Pratinidhi Odia

ତିନି ବର୍ଷ ହେଲା ରାତ୍ରି ଜଗୁଆଳକୁ ନେଇ ଚାଲିଛି ସରକାରୀ ଆୟୁର୍ବେଦିକ ଡାକ୍ତରଖାନା


ମୁନିଗୁଡ଼ା: ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା କିଭଳି ଆଣ୍ଠେଇ ପଡ଼ିଛି ତାର ଆଉ ଏକ ନମୁନା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାରେ । ଜିଲ୍ଲାର ସବୁଠୁ ଦୁର୍ଗମ ଅଞ୍ଚଳ କୁହାଯାଉଥିବା ଚନ୍ଦ୍ରପୁର ବ୍ଲକର ହନୁମନ୍ତପୁର ଠାରେ ଥିବା ସରକାରୀ ଡାକ୍ତରଖାନା ବିଗତ ୩ ବର୍ଷ ଧରି ଡାକ୍ତରଙ୍କୁ ଦେଖିବାକୁ ପାଇନାହିଁ ।  ଦୀର୍ଘ ତିନି ବର୍ଷ ହେଲା ଏଠାରେ ଘର ଅଛି, ଫଳକ ଲାଗିଛି ଓ ରାତ୍ରି ଜଗୁଆଳ ମୁତୟନ ହୋଇଛନ୍ତି କିନ୍ତୁ ଡାକ୍ତର ଓ ଫାର୍ମାସିଷ୍ଟଙ୍କ ଦେଖାନାହିଁ ।

ରାତ୍ରି ଜଗୁଆଳ ବିଭୀଷଣ କଅଁର ପାଣି ଗଳୁଥିବା ଭଙ୍ଗା ସରକାରୀ ଡାକ୍ତରଖାନାକୁ ଜଗି ବସିଛନ୍ତି । ସେଠାରେ ସ୍ୱାସ୍ଥ୍ୟ ଉପକରଣ ବଦଳରେ ରହିଛି ହାଣ୍ଡି, ଚୁଲି, କାଠ ଓ ବାଲତି । ତିନି ବର୍ଷ ପୂର୍ବରୁ ଜଣେ ଡାକ୍ତର ଦାୟିତ୍ୱରେ ଥାଇ ବେଳେ ବେଳେ ଚିକିତ୍ସାଳୟକୁ ଆସୁଥିଲେ। ତାଙ୍କର ବଦଳି ପରେ ଆଉ କେଉଁ ଡାକ୍ତରଙ୍କ ଦେଖାନାହିଁ । ସରକାର  ହନୁମନ୍ତପୁର ଠାରେ ଏକ ନୂଆ କୋଠା ନିର୍ମାଣ କରିଛନ୍ତି କିନ୍ତୁ ଡାକ୍ତରଖାନା ଏଠାକୁ ସ୍ଥାନାନ୍ତରିତ ହୋଇନାହିଁ । ଲୋକେ ସ୍ୱାସ୍ଥ୍ୟ ସୁବିଧା କିମ୍ବା ପରାମର୍ଶ ପାଉ ନ ଥିବାରୁ ଧୀରେ ଧୀରେ ହନୁମନ୍ତପୁରର ବନ୍ଦ ଥିବା ଆୟୁର୍ବେଦିକ ଚିକିତ୍ସାଳକୁ ଭୁଲିଗଲେଣି ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ଜନମତ

କୁଳଭୂଷଣ ଯାଦବଙ୍କୁ ନିର୍ଯାତନା ଦେବା ସହ ପାକିସ୍ତାନ ଅମାନବୀୟ ଆଚରଣ ପ୍ରଦର୍ଶନ କରୁଛି ଏବଂ ଏହାକୁ ଘୋଡ଼ାଇବା ପାଇଁ କୁଟନୈତିକ ଚାଲ୍‌ ଖେଳି ଚାଲିଛି। ଏଥିରେ ଆପଣ ଏକ ମତ ତ!