Pratinidhi Odia

ଆଦିବାସୀ ମେଳାରେ ଜନଜାତି ହିନସ୍ତା

ଷ୍ଟଲ୍‌ରେ ଜନଜାତିର କେହି ସଜେଇ ହୋଇ ବସିରହିବା କେତେ ଯଥାର୍ଥ

ଭୁବନେଶ୍ବର ଆଦିବାସୀ ପ୍ରଦର୍ଶନୀ ପଡ଼ିଆ। ଏଠାରେ ୧୯୭୫ ମସିହାଠାରୁ ପ୍ରତିବର୍ଷ ଆୟୋଜିତ ହୋଇଆସୁଛି ଆଦିବାସୀ ମେଳା। ମେଳାରେ ରାଜ୍ୟର ଅନୁସୂଚିତ ଜନଜାତିଙ୍କ କଳା, ସଂସ୍କୃତି, ଚଳଣି, ପରମ୍ପରା, ଖାଦ୍ୟପେୟ, ଜୀବିକା ଓ ବାସଗୃହକୁ ନେଇ ମନୋଜ୍ଞ ପ୍ରଦର୍ଶନୀମାନ ହୋଇଥାଏ। ଉଦ୍ଦେଶ୍ୟ ନଗରାଞ୍ଚଳର ବାସିନ୍ଦା ଆମର ଜନଜାତିମାନଙ୍କୁ ଜାଣିବେ। ସମୟ ସହିତ ତାଳ ଦେଇ

ଆଦିବାସୀଙ୍କ ଚଳଣି ଓ ପରମ୍ପରା ବଦଳିଛି। ମାତ୍ର ବଦଳି ପାରି ନାହିଁ ଜନଜାତିଙ୍କ ଉନ୍ନତି ପାଇଁ କାମ କରୁଥିବା ହାକିମମାନଙ୍କ ଦୃଷ୍ଟିଭଙ୍ଗୀ। ଆଦିବାସୀ ମେଳାରେ ବିଭିନ୍ନ ଜନଜାତିଙ୍କ ସମ୍ପର୍କରେ ପ୍ରଦର୍ଶନୀ ପାଇଁ ପ୍ରସଙ୍ଗ ଚୟନ କଲାବେଳେ ଅଧିକାରୀମାନେ ନିର୍ଦ୍ଦିଷ୍ଟ ଜନଜାତିର ବ୍ୟକ୍ତିବିଶେଷଙ୍କୁ ସଜେଇ ହୋଇ ବସିବା ପାଇଁ କହିଥାନ୍ତି। ବିଚରା ଜନଜାତିର ଅଂଶଗ୍ରହଣକାରୀ ସଜେଇ ହୋଇ କୃତ୍ରିମ ସେଟ୍‌ ଭିତରେ ଘଣ୍ଟା ଘଣ୍ଟା ବସି ରହିଥାଏ। ବିପଦସଙ୍କୁଳ ଆଦିମ ଜନଜାତିଙ୍କୁ ଏପରି ପ୍ରଦର୍ଶନୀ କରିବା ନେଇ ଉଠିଛି ପ୍ରଶ୍ନ। ଜାନୁଆରୀ ୨୯ ଅପରାହ୍ନରେ ଏମିତି କିଛି ଦୃଶ୍ୟ ଆମମାନଙ୍କୁ ଆନ୍ଦୋଳିତ କରିଥିଲା। କନ୍ଧ ଜନଜାତିର ସେଟ୍‌ ନିକଟରେ ଧୋତି କୁର୍ତ୍ତା ପରିହିତ ଜଣେ ଯୁବକ ବସି ସାରଙ୍ଗୀ ବଜାଉଥିବା ବେଳେ ଖଡ଼ିଆ ମାଙ୍କଡ଼ିଆ ଉନ୍ନୟନ ସଂସ୍ଥା ଦ୍ବାରା ପ୍ରସ୍ତୁତ ମାଙ୍କଡ଼ିଆ ଜନଜାତିଙ୍କ ସେଟ୍‌ ଆଗରେ ଜଣେ ମାଙ୍କଡ଼ିଆ ଯୁବକ ଘଣ୍ଟା ଘଣ୍ଟା ବସି ଦଉଡ଼ି ବଳୁଥିଲେ। ଜନଜାତିଙ୍କ ଜୀବିକା ଦର୍ଶାଇବାକୁ ଯାଇ ସେମାନଙ୍କୁ ପ୍ରଦର୍ଶନ କରିବା କେତେଦୂର ଠିକ୍‌ ତାକୁ ନେଇ ଏବେ ପୁଣି ଉଠିଛି ବିବାଦ। ମାଇକ୍ରୋ ପ୍ରୋଜେକ୍ଟରେ କାମ କରୁଥିବା ଅଧିକାରୀମାନଙ୍କୁ ଯଦି ତାଙ୍କ ଉପରିସ୍ଥ ଅଧିକାରୀ ନିଜ କାମକୁ ପ୍ରଦର୍ଶନୀ ପାଇଁ କହିବେ ତେବେ ସେମାନେ ଏହାକୁ ଗ୍ରହଣ କରିବେ କି ବୋଲି ପ୍ରଶ୍ନ କରିଛନ୍ତି କିଛି ସମାଜ ବିଜ୍ଞାନୀ। ଜନଜାତିଙ୍କ ସାହିତ୍ୟ, ଚିତ୍ରକଳା, ବନଜ ଦ୍ରବ୍ୟ, ବ୍ୟବହାର୍ଯ୍ୟ ସାମଗ୍ରୀ, ସେମାନଙ୍କ ବସତିସ୍ଥଳ ଦେଖାଇବାରେ କିଛି ଆପତ୍ତି ନାହିଁ, କିନ୍ତୁ ସେହି ଜନଜାତିର ପୁରୁଷ ଓ ମହିଳାମାନଙ୍କୁ ଡାକି ଆଣି ଘଣ୍ଟା ଘଣ୍ଟା ଏକ ପ୍ରକାର ଅଟକ ରଖାଯିବାର ଆବଶ୍ୟକତା ବୁଝା ପଡ଼ୁ ନାହିଁ। ଏହା ଜନଜାତିଙ୍କ ବିକାଶ ହୋଇ ନ ପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?