Pratinidhi Odia

ନିଉଜିଲାଣ୍ଡକୁ ହରାଇ ମହିଳା ବିଶ୍ବକପ୍‌ କ୍ରିକେଟ୍‌ ସେମିରେ ଭାରତ: ମିତାଲିଙ୍କ ଶତକ, ରାଜେଶ୍ବରୀଙ୍କୁ ୫ ୱିକେଟ୍‌


ନିଉଜିଲାଣ୍ଡ ବିପକ୍ଷରେ ଜବରଦସ୍ତ ବିଜୟ ପରେ ଭାରତୀୟ ମହିଳା କ୍ରିକେଟ୍‌ ଦଳ
ଲଣ୍ଡନ: ଡର୍ବିର କାଉଣ୍ଟି ଗ୍ରାଉଣ୍ଡରେ ଚାଲିଥିବା ମହିଳା ବିଶ୍ବକପ୍‌ କ୍ରିକେଟ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ ଭାରତ ନିଉଜିଲାଣ୍ଡକୁ ୧୮୬ ରନରେ ହରାଇ ମହିଳା ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି। ଅଧିନାୟକ ମିତାଲି ରାଜଙ୍କ ଶତକ ଓ ସ୍ପିନର ରାଜେଶ୍ବରୀ ଗାଏକୱାଡଙ୍କ ୫ ୱିକେଟ୍‌ ବଳରେ ଭାରତ ତା’ର ଅନ୍ତିମ ଲିଗ୍‌ମ୍ୟାଚ ଜିତିପାରିଛି। ୨୦୧୦ ପରେ ଭାରତର ଏହା ପ୍ରଥମ ବିଶ୍ୱକପ୍‌ ସେମିଫାଇନାଲ୍‌ ପ୍ରବେଶ।

ଭାରତ‘କର ବା ମର’ମ୍ୟାଚ୍‌ରେ ଶନିବାର ଶକ୍ତିଶାଳୀ ନିଉଜିଲାଣ୍ଡକୁ ଏକତରଫା ଭାବେ ୧୮୬ ରନ୍‌ର ବୃହତ୍‌ ବ୍ୟବଧାନରେ ଧରାଶାୟୀ କରି ବିଦାୟର ରାସ୍ତା ଦେଖାଇ ଦେଇଛି। ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଏବଂ ଆୟୋଜକ ଇଂଲଣ୍ଡ ପୂର୍ବରୁ ସେମିଫାଇନାଲରେ ପ୍ରବେଶ କରି ସାରିଥିଲା ବେଳେ ଚତୁର୍ଥ ଦଳ ଭାବେ ଭାରତ ଏହି ପର୍ଯ୍ୟାୟରେ ଯୋଗ ଦେଇଛି। ଗୁରୁବାର ଖେଳା ଦ୍ୱିତୀୟ ସେମିଫାଇନାଲରେ ଭାରତ ପୂର୍ବ ବିଜେତା ଅଷ୍ଟ୍ରେଲିଆକୁ ଭେଟିବ। ଏହା ପୂର୍ବରୁ ମଙ୍ଗଳବାର ପ୍ରଥମ ସେମିଫାଇନାଲରେ ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବେ। ଏଥିସହ ପ୍ରଥମ ଥର ବିଶ୍ୱ ବିଜୟୀ ହେବା ଦିଗରେ ଭାରତ ଏକ ବଡ଼ ପାଦ ବଢ଼ାଇଛି।

ଟସ୍‌ ଜିଣି ନିଉଜିଲାଣ୍ଡ ପ୍ରଥମେ ଫିଲ୍‌ଡିଂ ନେଇଥିଲା। ମିତାଲି ରାଜଙ୍କ ୧୦୯ରନ, ହରମନ ପ୍ରୀତ କୌରଙ୍କ ୬୦ ଓ ବେଦାକ୍ରିଷ୍ଣମୂର୍ତ୍ତିଙ୍କ ୭୦ ରନ ବଳରେ ଭାରତ ୫୦ ଓଭରରେ ୭ ୱିକେଟ ହରାଇ ୨୬୫ ରନ କରିଥିଲା। ନିଉଜିଲାଣ୍ଡ ପକ୍ଷରୁ କାସ୍ପରେଖ ୩ଟି, ରୋୱେ ୨ଟି ଓ ତାହୁହୁ ଗୋଟିଏ ୱିକେଟ ନେଇଥିଲେ।

ଅପରପକ୍ଷେ ଭାରତୀୟ ମହିଳା ବୋଲରଙ୍କ ଘାତକ ବୋଲିଂ ଯୋଗୁଁ ନିଉଜିଲାଣ୍ଡ ଧରାଶାୟୀ ହୋଇଥିଲା। କେବଳ ସାଟରଥ୍ବେଟଙ୍କ ୨୬ରନ, ମାର୍ଟିନଙ୍କ ୧୨ ଓ କେରଙ୍କ ୧୨ ରନକୁ ଛାଡ଼ିଦେଲେ ଆଉ କେହି ତିଷ୍ଠି ପାରି ନ ଥିଲେ। ଭାରତର ସ୍ପିନର ରାଜେଶ୍ବରୀ ଗାଏକୱାଡ ୫ଟି, ଦୀପ୍ତି ଶର୍ମା ୨ଟି, ଝୁଲଣ ଗୋସ୍ବାମୀ ଓ ଶିଖା ପାଣ୍ଡେ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଫଳରେ ୨୫.୩ ଓଭରରେ ନିଉଜିଲାଣ୍ଡ  ୭୯ ରନରେ ଅଲଆଉଟ ହୋଇଥିଲା। ରାଜେଶ୍ବରୀ ଗାଏକୱାଡ୍‌ଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ବିବେଚିତ କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?