Pratinidhi Odia

ଜବତ ହେବ ଇମ୍ରାନ ଖାନ ଏବଂ ତହିର-ଉଲ କାଦ୍ରିଙ୍କ ସମ୍ପତ୍ତି


ତହିର-ଉଲ କାଦ୍ରି ଓ ଇମ୍ରାନ ଖାନ୍‌
ଇସ୍‌ଲାମାବାଦ: ପାକିସ୍ତାନର ଲକ ଆତଙ୍କବାଦ ନିରୋଧୀ ଅଦାଲତ (ଏଟିସି) ପାକିସ୍ତାନର ବିରୋଧୀ ଦଳ ନେତା ଇମ୍ରାନ ଖାନ୍‌ ଏବଂ ମୌଲବୀରୁ ନେତା ହୋଇଥିବା ତହିର-ଉଲ କାଦ୍ରିଙ୍କ ସମ୍ପତ୍ତି ଜବତ କରିବା ଲାଗି ଆଦେଶ ଦେଇଛନ୍ତି। ଉଭୟଙ୍କ ବିରୋଧରେ ଆତଙ୍କବାଦ ମାମଲା ଦାଏର ହୋଇଛି। ଯାହାର ଶୁଣାଣି ସମୟରେ ଉପସ୍ଥିତ ନ ହେବାରୁ ଅଦାଲତ ଏହି ରାୟ ଦେଇଛନ୍ତି।

ଉଭୟଙ୍କ ବିରୋଧରେ ୨୦୧୪ରେ ଏକ ବିକ୍ଷୋଭ ସମୟରେ ହିଂସା ସୃଷ୍ଟି କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗରେ ଦାଏର କରାଯାଇଥିବା ମାମଲାର ଏଟିସି ଶୁଣାଣି କରୁଛନ୍ତି। ସୂଚନାଯୋଗ୍ୟ ଯେ ଏହି ବିକ୍ଷୋଭ ସମୟରେ ଇସ୍‌ଲାମାବାଦରେ ସାଧାରଣ ଜୀବନ ଯାପନ ବନ୍ଦ ହୋଇଯାଇଥିଲା। ଏଟିସି ୩ ଫେବ୍ରୁଆରୀରେ ପାକିସ୍ତାନ ତହରିକ-ଏ-ଇନ୍‌ସାଫ (ପିଟିଆଇ) ଦଳର ଅଧ୍ୟକ୍ଷ ଇମ୍ରାନ ଖାନ୍‌ ଏବଂ ପାକିସ୍ତାନ ଆୱାମୀ ତହରିକ୍‌ (ପିଏଟି)ର ପ୍ରମୁଖ ତହିର-ଉଲ କାଦ୍ରିଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ ବୋଲି ଜଣେ ଓକିଲ କହିଛନ୍ତି।

୨୦୧୪ର ଏହି ବିକ୍ଷୋଭ ସମୟରେ ବରିଷ୍ଠ ପୋଲିସ ଅଧିକ୍ଷକ ଅସ୍ମତୁଲ୍ଲା ଜୁନେଜାଙ୍କ ଉପରକୁ ଆକ୍ରମଣ ସହ ଭଙ୍ଗାରୁଜା ଅଭିଯୋଗରେ ସଚିବାଳୟ ପୋଲିସ ଇମ୍ରାନ ଖାନ୍‌ ଏବଂ ତହିର-ଉଲ କାଦ୍ରିଙ୍କ ବିରୋଧରେ ମାମଲା ଦାଏର କରିଥିବା ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?