Pratinidhi Odia

ଏମ୍‌ସରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ : ଛୁଟୁଛି ସହାନୁଭୂତିର ସୁଅ


ଭୁବନେଶ୍ୱର: ନୂଆଦିଲ୍ଲୀ ଏମ୍‌ସରେ ଅସ୍ତ୍ରୋପଚାର ପୂର୍ବରୁ ଅବଜରଭେସନ୍‌ରେ ରହିଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁଙ୍କୁ ନେଇ ସାରା ରାଜ୍ୟରେ ସୃଷ୍ଟି ହୋଇଛି ସମବେଦନାର ସୁଅ । ଶହ ଶହ ଲୋକ ପିଲାଦୁହିଁଙ୍କ ଦ୍ରୁତ ଆରୋଗ୍ୟ କାମନା କରି ସୋସିଆଲ ମିଡ଼ିଆରେ ବାର୍ତ୍ତାମାନ ପଠାଉଛନ୍ତି । ମନେ ହେଉଛି ଯେପରିକି ସାରା ଓଡ଼ିଶା ଏହି ଜୀବନ ସଂଘର୍ଷ କରୁଥିବା କନ୍ଧମାଳର ଦୁଇଭାଇଙ୍କ ସହିତ ଯୋଡ଼ି ହୋଇଯାଇଛି । ସେପଟେ ଏମ୍‌ସ ପକ୍ଷରୁ ପିଲାଦୁହିଁଙ୍କର ସଫଳ ଅସ୍ତ୍ରୋପଚାର ପାଇଁ ବ୍ୟାପକ ବିଚାରବିମର୍ଶ ଆରମ୍ଭ ହୋଇଯାଇଛି ।

ଜଗା-କାଳିଆଙ୍କ ଓଜନ ୨୦ କିଲୋଗ୍ରାମ ରହିଛି । ସେମାନେ ଅପପୃଷ୍ଟିର ଶିକାର ହୋଇଥିବା ଦୃଷ୍ଟିରୁ ଏବେ ସେମାନଙ୍କୁ ନିଶ୍ଚେତକ ଦିଆଯାଇପାରିବ ନାହିଁ । ପୁଣି ଜଣକର ଛାତିରେ ସଂକ୍ରମଣ ଥିବା ଜଣାଯାଇଛି । ଉଭୟଙ୍କ ଦେହରେ ଜ୍ୱର ଥିବା ନେଇ ସୂଚନା ଦେଇଛନ୍ତି ଡାକ୍ତରମାନେ । ତେଣେ ଜଗା-କାଳିଆ ହାତ ଧରାଧରି ହୋଇ ଚକାଚକା ଭଉଁରୀ ଖେଳୁଛନ୍ତି। ଉଭୟଙ୍କ ମୁହଁରେ ହସ ଥିବାବେଳେ ଦେଖଣାହାରୀଙ୍କ ମୁହଁରେ ସୃଷ୍ଟି ହେଉଛି ଲୁହ । ଉଠିବାକୁ ଯାଇ ବାରମ୍ବାର ସେମାନେ ତଳେ ପଡ଼ୁଛନ୍ତି କିନ୍ତୁ ଠିଆ ହେବା ପାଇଁ ସେମାନଙ୍କ ସଂଘର୍ଷ ଦେଖି ବାପା ମା’ଙ୍କ ମନରେ ଆଶା ସୃଷ୍ଟି ହୋଇଛି ।

ଡାକ୍ତର କହୁଛନ୍ତି ପିଲା ଦୁହିଁଙ୍କ ମୁଣ୍ଡକୁ ପୃଥକ କରିବା ଏକ ଜଟିଳ ବ୍ୟପାର । ସାରା ବିଶ୍ୱରେ ଏଭଳି ମାତ୍ର ୫୦ଟି କେସ୍ ସାମ୍ନାକୁ ଆସିଛି । ସେଥିରୁ ସଫଳତା ମାତ୍ର ୨୦ ପ୍ରତିଶତ । ଜଗା-କାଳିଆ ସାରା ରାଜ୍ୟର ଭାବାବେଗକୁ ବାନ୍ଧି ରଖିଥିବାରୁ ଆମେ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛୁ । ପିଲା ଦୁହିଁଙ୍କର ଅପରେସନ୍ ପାଇଁ ନ୍ୟୁରୋସର୍ଜରୀ, ପ୍ଲାଷ୍ଟିକ ସର୍ଜରୀ, ନିଶ୍ଚେତକ, ଭାସ୍କୁଲାର ସର୍ଜରୀର ଡାକ୍ତରମାନଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇପାରେ ବୋଲି ଏମ୍‌ସ ଏକ ପ୍ରେସ୍ ଇସ୍ତାହାରରେ ଶନିବାର ସୂଚନା ଦେଇଛି ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ଜନମତ

କୁଳଭୂଷଣ ଯାଦବଙ୍କୁ ନିର୍ଯାତନା ଦେବା ସହ ପାକିସ୍ତାନ ଅମାନବୀୟ ଆଚରଣ ପ୍ରଦର୍ଶନ କରୁଛି ଏବଂ ଏହାକୁ ଘୋଡ଼ାଇବା ପାଇଁ କୁଟନୈତିକ ଚାଲ୍‌ ଖେଳି ଚାଲିଛି। ଏଥିରେ ଆପଣ ଏକ ମତ ତ!