Pratinidhi Odia

ଆମେରିକା ସଂସଦରେ ଭାରତ ସହ ପ୍ରତିରକ୍ଷା ସହଯୋଗ ବିଲ୍‌ ପାସ୍‌


ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସାଂସଦ ଅମି ବେରା
ୱାଶିଂଟନ: ଆମେରିକା ସଂସଦରେ ୬୨୧.୫ ବିଲିଅନ ଡଲାର ମୂଲ୍ୟର ଏକ ଡିଫେନ୍ସ ପଲିସି ବିଲ୍‌ ପାସ୍‌ ହୋଇଛି। ଏଥିରେ ଭାରତ ସହ ଅତ୍ୟାଧୁନିକ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରିବା ପ୍ରସ୍ତାବ ରହିଛି। ଏହି ବିଲ୍‌ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସାଂସଦ ଅମି ବେରାଙ୍କ ଦ୍ବାରା ସଂଶୋଧିତ ରୂପରେ ଆଗତ କରାଯାଇଛି।

ଏହି ସଂଶୋଧନ  ରାଷ୍ଟ୍ରୀୟ ରକ୍ଷା ପ୍ରାଧିକରଣ ଅଧିନିୟମ (ଏନ୍‌ଡିଏଏ) ୨୦୧୮ର ଏକ ଅଂଶବିଶେଷ ଭାବେ ଚଳିତ ବର୍ଷ ଅକ୍ଟୋବର ୧ରୁ ଲାଗୁ କରାଯିବ। ଏନ୍‌ଡିଏଏ-୨୦୧୮ ବିଲ୍‌ ସଂସଦରେ ୩୪୪-୮୧ ମତରେ ପାରିତ ହୋଇଥିଲା। ଏହି ବିଲ୍‌କୁ ବୈଦେଶିକ ମନ୍ତ୍ରୀଙ୍କ ସହ ପରାମର୍ଶ କରାଯାଇ ପାରିତ କରାଯାଇଛି ବୋଲି କୁହାଯାଉଛି। ଏହି ବିଲ୍‌ରେ ଆମେରିକା ଓ ଭାରତ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିବା କୁହାଯାଉଛି।

ଏ ସମ୍ପର୍କରେ ବେରା କହିଛନ୍ତି ଯେ ଆମେରିକା ବିଶ୍ବର ସର୍ବପୁରାତନ ଗଣତାନ୍ତ୍ରିକ ଦେଶ ଏବଂ ଭାରତ ସବୁଠୁ ବଡ଼ ଗଣତାନ୍ତ୍ରିକ ଦେଶ। ଏହା ଏକ ଗୁରୁତ୍ବପୂର୍ଣ୍ଣ ବିଲ୍‌। କାରଣ ଏହାଦ୍ବାରା ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇବ। ଏଥିସହିତ ଦୁଇ ଦେଶ ନିଜର ସୁରକ୍ଷା ପାଇଁ ଉନ୍ନତମାନର ରଣନୀତି ପ୍ରସ୍ତୁତ କରିପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?