Pratinidhi Odia

ରସିଦ୍‌ରୁ ବଞ୍ଚିଗଲେ ଗଲା


ହେ ଭାଇ ଏ କଅଣ କଲ ମ!... ଏ ହେଲ୍‌ମେଟ୍‌ଟା କଅଣ ପାଇଁ ବୋହିକି ନଉଛ ଟିକିଏ କହୁନା। ଏତେ ଭୁକି ଭୁକି ସଚେତନ କରେଇ ଶେଷରେ ଏଇଆ ବୁଝିଲ? ମାନିବାକୁ ପଡ଼ିବ ତୁମକୁ ଭାଇ। ନିଜେ ତ ପିନ୍ଧିଲନି, ସେ କଅଁଳା ଛୁଆଟାକୁ କାଇଁ ଦଣ୍ଡ ଦଉଛ? ଓଜନିଆ ଜିନିଷଟାକୁ ତାକୁ ମୁଣ୍ଢେଇବାକୁ ଦେଇ ନିଜେ ପୂରା ଉସୁଆସରେ ଚାଲିଛ। ଆହେ ଭଗବାନ ନ କରନ୍ତୁ ଆଗକୁ କ’ଣ ନାଇଁ କଣ ଅଘଟଣ ଯଦି ଘଟିଗଲା, ତେବେ ପିଠିରେ କିଏ ପଡ଼ିବ? ଓହୋ ବୁଝିଲି... ରସିଦ କଟାରୁ ବଞ୍ଚିବାକୁ ହାଣ୍ଡିଟାକୁ ଘରୁ ଆଣିଛ। ଆଉ ପୁଅକୁ ମୁଣ୍ଡେଇବାକୁ ଦେଇଦେଇଛ। ଯଦି ଚେକିଂ ପଡ଼େ, ତା’ହେଲେ ଦୂରରୁ କାଇଦା ଦେଖି ପୁଅ ମୁଣ୍ଡରୁ ହାଣ୍ଡିଟାକୁ କାଢ଼ିନେଇ ନିଜେ ମଡ଼େଇ ହେଇ ପଡ଼ିବ। କଅଣ ନା ଆମେ ଶିକ୍ଷିତ ଆଉ ଭଦ୍ର ଲୋକ। ଟ୍ରାଫିକ୍‌ ନିୟମକୁ ପୂରା ଜାବୁଡ଼ି ଧରିଛୁ। ରାଣ ଅଛିରେ ଭାଇ ତୁମ ଭଳିଆ ରାଜଧାନିଆଙ୍କ ଦୁଇ ଖୁରାକୁ ପଛପଟୁ ଜୁହାର କରୁଛୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?