Pratinidhi Odia

ମୁଗୁରୁଜାଙ୍କୁ ପ୍ରଥମ ୱିମ୍ବଲଡନ ଟାଇଟଲ: ଭେନସ ରନର୍ସଅପ୍‌


ୱିମ୍ବଲଡନ ଟ୍ରଫି ସହ ଗାବ୍ରାଇନ ମୁଗୁରୁଜା
ଲଣ୍ଡନ: ଶନିବାର ୱିମ୍ବଲଡନର ସେଣ୍ଟର କୋର୍ଟରେ ଖେଳାଯାଇଥିବା ମହିଳା ଏକକ ଫାଇନାଲରେ ସ୍ପେନ୍‌ର ୨୩ ବର୍ଷୀୟା ଗାବ୍ରାଇନ ମୁଗୁରୁଜା ତାଙ୍କ ପ୍ରଥମ ୱିମ୍ବଲଡନ ଟାଇଟଲ ହାସଲ କରିଛନ୍ତି। ୪୦ ମିନିଟ୍‌ର ଏକ ସଂଘର୍ଷପୂର୍ଣ୍ଣ ଫାଇନାଲରେ ସେ ୫ ଥରର ୱିମ୍ବଲଡନ ଚାମ୍ପଅନ ଭେନସ ୱିଲିଅମ୍ସଙ୍କୁ ସିଧାସଳଖ ୭-୫-୬-୦ ସେଟ୍‌ରେ ହରାଇ ଚାମ୍ପଅନ ହୋଇଛନ୍ତି। ୧୪ତମ ସିଡ୍‌ ମୁଗୁରୁଜାଙ୍କର ଏହା ଦ୍ବିତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ।

ହୁଏତ ୩୭ ବର୍ଷୀୟା ଭେନସ ୱିଲିୟମ୍ସ ଏହି ଟାଇଟଲ ଜିତିଥିଲେ ସବୁଠୁ ବୟସ୍କ ମହିଳା ଭାବେ ୱିମ୍ବଲଡନ ଚମ୍ପିଆନ ହୋଇ ଇତିହାସ ରଚିଥାନ୍ତେ। କିନ୍ତୁ ବୋଧହୁଏ ମୁଗୁରୁଜା ଇତିହାସର ସେହି ପୃଷ୍ଠାଟି ପଢ଼ି ନ ଥିଲେ। ଫଳରେ ସେ ଭେନସଙ୍କୁ ସିଧାସଳଖ ସେଟ୍‌ରେ ହରାଇ ଦ୍ବିତୀୟ ସ୍ପେନୀୟ ମହିଳା ଭାବେ ଚାମ୍ପିଅନ ହୋଇଛନ୍ତି। ୨୦୧୬ରେ ସେରେନା ୱିଲିଅମ୍ସଙ୍କୁ ହରାଇ ମୁଗୁରୁଜା ତାଙ୍କ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବା ପରେ ଏବେ ଏହି ଦ୍ବିତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ତାଙ୍କ କୋଚ୍‌ କୋଞ୍ଚିତା ମାଟିନେଜ୍‌ଙ୍କ ପରେ ମୁଗୁରୁଜା ୱିମ୍ବଲଡନ ଜିତିବାରେ ହେଉଛନ୍ତି ଦ୍ବିତୀୟ ସ୍ପେନୀୟ ମହିଳା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?