Pratinidhi Odia

ଅକାରଣେ ବିରକ୍ତ ହୁଅନ୍ତୁ ନାହିଁ

ସନ୍ତୁଳିତ ଜୀବନଶୈଳୀ ଏଥିରୁ ମୁକ୍ତି ପାଇବାର ଉପାୟ

ସବୁ କାମ ସରିଗଲା । ରାତ୍ରି ଭୋଜନ ପାଇଁ ବାହାରକୁ ଯିବାର ଇଚ୍ଛା ନାହିଁ । ଏହି ସପ୍ତାହରେ କୌଣସି ନୂଆ ଫିଲ୍ମ ବି ରିଲିଜ୍ ହୋଇନାହିଁ । କ’ଣ କରିବେ, କ’ଣ ନ କରିବେ, କୁଆଡ଼େ ଯିବେ ବୁଝି ପାରୁ ନାହାନ୍ତି । ଦ୍ବିଧାରେ ଅଛନ୍ତି । ଅର୍ଥାତ୍‌ ବ୍ୟକ୍ତି ମାନସିକ ସ୍ତରରେ ଖୁସି ଥିଲେ ବି ବେଳେବେଳେ କୌଣସି କାମରେ ମନ ଲାଗେନି । ତେବେ ଉତ୍ତମ ଜୀବନଶୈଳୀ ଅବଲମ୍ବନ କରିବାକୁ ହେଲେ ଏଥିରୁ ମୁକୁଳିବା ଆବଶ୍ୟକ । ସମସ୍ୟାର ମୂଳ କାରଣ ଯଦି କେବେ ଜୀବନଟା ରୋକିଗଲା ଭଳି ଲାଗେ, ସେଇଠି ଆରମ୍ଭ ହୁଏ ବିରକ୍ତି ଭାବ । ଆଜିର ବ୍ୟସ୍ତ ବହୁଳ ଜୀବନରେ ମଣିଷ ସମ୍ପୂର୍ଣ୍ଣ ଭାବେ କର୍ମ ସର୍ବସ୍ବ ହୋଇଯାଇଛି । ଏବେ ଲୋକେ କେବଳ ଦିନ ରାତି ମେଶିନ୍ ଭଳି କାମ କରିବାରେ ଲାଗି ପଡ଼ିଛନ୍ତି । କାମ ସରିଗଲା ମାତ୍ରେ ଏକୁଟିଆ ଅନୁଭବ ହେଉଛି ।

ବର୍ତ୍ତମାନ ସମୟରେ ଲୋକଙ୍କ ପାଖରେ ମନୋରଞ୍ଜନର ଭରପୂର ବିକଳ୍ପ ଥିଲେ ମଧ୍ୟ ଲୋକେ ଏହାକୁ ଉପଭୋଗ କରି ପାରୁନାହାନ୍ତି । ସବୁବେଳେ ବ୍ୟସ୍ତ ବିବ୍ରତ ରହୁଛନ୍ତି । ସୀମିତ ବିକଳ୍ପରେ ଖୁସି ରହିବା ବହୁତ ସହଜ । କିନ୍ତୁ ବିକଳ୍ପ ଅଧିକ ହେଲେ ଆମେ ଭ୍ରମରେ ପଡ଼ିବା ସ୍ବଭାବିକ। ଯାହାଫଳରେ ବିରକ୍ତି ଭାବନା ସୃଷ୍ଟି ହୁଏ । ବିରକ୍ତି ମନୋଭାବର ଲକ୍ଷଣ ଆଜିକାଲି ପିଲାମାନେ ଖୁବ୍‌ ଶୀଘ୍ର ବୋର୍ ହୋଇଯାଉଛନ୍ତି । ପୂର୍ବରୁ ପିଲାମାନେ ଗୋଟିଏ ଖେଳନାରେ ମାସ ମାସ ଧରି ଖେଳୁଥିଲେ । କିନ୍ତୁ ବର୍ତ୍ତମାନ ପିଲାମାନେ ଦୁଇ ଦିନରେ ନୂଆ ଖେଳନା ପାଇଁ ଜିଦ୍ କରୁଛନ୍ତି । ଏହାର ସବୁଠାରୁ ବଡ଼ କାରଣ ଏବେ ବାପା, ମା’ଙ୍କ ପାଖରେ ପିଲାଙ୍କୁ ଦେବା ପାଇଁ ସମୟ ନାହିଁ । ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ବାପା, ମା’ ପିଲାଙ୍କୁ ଛୋଟବେଳୁ ସେମାନଙ୍କ ଇଚ୍ଛା ଅନୁସାରେ ବଞ୍ଚିବାର ସ୍ବାଧୀନତା ଦେଇ ଦେଉଛନ୍ତି । ଏଭଳି ସ୍ଥିତିରେ ପିଲାଙ୍କ ହତାଶାବୋଧ ବଢ଼ିବା ସହ ସହନଶୀଳତା ଲୋପ ପାଉଛି । ଯଦି ପରିବେଶ ତାଙ୍କ ପ୍ରତିକୂଳରେ ଯାଏ, ତେବେ ପାଞ୍ଚ ମିନିଟ୍‌ରେ ସେମାନେ ବୋର୍ ହୋଇଯାଉଛନ୍ତି । ଯଦି ଏହା ନିତିଦିନିଆ ହୋଇଯାଏ, ତେବେ ଏହା ନିଶ୍ଚିତ ଭାବେ ଚିନ୍ତାଜନକ । ସବୁପ୍ରକାର ନକରାତ୍ମକ ଚିନ୍ତାଧାରାର ମୂଳ ହେଉଛି ଏକୁଟିଆପଣ । ଏହାଦ୍ବାରା ବ୍ୟକ୍ତି ସ୍ବଭାବରେ ଚିଡ଼ଚିଡ଼ା ହୋଇଯାଏ । କାର୍ଯ୍ୟକ୍ଷମତା ଏବଂ ସମ୍ପର୍କ ଉପରେ ଏହାର ଖରାପ ପ୍ରଭାବ ପଡ଼େ ।

ଏହାଦ୍ବାରା ବ୍ୟକ୍ତି ଅବସାଦଗ୍ରସ୍ତ ହୁଏ । କେମିତି ମୁକ୍ତି ପାଇବେ ନିଜକୁ ବିରକ୍ତି ମନୋଭାବରୁ ମୁକ୍ତି ଦେବା ଲାଗି ଜୀବନଶୈଳୀରେ ସନ୍ତୁଳନର ଆବଶ୍ୟକତା ରହିଛି । ଯେମିତି ଅତ୍ୟଧିକ କାମ ମଣିଷ ପାଇଁ କ୍ଷତିକାରକ, ସେହିପରି ଅତ୍ୟଧିକ ଆରାମ ଏବଂ ମନୋରଞ୍ଜନ ମଧ୍ୟ ଖୁବ୍‌ ଶୀଘ୍ର ବ୍ୟକ୍ତିକୁ ବୋର୍ କରିଦିଏ । ଏହି ଦୁଇସ୍ଥିତିରୁ ମୁକ୍ତି ପାଇବା ଲାଗି ନିଜ ଜୀବନଚର୍ଯ୍ୟାରେ ସନ୍ତୁଳନ ରକ୍ଷା କରନ୍ତୁ । ଯେମିତି ଶରୀରକୁ ସୁସ୍ଥ ରଖିବା ଲାଗି ଆପଣ ବ୍ୟାୟାମ କରୁଛନ୍ତି, ଜିମ୍ ଯାଉଛନ୍ତି, ଠିକ୍ ସେହିପରି ମସ୍ତିଷ୍କକୁ ସୁସ୍ଥ ରଖିବା ମଧ୍ୟ ନିହାତି ଦରକାର । ସେଥିପାଇଁ ଖାଲି ସମୟରେ ଟିଭି ନ ଦେଖି କିଛି ଭଲ ବହି ପଢ଼ନ୍ତୁ । ନିଜର ଆତ୍ମୀୟଙ୍କ ସହ କଥାବାର୍ତ୍ତା ହୁଅନ୍ତୁ । ବଗିଚା କାମ କରନ୍ତୁ । ବୋରିଙ୍ଗ ପ୍ରଭାବରୁ ମୁକୁଳିବାର ଅନ୍ୟତମ ବଡ଼ ଅସ୍ତ୍ର ହେଉଛି ସହନଶୀଳତା ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?