Pratinidhi Odia

ପାକିସ୍ତାନରୁ ଜମ୍ମୁ ଆସିଥିବା ୨୦ କୋଟି ଟଙ୍କାର ହେରୋଇନ ଜବତ: ୨ ଗିରଫ


ଜବତ ହୋଇଥିବା ହେରୋଇନ
ଶ୍ରୀନଗର: ଏକ କାର୍‌ରେ ୨୦ କୋଟି ଟଙ୍କା ମୂଲ୍ୟର ହେରୋଇନ୍‌ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଶୁକ୍ରବାର ଜମ୍ମୁ-କଶ୍ମୀର ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଜବତ ହୋଇଥିବା ହେରୋଇନ୍‌ର ଓଜନ ପାଖାପାଖି ୧୫ କିଲୋ ବୋଲି ଜଣାପଡ଼ିଛି। ଏକ କାର୍‌ରେ ପାକିସ୍ତାନୀ ମାର୍କା ହାଇ ଗ୍ରେଡ୍‌ ହେରୋଇନ୍‌ ପ୍ୟାକେଟ୍‌ ବିକ୍ରି କରିବା ପାଇଁ ଦୁଇ ଜଣ ବ୍ୟକ୍ତି କଶ୍ମୀରରୁ ଅମୃତସର ଯାଉଥିବାବେଳେ ପୋଲିସ ଏହାର ସୂଚନା ପାଇଥିଲା। ଅଭିଯୁକ୍ତମାନଙ୍କର ମୋବାଇଲ ମଧ୍ୟ ଜବତ କରାଯାଇଥିବା ପୋଲିସ କହିଛି।

ଜମ୍ମୁ ଜୋନ୍‌ର ଆଇଜି ଏସ୍‌ଡି ସିଂ କହିଛନ୍ତି ଯେ ଏକ କାର୍‌ରେ ପ୍ରଚୁର ମାତ୍ରାରେ ହେରୋଇନ୍‌ ଚୋରା ଚାଲାଣ କରାଯାଉଥିବା ଏକ ବିଶେଷସୂତ୍ରରୁ ଖବର ମିଳିଥିଲା ପୋଲିସ ଉକ୍ତ କାର୍‌କୁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଥିବା ନଗରୋଟା ନିକଟରେ ଥିବା ଟୋଲ୍‌ ଗେଟ୍‌ ପାଖରେ ରୋକିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲା। ଯାଞ୍ଚ ସମୟରେ କାର୍‌ରୁ ୧୫ କିଲୋ ହେରୋଇନ୍‌ ମିଳିଛି। ଯାହାର ମୂଲ୍ୟ ଅନ୍ତରାଷ୍ଟ୍ରୀୟ ବଜାରରେ ୨୦ କୋଟି ଟଙ୍କା ହେବ ବୋଲି ସିଂ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?