Pratinidhi Odia

ସ୍ପାନିଶ ଫୁଟବଲ ଲିଗ୍‌ରେ ପ୍ରଥମ ଭାରତୀୟ

ପାଇଛନ୍ତି ଦାମୀ ପେସାଦାର ଫୁଟ୍‌ବଲ ଲିଗ୍‌ରେ ଖେଳିବାର ସୁଯୋଗ

ସିଡି ଲିଗାନେସ୍‌ କ୍ଲବର ଜର୍ସି ସହ ଇଶାନ ପଣ୍ଡିତ
ପ୍ରଥମ ଭାରତୀୟ ଫୁଟବଲ ଖେଳାଳି ଭାବେ ଇଶାନ ପଣ୍ଡିତ ଇତିହାସ ରଚିଛନ୍ତି। ସେ ସ୍ପେନ୍‌ର ପ୍ରଥମ ଡିଭିଜନ ଫୁଟବଲ ଲିଗ୍‌ ଲା ଲିଗା ଖେଳିବାକୁ ଯାଉଛନ୍ତି। ଏଥିପାଇଁ ସେ ସିଡି ଲିଗାନେସ ଦଳ ସହ ଚୁକ୍ତି କରିଛନ୍ତି। ମାତ୍ର ୧୮ ବର୍ଷ ବୟସରେ ବେଙ୍ଗାଳୁରୁର ଏହି ଯୁବ ଖେଳାଳି ଇଶାନ ଦାମୀ ପେସାଦାର ଫୁଟବଲ ଲିଗ୍‌ରେ ଖେଳିବାର ସୁଯୋଗ ପାଇଛନ୍ତି। ଗତ ତିନିବର୍ଷ ହେଲା ସେ ସିଡି ଲିଗାନେସ କ୍ଲବର ଏକାଡେମୀରେ ତାଲିମ ନେଉଥିଲେ। ତାଙ୍କ ପ୍ରତିଭାରେ ପ୍ରଭାବିତ ହୋଇ ଶେଷରେ ଦଳ ତାଙ୍କ ସହ ଚୁକ୍ତି କରି ଚୂଡ଼ାନ୍ତ ୨୪ ଜଣିଆ ଖେଳାଳି ତାଲିକାରେ ତାଙ୍କୁ ଅନ୍ତର୍ଭୁକ୍ତ କରିଛି। ଇଶାନ ଜଣେ ଫରୱାର୍ଡ ଖେଳାଳି ହୋଇଥିବାରୁ ଏବେ ସେ ଏକାଧିକ ଅନ୍ତର୍ଜାତିକ ଖେଳାଳିଙ୍କ ସହ ଖେଳିବାର ସୁଯୋଗ ପାଇବେ। ଜଣେ ଭାରତୀୟ ଖେଳାଳି ଭାବେ ଏହା ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?