Pratinidhi Odia

ପାଟି ଖୋଲିଲେ ଥରୁଛି ତୃତୀୟ ମହଲା

ନିଜକୁ ସୁହାଇଲେ ଭଲ ନଚେତ୍‌ ଅମଲାଙ୍କୁ ବଳି ପକାଅ

ଜେଲ୍‌ରୁ କୋର୍ଟକୁ ନିଆଯାଉଥିବା ବେଳେ ଏଟି ମୁଖ୍ୟ ପ୍ରଦୀପ ସେଠୀ
ଏଟି ମୁଖ୍ୟଙ୍କ ବୟାନ ପରେ ଦୋହଲି ଯାଇଛି ତୃତୀୟ ମହଲା। ମାରମାର ଭଣ୍ଡାରିଆକୁ ମାର ନ୍ୟାୟରେ ଏସ୍‌କର୍ଟ ଦଳର ଦୁଇ ପୋଲିସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କାର୍ଯ୍ୟରେ ଅବହେଳା ଦର୍ଶାଇ ଭୁବନେଶ୍ବର ଡିସିପି ସତ୍ୟବ୍ରତ ଭୋଇ ହାବିଲଦାର ଓ କନେଷ୍ଟବଳଙ୍କୁ କାର୍ଯ୍ୟରୁ ସସ୍‌ପେଣ୍ଡ କରିଛନ୍ତି।

ଜେଲରୁ କୋର୍ଟକୁ ନିଆଯାଉଥିବା ବେଳେ ଏଟି ମୁଖ୍ୟ ପ୍ରଦୀପ ସେଠୀ ମୁହଁ ଖୋଲିଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ ଯେ ଦୁଇଜଣ ଯୁବ ମନ୍ତ୍ରୀ କୁଆଡ଼େ କୋଟି କୋଟି ଟଙ୍କା ନେଇଛନ୍ତି। ଏହି ପଦକ କଥା ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ସଚିବାଳୟର ବିଭିନ୍ନ ପ୍ରକୋଷ୍ଠରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଥିଲା।

ଗତ ୪ ମାସ ତଳେ ପ୍ରଦୀପ ସେଠୀ କୋର୍ଟରେ ହାଜର ବେଳେ କୌଣସି ରାଜନୀତିକ ବ୍ୟକ୍ତିଙ୍କ ସମ୍ପୃକ୍ତି ନାହିଁ କହିଥିଲେ। ଏସ୍‌କର୍ଟ ଟିମ୍‌ ମଧ୍ୟ ସେତେବେଳକୁ ପାଖରେ ଥିଲେ। ସେତେବେଳେ ଗଣମାଧ୍ୟମକୁ ଖବର ଦେଇ ଡକାଯାଇଥିଲା ହେଲେ ୪ ମାସ ପରେ ଅନୁରୂପ ଘଟଣା ପାଇଁ କାହିଁକି ଏସ୍‌କର୍ଟ ଟିମ୍‌କୁ ଦାୟୀ କରାଗଲା, କିଛି ବୁଝାପଡ଼ୁ ନାହିଁ। ତେବେ ଏଟି ମୁଖ୍ୟ ସେଠୀ ମନ୍ତ୍ରୀଙ୍କ ଆଡ଼କୁ ସିଧାସଳଖ ଅଙ୍ଗୁଳି ଉଠାଇଥିବାରୁ ତୃତୀୟ ମହଲାର ଚାପରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଶୁଣାଯାଉଛି।

ପଞ୍ଚାୟତ ନିର୍ବାଚନ ସମୟ। ଏହାକୁ ବିରୋଧୀ ପ୍ରମୁଖ ପ୍ରସଙ୍ଗ କରିପାରନ୍ତି। ପ୍ରଦୀପ ଗଣମାଧ୍ୟମ ଆଗରେ ମୁହଁ ଖୋଲି ସରକାରଙ୍କୁ ଅଡ଼ୁଆରେ ପକାଇଥିବାରୁ ତଳିଆ କର୍ମଚାରୀଙ୍କ ଉପରେ ପୋଲିସ ବିଭାଗର ପଦସ୍ଥ ଅଧିକାରୀମାନେ ରାଗ ସୁଝାଉଥିବାର ମଉକାକୁ ହାତଛଡ଼ା କରି ନାହାନ୍ତି ବୋଲି ଚର୍ଚ୍ଚା ହେଉଛି। କୋର୍ଟକୁ ନେବା ଆଣିବା କରିବାରେ ନିରାପତ୍ତା ବ୍ୟବସ୍ଥାକୁ ଦୃଢ଼ କରାଯାଉ। ତା’ ସହ ଏଟି ଗ୍ରୁପ୍‌ ମୁଖ୍ୟ ପ୍ରଦୀପ ସେଠୀ ଦେଇଥିବା ବୟାନ୍‌ର ସତ୍ୟତା ଅଛି କି ନାହିଁ ଯାଞ୍ଚ କରି ପଦକ୍ଷେପ ନିଆଯାଉ।

ପ୍ରଦୀପଙ୍କ ବୟାନ ପାଇଁ ଦୁଇଜଣ ପୋଲିସକୁ ସସ୍‌ପେଣ୍ଡ କରିବା ଓ ବୟାନ ପଛର ସତ୍ୟତାକୁ ଚାପିଦେବାକୁ ଇତିହାସ କ୍ଷମା ଦେଇ ନ ପାରେ। ରାଜନୀତି ପାଇଁ ନବୀନ ସରକାର ଅମଲାମାନଙ୍କୁ ହାଣ ମୁହଁରେ ରଖୁଛନ୍ତି। ନିଜର ସୁବିଧା ହେଲେ ନିରବ ଓ ଅସୁବିଧା ହେଲେ ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବିଜେଡିର ଶାସନ କରିବାର ମୁଖ୍ୟ ବିନ୍ଦୁ ହୋଇଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?