Pratinidhi Odia

କେତେ ସ୍ମାର୍ଟ ଆମ ପିଲେ


ସ୍ମାର୍ଟ ସିଟି ଭୁବନେଶ୍ବର। ସହରର ରୂପ ଦିନକୁ ଦିନ ବଦଳିବାରେ ଲାଗିଛି। ଆଜି ଯିଏ ଆସିଛି, ମାସକ ପରେ ଆସିଲେ ବାଉଳା ହେଉଛି। କେମିତି ହେବନି କହୁନାହାନ୍ତି। ପଇସା କ’ଣ ଖର୍ଚ୍ଚ ହେଲା ଭଳିଆ ହେଉଛି? କୁଆଡ଼େ ଖର୍ଚ୍ଚ ହେବ ବାଟ ନିଅଣ୍ଟ ପଡ଼ୁଛି। କିନ୍ତୁ ଏ ବାର ଶୁଣ୍ଢିପିଣ୍ଡା ଛୁଆଙ୍କ କଥା ବୁଝୁଛି କିଏ? ଏମାନଙ୍କର ଅବସ୍ଥା ଯାହାକୁ ସେଇଆ। ପେଟ ପାଟଣା ପାଇଁ ଏମାନଙ୍କୁ ଜରି ଖଣ୍ଡେ ଧରି କୁଡ଼ିଆରୁ ସକାଳୁ ବାହାରିବାକୁ ପଡ଼େ। ଆଉ ଦିନଯାକ ଅଳିଆ ଗଦା ବୁଲିବୁଲି ଖାଲି ମଦବୋତଲ ଏକାଠି କରନ୍ତି ଏମାନେ। ସେଇ ହେଲା ତାଙ୍କର ରୋଜଗାର। ପାଠପଢ଼ା କଥା ଦୂରରେ ଥାଉ। ସନ୍ଧ୍ୟାବେଳକୁ କବାଡ଼ିଆକୁ ବୋତଲ ବିକି ଦି’ ପଇସା ରୋଜଗାର କରିବା ଏମାନଙ୍କ ନିତିଦିନିଆ କାମ। ତେବେ ସ୍ମାର୍ଟ ସିଟି କ’ଣ କେବଳ ସହର ଚିକ୍କଣ ପାଇଁ ନା ସହରରେ ରହୁଥିବା ସବୁ ବର୍ଗର ଲୋକଙ୍କ ଅବସ୍ଥା ସ୍ବଚ୍ଛଳ ପାଇଁ? ଏହାର ଉତ୍ତର ଯଦି ଅଛି ତେବେ ସେହି ଅନୁସାରେ ବ୍ୟବସ୍ଥା ହେବା ଦରକାର। ନ ହେଲେ ‘ଆଜିର ଶିଶୁ କାଲିର ଭବିଷ୍ୟତ’ କେବଳ ଭାଷଣବାଜି ହୋଇ ରହିଯିବ ସିନା ଗରିବ, ଅସହାୟ ଶିଶୁମାନଙ୍କ ଦୁର୍ଦ୍ଦଶା କେବେ ବି ସୁଧୁରିବନି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?