Pratinidhi Odia

କେମିକାଲ ପାଇଁ ରାଜ୍ୟ ବାହାରେ ବଦ୍‌ନାମ ହୋଇଛି ପାରାଦୀପ ଶୁଖୁଆ


ପାରାଦୀପ: ମାଛ ଧରିଲା ପରେ ଶୁଖାଇବା ପାଇଁ ସମୟ ନାହିଁ କି ଅଗଣା ନାହିଁ । ପାଣିରେ ଫାର୍ମାଲିନ୍ ଦ୍ରବଣ ମିଶାଇ ଦିଆଯାଉଛି । ସେଥିରେ ମାଛକୁ ବୁଡ଼ାଇ ଦେଲେ ଉପର ଚମଡ଼ା ଶୁଖୁଆ ଭଳି ଶୁଖି ଟାଣ ହୋଇଯାଉଛି । କିନ୍ତୁ ଭିତର କଞ୍ଚା ଥିବାରୁ କିଛି ଦିନ ପରେ ପଚି ଯାଉଛି । ଖାଉଟିଙ୍କ ଦୁଃଖକୁ ନ ବୁଝି ମତ୍ସ୍ୟଜୀବୀ ଓ ବେପାରୀମାନେ ବ୍ୟାପକ ଭାବରେ ଏପରି ରାସାୟନିକ ଦ୍ରବଣ ଗୋଳାଇ ଶୁଖୁଆ ପ୍ରସ୍ତୁତ କରୁଥିବାରୁ ପାରାଦୀପ ଶୁଖୁଆର ଚାହିଦା ରାଜ୍ୟ ବାହାରେ କମି କମି ଆସିଲାଣି ।

ପରିସ୍ଥିତି ଏପରି ହୋଇଛି ଯେ, ପାରାଦୀପ ଶୁଖୁଆକୁ ଭିନ୍ନ ପରିଚୟ ଦେଇ ବାହାରେ ବିକୁଛନ୍ତି ବ୍ୟବସାୟୀ । ପ୍ରଭାକର ଲେଙ୍କା ନାମକ ଜଣେ ଶୁଖୁଆ ବ୍ୟବସାୟୀ ୨ ମାସ ତଳେ ୪୦ ଲକ୍ଷ ଟଙ୍କାର ଦୁଇ ଟ୍ରକ ଶୁଖୁଆ କେରଳକୁ ପଠାଇଥିଲେ । ସେଠାରେ ଯାଞ୍ଚ ହେବା ପରେ କେମିକାଲ ମିଶିଥିବା ଜଣା ପଡ଼ିବାରୁ ଦୁଇଟି ଟ୍ରକ ଶୁଖୁଆକୁ ସ୍ଥାନୀୟ ଯାଞ୍ଚ ଅଧିକାରୀମାନେ ପୋଡ଼ି ଦେବା ସହ ଏକ ମାମଲା ରୁଜୁ କରିଥିଲେ ।

ଏବେ ହୁମ୍ମା, ଜଳେଶ୍ୱର, ଦୁର୍ଗାପୁର ପ୍ରଭୃତି ଅଞ୍ଚଳରେ ଲୋକେ ଶୁଖୁଆର ସ୍ଥାନ ବିଷୟରେ ସୂଚନା ପଚାରୁଛନ୍ତି। ପାରାଦୀପ ଶୁଖୁଆ କୁହାଯିବା ପରେ ଏହାର ବ୍ୟବସାୟ ମାନ୍ଦା ପଡ଼ିଯାଉଛି । ପ୍ରାଣଘାତକ ରାସାୟନିକ ଦ୍ରବ୍ୟ ମିଶା ଯାଉଥିବାରୁ ଏହାକୁ ନେଇ ମାଛଧରା ବନ୍ଦରରେ ଶୁଖୁଆ ଉପରେ କଟକଣା ଜାରି କରାଯାଇଥିଲା । କିନ୍ତୁ ମତ୍ସ୍ୟଜୀବୀମାନେ ଏହାକୁ ମାନୁ ନ ଥିବା ଦେଖାଯାଉଛି । ଏହି ଘାତକ କେମିକାଲକୁ କିଭଳି ବନ୍ଦ କରାଯିବ ତାର ବାଟ ବାହାର କରିବା ଆବଶ୍ୟକ ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?