Pratinidhi Odia

ଚାପ ମୁକ୍ତ କରାଏ ସକାରାତ୍ମକ ଚିନ୍ତାଧାରା

କାର୍ଯ୍ୟଶୈଳୀକୁ ସୁବ୍ୟବସ୍ଥିତ କରନ୍ତୁ, କର୍ମକ୍ଷେତ୍ରର ବାତାବରଣ ବଦଳିବ

ଦୈନନ୍ଦିନ ବ୍ୟସ୍ତବହୁଳ କାର୍ଯ୍ୟକ୍ଷେତ୍ରରେ କୌଣସି କାମକୁ ଗୋଟିଏ ଦିନରେ ଶେଷ କରିବା ଅସମ୍ଭବ ତ ନୁହେଁ, ମାତ୍ର କଷ୍ଟସାଧ୍ୟ ହୋଇପାରେ । ମାତ୍ର ଥରେ ଯଦି ଏହାକୁ ଚାଲେଞ୍ଜ ଭାବେ ଗ୍ରହଣ କରିନେବେ, ତେବେ କାମ କରିବାକୁ କଷ୍ଟ ଲାଗିବ ନାହିଁ । ବେଳେବେଳେ ଅଫିସ୍‌ରେ ଆପଣଙ୍କ ଉପରେ କେତେ କାମ ଲଦା ହୋଇଛି, ତାହା ବସ୍ ଜାଣି ପାରନ୍ତିନି । ଏପରିସ୍ଥଳେ ଚୁପ୍ ରୁହନ୍ତୁ ନାହିଁ । ବସ୍‌ଙ୍କୁ ଆପଣଙ୍କ କ୍ଷମତା ସମ୍ପର୍କରେ ଅବଗତ କରାନ୍ତୁ । ଏଥିସହିତ ଅନ୍ୟର ସାହଯ୍ୟ ନିଅନ୍ତୁ । ସାରା ଦିନର ଅଫିସ୍ କାମକୁ ସୁବ୍ୟବସ୍ଥିତ ଓ ସହଜ କରିବା ପାଇଁ କିଛି ଟିପ୍ସ
  • ଅଫିସ୍‌ରେ ପହଞ୍ଚି ପ୍ରଥମେ ସବୁ କାମ ଉପରେ ଥରେ ନଜର ପକାନ୍ତୁ । ସକରାତ୍ମକ ମନୋଭାବରେ କାମ କଲେ ସହଜରେ ସବୁ କାମ କରିପାରିବେ । ଆତ୍ମବିଶ୍ବାସ ବଢ଼ାଇବା ପାଇଁ ନିଜକୁ ନିଜ ବାରମ୍ବାର କହନ୍ତୁ ‘ହଁ ମୁଁ ଏହା କରିପାରିବି। ଏମିତି ଅନୁଭବର ସହ କାମ କଲେ ନିଜକୁ ଖୁବ୍ ହାଲୁକା ମନେ କରିବେ ।
  • କାମର ଏକ ତାଲିକା ପ୍ରସ୍ତୁତ କରନ୍ତୁ । ଯେଉଁ କାମ ଶେଷ ହୋଇଗଲା ତାହା ଉପରେ ଠିକ୍ ଚିହ୍ନ ଦିଅନ୍ତୁ । ଯାହା ଫଳରେ କେଉଁ କାମ ବାକି ରହିଲା, ତାହା ଜାଣିପାରିବେ । ‘ହଁ  କାମ ହେଉଛି’ ବୋଲି ଆପଣ ବି ଅନୁଭବ କରିପାରିବେ ।
  •  ଧୈର୍ଯ୍ୟର ସହ କାମ କରନ୍ତୁ । ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ । ଅଧିକ କାମ ଦେଖି ରାଗନ୍ତୁ ନାହିଁ । ରାଗି ବା ବିରକ୍ତ ହୋଇ କାମ କଲେ ଅଧିକ ସମସ୍ୟାରେ ପଡ଼ିବେ । ମାତ୍ରାଧିକ ଉତ୍ସାହ ବା ଚିନ୍ତାର ସହ କାମ କଲେ କାମର ଗତି କମିଯିବ । ବୁଝି ବିଚାରି ଧିରେସ୍ଥିରେ କାମ କରନ୍ତୁ । ଯଦି ଆପଣ ଶାନ୍ତିପୂର୍ଣ୍ଣ ଭାବେ କାମ କରିବେ, ଆପଣଙ୍କ ସହକର୍ମଚାରୀ ବି ଭଲରେ କାମ କରିପାରିବେ ।
  •  ନିଜକୁ କେବେ ସୁପରମ୍ୟାନ୍ ଭାବନ୍ତୁ ନାହିଁ । କାରଣ ଆପଣ ନିର୍ଦ୍ଦିଷ୍ଟ ସମୟରେ ଗୋଟିଏ  କାମ ଭଲରେ କରିପାରିବେ । ଏବେ ଧାର୍ଯ୍ୟ କାମ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ । ଏକ ସମୟରେ ଏକାଧିକ କାମରେ ହାତ ଦେଲେ କାମ ସଠିକ ହେବା ବଦଳରେ ଅଧିକ ଖରାପ ହୋଇଯିବ ।
  • କାହାଠାରୁ ସାହାଯ୍ୟ ମାଗିବା ଭୁଲ୍ ନୁହେଁ । ଏଣୁ ନିଜ ସହକର୍ମୀଙ୍କୁ ସାହାଯ୍ୟ ମାଗିବାରେ ଲାଜ କରନ୍ତୁ ନାହିଁ । ସହକର୍ମୀଙ୍କୁ ମଧ୍ୟ ସାହାଯ୍ୟ କରନ୍ତୁ । ଯାହା ଫଳରେ ସେମାନେ ବି ଆପଣଙ୍କ ଅସୁବିଧା ସମୟରେ ସାହାଯ୍ୟ କରିବାକୁ ଆଗେଇ ଆସିବେ ।
  • ସିନିୟରଙ୍କୁ ମନା କରିବା ମଧ୍ୟ ଶିଖନ୍ତୁ । ଯଦି ଆପଣଙ୍କ ବସ୍ ଦେଖନ୍ତି ପ୍ରବଳ ଚାପରେ ମଧ୍ୟ ଆପଣ ସହଜରେ କାମ କରିପାରୁଛନ୍ତି, ତେବେ ଆହୁରି କାମ ବଢ଼ାଇ ଦିଅନ୍ତି। ନିଜ କ୍ଷମତାକୁ ଚିହ୍ନନ୍ତୁ । ଯଦି ଆପଣଙ୍କୁ ଅନୁଭବ ହୁଏ ଯେ ଆପଣଙ୍କ କ୍ଷମତାଠାରୁ ଅଧିକ କାମ କରିବାକୁ ଚାପ ଦିଆଯାଉଛି, ତେବେ ତୁରନ୍ତ ମନା କରନ୍ତୁ । ବସ୍ ବି ଜାଣିବା ଦରକାର ଆପଣଙ୍କୁ ବହୁତ କାମ କରିବାକୁ ପଡ଼ୁଛି ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ଜନମତ

କୁଳଭୂଷଣ ଯାଦବଙ୍କୁ ନିର୍ଯାତନା ଦେବା ସହ ପାକିସ୍ତାନ ଅମାନବୀୟ ଆଚରଣ ପ୍ରଦର୍ଶନ କରୁଛି ଏବଂ ଏହାକୁ ଘୋଡ଼ାଇବା ପାଇଁ କୁଟନୈତିକ ଚାଲ୍‌ ଖେଳି ଚାଲିଛି। ଏଥିରେ ଆପଣ ଏକ ମତ ତ!