Pratinidhi Odia

ପେଟିଏମ୍‌ ଡଙ୍ଗାରେ ଆଲିବାବା ସବାର

ଆମାଜନ, ଫିପ୍‌କାର୍ଟକୁ ଆଲିବାବାର ଚାଇନିଜ୍‌ ଚେକର : ପକେଟ୍‌ରେ ପେଟିଏମ୍‌ର ୪୦ ପ୍ରତିଶତ ଅଂଶଧନ

ପେଟିଏମ୍‌ ମୁଖ୍ୟ ବିଜୟ ଶେଖର ଶର୍ମା ଓ ଆଲିବାବା ମୁଖ୍ୟ ଜ୍ୟାକ୍‌ ମା
ପ୍ରମୁଖ ଭାରତୀୟ ପେମେଣ୍ଟ ଏଣ୍ଡ କମର୍ସ କମ୍ପାନୀ ପେଟିଏମ୍‌ର ଅନ୍‌ଲାଇନ୍‌ ରିଟେଲ ମାର୍କେଟପ୍ଲେସ୍‌ରେ ପୁଞ୍ଜିନିବେଶ କରି ଚାଇନିଜ୍‌ ଜ୍ୟାଣ୍ଡ ଆଲିବାବା ଭାରତୀୟ ଇ-କମର୍ସ ବଜାର ପ୍ରବେଶ ପାଇଁ ସଜବାଜ ହେଉଛି। ବିଶ୍ବର ଏହି ବୃହତ୍ତମ ଇ-କମର୍ସ କମ୍ପାନୀ ଏବେ ଆମେରିକାର ଆମାଜନ ଓ ଭାରତର ଫ୍ଲିପ୍‌କାର୍ଟ ସହ ସିଧାସଳଖ ପ୍ରତିଦ୍ବନ୍ଦ୍ବିତା କରିବ।

ପେଟିଏମ୍‌ର ଏହି ଅନ୍‌ଲାଇନ ରିଟେଲର ମାର୍କେଟପ୍ଲେସ୍‌ର ନାମ ପେଟିଏମ୍‌ ମଲ୍‌ ବା ପେଟିଏମ୍‌ ବଜାର ରହିବ। ଏଥିରେ ଆଲିବାବା ୧୩୫୦ କୋଟିରୁ ୧୭୦୦ କୋଟି ଟଙ୍କା ନିବେଶ କରୁଥିବାର ଜଣାପଡ଼ିଛି। ଫଳରେ ଜ୍ୟାକ୍‌ ମାଙ୍କ ନେତୃତ୍ବାଧୀନ ଆଲିବାବା ପେଟିଏମ୍‌ର ଇ-କମର୍ସର ୪୦ ପ୍ରତିଶତ ଅଂଶଧନ ହାତେଇଥିବା ବାଣିଜ୍ୟ ଗବେଷଣା ପ୍ଲାଟଫର୍ମ ଟଫ୍‌ଲର ସୂତ୍ରରୁ ପ୍ରକାଶ।

ଏବେ ପେଟିଏମ୍‌ର ମୂଳ କମ୍ପାନୀ ୱାନ୍‌ ୯୭ କମ୍ୟୁନିକେଶନରେ ୫୦ ପ୍ରତିଶତ ଅଂଶଧନ ଆଲିବାବାର ସିଙ୍ଗାପୁରସ୍ଥିତ ଆଲିବାବା ଡଟ୍‌କମ୍‌ ଓ ଏହାର ପେମେଣ୍ଟ କମ୍ପାନୀ ଆଲିପେ ପାଖରେ ରହିଥିବା ବେଳେ ଇନ୍‌ଭେଷ୍ଟମେଣ୍ଟ ଫାର୍ମ ସୈଫ ପାଟନର୍ସ ପାଖରେ ୩୦ ପ୍ରତିଶତ ଓ ପେଟିଏମ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ବିଜୟ ଶେଖର ଶର୍ମାଙ୍କ ପାଖରେ ୨୦ ପ୍ରତିଶତ ଅଂଶଧନ ରହିଛି। ଆଲିବାବା ଓ ଆଲିପେ ପେଟିଏମ୍‌ ଇ-କମର୍ସ ଶେୟାର ପ୍ରତି ୧୦ ଟଙ୍କା ମୂଲ୍ୟରେ ୩,୮୯,୯୫୫ ଶେୟାରର ମାଲିକାନାସ୍ବତ୍ବ ନେଇଛନ୍ତି।

ବିଶ୍ବ ଦରବାରରେ ହୁ ହୁ ହୋଇ ବଢ଼ିଚାଲିଥିବା ଭାରତୀୟ ଇ-କମର୍ସ ବଜାରକୁ ଦୃଷ୍ଟିରେ ରଖି ଆଲିବାବା ଏଭଳି ପଦକ୍ଷେପ ନେଇଥିବା ଜଣାଯାଏ। ୨୦୧୫ରେ ୧୧ ବିଲିୟନ ଆମେରିକୀୟ ଡଲାରର ଏହି ବଜାର ୨୦୧୬ରେ ୧୪ରୁ ୧୬ ବିଲିୟନ ଆମେରିକୀୟ ଡଲାର ହୋଇଥିବା ଜଣାପଡ଼ିଛି। ଏଣୁ ଏହାକୁ ଅଣଦେଖା କରିବାର ପ୍ରଶ୍ନ ଉଠୁଛି କେଉଁଠି? ତେବେ ଭାରତୀୟ ଗ୍ରାହକଙ୍କ ପାଇଁ ଏବେ ନିଜ ପସନ୍ଦର ଇ-କମର୍ସ ପ୍ଲାଟଫର୍ମ ବାଛିବାର ସମୟ ଆସିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?