Pratinidhi Odia

ଗୃହମନ୍ତ୍ରୀଙ୍କୁ ଭେଟିଲେ ମେହବୁବା: କଶ୍ମୀର ଯୁଦ୍ଧ ଜିତିବା ପାଇଁ ପୂରା ଦେଶର ସହଯୋଗ ଦରକାର


ଗୃହମନ୍ତ୍ରୀ ରାଜନାଥ ସିଂ ଓ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଶନିବାର ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଗୃହମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ମୁଫ୍‌ତି କହିଛନ୍ତି ଯେ କଶ୍ମୀରରେ ସେ ଆଇନ ଶୃଙ୍ଖଳାର ଲଢ଼େଇ କରୁ ନାହାନ୍ତି। ଯେ ପର୍ଯ୍ୟନ୍ତ ସମଗ୍ର ଦେଶର ରାଜନୈତିକ ଦଳ ସହଯୋଗ କରି ନାହାନ୍ତି, ସେ ପର୍ଯ୍ୟନ୍ତ କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଯୁଦ୍ଧ ଜିତିବା ସମ୍ଭବ ନୁହେଁ।

ଜିଏସ୍‌ଟି ପାସ୍‌ ହେଲାବେଳେ ରାଷ୍ଟ୍ରପତି ଭରସା ଦେଇଥିଲେ ଯେ ଧାରା ୩୮୦ ପ୍ରତି ବିଶେଷ ଦୃଷ୍ଟି ଦିଆଯିବ। ଧାରା ୩୭୦ ଜମ୍ମୁ-କଶ୍ମୀରବାସୀଙ୍କ ଭାବନା ସହିତ ଜଡ଼ିତ ବୋଲି ମୁଫ୍‌ତି କହିଛନ୍ତି। ସୂଚନାଯୋଗ୍ୟ ଯେ ଧାରା ୩୭୦ ଭାରତୀୟ ସମ୍ବିଧାନରେ ଜମ୍ମୁ-କଶ୍ମୀରକୁ ଏକ ବିଶେଷ ସ୍ଥାନ ପ୍ରଦାନ କରୁଛି। ମୁଫ୍‌ତି ଆହୁରି ମଧ୍ୟ କହିଛନ୍ତି ଯେ ଏବେ ଯେଉଁ ଲଢ଼େଇ ଚାଲିଛି ସେଥିରେ ବାହ୍ୟ ଶକ୍ତି ମଧ୍ୟ ସାମିଲ ରହିଛି। ଏବେ ଚୀନ ମଧ୍ୟ ଏଥିରେ ମୁଣ୍ଡ ପୁରାଇଲାଣି। ସମସ୍ତ ରାଜନୈତିକ ଦଳ ଏବେ ଏକଜୁଟ୍‌ ହୋଇଯାଇଥିବାରୁ ସେ ବହୁତ ଖୁସି। ଏଣିକି କଶ୍ମୀର ସମସ୍ୟାକୁ ଖୋଲାଖୋଲି ମୁକାବିଲା କରାଯାଇ ପାରିବ ବୋଲି ମୁଫ୍‌ତି କହିଛନ୍ତି। 

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?