମଗ୍ରୀ ପ୍ରଦାନ କରାଯାଉନାହିଁ । ସାମଗ୍ରୀ ମାଗିଲେ ହିତାଧିକାରୀଙ୍କୁ ଅପମାନିତ କରାଯାଉଛି । ଜିଲ୍ଲାପାଳଙ୍କ ଶୁଣାଣିରେ ଏକଥା ବାରମ୍ବାର କୁହାଯାଉଥିଲେ ହେଁ ପଦକ୍ଷେପ ନିଆଯାଉ ନ ଥିବାରୁ  ସ୍ଥାନୀୟ ଏକ ସଂଗଠନ ବନବାସୀ ସୁରକ୍ଷା ପରିଷଦ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ପରିଷଦର ଆବାହକ ନରେନ୍ଦ୍ର ମହାନ୍ତିଙ୍କ ସମେତ ବଳଭ୍ରଦ ମଳିକ, ସରସ୍ୱତୀ ମଳିକ, ଡୁପି ମାଝି, ଗିଲା ମଙ୍ଗା ମାଝୀ ପ୍ରମୁଖ ମାନବାଧିକାର କମିଶନଙ୍କୁ ଭେଟି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ  ତୁରନ୍ତ ଖାଦ୍ୟ ଦ୍ରବ୍ୟ ଯୋଗାଇ ଦେବା ଦିଗରେ ସରକାରଙ୍କୁ ନିର୍ଦେଶ ଦେବାକୁ ଦୃଷ୍ଟିଆକର୍ଷଣ କରିଛନ୍ତି ।  ଏହାକୁ ଗ୍ରହଣ କରି ମାନବାଧିକାର କମିଶନ ୪ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ ଯୋଗାଣ ଓ ଖାଉଟି କଲ୍ୟାଣ କମିଶନ ତଥା ପ୍ରମୁଖ ସଚିବ ଓ କନ୍ଧମାଳ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି ।

ଦାରିଙ୍ଗିବାଡ଼ି ବ୍ଲକରେ ବିଧବା, ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ହିତାଧିକାରୀ, ଅନ୍ତୋଦୟ ଯୋଜନାର ହିତାଧିକାରୀମାନଙ୍କୁ ଜାତୀୟ ଖାଦ୍ୟ ନିରାପତ୍ତା ଆଇନରୁ ବାଦ୍ ଦିଆଯାଇଛି । କାଟିଙ୍ଗିଆ, କୁମ୍ଭାରୀ ଗାଁ, ଝିରିଗୁଡ଼ା, ବ୍ରାହ୍ମଣୀ ଗାଁ, ଗଦାପୁର, ହାତୀମୁଣ୍ଡା ପଞ୍ଚାୟତରେ ୨୦୧୬ ସେପ୍ଟେମ୍ବରରେ ୪୭୧ ଜଣ ଓ ଦ୍ୱିତୀୟ ପର୍ଯ୍ୟାୟରେ ୫୦୦ ପରିବାରକୁ ଏହି କାର୍ଡ ଯୋଗାଇ ଦିଆଯାଇଥିଲା । କିନ୍ତୁ ଏଥିରୁ ୫୦୦ ପରିବାରଙ୍କୁ ବର୍ତ୍ତମାନ ସୁଦ୍ଧା ଖାଉଟି ଦ୍ରବ୍ୟ ଯୋଗାଇ ଦିଆଯାଇ ପାରୁନାହିଁ ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?