Pratinidhi Odia

କମିଛି ଓଜନ, ରହିଛି ସଂକ୍ରମଣ ଓ ଜ୍ବର: ଏମ୍‌ସର ନିରୀକ୍ଷଣରେ ଫୁଲବାଣୀର ଯୋଡ଼ାମୁଣ୍ଡ ଶିଶୁ


ଭୁବନେଶ୍ବର: କନ୍ଧମାଳର ଯମଜ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍‌ସରେ ଚିକିତ୍ସା ଚାଲିଛି। ଶୁକ୍ରବାର ଓ ଶନିବାର ବରିଷ୍ଠ ଓଡ଼ିଶା ବିଶେଷଞ ଡାକ୍ତର ଅଶୋକ କୁମାର ମହାପାତ୍ର ଶିଶୁ ଦୁହିଁଙ୍କୁ ଦେଖିଥିଲେ। ଶନିବାର ଏମ୍‌ସ ପକ୍ଷରୁ ଏକ ପ୍ରେସ୍‌ ଇସ୍ତାହାର ପ୍ରକାଶ ପାଇଛି। କୁହାଯାଇଛି ଯେ ଜଗା-କାଳିଆଙ୍କୁ ଅବଜରଭେସନରେ ରଖାଯାଇଛି। ଇନ୍‌ଫେକ୍‌ସନ ସହ ଜ୍ବର ରହିଛି। ସ୍ବାଭାବିକ ଓଜନ ତୁଳନାରେ କମ୍‌ ଓଜନ ରହିଛି। ଯଦି ଦରକାର ପଡ଼େ ତେବେ ପିଲା ସୁସ୍ଥ ହେବା ପରେ ବିଳମ୍ବରେ ଅପରେସନ କରାଯିବ ବୋଲି ନିର୍ଦେଶକ ରଣଦୀପ ଗୁଲେରିଆ ସୂଚନା ଦେଇଛନ୍ତି।

ଏମ୍‌ସ ପକ୍ଷରୁ ପ୍ରକାଶିତ ପ୍ରେସ୍‌ ଇସ୍ତାହାରରେ କୁହାଯାଇଛି ଯେ ଜଗା-କାଳିଆଙ୍କ ଘଟଣା ବିଶ୍ବ ପାଇଁ ଏକ ବିରଳ ଘଟଣା। ମେଡ଼ିକାଲ ଇତିହାସରେ ଏଭଳି କେସ୍‌ ପ୍ରତି ୨.୫ ବିଲିୟନ ଲୋକଙ୍କ ମଧ୍ୟରେ ଜଣକ ଦେହରେ ଦେଖାଯାଏ। ଏମ୍‌ସ ଦୁଇ ଶିଶୁଙ୍କ ସଫଳ ସ୍ବାସ୍ଥ୍ୟ ପାଇଁ ସବୁ ପ୍ରକାର ଉଦ୍ୟମ କରିବ ବୋଲି କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?